Thursday, April 30, 2026 01:09 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବବିଙ୍କୁ ବିଜେଡ଼ି ସଂଗଠନର ସମ୍ପୂର୍ଣ୍ଣ ଦାୟିତ୍ୱ

by Our Correspondent
05 Mar, 2020- 02:17 PM
in Latest News, News, Politics
1 min read
0
ବବିଙ୍କୁ ବିଜେଡ଼ି ସଂଗଠନର ସମ୍ପୂର୍ଣ୍ଣ ଦାୟିତ୍ୱ

ଭୁବନେଶ୍ୱର: ଯାଜପୁର ବିଧାୟକ ପ୍ରଣବ ପ୍ରକାଶ(ବବି) ଦାସଙ୍କ ହାତରେ ବିଜେଡ଼ି ସଂଗଠନ ଦାୟିତ୍ୱ ଛାଡ଼ିଛନ୍ତି ଦଳର ମୁଖିଆ ନବୀନ ପଟ୍ଟନାୟକ । ବିଜେଡ଼ି ସାଂଗଠନିକ ସମ୍ପାଦକ ପଦବୀରେ ରହି ବବି ସଂଗଠନର ସମ୍ପୂର୍ଣ୍ଣ ବ୍ୟାପାର ବୁଝିବେ । ବିଜୁବାବୁଙ୍କ ପବିତ୍ର ଜନ୍ମତିଥି ତଥା ୨୦ ବର୍ଷ ବିଜେଡ଼ି ସରକାରର ପୂର୍ତ୍ତି ଅବସରରେ ତାଙ୍କୁ ଏହି ବଡ଼ ଦାୟିତ୍ୱ ଦେଇଛନ୍ତି ସୁପ୍ରିମୋ ।

୨୦୧୪ ଏବଂ ୨୦୧୯ ସାଧାରଣ ନିର୍ବାଚନ ସମେତ ବିଜେପୁର ଏବଂ ପାଟକୁରା ଉପନିର୍ବାଚନ ବେଳେ ପ୍ରଣବ ପ୍ରକାଶ ଦଳ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ତାଙ୍କର ଏହି କାର୍ଯ୍ୟର ପୁରସ୍କାରସ୍ୱରୂପ ନବୀନ ତାଙ୍କୁ ସାଂଗଠନିକ ବ୍ୟାପାରର ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି ।
ସୂଚନାଥାଉକି, କିଛି ମାସ ତଳେ ବବିଙ୍କୁ ଦଳର ସାଂଗଠନିକ ବ୍ୟାପାରର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଥିଲା । ତେବେ ନିଷ୍ପତ୍ତି ନେବାର କ୍ଷମତା ନ ଥାଇ ଦଳର ଅନ୍ୟ ସାଧାରଣ ସମ୍ପାଦକ ଭଳି ତାଙ୍କ କାର୍ଯ୍ୟ ସୀମିତ ଥିଲା । ମାତ୍ର ଏବେ ସାଂଗଠନିକ ସମ୍ପାଦକର ସ୍ୱତନ୍ତ୍ର ପଦବୀ ସହ ତାଙ୍କୁ କ୍ଷମତା ଦିଆଯାଇଛି । ସାଂଗଠନିକ ବ୍ୟାପାର ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ପରାମର୍ଶ କରି ବବି ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।
ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ତଥା ବିଚକ୍ଷଣ ଟାଣୁଆ ରାଜନେତା ସ୍ୱର୍ଗତ ଅଶୋକ ଦାସଙ୍କ ପୁଅ ହେଉଛନ୍ତି ବବି । ଯାଜପୁର ଆସନରୁ ତୃତୀୟ ଥର ପାଇଁ ବିଧାୟକ ହୋଇଥିବା ଏହି ଯୁବନେତା କମ୍ ସମୟ ମଧ୍ୟରେ ଦଳର ଶୀର୍ଷ ସ୍ତରକୁ ଯିବା ପଛରେ ରହିଛି ନେତାଙ୍କ ପ୍ରତି ପ୍ରବଳ ଆନୁଗତ୍ୟ, ଦଳ ପ୍ରତି ନିଷ୍ଠା ଏବଂ କଠୋର ପରିଶ୍ରମ । ବିଜେଡ଼ି ପାଇଁ ସେ ଏକ ବଡ଼ ଆସେଟ୍ ବୋଲି ଦଳର ସବୁବର୍ଗ ନେତା ସ୍ୱୀକାର କରନ୍ତି । ୨୦୧୪ ରେ ଶକ୍ତିମନ୍ତ୍ରୀ ଭାବେ ନିଜର ଦକ୍ଷତା ପ୍ରତିପାଦନ କରିଥିବା ବବି ଏଥର ମନ୍ତ୍ରୀ ହେବାକୁ ମନା କରିଥିବା ଚର୍ଚ୍ଚା ହୋଇଥିଲା । ମନ୍ତ୍ରୀ ପଦରେ ନ ରହି ଦଳ ପାଇଁ କାର୍ଯ୍ୟ କରିବାକୁ ସେ ଆଗ୍ରହୀ ବୋଲି କୁଆଡ଼େ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ଦଳ ପାଇଁ ଦିନରାତି ଏକକାର କରୁଥିବା ଏଭଳି କ୍ୱଚିତ୍ ଯୁବନେତାଙ୍କୁ ଦେଖିବାକୁ ମିଳେ ବୋଲି ଦଳର ଅଧିକାଂଶ ନେତା ମତ ଦେଇଛନ୍ତି ।
ଗତ ସାଧାରଣ ନିର୍ବାଚନରେ ବିଜେଡ଼ିର ବିଜୟ ଅଭିଯାନରେ ବବିଙ୍କର ପ୍ରମୁଖ ଭୂମିକା ଥିଲା । ଜିଲ୍ଲା ଓ ପଞ୍ଚାୟତିୱାରୀ ଦଳୀୟ ସଂଗଠନ ଉପରେ ତାଙ୍କର ଅଖଣ୍ଡ ଦଖଲ ରହିଥିବା କୁହାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଭରସାରେ ଥିବା ବବିଙ୍କ ନେତୃତ୍ୱ ବିଜେଡ଼ି ସଂଗଠନକୁ ଆଗାମୀ ଦିନରେ ଅଧିକ ଶକ୍ତିଶାଳୀ କରିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବିଚାର କରୁଛନ୍ତି ।
Previous Post

ନବୀନ ଡୋରି:୨୦ ବର୍ଷରେ ତଥାପି ମଜବୁତ

Next Post

ବିଜୁବାବୁଙ୍କୁ ମନେ ପକାଇଲେ

Next Post
ବିଜୁବାବୁଙ୍କୁ ମନେ ପକାଇଲେ

ବିଜୁବାବୁଙ୍କୁ ମନେ ପକାଇଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA