ଭୁବନେଶ୍ୱର() ଆଇଏଏସ୍ ଅଫିସରସ୍ତରରେ ଆଜି ଏକ ବଡ଼ ଧରଣର ଅଦଳବଦଳ ହୋଇଛି । ଏଥିରେ ୯ ଜିଲ୍ଲାପାଳଙ୍କ ସମେତ ୧୮ ଆଇଏଏସ୍ ଙ୍କର ବଦଳି ହୋଇଛି । ସୁନ୍ଦରଗଡ଼, ଢ଼େଙ୍କାନାଳ, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ନୂଆପଡ଼ା, ମୟୁରଭଞ୍ଜ, ଖୋର୍ଦ୍ଧା ଓ ବରଗଡ ଜିଲ୍ଲାରେ ନୂଆ ଜିଲ୍ଲାପାଳଙ୍କୁ ଅବସ୍ଥାପିତ କରାଯାଇଛି । ମୟୁରଭଂଜରେ ୪ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଜିଲ୍ଲାପାଳ ଥିବା ରାଜେଶ ପ୍ରଭାକର ପାଟିଲଙ୍କୁ ଜିଲ୍ଲାରୁ ହଟାଯାଇଛି । ତାଙ୍କ ଜାଗାରେ ଏସ.କେ.ମୀନା ମୟୁରଭଂଜର ନୂଆ ଜିଲ୍ଲାପାଳ ହୋଇଛନ୍ତି । ନବନିଯୁକ୍ତ ଅନ୍ୟ ଜିଲ୍ଲାପାଳମାନେ ହେଲେ ଭିନୀତ ଭରଦ୍ୱାଜ-ସୁନ୍ଦରଗଡ଼, ବି.ଏସ.ପୁନିଆ-ଢ଼େଙ୍କାନାଳ, ଅଞ୍ଜନ କୁମାର ମାଣିକ-କଳାହାଣ୍ଡି, ଡି.ବୃନ୍ଦା-କନ୍ଧମାଳ, ରେଘୁ ଜି- କେନ୍ଦ୍ରାପଡ଼ା, ପୁମା ଟୁଡୁ-ନୂଆପଡ଼ା, ରୂପାରୋଶନ ସାହୁ-ଖୋର୍ଦ୍ଧା ଏବଂ ଖଗେନ୍ଦ୍ର କୁମାର ପାଢ଼ୀ-ବରଗଡ଼ ।
ସେହିପରି ମହମ୍ମଦ ସାଦିକ୍ ଆଲାମ-ସିଇଓ, ସେସୁ, ରାଜେଶ ପ୍ରଭାକର ପାଟିଲ-ଓଏସଡି, ଓଡ଼ିଶା ସ୍କିଲ୍ ହେଭେଲପମେଣ୍ଟ ଅଥରିଟି, ନିରଞ୍ଜନ ସାହୁ-ଶିଳ୍ପ ନିର୍ଦ୍ଦେଶକ ଏବଂ ଓଏସଆଇସିର ଏମଡ଼ି ଭାବେ ଅତିରିକ୍ତ ଦାୟିତ୍ୱ, ନିଖିଲ୍ ପବନ କଲ୍ୟାଣ- କମିସନର, ବ୍ରହ୍ମପୁର ମ୍ୟୁନିସିପାଲ୍ କର୍ପୋରେସନ, ମନୀଷ ଅଗ୍ରୱାଲ- ଡେପୁଟି ସେକ୍ରୋଟାରି, ଗୃହ ବିଭାଗ, ଡି.ଏନ.ପାଢ଼ୀ- ସେକ୍ରୋଟାରି, ଓଏସଆଇସି, ଶୁଭମ୍ ସାକ୍ସସେନା- ଉପାଧ୍ୟକ୍ଷ, କଟକ ଉନ୍ନୟନ କର୍ତ୍ତୃପକ୍ଷ, ସଞ୍ଜୟ କୁମାର ଭି-ଡେପୁଟି ସେକ୍ରୋଟାରି, ଜଳସମ୍ପଦ ବିଭାଗ, ମଧୁସ୍ମିତା ସାହୁ-ଏମଡ଼ି, ଓଏଆଇସି ଏବଂ ଏମଡ଼ି,ଓଏସସିଡିସିଏଲରେ ଅବସ୍ଥାପିତ କରାଯାଇଛି । ଆଜି ସଂଧ୍ୟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତ୍ରୀୟ ବିଜ୍ଞପ୍ତି ପ୍ରକାଶ ପାଇଛି ।