Tuesday, May 26, 2026 05:09 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସାଂସଦ ପ୍ରାର୍ଥୀଙ୍କ ମିଛ ସେକ୍ସ ଭିଡ଼ିଓ ଭାଇରାଲ୍ ପଛରେ ସାମ୍ବାଦିକ; ଭୁବନେଶ୍ୱରରୁ ବନ୍ଧା ହେଲେ ପ୍ରଶାନ୍ତ ମିଶ୍ର

by Our Correspondent
14 Apr, 2019- 11:18 PM
in Latest News, News, Politics
1 min read
0
ସାଂସଦ ପ୍ରାର୍ଥୀଙ୍କ ମିଛ ସେକ୍ସ ଭିଡ଼ିଓ ଭାଇରାଲ୍ ପଛରେ ସାମ୍ବାଦିକ; ଭୁବନେଶ୍ୱରରୁ ବନ୍ଧା ହେଲେ ପ୍ରଶାନ୍ତ ମିଶ୍ର
ଭୁବନେଶ୍ୱର: କେନ୍ଦୁଝର ବିଜେଡ଼ି ସାଂସଦ ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁଙ୍କର ମିଛ ସେକ୍ସ ଭିଡ଼ିଓ ଭାଇରାଲ୍ ଘଟଣାରେ ପୁଲିସ ଆଜି ଆଉ ଜଣଙ୍କୁ ଗିରଫ କରିଛି । ଗିରଫ ଚତୁର୍ଥ ବ୍ୟକ୍ତିଜଣଙ୍କ ହେଉଛନ୍ତି ଭୁବନେଶ୍ୱରସ୍ଥିତ ଏଟିଆର୍ ନ୍ୟୁଜ୍ ୱେବପୋର୍ଟାଲ୍ ରେ କାମ କରୁଥିବା ସାମ୍ବାଦିକ ପ୍ରଶାନ୍ତ କୁମାର ମିଶ୍ର । ଗତକାଲି ରାତିରେ କେନ୍ଦୁଝର ପୁଲିସର ଏକ ଟିମ୍ ଭୁବନେଶ୍ୱର ଆସି ପ୍ରଶାନ୍ତଙ୍କୁ ଉଠାଇ ନେଇଥିଲା । ଆଜି ଅପରାହ୍ନରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା କେନ୍ଦୁଝର ଥାନା ଆଇଆଇସି ସୋମନାଥ ଜେନାଙ୍କଠାରୁ ସୂଚନା ମିଳିଛି । ତାଙ୍କ ବିରୋଧରେ ଆଇପିସି ଧାରା ୨୯୨(ଏ)/ ୩୫୪(ଏ)/ ୫୦୦/ ୫୦୯/ ୪୬୫/ ୪୬୯/ ୧୨୦(ବି)/୩୪, ଆଇ.ଆର.ଡବ୍ଲୁ ଆକ୍ଟ/୧୨୩ର ଧାରା, ଆରପି ଆକ୍ଟ ଆର/ଡବ୍ଲୁ ଏବଂ ଆଇଟି ଆକ୍ଟର ଧାରା ୬୬(ଡି)/୬୭/୬୭(ଏ) ଅନୁଯାୟୀ ମାମଲା ରୁଜୁ ହୋଇଛି । ତାଙ୍କୁ ଆଣି ଅଧିକ ପଚରାଉଚୁରା ପାଇଁ ପୁଲିସ ପକ୍ଷରୁ କୋର୍ଟରେ ରିମାଣ୍ଡ ଆବେଦନ କରାଯାଇଛି ।
କେନ୍ଦୁଝର ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ସାଂସଦ ପ୍ରାର୍ଥୀଙ୍କ ମିଛ ସେକ୍ସ ଭିଡ଼ିଓ ଭାଇରାଲ୍ ପଛରେ ସଂପୃକ୍ତ ସାମ୍ବାଦିକଙ୍କର ଏକ ପ୍ରମୁଖ ଭୂମିକା ଥିଲା । ସାଂସଦ ପ୍ରାର୍ଥୀଙ୍କୁ ବଦନାମ କରିବା ପାଇଁ ସୋସିଆଲ୍ ମିଡ଼ିଆରେ ଭିଡ଼ିଓକୁ ଅପଲୋଡ଼ କରିଥିବା ବିଜେପି କର୍ମୀଙ୍କ ସହ ସେ ସମାନ ଅପରାଧ କରିଛନ୍ତି । ପ୍ରଶାନ୍ତ ଜଣେ ସାମ୍ବାଦିକ ହୋଇଥିଲେ ମଧ୍ୟ ତାଙ୍କର ଅପରାଧ ପୃଷ୍ଠଭୂମି ସମ୍ପର୍କରେ ପୁଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳୁଛି । ତାଙ୍କ ନାଁରେ ଠକେଇ, ବ୍ଲାକମେଲିଂ, ମାରପିଟ୍ ଓ ଧମକଚମକ ଦେବା ଭଳି ସଙ୍ଗୀନ ଅଭିଯୋଗ ପୁଲିସର ହସ୍ତଗତ ହୋଇଥିବା ସଂପୃକ୍ତ ଅଧିକାରୀ କହିଛନ୍ତି ।
ସୂଚନାଯୋଗ୍ୟ, ସାଂସଦ ପ୍ରାର୍ଥୀଙ୍କ ମିଛ ସେକ୍ସ ଭିଡ଼ିଓ ଭାଇରାଲ୍ ଘଟଣାରେ ପୁଲିସ ପୂର୍ବରୁ ୩ ଜଣଙ୍କୁ ଗିରଫ କରିସାରିଛି । ସେମାନେ ହେଲେ, କେନ୍ଦୁଝର ଜିଲ୍ଲା ବିଜେପି ସୋସିଆଲ୍ ମିଡ଼ିଆର ସଂଯୋଜକ ଜୟଦେବ ଗିରି, ସହଯୋଗୀ ବିଷ୍ଣୁପଦ ବାରିକ ଏବଂ ଭଦ୍ରକ ଜିଲ୍ଲା ବିଜେପି ସୋସିଆଲ୍ ମିଡ଼ିଆ କର୍ମକର୍ତ୍ତା ଚିନ୍ମୟ ସେନାପତି ।
Previous Post

ବିଜେପିର ମୁଖ୍ୟମନ୍ତ୍ରୀ ସାଙ୍ଗ ଖୋଜିଲେ ନବୀନ

Next Post

ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ହତ୍ୟା

Next Post
ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ହତ୍ୟା

ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ହତ୍ୟା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA