Monday, May 25, 2026 08:29 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପି ମହିଳା ମୋର୍ଚ୍ଚାର ଲାଲଚୁଡ଼ି ରାଲି

by Our Correspondent
21 Jan, 2019- 10:49 PM
in News
1 min read
0
ବିଜେପି ମହିଳା ମୋର୍ଚ୍ଚାର ଲାଲଚୁଡ଼ି ରାଲି
ଭୁବନେଶ୍ୱର: ନବୀନ ସରକାର ମହିଳାମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି । ପିପିଲି ବେବିନା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତମାନେ ନିଦେ୍ର୍ଦାଷରେ ଖଲାସ ହୋଇଛନ୍ତି । ପୁଲିସ ଓ କ୍ରାଇମବ୍ରାଞ୍ଚକୁ ହାତବାରିସୀ କରି ସରକାର ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି । ରାଜ୍ୟ ସରକାରଙ୍କ ବିରୋଧରେ ଏହି ସଙ୍ଗୀନ ଅଭିଯୋଗ ଧରି ବିଜେପି ମହିଳା ମୋର୍ଚ୍ଚା ଆଜି ଭୁବନେଶ୍ୱର ରାଜରାସ୍ତାରେ ବଳ ଦେଖାଇଛି । ମହିଳାଙ୍କୁ ସୁରକ୍ଷା ଓ ବେବିନା ଗଣଦୁଷ୍କର୍ମ ମାମଲାର ସିବିଆଇ ତଦନ୍ତ ଦାବିରେ ମୋର୍ଚ୍ଚାର ନେତ୍ରୀ ଓ କର୍ମୀମାନେ ଲାଲଚୁଡ଼ି ରାଲିରେ ଯାଇ ସଚିବାଳୟଙ୍କୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଲାଲଚୁଡ଼ି ପ୍ରଦାନ କରିବାକୁ ସେମାନଙ୍କ ଯୋଜନା ଥିଲା । ପୁଲିସ ସେମାନଙ୍କୁ ଅବରୋଧ କରିବାରୁ ଉଭୟ ପକ୍ଷ ମଧ୍ୟରେ ଠେଳାପେଲା, ଧସ୍ତାଧସ୍ତି ହୋଇଥିଲା ।
ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ନବୀନ ନିବାସ ଘେରାଉ କାର୍ଯ୍ୟକ୍ରମ ଘୋଷଣା କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କୁ ଲାଲଚୁଡ଼ି ପିନ୍ଧାଇବେ ବୋଲି କୁହାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ନବୀନ ନିବାସ ଆଖପାଖର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ତେବେ ମହିଳା ମୋର୍ଚ୍ଚା କର୍ମୀମାନେ ପୁଲିସକୁ ଚକମା ଦେଇ ବିଜେପି ଅଫିସରୁ ମାଷ୍ଟରକ୍ୟାଣ୍ଟିନ୍ ହୋଇ ପିଏମଜି ଯାଇଥିଲେ । ସେଠାରେ ପୁଲିସ ସେମାନଙ୍କୁ କର୍ଡନ କରି ଅଟକାଇବା ବେଳେ ଆଉ କିଛି କର୍ମୀ ସିଧା ସଚିବାଳୟ ରାସ୍ତା ଧରିସାରିଥିଲେ । ସଚିବାଳୟ ୪ ନମ୍ବର ଗେଟ୍ ଦେଇ ଭିତରକୁ ପଶିବାକୁ ଉଦ୍ୟମ କରିବାରୁ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା ।
ଆଜିର ବିକ୍ଷୋଭ ବେଳେ ପୁଲିସ ହିଂସ୍ର ପରାୟଣ ହୋଇ ମହିଳାମାନଙ୍କ ଉପରେ ଆକ୍ରମଣ କରିଛି ବୋଲି ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଅଭିଯୋଗ କରିଛନ୍ତି । ପୂର୍ବ ସୂଚନା ଥାଇ ବି ପୁଲିସ ଆବଶ୍ୟକ ସଂଖ୍ୟକ ମହିଳା ପୁଲିସକୁ ନିୟୋଜିତ କରି ନ ଥିଲା । ପୁରୁଷ ପୁଲିସ ଲଗାଇ ମହିଳାମାନଙ୍କ ଉପରେ ଆକ୍ରମଣ କରିଥିଲା । ମହିଳା ଜାତିଙ୍କୁ ଅସମ୍ମାନିତ ଓ ଅପମାନିତ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଶ୍ରୀମତୀ ପରିଡ଼ାଙ୍କ ନେତୃତ୍ୱରେ ମୋର୍ଚ୍ଚାର ଲାଲଚୁଡ଼ି ରାଲିରେ ବିଜେପି ସାଂସଦ ତଥା ଅଭିନେତ୍ରୀ ରୂପା ଗାଙ୍ଗୁଲି, ମହାଶ୍ୱେତା ରାୟ, ପିଙ୍କି ପ୍ରଧାନ, ଅନୁ ଚୌଧୁରୀ ଆଗରେ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ଶ୍ରୀମନ୍ତିନୀ ଜେନା ପ୍ରମୁଖ ନେତୃତ୍ୱ ନେଇଥିଲେ ।
Previous Post

ନବୀନଙ୍କ ଚମକ ଅତୁଟ, ପୁଣି ଥରେ ବିଜେଡ଼ି ସରକାର !

Next Post

ବିରୋଧୀଙ୍କୁ ବିଜେଡ଼ିର ଜବାବ: ‘କାଳିଆ’ ଅନନ୍ୟ ଯୋଜନା, ଲୋକଙ୍କୁ ବିଭ୍ରାନ୍ତ କରନି

Next Post
ବିରୋଧୀଙ୍କୁ ବିଜେଡ଼ିର ଜବାବ: ‘କାଳିଆ’ ଅନନ୍ୟ ଯୋଜନା, ଲୋକଙ୍କୁ ବିଭ୍ରାନ୍ତ କରନି

ବିରୋଧୀଙ୍କୁ ବିଜେଡ଼ିର ଜବାବ: ‘କାଳିଆ’ ଅନନ୍ୟ ଯୋଜନା, ଲୋକଙ୍କୁ ବିଭ୍ରାନ୍ତ କରନି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA