Friday, April 17, 2026 06:20 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବନ୍ୟାରେ ଭାସିଲା କଲ୍ୟାଣସିଂହପୁର, ଆହୁରି ପ୍ରବଳ ବର୍ଷିବ

by Our Correspondent
16 Jul, 2017- 03:20 PM
in Latest News
1 min read
0
ବନ୍ୟାରେ ଭାସିଲା କଲ୍ୟାଣସିଂହପୁର, ଆହୁରି ପ୍ରବଳ ବର୍ଷିବ

ରାୟଗଡ଼ା/କଳାହାଣ୍ଡି: ଆଜି ବନ୍ୟାଜଳରେ ଭାସୁଛି ରାୟଗଡ଼ାର କଲ୍ୟାଣସିଂହପୁର । ପ୍ରବଳ ବର୍ଷା ଯୋଗୁଁ ଗତ ରାତିରେ ଅଚାନକ ନାଗାବଳୀ ଓ କଲ୍ୟାଣୀ ନଦୀ ଉଛୁଳିଥିଲା ଏବଂ ବନ୍ୟାଜଳ ମାଡ଼ି ଆସିଥିଲା କଲ୍ୟାଣପୁର ଟାଉନ୍ ଓ ସଦର ଅଞ୍ଚଳକୁ । କଲ୍ୟାଣପୁରସିଂହପୁର ଟାଉନ ସମେତ ବାଲିପଦର, ବିଲଉଣ୍ଡା, ମାଝିଗୁଡ଼ା, କୁମ୍ଭୀରଗୁଡ଼ା ଆଦି ଗାଁରେ ୫ରୁ ୮ ଫୁଟ ଉଚ୍ଚରେ ପାଣି ଲହଡ଼ି ଭାଙ୍ଗୁଛି । ୧୦ ହଜାର ଲୋକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛନ୍ତି । ରହିବାକୁ ବାସ, ପିଇବା ପାଣି, ଯୋଗାଯୋଗ ଓ ବିଜୁଳି ବ୍ୟବସ୍ଥା କଟିଯାଇଥିବାରୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟାପାଣିରେ ୭ ଟି ପୋଲ ଭାଙ୍ଗି ଭାସିଯାଇଛି । ଥେରୁବାଲି ନିକଟ କାର୍ତ୍ତିକଗୁଡ଼ା ନିକଟରେ ରେଳୱେ ବ୍ରିଜ୍ ଭାଙ୍ଗିଯାଇଛି । କଲ୍ୟାଣପୁରରୁ ରାୟଗଡ଼ା ଓ ଭବାନୀପାଟଣାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

କଳାହାଣ୍ଡିରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଅବସ୍ଥା ଅଣାୟତ୍ତ ହୋଇପଡ଼ିଛି । ଜୁନାଗଡ଼ ନିକଟରେ ହାତୀ ନଦୀ ପୋଲ ଭାସିଯାଇଛି । ଜୟପୁର, ନବରଙ୍ଗପୁର ଓ କୋରାପୁଟକୁ ଗାଡି ଚଳାଚଳ ବନ୍ଦ ହୋଇଯାଇଛି । ଅନେକ ରାସ୍ତାରେ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିଛି । ରାୟଗଡ଼ା ଓ କଳାହାଣ୍ଡିରେ ବର୍ଷା ଓ ବନ୍ୟା ବିତ୍ପତ୍ତି ଯୋଗୁଁ ରେଳ ଚଳାଚଳ ସାଂଘାତିକ ପ୍ରଭାବିତ ହୋଇଛି । ଜଳଘେରିରେ ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉଦ୍ଧାର କାର୍ଯ୍ୟରେ ସେନାବାହିନୀ ହେଲିକପ୍ଟରକୁ ଲଗାଯାଇଛି । ଓଡ୍ରାଫ୍ ଟିମ୍, ସିଆରପିଏଫ୍ ଜବାନ ଏବଂ ଅଗ୍ନିଶମ ବିଭାଗକୁ ନିୟୋଜିତ କରାଯାଇଛି । ଦୁଇଟି ଜିଲ୍ଲାର ବିଡ଼ିଓ, ତହସିଲଦାରମାନଙ୍କୁ ହେଡକ୍ୱାଟର ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ସଂପୃକ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସ୍ୱତନ୍ତ୍ର ରିଲିଫ୍ କମିସନର ବନ୍ୟାସ୍ଥିତିର ପ୍ରତ୍ୟକ୍ଷ ଅନୁଧ୍ୟାନ କରୁଛନ୍ତି ।

ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲ୍ୟାଣସିଂହପୁର ବନ୍ୟାସ୍ଥିତିର ସମୀକ୍ଷା କରିଛନ୍ତି । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ  ଦେଇଛନ୍ତି । ଜିଲ୍ଲାପାଳ ଓ ଅଫିସରମାନେ ସ୍ଥିତି ପ୍ରତି ସମ୍ପୂର୍ଣ୍ଣ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ  ଦେଇଛନ୍ତି ।
ସେପଟେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇ ଘନୀଭୂତ ହେଉଛି । ଏହାର ପ୍ରଭାବରେ ରାଜ୍ୟର ଅନ୍ୟାନ୍ୟ ସ୍ଥାନ ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ରାୟଗଡ଼ା, ଗଜପତି, ଗଞ୍ଜାମ, ନୂଆପଡ଼ା, ମାଲକାନଗିରି ଓ ନବରଙ୍ଗପୁରରେ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି । ସମୁଦ୍ରକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି । ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଜିଲ୍ଲାପାଳମାନେ ସତର୍କ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Previous Post

ଜାତୀୟ ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କୁ ବିରୋଧ କରି ଫସିଲେ

Next Post

ବିଜେଡ଼ି ନେତ୍ରୀଙ୍କ ସେଲଫି ନିଶା

Next Post
ବିଜେଡ଼ି ନେତ୍ରୀଙ୍କ ସେଲଫି ନିଶା

ବିଜେଡ଼ି ନେତ୍ରୀଙ୍କ ସେଲଫି ନିଶା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA