Wednesday, April 29, 2026 09:09 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୪ ରାକ୍ଷସଙ୍କୁ ଗୁଳି କରିଦେଲା ହାଇଦ୍ରାବାଦ ପୁଲିସ

by Our Correspondent
06 Dec, 2019- 12:25 PM
in Latest News, National, News
1 min read
0
୪ ରାକ୍ଷସଙ୍କୁ ଗୁଳି କରିଦେଲା ହାଇଦ୍ରାବାଦ ପୁଲିସ

ହାଇଦ୍ରାବାଦ: ନ୍ୟାୟ ପାଇଁ ଆଉ କୋର୍ଟ କଚେରୀ ଦୌଡିବାକୁ ପଡ଼ିଲା ନାହିଁ । ହାଇଦ୍ରାବାଦ ପୁଲିସ ସେଇ ୪ ଜଣ କୁତ୍ତେ କମିନେ କୁ ଗୁଳି କରି ମାରିଦେଇଛି । ଗତ ୨୭ ତାରିଖ ରାତିରେ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କୁ ଏମାନେ ରାସ୍ତାରୁ ଉଠାଇ ନେଇ ରେପ୍ କରିବା ପରେ ପେଟ୍ରୋଲ୍ ଢ଼ାଳି ଜାଳିଦେଇଥିଲେ । ଏହି ଜଘନ୍ୟ କାଣ୍ଡ ସମଗ୍ର ଦେଶବାସୀଙ୍କୁ ସ୍ତବଧ କରିଦେଇଥିଲା । ଦୁଷ୍କର୍ମକାରୀ ନରରାକ୍ଷସଙ୍କୁ କଠୋର ଦଣ୍ଡ ଦେବା ପାଇଁ ପାର୍ଲିଆମେଣ୍ଟଠାରୁ ଗାଁ ରାସ୍ତା ପର୍ଯ୍ୟନ୍ତ ସବୁଆଡୁ ତୀବ୍ର ସ୍ୱର ଉଠିଥିବା ବେଳେ ହାଇଦ୍ରାବାଦ ପୁଲିସ ତାହାକୁ ତୁରନ୍ତ କାମରେ ଦେଖେଇ ଦେଇଛି । ଫଏସଲା ଅନ୍ ଦି ସ୍ପଟ୍ ଜରିଆରେ ଏହି ଭୟଙ୍କର କଳଙ୍କଗୁଡ଼ିକୁ ସଫା କରିଦେଇଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗଲା ରାତି ପ୍ରାୟ ୩.୩୦ରେ ଏହି ଘଟଣା ଘଟିଛି । ଗିରଫ ହୋଇଥିବା ୪ ଅଭିଯୁକ୍ତ ମହମ୍ମଦ ଆରିଫ୍(୨୬), ଜେ.ନବୀନ(୨୦), ଜେ.ଶିବା(୨୦) ଏବଂ ସି. ଭୁଲୁ(୨୦)ଙ୍କୁ ସ୍ପଷ୍ଟ ଇନକ୍ୱାରୀ ପାଇଁ ଦୁଷ୍କର୍ମସ୍ଥଳ ହାଇଦ୍ରାବାଦ ସହରଠାରୁ ୫୦ କିଲୋମିଟର ଦୂରରେ ଅବସ୍ଥିତ ୪୪ ନମ୍ବର ଜାତୀୟ ରାଜପଥର ଚେତନାପାଲି ଓଭରବ୍ରିଜ୍ ତଳକୁ ନେଇଥିଲା ପୁଲିସ । ଅଭିଯୁକ୍ତଙ୍କୁ ଧରି ପୁଲିସ ସିନ୍ ରିକ୍ରିଏସନ୍ କରୁଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଟ୍ରକ ଡ୍ରାଇଭର ମହମ୍ମଦ ଆରିଫ୍ ତାର ଅନ୍ୟ ୩ ସହଯୋଗୀଙ୍କୁ ଠାରରେ ପୁଲିସ କବଳରୁ ଖସିଯିବାକୁ ଇଙ୍ଗିତ କରିଥିଲା । ୪ ଜଣ ଯାକ ମିଶି ପୁଲିସ କବଳରୁ ଧାଇଁବାକୁ ଉଦ୍ୟମ କରିଥିଲେ । ଏପରିକି ପୁଲିସ ହାତରୁ ବନ୍ଧୁକ ଛଡ଼ାଇ ଗୁଳିମାଡ଼ କରିଥିଲେ । ଏହାର ଜବାବରେ ପୁଲିସ କାଳବିଳମ୍ବ ନ କରି ସେମାନଙ୍କୁ ଏନକାଉଣ୍ଟର କରିଥିଲା । ୪ ଜଣ ଯାକକୁ ଗୁଳି କରି ମାରିଦେଲା ।

ହାଇଦ୍ରାବାଦ ପୁଲିସର ଏହି କାର୍ଯ୍ୟକୁ ଦେଶର ବିଭିନ୍ନ କୋଣ ଅନୁକୋଣରୁ ପ୍ରବଳ ସାବାସୀ ମିଳିଛି । ଏଭଳି ଦୁର୍ଦ୍ଦଶ ନାରକୀୟ ଅପରାଧୀଙ୍କୁ ତ୍ୱରିତ୍ ଦଣ୍ଡ ଦେଇଥିବାରୁ ପୁଲିସ ପ୍ରଶଂସାର ପାତ୍ର ବୋଲି ସବୁସ୍ତରରୁ ପ୍ରତିକ୍ରିୟା ଆସୁଛି । ହାଇଦ୍ରାବାଦ ପୁଲିସକୁ ସମସ୍ତେ ସାଲ୍ୟୁଟ୍ ମାରି ସମାନ ଅପରାଧୀମାନଙ୍କ ପାଇଁ ଏଭଳି ଦଣ୍ଡ ପ୍ରଜୁଯ୍ୟ ବୋଲି କହିଛନ୍ତି ।
ଏହି ନରରାକ୍ଷସଙ୍କ ଦ୍ୱାରା ଜୀବନ ହରାଇଥିବା ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ପରିବାର ମୁହଁରେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ଖୁସି ଆଣିଛି । ତେଲେଙ୍ଗାନା ପୁଲିସକୁ ତାଙ୍କ ପରିବାର ସାଧୁବାଦ ଜଣାଇଛନ୍ତି । ଏହା ସେମାନଙ୍କୁ ତ୍ୱରିତ ନ୍ୟାୟ ଦେଇପାରିଛି ବୋଲି ପ୍ରିୟଙ୍କାଙ୍କ ବାପାମାଆ କହିଛନ୍ତି । ଆମ ଝିଅର ଆତ୍ମା ଏବେ ଶାନ୍ତି ପାଇବ ବୋଲି ସେମାନେ କହିଛନ୍ତି ।
ସୂଚନାଯୋଗ୍ୟ,ଗତ ୨୭ ତାରିଖ ରାତିରେ ଘଟିଥିବା ଏହି ଅମାନବୀୟ ଜଘନ୍ୟ କାଣ୍ଡର ସଂପୃକ୍ତ ୪ ନରରାକ୍ଷସଙ୍କୁ ୨୯ ତାରିଖରେ ପୁଲିସ ଗିରଫ କରିବାରେ ସଫଳ ହୋଇଥିଲା । ୩୦ ତାରିଖରେ ସେମାନଙ୍କୁ କୋର୍ଟ ଚାଲାଣ ବେଳେ ସଦନଗର ଥାନା ବାହାରେ ହଜାର ହଜାର ଉତ୍ତ୍ୟକ୍ତ ଜନତା ଆସାମୀମାନଙ୍କୁ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ । ଉତ୍ତ୍ୟକ୍ତ ଜନତାଙ୍କ କବଳରୁ ରକ୍ଷା କରି ୪ ଅଭିଯୁକ୍ତଙ୍କୁ ଚେରାପଲ୍ଲୀ ଜେଲ୍ ହାତକୁ ପଠାଯାଇଥିଲା । ଗତ ବୁଧବାର ଦିନ ସେମାନଙ୍କୁ ୧୪ ଦିନିଆ ରିମାଣ୍ଡରେ ଆଣିଥିଲା ପୁଲିସ । ଏହି ଜଘନ୍ୟ କାଣ୍ଡ ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା ।
Previous Post

‘କାଳିଆ’ ଅଙ୍କକୁ ଗଲେନି ଅରୁଣ

Next Post

୬ ଜିଲ୍ଲା ପାଇଁ ସ୍ୱାସ୍ଥ୍ୟ ପ୍ୟାକେଜ୍

Next Post

୬ ଜିଲ୍ଲା ପାଇଁ ସ୍ୱାସ୍ଥ୍ୟ ପ୍ୟାକେଜ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA