Saturday, May 9, 2026 11:59 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପି ଅଙ୍କ ବୁଲିଲା- ସଞ୍ଜୟ ଆଗ, କମିଶନ ପଛ

by Our Correspondent
02 May, 2016- 07:20 PM
in News
1 min read
0
ବିଜେପି ଅଙ୍କ ବୁଲିଲା- ସଞ୍ଜୟ ଆଗ, କମିଶନ ପଛ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ସଞ୍ଜୟ ଦାସବର୍ମାଙ୍କ ପ୍ରସଙ୍ଗ ବିଧାନସଭାରୁ ଏକ ପ୍ରକାର ହଜି ଯାଉଥିଲା । ସଞ୍ଜୟଙ୍କ ସ୍ଥାନ ନେଇଯାଇଥିଲେ ଜଷ୍ଟିସ୍‌ ମଦନ ମୋହନ ଦାସ । ଚିଟ୍‌ଫଣ୍ଡ ତଦନ୍ତ କମିଶନ ହୋଇ ବିଜେଡ଼ି ଲିଗାଲ୍‌ ସେଲ୍‌ ମିଟିଂରେ ଯୋଗଦେବା ଓ ସେଠାରେ ସରକାରଙ୍କ ସପକ୍ଷରେ ଓକିଲାତି କରିବା ତାଙ୍କୁ ମହଙ୍ଗା ପଡ଼ିଲା । ଜଷ୍ଟିସ୍‌ ଦାସଙ୍କ ବହିଷ୍କାର ଦାବିରେ ଥରହର କଲେ କଂଗ୍ରେସ ଓ ବିଜେପି ବିଧାୟକ । ଶୁକ୍ର ଓ ଶନିବାର ପ୍ରସଙ୍ଗଟି ବିଧାନସଭାକୁ ଅଚଳ କରିଦେଇଥିଲା । ହେଲେ ସୋମବାର ବିଧାନସଭା ଦୃଶ୍ୟପଟ ଅଚାନକ ଓଲଟିଗଲା । ବିରୋଧୀଙ୍କ ଟାର୍ଗେଟ୍‌କୁ ପୁଣି ଚାଲି ଆସିଲେ ସଞ୍ଜୟ ଦାସବର୍ମା । ବିଜେପି ଖେଳରେ ଜଷ୍ଟିସ୍‌ଙ୍କ ବହିଷ୍କାର ଦାବିଠାରୁ ତୀବ୍ର ହୋଇଗଲା ସଞ୍ଜୟଙ୍କ ଇସ୍ତଫା ଦାବି । ଆଉ କଂଗ୍ରେସ ବି ବାଧ୍ୟହୋଇ ବିଜେପି ସହ ହାତ ମିଳାଇଦେଲା । ସୁପ୍ତ ହୋଇଯାଇଥିବା ସଞ୍ଜୟ ପ୍ରସଙ୍ଗ ପୁଣି ଜାଗ୍ରତ ହୋଇଗଲା ।

ସୋମବାର ବିଧାନସଭା ଆରମ୍ଭ କ୍ଷଣି ବିଜେପି ବିଧାୟକମାନେ ନିଜ ସାଙ୍ଗରେ ଲୁଚାଇ ଆଣିଥିବା ବ୍ୟାନର ଜ୍ୟାକେଟ୍‌କୁ ଚଟାପଟ ବାହାର କଲେ । ବେକରେ ଗଳାଇଲେ ଓ ଗର୍ଜନ କରି ବାଚସ୍ପତିଙ୍କ ପୋଡ଼ିୟମ୍‌ ଆଡକୁ ମାଡ଼ି ଆସିଲେ । ଚିଟ୍‌ଫଣ୍ଡ ଦୁର୍ନୀତିଗ୍ରସ୍ତ ସଞ୍ଜୟ ଦାସବର୍ମା ଇସ୍ତଫା ଦିଅନ୍ତୁ । ମୁଖ୍ୟମନ୍ତ୍ରୀ ତାଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ ବୋଲି ଲେଖାଥିଲା ଏହି ବ୍ୟାନର ଜ୍ୟାକେଟ୍‌ରେ । ଏହି ଲେଖାକୁ ଛାତି ଓ ପିଠିରେ ରଖିଥିବା ବିଜେପି ସଭ୍ୟମାନେ ପାଟିକୁ ବି ଫୁରସତ୍‌ ଦେଇ ନ ଥିଲେ । ସଞ୍ଜୟଙ୍କ ଇସ୍ତଫା ଦାବିର ସ୍ଲୋଗାନ୍‌ରେ କମ୍ପାଇଥିଲେ ବିଧାନସଭା ଗୃହ । ସେତେବେଳକୁ ଜଷ୍ଟିସ୍‌ ଏମ୍‌.ଏମ୍‌.ଦାସଙ୍କ ବହିଷ୍କାର ଦାବିରେ କଂଗ୍ରେସ ସଭ୍ୟମାନେ ଗୃହର ମଧ୍ୟଭାଗରେ ହୋ ହଲ୍ଲା ଆରମ୍ଭ କରିଥିଲେ ମଧ୍ୟ ବିଜେପି ସଭ୍ୟଙ୍କୁ ଟପି ପାରି ନ ଥିଲେ । ପଛରେ ପଡ଼ିଯିବା ଭୟରେ ବାଧ୍ୟହୋଇ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଦାବି ସହ ବି ସ୍ୱର ମିଳାଇଲେ । ପ୍ରଶ୍ନକାଳ ଆରମ୍ଭ ହେଉଥିବାରୁ ଏବଂ ନିଜ ବିଭାଗର ପ୍ରଶ୍ନୋତ୍ତର ଥିବାରୁ ଗୃହରେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ । ସଞ୍ଜୟ ଦାସବର୍ମା ବି ବିନା ଟେନସନ୍‌ରେ ଗୃହକୁ ପଶିଥିଲେ । ତେବେ ଏଭଳି ଅପ୍ରୀତିକର ପରିସ୍ଥିତି ପାଇଁ ଅପ୍ରସ୍ତୁତ ହୋଇପଡ଼ିଥିଲେ ମୁଖ୍ୟମନ୍ତ୍ରୀ ଓ ଶାସକ ଦଳର ସମସ୍ତ ସଭ୍ୟ । ସମସ୍ତେ ସମସ୍ତଙ୍କୁ ବାଲୁ ବାଲୁ କରି ଚାହିଁଥିଲେ । ବାଚସ୍ପତି ଏଭଳି ଅବସ୍ଥାକୁ ଅଧିକ ସମୟର ସୁଯୋଗ ନ ଦେଇ ମାତ୍ର କେଇ ସେକେଣ୍ଡରେ ବିଧାନସଭାକୁ ଅପରାହ୍ନ ସାଢ଼େ ୧୨ ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଦେଲେ । ଦିନ ତମାମ ବାରମ୍ବାର ମୁଲତବୀ ଘୋଷଣା ହେଲା । ଅପରାହ୍ନରେ ବିଜେପି ବିଧାୟକମାନେ ଅଧିକ ହିଂସ୍ର ହୋଇ ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗି ଦେଇଥିଲେ ।
ସଞ୍ଜୟ ଦାସବର୍ମାଙ୍କୁ ଟାର୍ଗେଟ୍‌ କରି ବିଜେପିର ଏଭଳି କଠୋର ଆଭିମୁଖ୍ୟ କାହାରିକୁ ସ୍ପଷ୍ଟ ବୁଝାପଡୁନାହିଁ । ଯୋଜନାବଦ୍ଧ ଭାବେ ବିଜେପି ସଭ୍ୟମାନେ ଗୃହକୁ ଆସିଥିଲେ ମଧ୍ୟ ଗୁଇନ୍ଦା ବିଭାଗଠାରୁ ଆରମ୍ଭ କରି ସାମ୍ବାଦିକମାନଙ୍କ ପର୍ଯ୍ୟନ୍ତ କେହି ଟେର୍‌ ପାଇ ନ ଥିଲେ । ଦଳୀୟ ପ୍ରତିବାଦ କି ସରକାରୀ ବିରୋଧୀ ନାରାବାଜି ବେଳେ ସେଥିରୁ ଦୂରେଇ ସ୍ୱାଭାବିକ ଭାବେ ନିଜ ଆସନ ଉପରେ ଛିଡ଼ା ହୋଇ ରହୁଥିବା କନକ ବର୍ଦ୍ଧନ ସିଂହଦେଓ ଆଜି ସଞ୍ଜୟ ଦାସବର୍ମା ବିରୋଧୀ ନାରାବାଜିରେ ନିଜକୁ ସାମିଲ କରି ଗୃହର ମଧ୍ୟଭାଗକୁ ଓହ୍ଲାଇବା ବି ବେଶ୍‌ ଉଲ୍ଲେଖନୀୟ ଥିଲା । ବ୍ୟାନର ଜ୍ୟାକେଟ୍‌କୁ ନିଜ ଗଳାରେ ଗଳାଇ ସହଯୋଗୀ ସଭ୍ୟଙ୍କ ସହ ସ୍ୱର ମିଳାଇଥିଲେ କେଭି । ତେବେ ସମସ୍ତଙ୍କୁ ଚକିତ କରିଥିବା ବିଜେପିର ଏଭଳି ନାଟକୀୟ ଆଭିମୁଖ୍ୟ ପଛରେ ଦଳୀୟ ହାଇକମାଣ୍ଡଙ୍କ ଇସାରା ଥିବା କୁହାଯାଉଛି । ହାଇକମାଣ୍ଡଙ୍କୁ ପ୍ରଭାବିତ କରି ଧର୍ମେନ୍ଦ୍ର ପ୍ରଧାନ ଦଳର ବିଧାନସଭା ରଣନୀତି ଏଭଳି ବଦଳେଇବାକୁ ସମର୍ଥ ହୋଇଛନ୍ତି । ଏହା ପଛରେ ଧର୍ମେନ୍ଦ୍ରଙ୍କ ଦୁଇଟି ଚାଲ୍‌ ରହିଛି । ପ୍ରଥମଟି ହେଲା ଚିଟ୍‌ଫଣ୍ଡ ଓ ସଞ୍ଜୟ ଦାସବର୍ମା ମାମଲାରେ କଂଗ୍ରେସକୁ ସୁଯୋଗ ନ ଦେଇ ନିଜ ଓ ଦଳକୁ ମାଇଲେଜ୍‌ ଆଣିବା ଏବଂ ଦ୍ୱିତୀୟରେ ସଞ୍ଜୟଙ୍କ ମାମଲାରେ ନରମଭାବ ଦେଖାଉଥିବା ନିଜ ଦଳୀୟ ପ୍ରତିଦ୍ୱନ୍ଦୀଙ୍କୁ ସାବାଡ଼ କରିବା ପାଇଁ ଧର୍ମେନ୍ଦ୍ର ଏଭଳି ନାଟକ ରଚନା କରିଛନ୍ତି । କେହି ହୁଏତ ପ୍ରଶ୍ନ କରିପାରେ ଯଦି ଏହା ଠିକ୍‌ ତେବେ କେଭି ଏମିତି ନାଚୁଥିଲେ କାହିଁକି? ଏହାର ସିଧା ଉତ୍ତର ହେବ ଅମିତ୍‌ ସାହାଙ୍କ ନିର୍ଦଶ ଆଗରେ ବିଚରା କେଭି ନାଚାର । କ’ଣ ଆଉ କରିଥାନ୍ତେ?

Previous Post

ଖାଣ୍ଟି ନୁହଁନ୍ତି ଜଷ୍ଟିସ୍‌ ଦାସ

Next Post

ବିଧାନସଭା ପୁଣି ଅଚଳ

Next Post
ବିଧାନସଭା ପୁଣି ଅଚଳ

ବିଧାନସଭା ପୁଣି ଅଚଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA