Wednesday, April 29, 2026 03:45 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବଦଳିବ ସମୀକରଣ, ଫାଇଦାରେ ବିଜେଡ଼ି

by Our Correspondent
11 Dec, 2018- 09:04 PM
in Latest News, Politics
1 min read
0
ବଦଳିବ ସମୀକରଣ, ଫାଇଦାରେ ବିଜେଡ଼ି
ଭୁବନେଶ୍ୱର: ରାଜସ୍ଥାନ ସମେତ ତିନି ପଡୋଶୀ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଓଡ଼ିଶା ରାଜନୀତି ଉପରେ ପ୍ରଭାବ ପକାଇବାକୁ ଯାଉଛି । କଂଗ୍ରେସର ବିଜୟ ଓ ବିଜେପିର ଶୋଚନୀୟ ପରାଜୟ ରାଜ୍ୟ ରାଜନୀତିରେ ନୂଆ ସମୀକରଣର ସୂତ୍ରପାତ କରିଛି । ସରକାର ବିରୋଧୀ ଜନମତ ବିଜୁ ଜନତା ଦଳ ପାଇଁ ଗୋଟେ ଦୃଷ୍ଟିରୁ ସତର୍କ ଘଣ୍ଟି ସଦୃଶ ହୋଇଥିଲେ ମଧ୍ୟ ବିଜେପିଠାରୁ ଲୋକ ମୁହଁ ଫେରାଇବା ଦଳ ପାଇଁ ଆଶ୍ୱସ୍ତି ଆଣିଛି ।
ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡ଼ି କ୍ରମାଗତ ୪ ଥର କ୍ଷମତାକୁ ଆସି ସାରିଲାଣି । ଏହି୧୮ ବର୍ଷ ଶାସନକାଳରେ ବିରୋଧୀ ଦଳମାନେ ଅନେକ ଅଭିଯୋଗ ଆଣିଛନ୍ତି । ମାତ୍ର ନବୀନଙ୍କ ଭାବମୂର୍ତ୍ତି ଓ ଲୋକପ୍ରିୟତା ଉପରେ ତାହାର କୌଣସି ପ୍ରଭାବ ପଡ଼ିନି । ଜନମାନସରେ ତାଙ୍କର ଲୋକପ୍ରିୟତା ଅକ୍ଷୂର୍ଣ୍ଣ ରହିଛି । ନବୀନଙ୍କ ବିକଳ୍ପ ଭାବେ ଅନ୍ୟ କୌଣସି ନେତା ଛିଡ଼ା ହୋଇପାରିନାହାନ୍ତି । ୨୦୧୪ ସାଧାରଣ ନିର୍ବାଚନରେ ସାରା ଦେଶରେ ମୋଦୀ ହାୱା ବୋହୁଥିବା ବେଳେ ଓଡ଼ିଶା ତାହାର ବ୍ୟତିକ୍ରମ ଥିଲା । ୨୦୦୯ ନିର୍ବାଚନରେ ବିଜେଡ଼ି ୧୦୩ ଆସନ ପାଇଥିଲା ବେଳେ ୨୦୧୪ରେ ତାହା ୧୧୭ କୁ ବୃଦ୍ଧି ପାଇଥିଲା । ସେହିଭଳି ଲୋକସଭାରେ ୨୦ଟି ଆସନରେ ଦଳ ବିଜୟୀ ହୋଇଥିଲା । ସେତେବେଳେ ବି ସରକାର ବିରୋଧୀ ହାୱା କଥା କୁହାଯାଉଥିଲା । ବିରୋଧୀଙ୍କ ପକ୍ଷରୁ ଖଣି, ପାଣି ଦୁର୍ନୀତିର ନାରା ଦିଆଯାଇଥିଲା । ମାତ୍ର ଭୋଟ ଫଳାଫଳ ବଦଳି ନ ଥିଲା । ଚଳିତ ଶାସନକାଳରେ ନବୀନଙ୍କ ନେତୃତ୍ୱ ଓ ବ୍ୟକ୍ତିତ୍ୱରେ ସେଭଳି କୌଣସି ପରିବର୍ତ୍ତନ ହୋଇନାହିଁ । ବିଭିନ୍ନ ସର୍ଭେକୁ ବିଶ୍ୱାସ କଲେ ତାଙ୍କ ଲୋକପ୍ରିୟତା ଆଜି ବି ଶୀର୍ଷରେ । ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାବାସୀ ତାଙ୍କୁ ଦେଖିବାକୁ ଚାହାନ୍ତି ବୋଲି ବିଭିନ୍ନ ସଂସ୍ଥାର ସର୍ଭେ ରିପୋର୍ଟ କହୁଛି ।
ସେପଟେ ବିଗତ ୪ ବର୍ଷ ହେଲା ବିଜେପି ଏଠି ମୁଖ୍ୟ ବିରୋଧୀ ଦଳ ଭାବେ ନିଜକୁ ପ୍ରଚାର କରିଆସିଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରେ ଦଳର ପରିଚାଳନା ଦାୟିତ୍ୱ ରହିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଓଡ଼ିଶାକୁ ଫୋକସ୍ ରେ ରଖିଛନ୍ତି । ଆଗାମୀ ବିଧାନସଭାରେ ବିଜେପି ୧୨୦ ରୁ ଅଧିକ ଆସନ ପାଇବ ବୋଲି ବ୍ଲୁ ପ୍ରିଣ୍ଟ କରିଛନ୍ତି । ମଝିରେ ମଝିରେ ଓଡ଼ିଶା ଆସି ନବୀନଙ୍କୁ ଗାଦିଚ୍ୟୁତ କରିବାକୁ ରଣହୁଙ୍କାର ଦେଉଛନ୍ତି । ଖୋଦ୍ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଓଡ଼ିଶାରେ ବିଜେପିର ଭବିଷ୍ୟତ ନେଇ କର୍ମୀଙ୍କୁ ଆଶା ଦେଖାଉଛନ୍ତି । ତେବେ ଏସବୁ କେବଳ ଭାଷଣ ଓ କାଗଜ କଲମରେ ସୀମାବଦ୍ଧ ରହିଛି ।
ବିଜେପି ପାଇଁ ଦୁର୍ଭାଗ୍ୟ ଯେ ଆଜି ପର୍ଯ୍ୟନ୍ତ ଧର୍ମେନ୍ଦ୍ର ପ୍ରଧାନ ଦଳର ସବୁ ମହଲରେ ଆଦୃତ ହୋଇପାରିନାହାନ୍ତି କି ଲୋକଙ୍କ ପାଖରେ ସର୍ବମାନ୍ୟ ନେତାର ଆଦର ପାଇନାହାନ୍ତି । ଅମିତ୍ ଶାହାଙ୍କ ଆର୍ଶିବାଦ ଥାଇ ମଧ୍ୟ ପାୱାରଫୁଲ୍ ଧର୍ମେନ୍ଦ୍ର ନିଜର ନେତୃତ୍ୱ ଓ ଦକ୍ଷତା ଦେଖାଇବାରେ ବିଫଳ ହୋଇଛନ୍ତି । ପ୍ରଚାର ପାଇଁ ଅଜସ୍ର ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ତୃଣମୂଳ ସଂଗଠନ ସଜାଡ଼ି ପାରିନାହାନ୍ତି । ନବୀନ ପଟ୍ଟନାୟକଙ୍କୁ ଚାଲେଂଜ କଲା ଭଳି ଏକ ସଂଗଠିତ ବିରୋଧୀ ଶକ୍ତି ଦେବାରେ ସେ ବିଫଳ ହୋଇଛନ୍ତି ।
ସବୁ ଦୋଷ ଦୁର୍ବଳତା ସତ୍ତ୍ୱେ ବି ନବୀନଙ୍କୁ ହଟାଇ ଶାସନଗାଦିର ସ୍ୱପ୍ନ ଦେଖି ଆସୁଛି ବିଜେପି । ମୋଦୀଙ୍କ ଲୋକପ୍ରିୟତାକୁ ପୁଂଜି କରି ନବୀନଙ୍କୁ ସାମନା କରିବାକୁ ବିଜେପି ବଡ଼ପଣ୍ଡାମାନେ ପ୍ରସ୍ତୁତ ହେଉଥିବା ବେଳେ ୫ ଟି ରାଜ୍ୟର ନିର୍ବାଚନ ଫଳ ସେଥିରେ ଚଡ଼କ ପକାଇଛି । ଓଡ଼ିଶା ଉପରେ ବିଜେପି ହାଇକମାଣ୍ଡ ନଜର କେନ୍ଦ୍ରୀଭୂତ କରିବା ସ୍ଥିତି ଆଉ ନାହିଁ । ବିଜେଡ଼ିକୁ ଏହା ଅଧିକ ଫାଇଦାରେ ରଖିବ ବୋଲି କୁହାଗଲାଣି ।
ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ନିର୍ବାଚନ ଫଳାଫଳ କଂଗ୍ରେସ ପାଇଁ ସମ୍ପୂର୍ଣ୍ଣ ଉତ୍ସାହଜନକ ହୋଇଥିଲେ ମଧ୍ୟ ଓଡ଼ିଶାରେ ଦଳ ତାହାର ଫାଇଦା ନେବା ଅବସ୍ଥାରେ ହିଁ ନାହିଁ । ଏଠି କଂଗ୍ରେସ ଲୋକଙ୍କ ଆସ୍ଥା ହରାଇ ୧୮ ବର୍ଷ ହେଲା କ୍ଷମତାରୁ ଦୂରେଇ ରହିବା ପରେ ବି ନିଜକୁ ସଜାଡ଼ି ପାରିନାହିଁ । ଆଭ୍ୟନ୍ତରୀଣ କନ୍ଦଳରେ ନେତାମାନେ ଛନ୍ଦି ହୋଇପଡ଼ିଥିବା ଯୋଗୁଁ ସଂଗଠନ ଦୁର୍ବଳ ହୋଇପଡ଼ିଛି ଯେ ଉଠିପାରୁନାହିଁ । ନେତୃତ୍ୱ ବିବାଦ ଦଳ ପାଇଁ ଘାତକ ହୋଇଛି । ନିର୍ବାଚନ ପାଖେଇ ଆସୁଥିଲେ ମଧ୍ୟ କଂଗ୍ରେସ ଏହି ରୋଗରୁ ନିଜକୁ ମୁକ୍ତ କରିପାରିନି । ଏଭଳିସ୍ଥଳେ ସମସ୍ତେ ଏକାଠି ହୋଇ ଶକ୍ତିଶାଳୀ ନବୀନଙ୍କ ବିରୋଧରେ ଲଢ଼େଇ କରିବା ନିଶ୍ଚିତ କଷ୍ଟସାଧ୍ୟ । ତେବେ କଂଗ୍ରେସର ସ୍ଥିତିରେ ଏହା ଭିତରେ କିଛିଟା ଉନ୍ନତି ଆସିଥିଲେ ମଧ୍ୟ କ୍ଷମତା ସ୍ୱପ୍ନକୁ ଆଉ ରାତି ନାହିଁ ବୋଲି କୁହାଯାଉଛି । ତେବେ ପୂର୍ବାପେକ୍ଷା କଂଗ୍ରେସ ନିଶ୍ଚିତ ଅଧିକ ଆସନ ପାଇବ ଏବଂ ବିଜେପିକୁ ପଛରେ ପକାଇବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଅନୁମାନ କରୁଛନ୍ତି ।
ଏସବୁକୁ ଦୃଷ୍ଟିରେ ରଖିଲେ, ୫ ଟି ରାଜ୍ୟର ଫଳାଫଳର ପ୍ରଭାବ ରାଜ୍ୟ ରାଜନୀତି ଉପରେ ପଡ଼ିବ ହିଁ ପଡ଼ିବ । ଆଗକୁ ରାଜ୍ୟ ରାଜନୀତିରେ ଅନେକ ହଟଚମଟ ହେବ ବୋଲି ସୂଚନା ମିଳିଲାଣି । ରେ ରହିବା ପାଇଁ
Previous Post

ବିଜେପିରେ ଭାଳେଣି

Next Post

ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ଆରବିଆଇ ଗଭର୍ଣ୍ଣର

Next Post
ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ଆରବିଆଇ ଗଭର୍ଣ୍ଣର

ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ଆରବିଆଇ ଗଭର୍ଣ୍ଣର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA