Wednesday, April 29, 2026 10:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେପିକୁ ଝାଡ଼ଖଣ୍ଡ ଚଟକଣି

by Our Correspondent
23 Dec, 2019- 11:37 PM
in Latest News, National, News, Politics
1 min read
0
ବିଜେପିକୁ ଝାଡ଼ଖଣ୍ଡ ଚଟକଣି

ନୂଆଦିଲ୍ଲୀ: କାଶ୍ମୀରରୁ ୩୭୦ ଉଚ୍ଛେଦ ହେଉ କି ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଅଥବା ନାଗରିକ ସଂଶୋଧନ ଆଇନ ହେଉ । ନରେନ୍ଦ୍ର ମୋଦି-ଅମିତ୍ ଶାହାଙ୍କ ତଥାକଥିତ ଐତିହାସିକ ପଦକ୍ଷେପ ସାଧାରଣ ଜନତାଙ୍କ ଉପରେ ସମ୍ଭବତଃ କାଟୁ କରୁନି । ଝାଡ଼ଖଣ୍ଡରେ ବିଜେପିର ମିଶନ୍ ୬୫ ଏବଂ ଡବଲ୍ ଇଂଜିନ୍ ଥିଓରିକୁ ଲୋକେ ଗ୍ରହଣ କରିନାହାନ୍ତି । ୫ଟି ପର୍ଯ୍ୟାୟର ନିର୍ବାଚନ ଚାଲ୍ କାମ କରିନି । ବିଜେପିକୁ ଚଟକଣି ମାରି ଲୋକେ ବିଦା କରିଦେଇଛନ୍ତି ।

୬ ମାସ ତଳେ ଅନୁଷ୍ଠିତ ନିର୍ବାଚନରେ ରାଜ୍ୟର ୧୪ଟି ଲୋକସଭା ଆସନରୁ ୧୧ଟି ଆସନରେ ବିଜେପି ଜିତିଥିଲା । ଜେଏମଏମ ଏବଂ କଂଗ୍ରେସ ମାତ୍ର ଗୋଟିଏ ଲେଖାଏଁ ଆସନ ପାଇଥିଲେ । ହେଲେ ଏବେକାର ବିଧାନସଭା ନିର୍ବାଚନରେ ସ୍ଥିତି ଓଲଟି ଯାଇଛି । ରଘୁବର ଦାସଙ୍କ ନେତୃତ୍ୱରେ ଶାସନ କରୁଥିବା ବିଜେପି ସରକାରକୁ ଜନସାଧାରଣ ପ୍ରତ୍ୟାଖ୍ୟାନ କରିଛନ୍ତି । ଜେଏମଏମ-କଂଗ୍ରେସ ମେଣ୍ଟ ହାତରେ ଶାସନଡୋରି ଧରାଇଛନ୍ତି ଝାଡ଼ଖଣ୍ଡବାସୀ ।
ତାତ୍ପର୍ଯ୍ୟର ବିଷୟ ହେଉଛି, ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡରେ ୨୦୧୪ ମସିହା ନିର୍ବାଚନରେ ଏକାକୀ ବିଜେପିକୁ ୩୭ଟି ଆସନ ମିଳିଥିବା ବେଳେ ଏଥର ତାହା ୨୫କୁ ଖସି ଆସିଛି । ଅନ୍ୟପକ୍ଷରେ ଗତଥର ଜେଏମଏମ ୧୯ଟି ଆସନ ପାଇଥିଲା ବେଳେ ଏଥର ୩୦ ଆସନ ହାସଲ କରିଛି । କଂଗ୍ରେସକୁ ଗତଥର ୬ଟି ଆସନ ମିଳିଥିଲା ବେଳେ ଏଥର ୧୬ କୁ ବଢ଼ିଛି । ଜେଏମଏମ-କଂଗ୍ରେସ-ଆରଜେଡ଼ି ମେଣ୍ଟ ୪୭ ଆସନ ପାଇ ସରକାର ଗଢ଼ିବାକୁ ଯାଉଛନ୍ତି ।
ଏଥିସହ ବିଜେପି ହାତରୁ ଖସିଛି ଆଉ ଏକ ହିନ୍ଦୀ ଭାଷୀ ତଥା ଆଦିବାସୀ ରାଜ୍ୟ ଝାଡ଼ଖଣ୍ଡ । ଲଜ୍ଜାକର ବିଷୟ ହେଉଛି, ସରୟୁ ରାୟଙ୍କ ଭଳି ପୂର୍ବତନ ସହଯୋଗୀଙ୍କ ହାତରେ ପରାସ୍ତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ରଘୁବର ଦାସ । ଜାମସେଦପୁର ପୂର୍ବ ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ମୁଖ୍ୟମନ୍ତ୍ରୀଙ୍କୁ ୧୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି ।
ବିଜେପି ହାତରୁ ଆଉ ଏକ ରାଜ୍ୟ ଚାଲିଯିବା ପରେ ଦଳର ସ୍ଥିତି ଦୋହଲିଯାଇଛି । ବର୍ଷେ ତଳେ ବିଜେପି ଏକାକୀ ୧୩ଟି ରାଜ୍ୟରେ ଶାସନ କରୁଥିଲା । ୬ ଟି ରାଜ୍ୟରେ ମେଣ୍ଟ ସରକାର କରିଥିଲା । କିନ୍ତୁ ଆଜିର ଦିନରେ ବିଜେପି ଏକାକୀ ୮ଟି ରାଜ୍ୟରେ ସରକାର ରଖିବାରେ ସକ୍ଷମ ହୋଇଛି । ୮ଟି ରାଜ୍ୟରେ ମେଣ୍ଟ ସରକାରରେ ଅଛି ।
ସବୁଠାରୁ ବଡ଼କଥା ହେଲା ବିଜେପି ଦୁର୍ଗ ଥିବା ହିନ୍ଦୁ ଭାଷାଭାଷୀ ରାଜ୍ୟଗୁଡ଼ିକ ବିଜେପି ହାତରୁ ଖସିବାରେ ଲାଗିଛି । ଆଜିକା ଦିନରେ ଅଧା ରାଜ୍ୟ ପଳାଇଲାଣି । ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଭଳି ପୂର୍ବରୁ ବିଜେପି ଶାସିତ ରାଜ୍ୟ ଏବେ କଂଗ୍ରେସ ହାତରେ । ନିକଟରେ ହରିଆନାରେ ବିଜେପି ସରକାର ମରୁ ମରୁ ବଞ୍ଚି ଯାଇଛି । ଏକାକୀ ପୁଣି ଥରେ ସରକାର ଗଢ଼ିବାକୁ ସମର୍ଥନ ନହେବାରୁ ଜନନାୟକ ଜନତା ପାର୍ଟି ସହ ମେଣ୍ଟ କରି ସରକାର ଗଢ଼ିଛି । ସେପଟେ ମହାରାଷ୍ଟ୍ର ବି ବିଜେପି ହାତରୁ ଚାଲିଯାଇଛି ।
ରାଜ୍ୟର ଶାସନଡୋରି ହାତରୁ ଖସିବାରେ ବିଜେପିକୁ କିଭଳି କ୍ଷତି ହୋଇଛି ତାହା ଦେଶର ଭୌଗଳିକ ଅଞ୍ଚଳ ହିସାବରେ ଦେଖିଲେ ଆହୁରି ଭୟଙ୍କର । ମାର୍ଚ୍ଚ ୨୦୧୮ରେ ଦେଶର ୭୦ ପ୍ରତିଶତ ଭୌଗଳିକ ଅଞ୍ଚଳରେ ବିଜେପି ରାଜ୍ୟ ଶାସନ କରୁଥିଲା । ମାତ୍ର ଆଜିକା ଦିନରେ ତାହା ୩୪ ପ୍ରତିଶତକୁ ଖସିଆସିଛି ।
ଝାଡ଼ଖଣ୍ଡରେ ବିଜେପି ଶାସନଗାଦିରୁ ହଟିବା ପଛର କାରଣ ଯାହା ହେଉ ନା କାହିଁକି ବିଜେପି ଗାଲରେ ଏହା ଶକ୍ତ ଚଟକଣି ଲଗାଇଛି । ଝାଡ଼ଖଣ୍ଡ ରହିଛି ଏବଂ ରହିବ ବୋଲି ଦମ୍ଭ ମାରୁଥିବା ବିଜେପି ନେତାଙ୍କ ମୁହଁ ଫୁଟାଣି ଭାଙ୍ଗି ଦେଇଛି । ନରେନ୍ଦ୍ର ମୋଦିଙ୍କ ଚମକ ରାଜ୍ୟଗୁଡ଼ିକରେ ଯେ କାମ କରୁନାହିଁ ଓଡ଼ିଶା ପରେ ଝାଡ଼ଖଣ୍ଡ ଏବେ ଶ୍ରେଷ୍ଠ ଉଦାହରଣ ହୋଇଛି ।
Previous Post

ବିଜେପି ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା

Next Post

ରାଗିଛନ୍ତି ମନ୍ତ୍ରୀ! ଦଳୀୟ ପ୍ରସ୍ତୁତି ବୈଠକକୁ ଆସିଲେନି

Next Post
ରାଗିଛନ୍ତି ମନ୍ତ୍ରୀ! ଦଳୀୟ ପ୍ରସ୍ତୁତି ବୈଠକକୁ ଆସିଲେନି

ରାଗିଛନ୍ତି ମନ୍ତ୍ରୀ! ଦଳୀୟ ପ୍ରସ୍ତୁତି ବୈଠକକୁ ଆସିଲେନି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA