Monday, May 25, 2026 06:34 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପିରେ ବିଦ୍ରୋହର ନିଆଁ: ଭୁବନେଶ୍ୱରରେ ତାଲା ଝୁଲିଲା, ଲକ୍ଷ୍ମୀପୁରରେ ଅଫିସ ଜଳିଲା

by Our Correspondent
22 Mar, 2019- 10:39 PM
in Latest News, News, Politics
1 min read
0
ବିଜେପିରେ ବିଦ୍ରୋହର ନିଆଁ: ଭୁବନେଶ୍ୱରରେ ତାଲା ଝୁଲିଲା, ଲକ୍ଷ୍ମୀପୁରରେ ଅଫିସ ଜଳିଲା

ଦଳ ଛାଡ଼ିଲେ ଦୁର୍ଯୋଧନ

ଭୁବନେଶ୍ୱର: ରଙ୍ଗ ମଉଜରେ ବିଜେପି ଅଫିସ ଏବର୍ଷ ବେଶୀ ଜମିଥାଆନ୍ତା । ନେତା ଓ କର୍ମୀଙ୍କ ଖୁସି ମଉଜରେ ଅଞ୍ଚଳ ଫାଟିଥାଆନ୍ତା । ସେଥିପାଇଁ ଦି ଦିନ ଆଗରୁ ଦମଦାର ପ୍ରସ୍ତୁତି ସରିଥିଲା । ହେଲେ ଅଶାନ୍ତ ଓ ବିଦ୍ରୋହର ନିଆଁରେ ଜଳିଗଲା ହୋଲି । ଖୁସିର ମାହୋଲ୍ କୁ ଆସିବାକୁ ଦେଲେନି ଦଳର ବିଦ୍ରୋହୀ କର୍ମୀ । ବିଜେପି ଅଫିସ ମୁଖ୍ୟଗେଟ୍ ରେ ଠୁଙ୍କି ଦେଲେ ତାଲା । ବାଟ ଜଗି ଦିନ ତମାମ ବସିଲେ ଧାରଣାରେ । ଅମୀୟ ଦାଶ ଙ୍କୁ ଟିକେଟ ନ ଦେଇ ଭୁଲ୍ କରିଛ । ଆଉ କିଛି ଶୁଣିବାର ନାହିଁ । ନ୍ୟାୟ ନ ମିଳିଲେ ନିଆଁ ଜଳିବ ବୋଲି ଗର୍ଜନ କଲେ । ଅମୀୟ ନିଜେ ଆସି କର୍ମୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କର୍ମୀ ବୁଝି ନ ଥିଲେ । ଅମୀୟଙ୍କୁ ଦେଖି କିଛି କର୍ମୀ କାନ୍ଦି ପକାଇଥିଲେ । କର୍ମୀଙ୍କ ଆବେଗରେ ଅମୀୟ ବି ନିଜର କୋହ ସମ୍ବରଣ କରିପାରି ନ ଥିଲେ ।

ଗତକାଲି ଡେରି ରାତିରେ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଏକାମ୍ର ବିଜେପି କର୍ମୀଙ୍କ ମନରେ ଏମିତି ବିଦ୍ରୋହର ନିଆଁ ଜଳୁଛି । ଅମୀୟଙ୍କ ସମର୍ଥକମାନେ ରାତି ଅଧରେ ଦଳର ଉପସଭାପତି ସମୀର ମହାନ୍ତିଙ୍କ ଘର ଉପରକୁ ଢ଼େଲା ମାଡ଼ କରି ତାଙ୍କ କାର୍ ଭାଙ୍ଗିବା ପରେ ବିଜେପି ଅଫିସରେ ଚଢ଼ଉ କରିଥିଲେ ।
ଭୁବନେଶ୍ୱରରେ ଅମୀୟ ସମର୍ଥକଙ୍କ ପ୍ରତିବାଦ ହଙ୍ଗାମା ଚାଲିଥିବା ବେଳେ ସେପଟେ କୋରାପୁଟର ଲକ୍ଷ୍ମୀପୁର ବିଜେପି ଅଫିସରେ ନିଆଁ ଜଳିଥିଲା । ବିଜେପି କର୍ମୀମାନେ ଅଫିସରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ । ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ, ଦଳୀୟ ପତାକାକୁ ଜାଳି ଦେଇଥିଲେ । ସେଠାରେ କୁମୁଦ ସାଉନ୍ତଙ୍କ ପ୍ରାର୍ଥୀତ୍ୱକୁ କର୍ମୀମାନେ ଗ୍ରହଣ କରିବାକୁ ନାରାଜ । ବିପିନ କୁମାର ମାନିଙ୍ଗା ବିଜେପି ପାଇଁ ରକ୍ତ ଦେଇ କାମ କରୁଛନ୍ତି । ତାଙ୍କୁ ଟିକେଟ ନ ଦେଇ କୁମୁଦଙ୍କୁ ଟିକେଟ ଦେଲ, ଏବେ ସମ୍ଭାଳ ବୋଲି ଧମକ ଦେଇଛନ୍ତି । ଟିକେଟକୁ ନେଇ କୋରେଇ, ବଡ଼ଚଣା, ବାସୁଦେବପୁରରେ ବି କର୍ମୀମାନେ ଆଜି ତାତିଛନ୍ତି । ନୀଳଗିରିରେ ପ୍ରତାପ ଷଡ଼ଙ୍ଗୀଙ୍କ ସମର୍ଥକମାନେ ତାଙ୍କର ଲୋକସଭା ପ୍ରାର୍ଥୀତ୍ୱକୁ ନେଇ କ୍ଷୁବ୍ଧ ହୋଇପଡ଼ିଛନ୍ତି । ସତ୍ୟବାଦୀରେ ରମାରଂଜନ ବଳିଆରସିଂଙ୍କ ସମର୍ଥକମାନେ ବି ପ୍ରବଳ କ୍ଷୁବ୍ଧ ।
ସେପଟେ ଦଳର ବରିଷ୍ଠ ନେତା ତଥା ଖରିଆର ବିଧାୟକ ଦୁର୍ଯୋଧନ ମାଝୀଙ୍କୁ ଟିକେଟ ମିଳି ନ ଥିବାରୁ ତାଙ୍କ ସମର୍ଥକମାନେ ତାତିଛନ୍ତି । ନେତୃତ୍ୱ ଦ୍ୱାରା ନିଜକୁ ଉପେକ୍ଷିତ ମନେ କରି ଶ୍ରୀ ମାଝୀ ଆଜି ସଂଧ୍ୟାରେ ବିଜେପିରୁ ଇସ୍ତଫା ଘୋଷଣା କରିଛନ୍ତି । ରାଜ୍ୟ ନେତୃତ୍ୱ ବିରୋଧରେ ସେ ପ୍ରବଳ ବିଷୋଦଗାର କରିଛନ୍ତି ।
ବିଜେପିରେ ଦେଖାଦେଇଥିବା ଅସନ୍ତୋଷ ଆଗକୁ ଆହୁରି ଉଗ୍ରରୂପ ନେବ ବୋଲି ବିଭିନ୍ନ ନିର୍ବାଚନମଣ୍ଡଳୀରେ ଟିକେଟରୁ ବଞ୍ଚିତ ଆଶାୟୀମାନେ ଖୋଲାଖୋଲି କହିଛନ୍ତି ।
Previous Post

ତାତିଲେ ଅମୀୟ ସମର୍ଥକ; ରାତିଅଧରେ ଚଢ଼ଉ, ଭାଙ୍ଗିଲେ ସମୀରଙ୍କ ଗାଡ଼ି

Next Post

ଚର୍ଚ୍ଚାରେ ରହିଗଲେ ମୋଦି,ପୁରୀରୁ ପ୍ରାର୍ଥୀ ହେଲେ ସମ୍ବିତ୍ ପାତ୍ର

Next Post
ଚର୍ଚ୍ଚାରେ ରହିଗଲେ ମୋଦି,ପୁରୀରୁ ପ୍ରାର୍ଥୀ ହେଲେ ସମ୍ବିତ୍ ପାତ୍ର

ଚର୍ଚ୍ଚାରେ ରହିଗଲେ ମୋଦି,ପୁରୀରୁ ପ୍ରାର୍ଥୀ ହେଲେ ସମ୍ବିତ୍ ପାତ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA