ଭୁବନେଶ୍ୱର:କେନ୍ଦୁଝର ବିଜେଡ଼ି ସାଂସଦ ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁଙ୍କ ନାଁରେ ଫେକ୍ ସେକ୍ସ ଭିଡ଼ିଓ ଭାଇରାଲ୍ ମାମଲାରେ କେନ୍ଦୁଝର ପୁଲିସ ଆଉ ଜଣେ ସାମ୍ବାଦିକଙ୍କୁ ଗିରଫ କରିଛି । ତାଙ୍କ ନାଁ ସୀମାଞ୍ଚଳ ପାତ୍ର । ସେ ଓଟିଭିରେ କାମ କରୁଥିବା ଜଣାପଡ଼ିଛି । ଗତ ୧୫ ତାରିଖରେ ଏଟିଆର ନ୍ୟୁଜ୍ ପୋର୍ଟାଲ୍ ସାମ୍ବାଦିକ ପ୍ରଶାନ୍ତ ମିଶ୍ରଙ୍କୁ ପୁଲିସ ଗିରଫ କରିଥିଲା । ତାଙ୍କୁ ଦୁଇଦିନିଆ ରିମାଣ୍ଡରେ ଆଣି ପୁଲିସ ତଥ୍ୟ ଓଗାଳିବା ପରେ ଶୁକ୍ରବାର ଦିନ ସୀମାଞ୍ଚଳଙ୍କୁ ଗିରଫ କରିଛି ।
କେନ୍ଦୁଝର ଏସଡ଼ିପିଓଙ୍କ ସୂଚନା ଅନୁଯାୟୀ, ସୀମାଞ୍ଚଳ ଉକ୍ତ ଫେକ୍ ଭିଡ଼ିଓକୁ ପ୍ରଶାନ୍ତଙ୍କୁ ଦେଇ ପ୍ରସାରଣ କରିବାକୁ କହିଥିଲେ । ପ୍ରଶାନ୍ତ ସେହି ଭିଡ଼ିଓର ସତ୍ୟାସତ୍ୟ ନ ପରଖି ଏଟିଆର ୱେବ୍ ପୋର୍ଟାଲ୍ ରେ ଜରିଆରେ ଭାଇରାଲ୍ କରିଥିଲେ । ଉକ୍ତ ମାମଲାରେ ପୂର୍ବରୁ କେନ୍ଦୁଝର ଜିଲ୍ଲା ବିଜେପି ସୋସିଆଲ୍ ମିଡ଼ିଆର ସଂଯୋଜକ ଜୟଦେବ ଗିରି, ଭଦ୍ରକ ଜିଲ୍ଲା ବିଜେପି ସୋସିଆଲ୍ ମିଡ଼ିଆ ସଂଯୋଜକ ଚିନ୍ମୟ ସେନାପତି ଏବଂ ବିଷ୍ଣୁପଦ ବାରିକଙ୍କୁ ଗିରଫ କରିଥିଲା । ସେମାନଙ୍କ ବୟାନ ଆଧାରରେ ସାମ୍ବାଦିକ ପ୍ରଶାନ୍ତ ମିଶ୍ରଙ୍କୁ ଗିରଫ କରିଥିଲା ପୁଲିସ ।