Thursday, April 30, 2026 01:08 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବାଜିରେ ୬ ଲକ୍ଷ ମାଟ୍ରିକ୍ ପରୀକ୍ଷାର୍ଥୀ

by Our Correspondent
19 Feb, 2019- 11:40 PM
in Latest News, News, Politics
1 min read
0
ବାଜିରେ ୬ ଲକ୍ଷ ମାଟ୍ରିକ୍ ପରୀକ୍ଷାର୍ଥୀ
ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ଓଡ଼ିଶା ବନ୍ଦ । ରାସ୍ତାରେ ଗଡ଼ିବନି ଅଖଚକ । ବସ, ଟାକ୍ସି, ଅଟୋ, ଟ୍ରେନ୍ ସବୁ ବନ୍ଦ । ଚାଷୀ ସଂଗଠନର ଏହି ଆନେ୍ଦାଳନରେ କମାଲ୍ ଦେଖାଇବେ ବିଜେପି ଓ କଂଗ୍ରେସ । ରାସ୍ତାଘାଟ, ଦୋକାନବଜାର ଶୂନଶାନ ହୋଇଯିବ । ପିଟାପିଟି, ଜଳାଜଳି ବି ହୋଇପାରେ । କୌଣସି ସଂଗଠନର ବନ୍ଦ ଆନ୍ଦୋଳନରେ ରାଜନୈତିକ ଦଳର ସମର୍ଥନ ରହିଲେ ଏୟା ହବ ହିଁ ହବ । ସହଜେ ଆଗକୁ ନିର୍ବାଚନ ଅଛି । ତେଣୁ ବନ୍ଦ ଆନ୍ଦୋଳନ ଯେ ଜମିବ ସେଥିରେ ତିଳେମାତ୍ର ସନେ୍ଦହ ନାହିଁ ।
ପ୍ରସ୍ତାବିତ ବନ୍ଦ ପାଳନର ପରଦିନ ଅର୍ଥାତ୍ ୨୨ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ୬ ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା । ଅଧିକାଂଶ ଅଞ୍ଚଳରେ ୨୧ ତାରିଖରୁ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଜାଗାକୁ ବାହାରିଯିବେ । ସେପଟେ ପରୀକ୍ଷା ପ୍ରଶ୍ନପତ୍ର ଓ ଉତ୍ତର ଖାତା ବି ଯିବ ବିଭିନ୍ନ କେନ୍ଦ୍ରକୁ । ଆନ୍ଦୋଳନ ଡାକରା ଦେଇଥିବା ନବ ନିର୍ମାଣ କୃଷକ ସଂଗଠନର ମୁଖିଆମାନେ ଏହା ଯେ ଅବଗତ ନ ଥିଲେ ତାହା ନୁହେଁ । ମାଟ୍ରିକ୍ ପରୀକ୍ଷା ବ୍ୟବସ୍ଥାରେ ବିଭ୍ରାଟ ଓ ଛାତ୍ରଛାତ୍ରୀଙ୍କର ନିଶ୍ଚିତ ଅସୁବିଧା ଜାଣି ମଧ୍ୟ ସଂଗଠନ ଆନ୍ଦୋଳନ ଡାକରା ଦେଇଛି ଏବଂ ବିଜେପି, କଂଗ୍ରେସ ତାକୁ ସମର୍ଥନ ଦେଉଛନ୍ତି ।
ନବ ନିର୍ମାଣ କୃଷକ ସଂଗଠନ ଚାଷୀଙ୍କ ସମସ୍ୟା ନେଇ ଓଡ଼ିଶା ବନ୍ଦ ଡାକରା ଦେବାରେ ମନା ନ ଥିଲା । ମାତ୍ର ଠିକ୍ ମାଟ୍ରିକ୍ ପରୀକ୍ଷା ପୂର୍ବଦିନ ଆନ୍ଦୋଳନ କାହିଁକି? ଅନ୍ୟ ଦିନେ କରିଥିଲେ କ’ଣ ବେଦ ଅଶୁଦ୍ଧି ହୋଇଯାଇଥାଆନ୍ତା । ସେହିଭଳି ନବ ନିର୍ମାଣ କୃଷକ ସଂଗଠନ ନିଜକୁ ବେଶ୍ ଶକ୍ତିଶାଳୀ ବୋଲି ଦାବି କରି ଆସୁଛି । ମାତ୍ର ଏତେ ବଡ଼ ସଂଗଠନ ହୋଇ ନିଜର ଶକ୍ତି ଓ ସାମର୍ଥ ଉପରେ ଭରସା ପାଇଲାନି କାହିଁକି? କ’ଣ ପାଇଁ ବିଜେପି ଓ କଂଗ୍ରେସର ସମର୍ଥନ ଦରକାର ପଡ଼ିଲା? ଏହି ଆନ୍ଦୋଳନ ନବ ନିର୍ମାଣ କୃଷକ ସଂଗଠନର ବୁଦ୍ଧି ନା ଆନ୍ଦୋଳନକୁ ସମର୍ଥନ କରୁଥିବା ଦଳର ବୁଦ୍ଧି? ଏଭଳି ଅନେକ ପ୍ରଶ୍ନକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ।
ତେବେ ଏତିକି ସ୍ପଷ୍ଟ ବୁଝାପଡୁଛି କି ଆନ୍ଦୋଳନର ତାରିଖ ପଛରେ ରହିଛି ରାଜ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାର କୌଶଳ । ୬ ଲକ୍ଷ ମାଟ୍ରିକ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକ ଅସୁବିଧାରେ ପଡ଼ିଲେ ରାଜ୍ୟ ସରକାରଙ୍କୁ ଗାଳି ଦେବେ । ଦାବି ହାସଲ ହେବ ନ ହେବ ଅଲଗା କଥା, ମାତ୍ର ରାଜ୍ୟ ସରକାରଙ୍କୁ ଏହା ବଦନାମ କରିଦେବ । ୨୧ ତାରିଖ ଓଡ଼ିଶା ବନ୍ଦ ଆନ୍ଦୋଳନ ଡାକରାର ଏହା ହୋଇପାରେ ଅସଲ ଚାଲ୍ । ତେବେ ଏହି ଚାଲ୍ ନବ ନିର୍ମାଣର କୃଷକ ସଂଗଠନର ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବିଶ୍ୱାସ କରୁନାହାନ୍ତି । ସଂଗଠନ ନିଜର ଫାଇଦା ଚାହିଁଥିବା ବେଳେ ଉଭୟ ବିଜେପି ଓ କଂଗ୍ରେସ ତାହାକୁ ଢ଼ାଲ କରିଦେଇଛନ୍ତି । ଉଭୟ ଦଳ ଯେଝାର ଫାଇଦା ପାଇଁ ଏଭଳି ବୁଦ୍ଧି ଖଟାଇ ଥାଇପାରନ୍ତି ବୋଲି କୁହାଯାଇଛି ।
ସେପଟେ ବିଜେପି, କଂଗ୍ରେସ ସମର୍ଥନରେ ଏହି ଆନ୍ଦୋଳନ ବିଜେଡ଼ିର ମୁଣ୍ଡବ୍ୟଥା ବଢ଼ାଇଛି । ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ନବ ନିର୍ମାଣ କୃଷକ ସଂଗଠନର ୨୧ ତାରିଖର ଆନ୍ଦୋଳନକୁ ନିନ୍ଦା କରାଯିବା ସହ ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହା ପ୍ରତ୍ୟାହାର କରିନେବାକୁ ଅନୁରୋଧ କରାଯାଇଛି । କଂଗ୍ରେସ ଓ ବିଜେପି ଛାଇରେ ନବ ନିର୍ମାଣ କୃଷକ ସଂଗଠନର ରାଜନୀତିକରଣ ହୋଇଛି ବୋଲି ଦଳର ମୁଖପାତ୍ର ପ୍ରତାପ ଦେବ ଅଭିଯୋଗ କରିଛନ୍ତି । ଖାଲି ସେତିକି ନୁହେଁ, ସ୍ୱାମୀନାଥନ୍ ରିପୋର୍ଟ କାର୍ଯ୍ୟକାରୀ ନ ହେବା ଏବଂ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣା ବୃଦ୍ଧି ନ ହେବା ଉପରେ ନବ ନିର୍ମାଣ କୃଷକ ସଂଗଠନ ବିଜେପିକୁ ପ୍ରଶ୍ନ ପଚାରିବା ପରିବର୍ତ୍ତେ ସେହି ବିଜେପିର ସମର୍ଥନ କାହିଁକି ନେଉଛନ୍ତି ବୋଲି ଶ୍ରୀ ଦେବ ପ୍ରଶ୍ନ କରିଛନ୍ତି ।
ଅନ୍ୟପକ୍ଷରେ ପ୍ରସ୍ତାବିତ ଆନ୍ଦୋଳନକୁ ଯଥାର୍ଥ ବୋଲି କହିଛନ୍ତି ସଂଗଠନର ନେତା ଶେଷଦେବ ନନ୍ଦ । ତାଙ୍କର ଯୁକ୍ତି, ଆନ୍ଦୋଳନ ଯୋଗୁଁ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କର କିଛି ଅସୁବିଧା ହେବନି । ପରୀକ୍ଷା ଆରମ୍ଭ ଦିନ ସକାଳୁ ବିଭିନ୍ନ କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ ବୋଲି ସଚିବ କହିଛନ୍ତି । ତେଣୁ ଅସୁବିଧା ନାହିଁ । ସେହିଭଳି ଆଗରୁ ପିଲାମାନେ ଦୂରଦୂରାନ୍ତ କେନ୍ଦ୍ରରେ ପରୀକ୍ଷା ଦେଉଥିବାରୁ ପୂର୍ବ ଦିନଠାରୁ ଯାଇ ରହୁଥିଲେ । ମାତ୍ର ଏବେ ପାଖରେ ପରୀକ୍ଷା କେନ୍ଦ୍ର ରହୁଥିବାରୁ ପିଲାମାନେ ପରୀକ୍ଷା ଦିନ ସକାଳୁ ଘରୁ ବାହାରିବେ । ତେଣୁ ବନ୍ଦ ସହ ମାଟ୍ରିକ ପରୀକ୍ଷାର କୌଣସି ସମ୍ପର୍କ ନାହିଁ । ବନ୍ଦକୁ ବିଜେପି ଓ କଂଗ୍ରେସର ସମର୍ଥନ ପ୍ରସଙ୍ଗରେ ସେ କହିଛନ୍ତି, ଆମେ ସବୁ ଦଳଠାରୁ ସମର୍ଥନ ଲୋଡିଥିଲୁ । ତେଣୁ ସେମାନେ ସମର୍ଥନ ଦେଇଛନ୍ତି । ଏଥିରେ ରାଜନୀତି ନାହିଁ ।
ଶେଷ ଖବର ଅନୁଯାୟୀ, ପ୍ରସ୍ତାବିତ ବନ୍ଦ ଯୋଗୁଁ ୬ ଲକ୍ଷ ପରୀକ୍ଷାର୍ଥୀ, ଅଭିଭାବକ, ଶିକ୍ଷକ ଓ କର୍ମଚାରୀ ପ୍ରଭାବିତ ହେବାର ଆଶଙ୍କା କରି ରାଜ୍ୟ ସରକାର କଠୋର ଆଭିମୁଖ୍ୟ ନେଇଛନ୍ତି । ଆଜି ସଂଧ୍ୟାରେ ରାଜ୍ୟ ସରକାର ଏକ ପ୍ରେସ୍ ନୋଟ୍ ଜାରି କରିଛନ୍ତି । ନବ ନିର୍ମାଣ କୃଷକ ସଂଗଠନ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ଦୃଷ୍ଟିରୁ ଆନ୍ଦୋଳନରୁ ଓହରିଯିବାକୁ ଅନୁରୋଧ କରାଯାଇଛି । ଯଦି ସଂଗଠନ ତା ଯୋଜନାରେ ଅଟଳ ରୁହେ, ତେବେ ମାଟ୍ରିକ୍ ପରୀକ୍ଷା ସୁଚାରୁରୂପେ ସମ୍ପାଦନ କରିବା ପାଇଁ ସରକାର ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦିଆଯାଇଛି ।
Previous Post

ପୁରୀରୁ ଲଢ଼ିବେ ସମ୍ବିତ ପାତ୍ର !

Next Post

ନିର୍ବାଚନ ପୂର୍ବରୁ ୬ଟି ଆର.ଡି.ସି. ତଦନ୍ତ ରିପୋର୍ଟକୁ ସରକାର ସାର୍ବଜନୀନ କରନ୍ତୁ – କଂଗ୍ରେସ

Next Post
ନିର୍ବାଚନ ପୂର୍ବରୁ ୬ଟି ଆର.ଡି.ସି. ତଦନ୍ତ ରିପୋର୍ଟକୁ ସରକାର ସାର୍ବଜନୀନ କରନ୍ତୁ – କଂଗ୍ରେସ

ନିର୍ବାଚନ ପୂର୍ବରୁ ୬ଟି ଆର.ଡି.ସି. ତଦନ୍ତ ରିପୋର୍ଟକୁ ସରକାର ସାର୍ବଜନୀନ କରନ୍ତୁ - କଂଗ୍ରେସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA