Thursday, April 30, 2026 12:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେପିକୁ ଧୂଳି ଚଟେଇଲା ଆପ୍

by Our Correspondent
11 Feb, 2020- 10:59 AM
in Latest News, National, News, Politics
1 min read
0
ବିଜେପିକୁ ଧୂଳି ଚଟେଇଲା ଆପ୍

. ତାକତ୍ ଦେଖାଇଲେ କେଜ୍ରିୱାଲ୍

. ଏକଜିଟ୍ ପୋଲ୍ ହେଲା ଏକଜାଟ୍ ପୋଲ୍

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ନେଇ ବିଭିନ୍ନ ଗଣମାଧ୍ୟମ ଓ ଏଜେନ୍ସୀ ଦ୍ୱାରା କରାଯାଇଥିବା ଏକଜିଟ୍ ପୋଲ ଆକଳନ ସତ ପ୍ରମାଣିତ ହୋଇଛି । ଅରବିନ୍ଦ କେଜ୍ରିୱାଲ୍ ଙ୍କ ନେତୃତ୍ୱାଧୀନ ଆମ୍ ଆଦମୀ ପାର୍ଟି(ଆପ୍) ପୁନର୍ବାର ଦିଲ୍ଲୀ ଦଖଲ କରିବାକୁ ଯାଉଛି । ଦିଲ୍ଲୀରେ ସରକାର ଗଢ଼ିବା ପାଇଁ ଆବଶ୍ୟକ ୩୬ ସଂଖ୍ୟାର ବହୁ ଉପରେ ରହିଛି ଆପ୍ । ବିଧାନସଭାର ୭୦ ଆସନର ଭୋଟଗଣତିରେ ବର୍ତ୍ତମାନ ସୁଦ୍ଧା(ଦିନ୧୦.୫୫) ଆପ୍ ୫୩ ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୧୭ ଆସନରେ ଆଗୁଆ ରହିଛି । କଂଗ୍ରେସ ଖାତା ଖୋଲିପାରିନାହିଁ ।

ଏକଜିଟ୍ ପୋଲ୍ ଗୁଡ଼ିକରେ ଆପ୍ ତୃତୀୟ ଥର ପାଇଁ ସରକାର ଗଢ଼ିବା ନିଶ୍ଚିତ ବୋଲି ଆକଳନ କରାଯାଇଥିଲା । ହେଲେ ବିଜେପି ଏହାକୁ ବିଦ୍ରୁପ ହସରେ ଉଡ଼ାଇ ଦେଇଥିଲା । ନିର୍ଦ୍ଦିଷ୍ଟ ଭାବେ ୪୮ ଆସନ ପାଇ ବିଜେପି ସରକାର ଗଢ଼ିବ ବୋଲି ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ ଏକ ଭିଡ଼ିଓ ବାର୍ତ୍ତା ଜାରି କରିଥିଲେ । ଦଳର ଅନ୍ୟ ବଡ଼ବଡ଼ିଆ ନେତାମାନେ ମଧ୍ୟ ଦିଲ୍ଲୀ ଦଖଲ କରିବାର ଦମ୍ଭ ଦେଖାଇଥିଲେ । ଆଜି ଭୋଟଗଣତି ଆରମ୍ଭ ପର୍ଯ୍ୟନ୍ତ ଅଧିକାଂଶ ନେତାଙ୍କ ପାଟିରେ ବାଟୁଳି ବାଜୁ ନ ଥିଲା । ହେଲେ ଆଜିର ଭୋଟଗଣତି ଫଳାଫଳ ସେମାନଙ୍କ ମୁହଁ ବଙ୍କା କରିଦେଇଛି । ଅରବିନ୍ଦ କେଜ୍ରିୱାଲ୍ ଙ୍କୁ ମିଛୁଆ ଆଖ୍ୟା ଦେଇଥିବା ବିଜେପି ନେତାମାନେ ଦିଲ୍ଲୀବାସୀଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇ ଓଲଟି ନିଜକୁ ମିଛୁଆ ପ୍ରମାଣିତ କରିଛନ୍ତି ।
ତେବେ ସଂଖ୍ୟା ଦୃଷ୍ଟିରୁ ବିଜେପି ଆଖିଦୃଶିଆ ସଫଳତା ପାଇଛି । ୨୦୧୫ ରେ ଦଳ ମାତ୍ର ୩ ଟି ଆସନ ପାଇଥିଲା । ଏଥର ଆସନ ସଂଖ୍ୟା ୫ ଗୁଣା ପାର୍ କରିବାକୁ ଯାଉଛି । ଅନ୍ୟପକ୍ଷରେ କଂଗ୍ରେସର ଅବସ୍ଥାରେ କୌଣସି ସୁଧାର ଆସିପାରିଲା ନାହିଁ । ୧୯୯୮ ରୁ ୨୦୧୩ ପର୍ଯ୍ୟନ୍ତ ଦିଲ୍ଲୀକୁ କବଜା କରିଥିବା କଂଗ୍ରେସ ଧୂଳିସାତ୍ ହୋଇଛି । ୨୦୧୫ରେ ଦଳ ଖାତା ଖୋଲି ନ ଥିଲା ବେଳେ ଏଥର ତାହାର ପୁନରାବୃତ୍ତି ହୋଇଛି ।
ସୂଚନାଥାଉକି, ୨୦୧୩ ରେ ପ୍ରଥମ ଥର ପାଇଁ ଆପ୍ ୨୮ ଆସନ ପାଇ କଂଗ୍ରେସ ସମର୍ଥନରେ ଦିଲ୍ଲୀରେ ସରକାର ଗଢ଼ିଥିଲା । ୨୦୧୫ରେ ଆପ୍ ଏକାକୀ ୬୭ ଟି ଆସନ ପାଇ ଦ୍ୱିତୀୟ ଥର ସରକାର ଗଢ଼ିଥିଲା । ଏଥର ଅରବିନ୍ଦ କେଜ୍ରିୱାଲ୍ ଙ୍କୁ ହଟାଇବା ପାଇଁ ବିଜେପି ସବୁପ୍ରକାର କଳ,ବଳ,କୌଶଳ ଲଗାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା, ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ନିର୍ବାଚନ ପରିଚାଳନାକୁ ପ୍ରତ୍ୟକ୍ଷ ତଦାରଖ କରୁଥିଲେ । ୨୮ ଜଣ କେନ୍ଦ୍ରମନ୍ତ୍ରୀ, ୬ ପୂର୍ବତନ ମୁଖ୍ୟମନ୍ତ୍ରୀ, ୪ ମୁଖ୍ୟମନ୍ତ୍ରୀ ଏବଂ ସହସ୍ରାଧିକ ଦଳୀୟ ସାଂସଦ, କର୍ମକର୍ତ୍ତା ଦିଲ୍ଲୀରେ ଡେରା ପକାଇ ନିର୍ବାଚନ ପ୍ରଚାର କରିଥିଲେ । କେଜ୍ରିୱାଲ୍ ଙ୍କ ଦିଲ୍ଲୀ ବିକାଶ ନାରା ସହ ଲଢ଼େଇ ହୋଇଥିଲା ବିଜେପିର ଜାତୀୟତାବାଦ ନାରା । ତେବେ କେଜ୍ରିୱାଲ୍ ଙ୍କ ଉପରେ ଦିଲ୍ଲୀବାସୀ ସେମାନଙ୍କ ଆସ୍ଥା ଅତୁଟ ରଖିଛନ୍ତି ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୧୦ ମାସ ତଳେ ହୋଇଥିବା ସାଧାରଣ ନିର୍ବାଚନରେ ବିଜେପି ୭ ଟି ଯାକ ଲୋକସଭା ଆସନ ଦଖଲ କରିଥିଲା । ମାତ୍ର ବିଧାନସଭାରେ ଦଳର ସ୍ଥିତି ଦୋହଲିଯାଇଛି ।
Previous Post

ନୋଇଡ଼ାରେ ମୃତ ଓଡ଼ିଆ ଶ୍ରମିକଙ୍କୁ ଜନ୍ମମାଟି ଆଣିଲା ‘ମୋ ପରିବାର’

Next Post

ଭାଙ୍ଗିଗଲା ବିଜେପିର ମୁହଁ ଫୁଟାଣି

Next Post
ଭାଙ୍ଗିଗଲା ବିଜେପିର ମୁହଁ ଫୁଟାଣି

ଭାଙ୍ଗିଗଲା ବିଜେପିର ମୁହଁ ଫୁଟାଣି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA