Thursday, April 30, 2026 03:19 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବଢ଼ିପାରେ ଲକ୍ ଡାଉନ୍ !

by Our Correspondent
27 Apr, 2020- 06:10 PM
in Latest News, National, News
1 min read
0
ବଢ଼ିପାରେ ଲକ୍ ଡାଉନ୍ !
ପରିସ୍ଥିତି ପରମିଟ୍ କରୁନି । ତେଣୁ ଯେତେ ଦୂର ଆଶା, ମେ’ 3 ତାରିଖ ଆଗକୁ ମଧ୍ୟ ବଢ଼ିପାରେ ଲକ୍ ଡାଉନ୍ । ଯେଉଁ ସବୁ ଅଞ୍ଚଳରେ ପରିସ୍ଥିତି ଗୁରୁତର ରହିଛି, ସେସବୁ ଅଞ୍ଚଳରେ ଲକ୍ ଡାଉନ୍ ବଢ଼ିପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଆଲୋଚନାରୁ ଏମିତି କିଛି ସଙ୍କେତ ମିଳିଛି । ହଟ୍ ସ୍ପଟ୍ ଜୋନରେ ଲକ୍ ଡାଉନ୍ କଟକଣା, କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ. ରାଜ୍ୟ ସରକାର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୋଦି । ତେବେ କରୋନା ପ୍ରଭାବକୁ ବିଚାରକୁ ନେଇ କେଉଁ ସବୁ ଅଞ୍ଚଳରୁ ଲକ୍ ଡାଉନ୍ ଖୋଲାଯିବ, ସେନେଇ ରାଜ୍ୟ ସରକାର ଗୁଡ଼ିକ ନିଷ୍ପତ୍ତି ନେବେ । ରେଡ୍, ଅରେଞ୍ଜ୍ ଏବଂ ଗ୍ରୀନ୍ ଜୋନ୍ ଘୋଷଣା କରିବା ନିଷ୍ପତ୍ତି ମୁଖ୍ୟମନ୍ତ୍ରୀମାନଙ୍କ ଉପରେ ଛାଡ଼ି ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ଲକ୍ ଡାଉନ୍ ଯୋଗୁଁ ଆମ ଦେଶରେ କରୋନା ସ୍ଥିତି, ଅନେକ ମାତ୍ରାରେ ଦବିକି ରହିଛି । ଆଗକୁ ଏହା ଉଗ୍ର ରୂପ ନେବା ସମ୍ଭାବନା ରହୁଛି । ତେଣୁ ଜନ ସାଧାରଣ ଅଧିକରୁ ଅଧିକ ସତର୍କ ହୋଇ ଚଳିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଦୁଇ ଗଜ ବା 6 ଫୁଟ୍ ଦୂରତା ମନ୍ତ୍ରକୁ ଦୋହରାଇଛନ୍ତି ସେ । ସେହିଭଳି କରୋନା ସମ୍ପୂର୍ଣ୍ଣ ଦମନ ନହେବା ପର୍ଯ୍ୟନ୍ତ ମୁହଁରୁ ଯେମିତି ମାସ୍କ ନଖସେ, ସେନେଇ ଚେତାଇ ଦେଇଛନ୍ତି ।
ମାସେରୁ ଅଧିକ ସମୟ ହେବ, ସାରା ଦେଶ ଲକ୍ ଡାଉନରେ ଅଛି । ବେପାର, ବଣିଜ ପୂରା ଠପ୍ । ଅର୍ଥନୀତିକୁ ନେଇ ସବୁ ମହଲରେ ଚିନ୍ତା । ତେବେ ଦେଶର ଅର୍ଥନୀତି ଠିକ୍ ଥିବା ମୁଖ୍ୟମନ୍ତ୍ରୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅର୍ଥନୀତି ସହ କରୋନା ବିପକ୍ଷ ଲଢେଇକୁ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ । କମ୍ ପ୍ରଭାବ ଥିବା କିମ୍ବା ଆଦୌ ପ୍ରଭାବ ନଥିବା ସ୍ଥାନଗୁଡ଼ିକୁ ଅରେଞ୍ଜ କିମ୍ବା ଗ୍ରୀନ୍ ଜୋନ୍ ଘୋଷଣା କରାଯାଇ, ସେଠାରେ ଆର୍ଥିକ କାରବାରକୁ ସୁଯୋଗ ଦିଆଯିବ । ତେବେ ରେଡ୍ ଜୋନ୍ ଗୁଡ଼ିକ ଯେମିତି ଖୁବ୍ ଶୀଘ୍ର ଅରେଞ୍ଜ କିମ୍ବା ଗ୍ରୀନ୍ ହେବ, ସେନେଇ ରାଜ୍ୟ ସରକାରମାନେ, ତ୍ୱରିତ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ମେ’ 3 ତାରିଖ ପରେ ଜୋନରେ ବିଭକ୍ତ ହେବ ଦେଶର ବିଭିନ୍ନ ଅଞ୍ଚଳ । ତେବେ ପବ୍ଲିକ୍ ଟ୍ରାନ୍ସପୋର୍ଟ ଆଉ କିଛି ଦିନ ବନ୍ଦ ରହିପାରେ । ଘରୋଇ ଟ୍ରାନ୍ସପୋର୍ଟକୁ ସର୍ତ୍ତଭିତ୍ତିକ ସୁବିଧା ମିଳିପାରେ ।
ଲକ୍ ଡାଉନ୍ ବୃଦ୍ଧି ସପକ୍ଷରେ ଓଡ଼ିଶା ସମେତ ଆଉ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ମତ ଦେଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲେ ମଧ୍ୟ ଆମ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ ଏ ସମ୍ପର୍କରେ କିଛି କୁହାଯାଇନାହିଁ । ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନୋଟି ଦାବି ରଖିଥିଲେ । ୧. ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କ ଯତ୍ନ ପାଇଁ ସଂପୃକ୍ତ ରାଜ୍ୟ ସରକାରଙ୍କୁ କୁହାଯାଉ । ୨. ଫସିଥିବା ଶ୍ରମିକ, ଛାତ୍ର, ବୃତ୍ତିଜୀବୀ, ତୀର୍ଥଯାତ୍ରୀମାନେ ସହଜରେ ଫେରି ଆସିବା ପାଇଁ ଜାତୀୟସ୍ତରରେ ଏସଓପି ହେଉ । ୩. କୋଭିଡ୍ ନମୁନା ପରୀକ୍ଷଣ ବ୍ୟବସ୍ଥା ବୃଦ୍ଧି କରାଯାଉ ।
ତେବେ ପ୍ରଧାନମନ୍ତ୍ରୀ- ମୁଖ୍ୟମନ୍ତ୍ରୀଙ୍କ ଭିଡ଼ିଓ କନଫରେନ୍ସିଂ ଆଲୋଚନା ପରେ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଗଣମାଧ୍ୟମକୁ ଡାକି ଲକ୍ ଡାଉନ୍ ମାସେ ବଢ଼ାଇବା ସପକ୍ଷରେ କହି ସମସ୍ତଙ୍କୁ ବିଭ୍ରାନ୍ତରେ ପକାଇଛନ୍ତି । କିଛି ସମୟ ପରେ ମନ୍ତ୍ରୀ ପୁଣି ଥରେ ସାମ୍ବାଦିକମାନଙ୍କୁ ଡାକି ବୟାନ ବଦଳାଇବାରୁ ତାହା ଚର୍ଚ୍ଚାର ବିଷୟ ହୋଇଛି ।
ରିପୋର୍ଟ : ବରେନ୍ଦ୍ର କୃଷ୍ଣ ସାହୁ
Previous Post

ଆଉ ୨ ପଜିଟିଭ୍; କୋରାପୁଟରେ ଷ୍ଟାଫ୍ ନର୍ସଙ୍କୁ କରୋନା

Next Post

ଆଉ ୭ କରୋନା ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୧୧୮

Next Post
ଆଉ ୭ କରୋନା ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୧୧୮

ଆଉ ୭ କରୋନା ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୧୧୮

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA