Sunday, May 31, 2026 05:19 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା: ନବୀନଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ

by Our Correspondent
03 Sep, 2018- 02:37 PM
in Latest News, News
1 min read
0
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା: ନବୀନଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ
Spread the love
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଭାରତ’ ବନାମ ରାଜ୍ୟ ସରକାରଙ୍କ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ । ତିନି ଦିନ ତଳେ ବଲାଙ୍ଗୀରରେ ରାଜ୍ୟ ସରକାରଙ୍କ ଉପରେ ଗରମ ଦେଖାଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା । ଆଜି ବାଲେଶ୍ୱରରେ ତାଙ୍କ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ କିନ୍ତୁ ନବୀନ ପଟ୍ଟନାୟକଙ୍କୁ ଢ଼େର୍ ପ୍ରଶଂସା କରିଛନ୍ତି । ଓଡ଼ିଶା ସରକାର ଆରମ୍ଭ କରିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନ୍ଦନ ଜଣାଇବା ସହ ନବୀନ ବାବୁ ବିଜୁ ବାବୁଙ୍କ ନାଁରେ ଭଲ ଯୋଜନା ଆରମ୍ଭ କରିଥିବା କହିଛନ୍ତି । ଏହାଦ୍ୱାରା ଓଡ଼ିଶା ବାସୀଙ୍କୁ ଭଲ ସ୍ୱାସ୍ଥ୍ୟ ସେବା ମିଳିବ ବୋଲି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ।
ଆଜି ବାଲେଶ୍ୱରରେ ଫକୀର ମୋହନ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ୍ ଲୋକାର୍ପଣ ଉତ୍ସବରେ ଯୋଗ ଦେଇ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଚୌବେ ଏହି ମନ୍ତବ୍ୟ ଦେଇଥିଲେ । ପାଖରେ ଉପସ୍ଥିତ ମୁଖ୍ୟମନ୍ତ୍ରୀଙ୍କୁ ଢ଼େର ପ୍ରଶଂସା କରିଥିଲେ । ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ବିଜେପି-ବିଜେଡ଼ି ଟଣା ଓଟରା ଚାଲିଥିବା ବେଳେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଏହି ଯୋଜନାକୁ ପ୍ରଶଂସା କରିବା ଚର୍ଚ୍ଚାର ବିଷୟ ହୋଇଛି । ରାଜ୍ୟ ବିଜେପି ବି ଅଡୁଆରେ ପଡ଼ିଯାଇଛି । ଏହି ପ୍ରସଙ୍ଗରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନଡ୍ଡା ତିନି ଦିନ ତଳେ ରାଜ୍ୟ ବିଜେପିକୁ ଯେଉଁ ତାକତ୍ ଦେଇଥିଲେ ଶ୍ରୀ ଚୌବେ ତାହାକୁ ପାଣିଚିଆ କରିଦେଇଛନ୍ତି । ସୂଚନାଯୋଗ୍ୟ, ଗତ ୩୧ ତାରିଖରେ ବଲାଙ୍ଗୀର ମେଡ଼ିକାଲ୍ କଲେଜ ଲୋକାର୍ପଣ ଉତ୍ସବରେ ଶ୍ରୀ ନଡ୍ଡା ରାଜ୍ୟ ସରକାର ଆୟୁଷ୍ମାନ ଭାରତକୁ ଗ୍ରହଣ କରୁ ନ ଥିବାରୁ କଟୁକ୍ତି କରିଥିଲେ । ରାଜ୍ୟ ଯୋଜନା ସହ କେନ୍ଦ୍ର ଯୋଜନାକୁ ରାଜ୍ୟ ସରକାର ଆପଣାଇବାକୁ ଖୁବ ଶାଣିତ ଢ଼ଙ୍ଗରେ ପରାମର୍ଶ ଦେଇଥିଲେ ।
ଆଜି ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଚୌବେ ଏହି ସମାନ କଥା କହିଥିଲେ ମଧ୍ୟ ତାଙ୍କର ସ୍ୱର ଥିଲା ନରମ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ପ୍ରଶଂସା କରିବା ସହ ଆୟୁଷ୍ମାନ ଭାରତକୁ ବି ନବୀନ ବାବୁ ଆପଣାନ୍ତୁ ବୋଲି ଅନୁରୋଧ କରିଥିଲେ । ଓଡ଼ିଶା ଏହାକୁ ଗ୍ରହଣ ନକଲେ ଯୋଜନା ଅଧୁରା ରହିଯିବ ବୋଲି ସେ ଅଭିମାନ କରିଥିଲେ । ବାଲେଶ୍ୱର ମେଡ଼ିକାଲ କଲେଜ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାକୁ ଭୁଲି ନ ଥିଲେ । କହିଥିଲେ, ମେଡ଼ିକାଲ କଲେଜ ପାଇଁ ନବୀନ ବାବୁ ବହୁତ ସହଯୋଗ କରିଛନ୍ତି । ଭଦ୍ରକ, ଯାଜପୁର ଓ ଢ଼େଙ୍କାନାଳରେ ବି ମେଡ଼ିକାଲ କଲେଜ ପ୍ରତିଷ୍ଠା ହେବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ ।
Previous Post

ବାବୁ ବିରାଡ଼ି ବୈଷ୍ଣବ

Next Post

ବିଧାନସଭାରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି, ଗୃହ ମୁଲତବୀ

Next Post
ବିଧାନସଭାରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି, ଗୃହ ମୁଲତବୀ

ବିଧାନସଭାରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି, ଗୃହ ମୁଲତବୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA