Sunday, May 31, 2026 03:57 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବାବୁ ବିରାଡ଼ି ବୈଷ୍ଣବ

by Our Correspondent
02 Sep, 2018- 12:53 PM
in Latest News
1 min read
0
ବାବୁ ବିରାଡ଼ି ବୈଷ୍ଣବ
Spread the love
(ଉକ୍ତ ଲେଖାଟି ୨୦୧୭ ଅକ୍ଟୋବର ୧୧ ତାରିଖରେ ପ୍ରକାଶିତ ହୋଇଥିଲା । ପାଠକ ମାନଙ୍କ ପାଇଁ ଏହା ଆଉ ଥରେ ପ୍ରକାଶିତ କରୁଛୁ । ଓଡ଼ିଆ ଭାଷା ଆଇନ କାର୍ଯ୍ୟକାରୀ ହେବା ପଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିବନ୍ଧକ ସାଜିଥିବା ବୈଷ୍ଣବ ପରିଡ଼ା ଅଭିଯୋଗ ଆଣିଛନ୍ତି । ନବୀନ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଦେବାକୁ ବୈଷ୍ଣବ ତାଙ୍କୁ ପରାମର୍ଶ ଦେଇଛନ୍ତି । ଗତକାଲି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ବୈଷ୍ଣବଙ୍କ ଏହି ପରାମର୍ଶ ପରିପ୍ରେକ୍ଷୀରେ ବହୁ ପାଠକ ଆମର ସେହି ପୁରୁଣା ଲେଖାଟିକୁ ପୁଣି ଥରେ ପଢ଼ିବାକୁ ଚାହିଁଛନ୍ତି ।)
ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ଓଡ଼ିଆ ଭାଷା-ଜ୍ଞାନ ପ୍ରସଙ୍ଗ ନୂଆ ନୁହେଁ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ଓଡ଼ିଆରେ କହି ନ ପାରିବା ନିଶ୍ଚିତ ଦୁର୍ଭାଗ୍ୟଜନକ । ମାତ୍ର ବୈଷ୍ଣବ ପରିଡ଼ାଙ୍କ ଭଳି ନେତାଙ୍କ ମୁହଁରେ ଏହାର ସମାଲୋଚନା ଆହୁରି ଦୁର୍ଭାଗ୍ୟଜନକ । ଓଡ଼ିଆ ଜାତିର ସ୍ୱାଭିମାନ ପାଇଁ ତାଙ୍କ ଝାଳରୁ ରକ୍ତ ନିଗାଡୁଥିଲେ ମନା ନାହିଁ । ମାତ୍ର ଆଗରୁ ଥିଲେ କେଉଁଠି ? ନବୀନଙ୍କ ଦଳ ବିଜେଡ଼ିକୁ ଆସିବା ଏବଂ ରାଜ୍ୟସଭା ଗାଦି ପାଇ ଦିଲ୍ଲୀ ମଜା ନେଲାବେଳକୁ ତାଙ୍କ ଓଡ଼ିଆ ସ୍ୱାଭିମାନ ଥିଲା କେଉଁଠି ? ଗତକାଲି ସମ୍ବଲପୁରରେ ନବୀନ ସରକାରକୁ ମୋଗଲ ଶାସକଙ୍କଠାରୁ ଭୟଙ୍କର ବୋଲି କହିବା ବେଳେ ତାଙ୍କୁ ସାମାନ୍ୟତମ ଲଜ୍ଜା ଲାଗିଲାନି କେମିତି ?
ବୈଷ୍ଣବ ପରିଡ଼ା ଜଣେ ସୁବିଧାବାଦୀ ରାଜନେତା । ଏକଥା ଆମେ କହୁନୁ, ତାଙ୍କର ରାଜନୈତିକ ଇତିହାସ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଅନୁଭବ କହୁଛି । ବାମପନ୍ଥୀ ଚିନ୍ତାଧାରାରୁ ଆସିଥିବା ଏହି ଭଦ୍ରବ୍ୟକ୍ତି ପରବର୍ତ୍ତୀ ସମୟରେ ପୁଜିଂବାଦ ଓ ସାମନ୍ତବାଦ ପ୍ରତି ଆକର୍ଷିତ ହୋଇଥିଲେ । ବାମପନ୍ଥୀ ଚିନ୍ତାଧାରା ଓ କାର୍ଲ ମାକ୍ସ ଆଦର୍ଶରେ ଉଦବୁଦ୍ଧ ହୋଇ ଦୀର୍ଘ ୩୫ ବର୍ଷ ଧରି ବାମବଳୟର କ୍ଷମତାରେ ଯଶସ୍ୱୀ ଲାଭ କରିଥିଲେ । ମସ୍କୋରେ ତାଙ୍କ ୧୫ ବର୍ଷର ରହଣୀ ତାଙ୍କୁ ପ୍ରାଚୁର୍ଯ୍ୟର ସୁଖ ଆଣିଦେଇଥିଲା । ଦୁରଦୃଷ୍ଟି ସମ୍ପନ୍ନ ବୈଷ୍ଣବଙ୍କର ୧୯୯୩ ମସିହାରେ ହଠାତ୍ ଜାନକୀ ବାବୁଙ୍କ ପ୍ରତି ପ୍ରେମ ଉଛୁଳିଥିଲା । କୁହାଯାଏ, ୧୯୯୫ ମସିହାରେ ଜାନକୀ ବାବୁ କ୍ଷମତାକୁ ଫେରିଲା ପରେ ବୈଷ୍ଣବ ବାବୁ ଭୁବନେଶ୍ୱରରେ ନିଜ ପାଇଁ ଜାଗାବାଡ଼ି ହାତେଇ ମାଲେମାଲ ହୋଇଥିଲେ ।
ତେବେ ଜାନକୀବାବୁ କ୍ଷମତାରୁ ଗଲା ପରେ କଂଗ୍ରେସ ବୈରାଗୀ ହୋଇଗଲେ ବୈଷ୍ଣବ । ଆଖି ପକେଇଲେ ମୁଲାୟମ ସିଂ ଯାଦବଙ୍କ ଆଡକୁ । ମୁଲାୟମଙ୍କୁ ମନେଇ ସମାଜବାଦୀ ପାର୍ଟିରେ ମିଶିଗଲେ ଏବଂ ଓଡ଼ିଶାରେ ତାହାର ମୁଖିଆ ଦାୟିତ୍ୱ ହାତେଇନେଲେ । ୟୁପି ଏବଂ କେନ୍ଦ୍ରରେ ମୁଲାୟମ୍ ଙ୍କ ଅଖଣ୍ଡ କ୍ଷମତା ଥିବା ବେଳେ ବୈଷ୍ଣବ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି । ଓଡ଼ିଶାରେ ସମାଜବାଦୀ ପାର୍ଟିକୁ ଶକ୍ତିଶାଳୀ କରିବାକୁ ମୁଲାୟମ ତାଙ୍କ ଭଣ୍ଡାର ଖୋଲିବା ବୈଷ୍ଣବଙ୍କ ପାଇଁ କଚେ ପୁଅ ବାର ହୋଇଥିଲା । ମୁଲାୟମଙ୍କ ଟଙ୍କାରେ ଦଳକୁ ଶକ୍ତିଶାଳୀ କରିବା ବଦଳରେ ସେ ନିଜକୁ ଶକ୍ତିଶାଳୀ କରିଥିଲେ ଏବଂ ଦଳକୁ ଓଲଟି ବିପର୍ଯ୍ୟୟ ଭିତରକୁ ଠେଲି ଦେଇଥିଲେ । ଦଳରୁ ତଡ଼ା ଖାଇବା ପୂର୍ବରୁ ସେ ନିଜ ପାଇଁ ଆଉ ଏକ ସୁରକ୍ଷିତ ଜାଗା ଖୋଜିଥିଲେ । ବୈଷ୍ଣବଙ୍କ ତତ୍କାଳୀନ ସହଯୋଗୀମାନେ ଏକଥା ସ୍ୱୀକାର କରିଛନ୍ତି ।
୨୦୦୮ ମସିହାରେ ସେ ବିଜେଡ଼ିର ଦ୍ୱିତୀୟ କ୍ଷମତା କେନ୍ଦ୍ର ପ୍ୟାରୀମୋହନ ମହାପାତ୍ରଙ୍କ ଶରଣ ପଶି ସଫଳ ହେଲେ । ପ୍ୟାରୀ ତାଙ୍କୁ ବିଜେଡ଼ିରେ କୋଳେଇ ନେବା ପରେ ବୈଷ୍ଣବ ତାଙ୍କ ଗୋଡ଼ ହାତ ଧରି ୨୦୧୦ ରେ ମାରିନେଲେ ରାଜ୍ୟସଭା ଆସନ । ଏହି ବୈଷ୍ଣବଙ୍କ ବିଜୟ ପାଇଁ ବିଜେଡ଼ି ଘୋଡା ବେପାରର ଅପବାଦ ସହିଥିଲା । ସେ ଯାହା ହେଉ, ୬ ବର୍ଷର କାର୍ଯ୍ୟକାଳ ସରିବା ପୂର୍ବରୁ ବୈଷ୍ଣବ ଦ୍ୱିତୀୟ ଇନିଂସ ପାଇଁ ଲାଳ ଗଡ଼ାଇଥିଲେ । କିନ୍ତୁ ସେତେବେଳକୁ ପ୍ୟାରୀ ନ ଥିଲେ । ପ୍ୟାରୀଙ୍କ ଅବର୍ତ୍ତମାନରେ ସେ ନବୀନଙ୍କୁ ମନେଇବାକୁ ଉଦ୍ୟମ କରିଥିଲେ । ତୃତୀୟ ମହଲା ଯାଇ ତାଙ୍କ ଗୋଡ଼ ତଳେ ପଡ଼ିଯାଇଥିଲେ । ମାତ୍ର ସେଠାରୁ ବ୍ୟର୍ଥ ହେଲା ପରେ ବୈଷ୍ଣବଙ୍କର ଓଡ଼ିଆ ଭାଷା ପ୍ରୀତି ଜୋର୍ ମନେପଡ଼ିଲା । ନବୀନଙ୍କ ଓଡ଼ିଆ ଭାଷା ଜ୍ଞାନ ଉପରେ ଭାଷଣ ମାରିଲେ । ରାଜ୍ୟସାରା ବୁଲି ତାଙ୍କୁ ବଦନାମ କଲେ । ସାଙ୍ଗକୁ ବ୍ଲାକ୍ ମେଲିଂ ବି ଆରମ୍ଭ କଲେ ।
ମିଳିଥିବା ଖବର ଅନୁଯାୟୀ , ୬ ମାସ ତଳେ ବୈଷ୍ଣବ ସଚିବାଳୟ ଯାଇ ନବୀନଙ୍କୁ ଭେଟିଥିଲେ । ଭାଷା ଆୟୋଗ ଗଠନ ଦାବି ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହ ଅନ୍ୟ ରାଜ୍ୟ ଭଳି କ୍ୟାବିନେଟ୍ ମର୍ଯ୍ୟାଦା ସହ ନିଜ ପାଇଁ ଅଧ୍ୟକ୍ଷ ପଦ ମାଗିଥିଲେ । ବେଶ୍ କାକୁତୀମିନତୀ ହୋଇଥିଲେ । ମୁଖ୍ୟମନ୍ତ୍ରୀ ‘ହଉ ଦେଖିବା’ କହି ତାଙ୍କୁ ଫେରାଇବା ପରେ ବୈଷ୍ଣବ ପଗଡ଼ି କିଣି ଅପେକ୍ଷା କଲେ । ମାତ୍ର ଆଶା ମଉଳି ଯାଉଥିବାରୁ ସେ ଉତକ୍ଷିପ୍ତ ହୋଇପଡ଼ିଛନ୍ତି । ନବୀନଙ୍କୁ ମୋଗଲ ଶାସକଙ୍କଠାରୁ ଭୟଙ୍କର ଦର୍ଶାଇ ଗାଦି ଛାଡ଼ିବାକୁ ଆହ୍ୱାନ ଦେଇଛନ୍ତି ।
କଥା ଖାଲି ସେତିକିରେ ସରିନାହିଁ । ଇତିମଧ୍ୟରେ ବୈଷ୍ଣବ ବିଜେପି ଆଡକୁ ଆଖେଇଥିବା ଜଣାପଡ଼ିଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କର ଯୋଗସୂତ୍ର ଚାଲିଥିବା ଏକ ସୂତ୍ରରୁ ଖବର ମିଳିଛି । ନବୀନଙ୍କୁ ଗାଳି ଦେଇ ଧର୍ମେନ୍ଦ୍ରଙ୍କୁ ଖୁସି କରାଇପାରିଲେ ତାଙ୍କର ଭବିଷ୍ୟତ ଉଜ୍ଜଳ ବୋଲି ବୋଧହୁଏ ସେ ଭାବିନେଇଛନ୍ତି । ତେବେ ସେ ଯାହା ହେଉ, ବୈଷ୍ଣବଙ୍କର ଏଭଳି ସୁବିଧାବାଦୀ ଚରିତ୍ର ବୁଦ୍ଧିଜୀବୀଙ୍କ ପାଇଁ ନୂଆ ଖବର ନହେଲେ ମଧ୍ୟ ତାହା ସେମାନଙ୍କୁ ବ୍ୟଥିତ କରିଛି । ଓଡ଼ିଆ ବିଭାଗର ଜଣେ ଅବସରପ୍ରାପ୍ତ ପ୍ରଫେସରଙ୍କ ମତରେ, ବୈଷ୍ଣବଙ୍କର ଓଡ଼ିଆ ଭାଷାପ୍ରୀତିକୁ ଆମେ ସମ୍ମାନ ଦେଉଛୁ । ମାତ୍ର ଭାଷା ସୁରକ୍ଷା ଆନ୍ଦୋଳନର ମୁଖା ପିନ୍ଧି ନିଜର ବ୍ୟକ୍ତିଗତ ଫାଇଦା ଚରିତାର୍ଥ ଉଦ୍ୟମକୁ ନିନ୍ଦା କରୁଛୁ । ଏଭଳି ଚରିତ୍ର ଓଡ଼ିଆ ଜାତିର ଗର୍ବ ନୁହେଁ, ବରଂ କଳଙ୍କ ବୋଲି ସେ କହିଛନ୍ତି ।

 

Previous Post

୪ ମହିଳା ହକି ବିଜେତାଙ୍କୁ କୋଟିଏ ଲେଖାଏଁ ପୁରସ୍କାର

Next Post

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା: ନବୀନଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ

Next Post
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା: ନବୀନଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା: ନବୀନଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA