ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ ଭାଗିରଥୀ ସେଠୀ । ବିଜେପିର ପ୍ରଥମ ୧୦୦ ଜଣିଆ ତାଲିକାରେ ଭାଗିରଥୀଙ୍କ ନାଁ ଘୋଷଣା କରାଯାଇଥିଲା । ବିଜେପି ପାର୍ଟି ଅଫିସରୁ ସେ ଟିକେଟ ନେଇ ଘରକୁ ବି ଯାଇଥିଲେ । ମାତ୍ର ସେହି ଭାଗିରଥୀଙ୍କୁ ଆଜି ଅଚାନକ ନବୀନ ନିବାସରେ ଦେଖିବାକୁ ମିଳିଲା । ବିଜେଡ଼ି ସୁପ୍ରିମୋଙ୍କୁ ଭେଟି ସେ ବିଜେଡ଼ିକୁ ଫେରି ଆସିଛନ୍ତି ।
ଏମିତି କାହିଁକି କଲେ ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନରେ ଭାଗିରଥୀ କହିଛନ୍ତି, ବିଜେପିର ସ୍ଥିତି ଠିକ୍ ନାହିଁ । ଦଳରେ ଅର୍ନ୍ତଦ୍ୱନ୍ଦ ପ୍ରବଳ । ସେଠି ଅଣନିଶ୍ୱାସୀ ଲାଗିଲା । ନିଜକୁ ସୁରକ୍ଷା ମଣିଲିନି । ମୁଁ ବିଜୁ ପରିବାର ଲୋକ । ପରିବାର ଛାଡ଼ି ଚାଲିଯାଇଥିଲି । ପୁଣି ମୋ ପରିବାରକୁ ଫେରିଆସିଲି । ବିଜେଡ଼ି ଟିକେଟରେ ନିର୍ବାଚନ ଲଢ଼ିବେ କି ବୋଲି ପ୍ରଶ୍ନରେ ଭାଗିରଥୀ ଚିରାଚରିତ ଉତ୍ତର ଦେଇଥିଲେ । ଦଳର ସୁପ୍ରିମୋ ଯାହା ଚାହିଁବେ ତାକୁ ମୁଁ ମାନିବି ବୋଲି କହିଥିଲେ । ଭାଗିରଥୀଙ୍କ ଏଭଳି ପଟ୍ଟପରିବର୍ତ୍ତନ ରାଜନୈତିକ ମହଲରେ କୌତୁହଳ ସୃଷ୍ଟି କରିଛି ।
ସୂଚନାଯୋଗ୍ୟ, ଭାଗିରଥୀ ସେଠି ପୂର୍ବରୁ ବିଜେଡ଼ିରେ ଥିଲେ । ୨୦୦୯ ମସିହାରେ ସେ ଆନନ୍ଦପୁର ବିଧାନସଭା ଆସନରୁ ବିଜେଡ଼ି ଟିକେଟରେ ନିର୍ବାଚନ ଲଢ଼ି ଜିତିଥିଲେ । ତେବେ ୨୦୧୪ ମସିହାରେ ବିଜେଡ଼ି ତାଙ୍କୁ ଟିକେଟ ଦେଇ ନ ଥିଲା । ସେ ଭୀଷଣ ଅସନ୍ତୁଷ୍ଟ ହୋଇପଡ଼ିଥିଲେ । ସେହିବର୍ଷ ଡିସେମ୍ବର ୭ ତାରିଖରେ ସେ ବିଜେପି ମୁଖ୍ୟ ଅଫିସରେ ଆୟୋଜିତ ଏକ ଆଡମ୍ବରପୂର୍ଣ୍ଣ ମିଶ୍ରଣ ପର୍ବରେ ବିଜେପିରେ ଯୋଗଦେଇଥିଲେ । ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶୁଥିବା କହିଥିଲେ ।
leader without any concrete ideology. it is of utmost surprise that how will they serve people with such unclear conscience. God save odisha from such politicians. Long live democracy.