Saturday, May 9, 2026 09:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପିର ବାଜିମାତ୍: ସେଞ୍ଚୁରି ନ କରି ସରକାର

by Our Correspondent
18 Dec, 2017- 06:19 PM
in Latest News, Politics
1 min read
0
ବିଜେପିର ବାଜିମାତ୍: ସେଞ୍ଚୁରି ନ କରି ସରକାର
              ନିର୍ବାଚନ ଫଳାଫଳ(ସଂଧ୍ୟା ୬ଟା ସୁଦ୍ଧା)
ଗୁଜୁରାଟ(୧୮୨) ହିମାଚଳପ୍ରଦେଶ(୬୮)
ବିଜେପି-            ୯୯        ୪୪
କଂଗ୍ରେସ-            ୮୦       ୨୧
ଅନ୍ୟାନ୍ୟ-            ୩          ୩
ଭୁବନେଶ୍ୱର: ପୂର୍ବ ଆକଳନ ସତ ହୋଇଛି । ଗୁଜୁରାଟରେ ବିଜେପି ଷଷ୍ଠ ଥର ପାଇଁ କ୍ଷମତାକୁ ଆସିଛି । ଏଥିସହ ବିଜେପିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅକ୍ଲାନ୍ତ ପରିଶ୍ରମର ଫଳ ମିଳିଛି । ତେବେ ଗତ ୨୦୧୨ ରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚନ ଲଢ଼ି ମୋଦି ବିଜେପିକୁ୧୧୫ ଆସନରେ ଜିତାଇଥିବା ବେଳେ ଏଥର ପ୍ରଧାନମନ୍ତ୍ରୀ ଭାବେ ଗୁଜୁରାଟ ନିର୍ବାଚନ ଲଢ଼ି ବିଜେପିକୁ ୯୯ ଆସନରେ ଜିତାଇଛନ୍ତି । ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହାଙ୍କ ଅଙ୍କ ଘରୋଇ ରାଜ୍ୟରେ ଫେଲ୍ ମାରିଛି । ୧୫୦ ସିଟ୍ ରେ ବିଜେପି ଜିତିବ ବୋଲି ଭବିଷ୍ୟବାଣୀ କରିଥିଲେ ମଧ୍ୟ ତାହା ୧୦୦ ଛୁଇଁପାରିନି । ସେପଟେ ନରେନ୍ଦ୍ର ମୋଦିଙ୍କ କରିସ୍ମା ହିମାଚଳପ୍ରଦେଶରେ ବି କାମ ଦେଇଛି । ଶାସନଗାଦିରେ ଥିବା କଂଗ୍ରେସକୁ କ୍ଷମତାଚ୍ୟୁତ କରିଛି ବିଜେପି । ସେଠାରେ ବିଜେପି ୪୪ଟି ଆସନ ଦଖଲ କରିଥିବା ବେଳେ କଂଗ୍ରେସକୁ ମାତ୍ର ୨୧ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଆସନର ଅଙ୍କ ଯାହା ହେଉ ନା କାହିଁକି ମୋଦିଙ୍କ ସପକ୍ଷରେ ଗୁଜୁରାଟ ଓ ହିମାଚଳପ୍ରଦେଶବାସୀଙ୍କ ଜନମତ ମିଳିଛି ।
ଗୁଜୁରାଟ ନିର୍ବାଚନ ଯୁଦ୍ଧ ହୋଇଥିଲା ବିଜେପି ଓ କଂଗ୍ରେସ ମଧ୍ୟରେ । ବିଜେପି ଯୁଦ୍ଧର ସେନାପତି ଖୋଦ୍ ପ୍ରଧାନମନ୍ତ୍ରୀ ଥିବା ବେଳେ କଂଗ୍ରେସ ଯୁଦ୍ଧର ସେନାପତି ଥିଲେ ରାହୁଲ ଗାନ୍ଧୀ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଭୟ ମୋଦି ଓ ରାହୁଲ ଦିନରାତି ଏକକାର କରିଥିଲେ । ପ୍ରଚାର ପାଇଁ ଅମିତ୍ ଶାହାଙ୍କ ସମେତ ମୋଦି ଓ ତାଙ୍କ କ୍ୟାବିନେଟ୍ ସହଯୋଗୀମାନେ ଗୁଜୁରାଟରେ କ୍ୟାମ୍ପ ପକାଇ ରହିଥିଲେ । ରାହୁଲ ମଧ୍ୟ ମୋଦିଙ୍କୁ ଟକ୍କର ଦେଇ ପ୍ରଚାର ଚଳାଇଥିଲେ । ବିଜେପି ସାଥୀରେ ମୋଦିଙ୍କ ଲୋକପ୍ରିୟତା, କ୍ଷମତା ଓ ଅର୍ଥ ବଳ ଥିଲା ବେଳେ କଂଗ୍ରେସ ସାଥୀରେ ଥିଲା ଆଣ୍ଟି ଇନକମ୍ବେନସୀ, ବିମୁଦ୍ରାକରଣ, ଜିଏସଟି ବିରୋଧୀ ହାୱା । ପଟିଦାର ଆନ୍ଦୋଳନର ଯୁବନେତା ହାର୍ଦ୍ଦିକ ପଟେଲ, ଜିଗ୍ନେସ୍ ମୋଭାନି ଓ ଓବିସି ଯୁବନେତା ଆଲପେସ୍ ଠାକୁରଙ୍କ ବଳ ମଧ୍ୟ କଂଗ୍ରେସ ପଛରେ ଥିଲା । ତେବେ ଭୋଟ ଫଳାଫଳ ଶେଷରେ ବିଜେପି ସପକ୍ଷରେ ଯାଇଥିଲେ ମଧ୍ୟ ପାରଦ ଖସିଯାଇଛି ।
ଗୁଜୁରାଟର ୨୦୧୨ ସାଧାରଣ ନିର୍ବାଚନରେ ବିଜେପି ୧୧୫ଟି ଆସନ ଜିତିଥିଲା । ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ୬୦ ପ୍ରତିଶତ ଭୋଟ ପାଇ ସବୁତକ ଆସନ ପୋଛିନେଇଥିଲା । ମାତ୍ର ଏବେ ମୋଦି- ଅମିତ୍ ଶାହାଙ୍କ ପ୍ରଭାବ ଓ ପ୍ରକୋପ ଶୀର୍ଷରେ ଥାଇ ବି ବିଜେପି ୧୦୦ ଛୁଇଁ ନ ପାରିବା ବିଜେପିର ଲୋକପ୍ରିୟତା ଉପରେ ମାଡ଼ ହୋଇଛି । ଅପରପକ୍ଷରେ, କଂଗ୍ରେସ ପରାଜୟ ହୋଇଥିଲେ ମଧ୍ୟ ବିଜୟର ସ୍ୱାଦ ହରାଇନି । ୨୦୦୭ ନିର୍ବାଚନରେ ଦଳର ବିଧାନସଭା ଆସନ ସଂଖ୍ୟା ଥିଲା ୪୩ । ୨୦୧୨ ରେ ଏହା ୬୧ କୁ ବଢ଼ିଥିଲା । ଏବେ ତାହା ୮୦ କୁ ବୃଦ୍ଧି ପାଇଛି । ଅର୍ଥାତ୍ ଭୋଟରଙ୍କ ଉପରେ ରାହୁଲ ଯାଦୁ କେଉଁଠି ନା କେଉଁଠି କାମ ଦେଇଛି । ରାଜ୍ୟରେ ସରକାର ଗଢ଼ିବାକୁ କଂଗ୍ରେସ ସମର୍ଥ ହୋଇ ନ ଥିଲେ ମଧ୍ୟ ବିଜେପିକୁ ପାଣି ପିଆଇଛି । ତାଙ୍କୁ ନିର୍ବୋଧ, ପପୁ ବୋଲି ଆକ୍ଷେପ କରୁଥିବା ବିରୋଧୀମାନଙ୍କୁ ରାହୁଲ ତାଙ୍କ କରାମତି ଦେଖାଇଛନ୍ତି । ସବୁଠାରୁ ବଡ଼କଥା ହେଲା, ନିଜ ରାଜ୍ୟରେ ଦଳ ସପକ୍ଷରେ ୧୫୦ ସିଟ୍ ର ଭବିଷ୍ୟବାଣୀ କରିଥିବା ଅମିତ୍ ଶାହାଙ୍କୁ ବାସ୍ତବ ଫଳାଫଳ ଝଟକା ଦେଇଛି । ୧୦/୨୦ ନୁହେଁ, ତାଙ୍କ ବାକି ଖାତାକୁ ଏକାଥରକେ ୫୦ ସିଟ୍ ଚଢ଼ିଯାଇଛି ।
ସୂଚନାଯୋଗ୍ୟ, ଓଡ଼ିଶାରେ ବିଜେପିକୁ ୧୨୦ ପ୍ଲସ୍ ଆସନର ମିଶନ୍ ଦେଇଛନ୍ତି ଅମିତ୍ ଶାହା । ଆଗାମୀ ନିର୍ବାଚନରେ ବିଜେପି ଓଡ଼ିଶାରେ ୧୨୦ ରୁ ଅଧିକ ଆସନ ଜିତିବ ବୋଲି ସେ ଦମ୍ଭ ଦେଖାଇଛନ୍ତି । ତେବେ ସେ ଯାହା ହେଉ, ପ୍ରଧାନମନ୍ତ୍ରୀଙ୍କ ରାଜ୍ୟର ବହୁ ପ୍ରତୀକ୍ଷିତ ଗୁଜୁରାଟ ନିର୍ବାଚନ ଫଳାଫଳ ବିଜେପି ମହଲରେ ଖୁସିର ଲହରୀ ଖେଳାଇଛି । ଗୁଜୁରାଟ ଓ ହିମାଚଳରେ ଶାସନ କ୍ଷମତା ଅକ୍ତିଆର କରିବା ଦଳକୁ ନୈତିକ ସମର୍ଥନ ଦେଇଛି ।
Previous Post

‘ଦୟା ନୁହେଁ, ସହଯୋଗ ଲୋଡା’

Next Post

ପ୍ରଶ୍ନଗଦାରେ ଶାହାଙ୍କ ୧୨୦

Next Post
ପ୍ରଶ୍ନଗଦାରେ ଶାହାଙ୍କ ୧୨୦

ପ୍ରଶ୍ନଗଦାରେ ଶାହାଙ୍କ ୧୨୦

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA