ଭୁବନେଶ୍ୱର: ରାଜ୍ୟ ବିଜେପିର ୩୩ଟି ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଛି । ସେମାନେ ହେଲେ,
ଅନୁଗୁଳ- ଦିଲେଶ୍ୱର ପ୍ରଧାନ, ଢ଼େଙ୍କାନାଳ- ନରେଶ ମହାପାତ୍ର, କଟକ ନଗର- ଲଲାତେନ୍ଦୁ ବଡୁ, କଟକ ସଦର- ପ୍ରକାଶ ଚନ୍ଦ୍ର ବେହେରା(ପୂର୍ବତନ ବିଧାୟକ), ଜଗତସିଂହପୁର- ସତ୍ୟବ୍ରତ ମହାପାତ୍ର, କେନ୍ଦ୍ରାପଡ଼ା- କିଶୋର ପଣ୍ଡା, ଯାଜପୁର- ଗୌତମ ରାୟ, ଭଦ୍ରକ- ହେମନ୍ତ ପାଢ଼ୀ, ବାଲେଶ୍ୱର- ଉମାକାନ୍ତ ମହାପାତ୍ର, ବାରିପଦା- କାନ୍ଦରା ସୋରେନ୍(ପୂର୍ବତନ ବିଧାୟକ), ରାଇରଙ୍ଗପୁର- ନବଚରଣ ମାଝୀ(ବିଧାୟକ), କେନ୍ଦୁଝର- ଅଂଶୁମାନ ସବୁଜ ମହନ୍ତ ବର୍ମା, ସୁନ୍ଦରଗଡ଼(ବଣାଇ)- ଅନୀଲ ବାର୍ଲା, ସୁନ୍ଦରଗଡ଼(ପାନପୋଷ)- ଲତିକା ପଟ୍ଟନାୟକ, ସୁନ୍ଦରଗଡ଼- ଭବାନୀ ଭୋଇ(ବିଧାୟକ), ଝାରସୁଗୁଡ଼ା- ମଙ୍ଗଳ ସାହୁ, ଦେବଗଡ଼- ମୀନକେତନ ପ୍ରଧାନ, ସମ୍ବଲପୁର- ଗିରିଶ ପଟେଲ, ବରଗଡ଼- ଅଶ୍ୱିନୀ ଷଡ଼ଙ୍ଗୀ, ବୌଦ୍ଧ- ବିପ୍ରଚରଣ ମହାନ୍ତି, ସୁବର୍ଣ୍ଣପୁର- ପ୍ରମୋଦ ମହାପାତ୍ର, ବଲାଙ୍ଗୀର- ଶିବାଜୀ ମହାନ୍ତି, ନୂଆପଡ଼ା- ସୁବ୍ରତ ଠାକୁର, କନ୍ଧମାଳ- ଜଗନ୍ନାଥ ସାହୁ, ନବରଙ୍ଗପୁର- ଜଗଦୀଶ ବିଶୋଇ, କୋରାପୁଟ- ସୁମନ୍ତ ପ୍ରଧାନ, ମାଲକାନଗିରି- ଆଦିତ୍ୟ ପାଢ଼ୀ(ବିଧାୟକ),ରାୟଗଡ଼ା- ଶିବ ପଟ୍ଟନାୟକ, ଗଜପତି- କେ.ନାରାୟଣ ରାଓ(ବିଧାୟକ), ଗଞ୍ଜାମ- ବିଭୂତି ଜେନା, ଗୁମୁସର- ଗୋକୁଳାନନ୍ଦ ମଲ୍ଲିକ, ନୟାଗଡ଼- ଲାଲା ମନୋଜ ରାୟ, ଖୋର୍ଦ୍ଧା- ରଶ୍ମିରଞ୍ଜନ ମହାପାତ୍ର, ପୁରୀ- ଆଶ୍ରିତ ପଟ୍ଟନାୟକ ।
ସୂଚନାଯୋଗ୍ୟ, ଗତ ୧୫ ଓ ୧୬ ତାରିଖରେ ରାଜ୍ୟ ବିଜେପିର ଜିଲ୍ଲା ସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯାହାର ଫଳାଫଳ ଆଜି ପ୍ରକାଶ ପାଇଥିଲା । ରାଜ୍ୟ ନିର୍ବାଚନ ଅଧିକାରୀ ରଂଜନ ପଟେଲଙ୍କ ଅନୁମୋଦନକ୍ରମେ ରାଜ୍ୟ ସହ ନିର୍ବାଚନ ଅଧିକାରୀ ତଥା ମୁଖପାତ୍ର ସୁଦୀପ୍ତ ରାୟ ଫଳାଫଳ ଘୋଷଣା କରିଛନ୍ତି ।