Tuesday, May 26, 2026 05:09 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପିର ମୁଖ୍ୟମନ୍ତ୍ରୀ ସାଙ୍ଗ ଖୋଜିଲେ ନବୀନ

by Our Correspondent
13 Apr, 2019- 06:49 PM
in Latest News, News, Politics
1 min read
0
ବିଜେପିର ମୁଖ୍ୟମନ୍ତ୍ରୀ ସାଙ୍ଗ ଖୋଜିଲେ ନବୀନ
ଭୁବନେଶ୍ୱର: ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଲେ କିଏ ହେବେ ମୁଖ୍ୟମନ୍ତ୍ରୀ? ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ୍, ପ୍ରତାପ ଷଡ଼ଙ୍ଗୀ, ଡ. ସମ୍ବିତ୍ ପାତ୍ର, କନକ ବର୍ଦ୍ଧନ ସିଂହଦେଓ, ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା ନା ବିଜୟ ମହାପାତ୍ର? ସାଧାରଣ ନିର୍ବାଚନ ଆରମ୍ଭ ହୋଇଯାଇଥିଲେ ମଧ୍ୟ ବିଜେପି ପ୍ରେମୀଙ୍କୁ ଆଚ୍ଛନ୍ନ କରି ରଖିଥିବା ଏହି ପ୍ରଶ୍ନର ଉତ୍ତର ବିଜେପି ନେତୃତ୍ୱ ଦେଇପାରିନାହାନ୍ତି । ତେବେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଘୋଷିତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଦଳୀୟ ମହଲରେ ବିଚାର କରାଯାଉଛି । ଖୋଲାଖୋଲି ନ ହେଲେ ମଧ୍ୟ ଧର୍ମେନ୍ଦ୍ର ବି ନିଜକୁ ନବୀନଙ୍କ ବିକଳ୍ପ ଭାବେ ଉପସ୍ଥାପିତ କରୁଛନ୍ତି । ତେବେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱର ଭଉଁରୀ ବସାରେ ଆଜି ହାତ ମାରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ପଚାରିଛନ୍ତି.. ତାଙ୍କର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ? ତାଙ୍କର ନିର୍ବାଚନମଣ୍ଡଳୀ କୋଉଠି? ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ବିଜେପି ଡରୁଛି କି?
ଖାଲି ସେତିକି ନୁହେଁ, ଓଡ଼ିଶାରେ ଡବଲ୍ ଇଞ୍ଜିନ୍ ସ୍ଲୋଗାନ୍ ଦେଉଥିବା ବିଜେପି ନେତାମାନଙ୍କୁ ନବୀନ ଶାଣିତ ଢ଼ଙ୍ଗରେ କଟାକ୍ଷ କରିଛନ୍ତି । ବିଜେପିର ଆଉ ଗୋଟେ ଇଞ୍ଜିନ୍ କିଏ? କୋଉଠି? ଓଡ଼ିଶାବାସୀ ତାହା ଜାଣିବାକୁ ଚାହୁଁଛନ୍ତି ବୋଲି ନବୀନ କହିଛନ୍ତି । ସେ ପୁଣି କହିଛନ୍ତି, ବିଜେପି ବାଲା ଡବଲ ଇଞ୍ଜିନ୍ କଥା କହୁଛନ୍ତି । କିନ୍ତୁ ଫାଇଲିନ୍ ହେଲା..ଆସିଲେ ନାହିଁ । ହୁଡ୍ ହୁଡ୍ ହେଲା..ଆସିଲେ ନାହିଁ । ମରୁଡ଼ି ହେଲା..ଆସିଲେ ନାହିଁ । ବନ୍ୟା ହେଲା..ଆସିଲେ ନାହିଁ । ତିତିଲି ହେଲା.. ଦିଲ୍ଲୀ ଇଞ୍ଜିନ୍ ଆସିଲା.. କିନ୍ତୁ ଓଡ଼ିଶାକୁ ନୁହେଁ, ଆନ୍ଧ୍ରକୁ ଗଲା । ନିର୍ବାଚନ ହେଲେ ଓଡ଼ିଶାକୁ ଦିଲ୍ଲୀ ଇଞ୍ଜିନ୍ ଆସୁଛି । ଜୋର୍ ରେ ପାଟି କରୁଛି । ତା’ପରେ ଦିଲ୍ଲୀ ଇଞ୍ଜିନ୍ ର ଦେଖା ମିଳିବ ନାହିଁ ।
ଆଜି ଦଶପଲ୍ଲା ନିର୍ବାଚନ ପ୍ରଚାର ସଭାରେ ନବୀନଙ୍କ ଏହି ଭାଷଣ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରଥମ ଥର ପାଇଁ ବିଜେପି ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନବୀନ ସରଳ ଶବ୍ଦରେ ନିର୍ଘାତ୍ କଥା ଶୁଣାଇଛନ୍ତି । ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କର ନିର୍ବାଚନମଣ୍ଡଳୀ କୋଉଠି ବୋଲି ତାଙ୍କର ପ୍ରଶ୍ନ ଧର୍ମେନ୍ଦ୍ରଙ୍କ ଉଦ୍ଦେଶ୍ୟରେ ବୋଲି କୁହାଯାଉଛି ।
ଅନ୍ୟପକ୍ଷରେ ଭୋଟରଙ୍କୁ ବେଶ୍ ପ୍ରଭାବୀ ଢ଼ଙ୍ଗରେ ଭୋଟଭିକ୍ଷା କରିଛନ୍ତି ନବୀନ । କହିଛନ୍ତି, ମୁଁ ସବୁବେଳେ ଆପଣମାନଙ୍କ ସାଥୀରେ ଅଛି । ଆପଣଙ୍କ ମୁଖ୍ୟମନ୍ତ୍ରୀ ସବୁବେଳେ ଆପଣମାନଙ୍କ ସାଥୀରେ ଅଛି । ଆପଣମାନେ ମୋର ପରିବାର । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଆପଣଙ୍କ ସେବା କରି ଚାଲିଥିବି ।
Previous Post

କନ୍ଧମାଳ: ନବୀନଙ୍କ ଲୋକପ୍ରିୟତା ଓ ନିଜର ଆତ୍ମବିଶ୍ୱାସକୁ ପୁଂଜି କରିଛନ୍ତି ଡ.ଅଚ୍ୟୁତ ସାମନ୍ତ

Next Post

ସାଂସଦ ପ୍ରାର୍ଥୀଙ୍କ ମିଛ ସେକ୍ସ ଭିଡ଼ିଓ ଭାଇରାଲ୍ ପଛରେ ସାମ୍ବାଦିକ; ଭୁବନେଶ୍ୱରରୁ ବନ୍ଧା ହେଲେ ପ୍ରଶାନ୍ତ ମିଶ୍ର

Next Post
ସାଂସଦ ପ୍ରାର୍ଥୀଙ୍କ ମିଛ ସେକ୍ସ ଭିଡ଼ିଓ ଭାଇରାଲ୍ ପଛରେ ସାମ୍ବାଦିକ; ଭୁବନେଶ୍ୱରରୁ ବନ୍ଧା ହେଲେ ପ୍ରଶାନ୍ତ ମିଶ୍ର

ସାଂସଦ ପ୍ରାର୍ଥୀଙ୍କ ମିଛ ସେକ୍ସ ଭିଡ଼ିଓ ଭାଇରାଲ୍ ପଛରେ ସାମ୍ବାଦିକ; ଭୁବନେଶ୍ୱରରୁ ବନ୍ଧା ହେଲେ ପ୍ରଶାନ୍ତ ମିଶ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA