Thursday, April 30, 2026 12:17 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବଦଳିଲେ ୧୮ ଓଏଏସ୍ ଅଫିସର

by Our Correspondent
04 Dec, 2019- 11:32 PM
in Latest News, News
1 min read
0
ବଦଳିଲେ ୧୮ ଓଏଏସ୍ ଅଫିସର
ଭୁବନେଶ୍ୱର: ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ରାଜ୍ୟ ସରକାର ବଡ଼ ଧରଣର ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମୋଟ ୧୮ ଓଏଏସ୍ ଙ୍କ ବଦଳି ତାଲିକା ଆଜି ପ୍ରକାଶ ପାଇଛି ।
ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ କୃଷ୍ଣ ପ୍ରସାଦ ପତିଙ୍କୁ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି । କେନ୍ଦୁଝର ପିଡ଼ି ଡିଆରଡ଼ିଏ ଉଦ୍ଧବ ଚରଣ ମାଝୀ ଯୋଜନା ଓ ସମନ୍ୱୟ ବିଭାଗକୁ ଆସିଛନ୍ତି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ଭାବେ ସେ କାର୍ଯ୍ୟ କରିବେ । ଇଡ଼କୋ ସିଜିଏମ୍ ଡ. ଗଣେଶ୍ୱର ଜେନା ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛନ୍ତି । ପଞ୍ଚାୟତିରାଜ ବିଭାଗର ଯୁଗ୍ମ ସଚିବ ମହେଶ୍ୱର ପାଣିଗ୍ରାହୀଙ୍କୁ କେନ୍ଦୁଝର ପିଡ଼ି, ଡିଆରଡିଏ ପଦରେ ଅବସ୍ଥାପିତ କରାଯାଇଛି । କଟକର ଏଡିଏମ୍ ଶ୍ରୀକାନ୍ତ ତରାଇଙ୍କୁ ମାଧ୍ୟମିକ ଶିକ୍ଷା ବୋର୍ଡର ସମ୍ପାଦକ ନିଯୁକ୍ତି ଦିଆଯାଇଛି । ଶିଳ୍ପ ବିଭାଗର ଯୁଗ୍ମ ସଚିବ ଶୁଭେନ୍ଦ୍ର କୁମାର ନାୟକଙ୍କୁ ଗଞ୍ଜାମ ଏଡ଼ିଏମ୍ ଭାବେ ବଦଳି କରାଯାଇଛି । ଓଡ଼ିଶା ଏସସି ଆଣ୍ଡ ଏସଟି ଡେଭେଲପମେଣ୍ଟ ଫାଇନାନସ୍ କୋଅପରେଟିଭ କର୍ପୋରେସନର ଜେନେରାଲ୍ ମ୍ୟାନେଜର ବାଳମୁକୁନ୍ଦ ଭୂୟାଁ ମାଲକାନଗିରି ପିଡ଼ି ଡିଆରଡିଏ ନିଯୁକ୍ତି ପାଇଛନ୍ତି । ଗଞ୍ଜାମ ଏଡ଼ିଏମ୍ ଲକ୍ଷ୍ମୀକାନ୍ତ ସେଠୀ ଶ୍ରମ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି ହୋଇଛନ୍ତି । କଳାହାଣ୍ଡି ପିଡି, ଡିଆରଡିଏ ଜ୍ଞାନରଂଜନ ଭଞ୍ଜଦେଓଙ୍କୁ ଗଜପତି ଏଡ଼ିଏମ୍ ନିଯୁକ୍ତି ଦିଆଯାଇଛି ।
ମହିଳା ଓ ଶିଶୁ ବିକାଶ ବିଭାଗର ଯୁଗ୍ମ ସଚିବ ଧରଣୀଧର ନନ୍ଦଙ୍କୁ କଟକ ଏଡ଼ିଏମ୍ ଭାବେ ବଦଳି କରାଯାଇଛି । ଏସଏସ ଏବଂ ଇପିଡ଼ି ବିଭାଗର ଯୁଗ୍ମ ସଚିବ ପ୍ରଭାତ କୁମାର ମହାପାତ୍ର କଳାହାଣ୍ଡି ପିଡ଼ି,ଡିଆରଡିଏ ହୋଇଛନ୍ତି । ଫୁଲବାଣୀ ଉପଜିଲ୍ଲାପାଳ ଭାବେ ଦୋଳମଣି ପଟେଲଙ୍କର ବଦଳି ଆଦେଶକୁ ବାତିଲ କରାଯାଇ ତାଙ୍କୁ ପୂର୍ବଭଳି ରେଢ଼ାଖୋଲ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି । ଉପବାଚସ୍ପତିଙ୍କର ବ୍ୟକ୍ତିଗତ ସଚିବ ରବୀନ୍ଦ୍ର କୁମାର ସେଠୀଙ୍କୁ ଅତିରିକ୍ତ ଦାୟିତ୍ୱ ଫେରାଇ ଦିଆଯାଇଛି । ପୂର୍ବପରି କ୍ରୀଡ଼ା ଓ ଯୁବସେବା ବିଭାଗର ଓଏସଡି ଭାବେ ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।
ସେହିଭଳି ଆଠଗଡ଼ ବିଡ଼ିଓ ଅଜାମ୍ବର ମହାନ୍ତିଙ୍କୁ ଢ଼େଙ୍କାନାଳ ଡିଆରଡିଏର ଏପିଡି(ପ୍ରଶାସନ) ଭାବେ ବଦଳି କରାଯାଇଛି । ରେଙ୍ଗାଲି ଜଳସେଚନ ପ୍ରକଳ୍ପ, ସୁକିନ୍ଦାର ସ୍ୱତନ୍ତ୍ର ଏଲଏଓ ଭାବେ ପାରଳାଖେମୁଣ୍ଡି ଅତିରିକ୍ତ ଉପଜିଲ୍ଲାପାଳ ସରୋଜ କୁମାର ବେହେରାଙ୍କ ବଦଳିକୁ ବାତିଲ କରାଯାଇଛି । ତାଙ୍କୁ ପାରଳାଖେମୁଣ୍ଡି ଆଇଟିଡିଏର ପିଏ ଭାବେ ନିଯୁକ୍ତି ଦିଆଯାଇଛି । ଧର୍ମଗଡ଼ ବିଡ଼ିଓ ଅଶୋକ କୁମାର ଭୋଇଙ୍କୁ ବୀରମହାରାଜପୁର ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ପାରଳାଖେମୁଣ୍ଡି ଆଇଟିଡିଏ ପିଏ ଶେଷଦେବ ମିଶ୍ରଙ୍କୁ ପାରଳଖେମୁଣ୍ଡି ଅତିରିକ୍ତ ଉପଜିଲ୍ଲାପାଳ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବିଡ଼ିଓ ସୁରେଶ ଚନ୍ଦ୍ର ପ୍ରଧାନଙ୍କୁ ଫୁଲବାଣୀ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।
Previous Post

ଖୋଲିଲା ଅପରାଜିତାଙ୍କ ପୋଲ୍

Next Post

‘କାଳିଆ’ ଅଙ୍କକୁ ଗଲେନି ଅରୁଣ

Next Post
‘କାଳିଆ’ ଅଙ୍କକୁ ଗଲେନି ଅରୁଣ

‘କାଳିଆ’ ଅଙ୍କକୁ ଗଲେନି ଅରୁଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA