Wednesday, April 29, 2026 10:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘କାଳିଆ’ ଅଙ୍କକୁ ଗଲେନି ଅରୁଣ

by Our Correspondent
05 Dec, 2019- 09:23 PM
in Latest News, News
1 min read
0
‘କାଳିଆ’ ଅଙ୍କକୁ ଗଲେନି ଅରୁଣ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ କିଷାନ ଯୋଜନା ସହ କାଳିଆ ଯୋଜନାର ମିଶ୍ରଣ ପାଇଁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇସାରିଛି । ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସଂକ୍ରାନ୍ତରେ ରାଜ୍ୟ ସରକାର ଚୁପ୍ ରହିଥିଲେ । ଆଜି ସାମ୍ବାଦିକମାନେ ଘେରିବା ପରେ କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପାଟି ଖୋଲିଛନ୍ତି । ପିଏମ କିଷାନ ସହ କାଳିଆ ଯୋଜନାର ମିଶ୍ରଣକୁ ମନ୍ତ୍ରୀ ହଁ କରିବା ସହ କାଳିଆ ଯୋଜନା ଚାଲୁ ରହିବ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ଏହାର ଅଙ୍କ ବତାଇନାହାନ୍ତି ଅରୁଣ ।
ଆନ୍ଧ୍ରପ୍ରଦେଶର ‘ଅନ୍ନଦାତା ସୁଖିଭବ’ ଯୋଜନାକୁ କେନ୍ଦ୍ର ସରକାରଙ୍କ ପିଏମ୍ କିଷାନ ସହିତ ଯେଭଳି ବିଲୟ କରାଯାଇଛି, ସେହି ଢ଼ାଞ୍ଚାରେ ‘କାଳିଆ’ ଯୋଜନାକୁ ବିଲୟ କରିବାକୁ ରାଜ୍ୟ ସରକାର ଚାହୁଁଥିବା କୃଷିମନ୍ତ୍ରୀ ହାଲକା ସୂଚନା ଦେଇଛନ୍ତି ।
କାଳିଆ ଯୋଜନାରେ ଚାଷୀ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ପାଇବାର ଯେଉଁ ବ୍ୟବସ୍ଥା ଅଛି କିଷାନ ସହ କାଳିଆର ମିଶ୍ରଣ ପରେ ଚାଷୀଙ୍କୁ ସେହି ୧୦ ହଜାର ଟଙ୍କା ସହାୟତା ମିଳିବାର ବ୍ୟବସ୍ଥା କରାଯାଉଛି । ସୁତରାଂ କାଳିଆ ଯୋଜନାକୁ ନେଇ ଚାଷୀଙ୍କ ମନରେ ଯେଭଳି ଦ୍ୱନ୍ଦ ନ ରହେ ସେଥିପାଇଁ କୃଷିମନ୍ତ୍ରୀ ଚାଲାକ ହୋଇ ପଦେ ଦିପଦ ପ୍ରାଞ୍ଜଳ ଉତ୍ତର ଦେଇଛନ୍ତି । କେନ୍ଦ୍ର-ରାଜ୍ୟ ଭାଗମାପର ଗଣିତ ଚାଷୀଙ୍କ ମୁଣ୍ଡରେ ପୂରାଇବାକୁ ଚାହିଁନାହାନ୍ତି ।
ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ମିଳିବାର ବ୍ୟବସ୍ଥା ଥିବା ବେଳେ କାଳିଆ ଯୋଜନାରେ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଘୋଷଣା ହୋଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଏହା ପୃଥକ୍ ଯୋଜନା ହୋଇଥିବାରୁ ଓଡ଼ିଶାର ଚାଷୀ ବର୍ଷକୁ ୧୬ ହଜାର ଟଙ୍କା ପାଇଥାଆନ୍ତେ । ମାତ୍ର କିଷାନରେ କାଳିଆ ବିଲୟ ହେବାର ନୂଆ ବ୍ୟବସ୍ଥାରେ ଚାଷୀଙ୍କୁ ସର୍ବମୋଟ ୧୦ ହଜାର ଟଙ୍କା ମିଳିବ । ସେଥିରୁ କେନ୍ଦ୍ର ସରକାର ୬ ହଜାର ଟଙ୍କା ଏବଂ ରାଜ୍ୟ ସରକାର ୪ ହଜାର ଟଙ୍କା ଦେବେ । ଏହି ପାଇଁ ଉଭୟ କେନ୍ଦ୍ର୍ର ଓ ରାଜ୍ୟ ସରକାର ସମ୍ମତି ଦେଇଥିବା ଜଣାପଡ଼ିଛି ।
ଅନ୍ୟପକ୍ଷରେ ପିଏମ୍ କିଷାନ ଯୋଜନାରେ ଭୂମିହୀନ ଚାଷୀଙ୍କ ପାଇଁ କିଛି ବ୍ୟବସ୍ଥା ନାହିଁ ଯାହା କି ‘କାଳିଆ’ରେ ଅଛି । ‘କାଳିଆ’ରେ ଏହି ଭୂମିହୀନ ଚାଷୀଙ୍କ ପାଇଁ ବାର୍ଷିକ ୧୨,୫୦୦ ଟଙ୍କାର ସହାୟତା ବ୍ୟବସ୍ଥା ଥିଲା । ନୂଆ ବ୍ୟବସ୍ଥାରେ ଏହି ଭୂମିହୀନ ଚାଷୀ ବଞ୍ଚିତ ହେବେ ନାହିଁ । ସେମାନଙ୍କୁ ପୂର୍ବଭଳି ରାଜ୍ୟ ସରକାର ସହାୟତା ପ୍ରଦାନ କରିବେ । ରାଜ୍ୟ ସରକାରଙ୍କ ଏହି ମିଶ୍ରଣ ପ୍ରସ୍ତାବରେ କେନ୍ଦ୍ର ସରକାର ମୋହର ମାରିଥିବା ଜଣାପଡ଼ିଛି ।
ସ୍ମରଣଯୋଗ୍ୟ, ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାର ଚାଷୀକୂଳଙ୍କ ପାଇଁ ରାଜ୍ୟ ସରକାର ‘କାଳିଆ’ ଯୋଜନା ଘୋଷଣା କରିଥିଲେ । ପରେ ପରେ କେନ୍ଦ୍ର ସରକାର ପିଏମ୍ କିଷାନ ଯୋଜନା ଘୋଷଣା କରିଥିଲେ । ଏହି ଦୁଇଟି ଯୋଜନାକୁ ନେଇ ବିଜେଡ଼ି ଓ ବିଜେପି ମଧ୍ୟରେ ମୁହାଁମୁହିଁ ହୋଇଥିଲା । ବିଜେଡ଼ି ତାର ନିର୍ବାଚନୀ ପ୍ରଚାରରେ ‘କାଳିଆ’ କୁ ମୁଖ୍ୟ ଅସ୍ତ୍ର କରିଥିଲା ବେଳେ ‘କାଳିଆ’ ନାଁରେ ଚାଷୀଙ୍କୁ ଟଙ୍କା ଦେଇ ବିଜେଡ଼ି ଭୋଟ ହାତେଇବାକୁ ଉଦ୍ୟମ କରୁଛି ବୋଲି ବିରୋଧୀ ଦଳ ତମ୍ବିତୋଫାନ କରିଥିଲେ । ତେବେ ନିର୍ବାଚନ ପରବର୍ତ୍ତୀ ସମୟରେ ରାଜ୍ୟ ବିଜେଡ଼ି ସହ କେନ୍ଦ୍ର ବିଜେପିର ସମ୍ପର୍କ ବଢ଼ିଯାଇଛି । ଏହି ଦୃଷ୍ଟିରୁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଦୁଇ ବୃହତ୍ତ ଯୋଜନାର ମିଶ୍ରଣକୁ ନେଇ ବୁଝାମଣା ହୋଇଥିବା କୁହାଯାଉଛି ।
ତେବେ ରାଜ୍ୟ ସରକାରଙ୍କର ‘କାଳିଆ’ ଆଭିମୁଖ୍ୟକୁ ଉଭୟ କଂଗ୍ରେସ ଓ ରାଜ୍ୟ ବିଜେପି ନେତାମାନେ ସମାଲୋଚନା କରିଛନ୍ତି । ନବନିର୍ମାଣ କୃଷକ ସଂଗଠନ ଏହି ପ୍ରସଙ୍ଗରେ ଆନ୍ଦୋଳନର ଡାକରା ଦେଇଛି ।
Previous Post

ବଦଳିଲେ ୧୮ ଓଏଏସ୍ ଅଫିସର

Next Post

୪ ରାକ୍ଷସଙ୍କୁ ଗୁଳି କରିଦେଲା ହାଇଦ୍ରାବାଦ ପୁଲିସ

Next Post
୪ ରାକ୍ଷସଙ୍କୁ ଗୁଳି କରିଦେଲା ହାଇଦ୍ରାବାଦ ପୁଲିସ

୪ ରାକ୍ଷସଙ୍କୁ ଗୁଳି କରିଦେଲା ହାଇଦ୍ରାବାଦ ପୁଲିସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA