Friday, May 1, 2026 05:40 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Editors Pick

ଟଙ୍କାରେ ବଙ୍କେଇବେ ଧର୍ମେନ୍ଦ୍ର ?

by Our Correspondent
22 Jul, 2017- 12:49 PM
in Editors Pick, Latest News
1 min read
0
ଟଙ୍କାରେ ବଙ୍କେଇବେ ଧର୍ମେନ୍ଦ୍ର ?

ଟଙ୍କା ୫୦୦ରେ ସାମ୍ବାଦିକମାନଙ୍କୁ କିଣିହବ । ଆଜିକାର ପଇସାବାଲା ନେତାଙ୍କ ମୁଣ୍ଡରେ ଏମିତିକା ଧାରଣା ପଶିଛି । ହାତଗଣତି ସାମ୍ବାଦିକ ସକାଳ ପାଇଲେ ମନ୍ତ୍ରୀ, ବିଧାୟକଙ୍କ ଘରେ ଲୁଟୁରୁ ପାଟୁରୁ ହୋଇ ଟଙ୍କା ୫୦୦ କି ହଜାରରେ ଗଦ୍ ଗଦ୍ ହେଉଥିବାରୁ ସେହି ନେତାମାନେ ସବୁ ସାମ୍ବାଦିକଙ୍କ ମୁଣ୍ଡକୁ ୫୦୦ ଟଙ୍କିଆ ଭାବିନେଇଛନ୍ତି । ଅଢ଼େଇ ବର୍ଷ ତଳେ ପୁରୀରେ ବିଜେଡ଼ି ସାଂସଦ ପିନାକୀ ମିଶ୍ର ଏମିତି ୫୦୦ ଟଙ୍କାରେ ସାମ୍ବାଦିକଙ୍କ ମୁଣ୍ଡ କିଣିବାକୁ ଉଦ୍ୟମ କରିଥିଲେ । ତେବେ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜ୍ ପରଠାରୁ ଏହି ଟ୍ରେଣ୍ଡ ଅତିଶୟ ହୋଇଥିବା କୁହାଯାଉଛି ।

ପେଟ୍ରୋଲ୍ ପଇସାରେ ଡୁବିଥିବା ଧର୍ମେନ୍ଦ୍ର ଗଣମାଧ୍ୟମକୁ ବଲି କା ବକରା ଭାବୁଛନ୍ତି । ଖାଲି ଭାବୁନାହାନ୍ତି କାମରେ କରି ଦେଖାଉଛନ୍ତି । ନିର୍ଦ୍ଦିଷ୍ଟ କିଛି ଗଣମାଧ୍ୟମ ମାଲିକଙ୍କୁ ସେ ପକେଟରେ ପୂରାଇ ସାରିଥିଲା ବେଳେ ଆଉ କିଛି ଚାମଚା ସାମ୍ବାଦିକଙ୍କୁ ମାସିକିଆ ପେ ରୋଲ୍ ରେ ରଖିଛନ୍ତି । ବାଇ ଚାନସ୍ ସେହି ସାମ୍ବାଦିକ ତାଙ୍କ ବିରୋଧରେ ନିଉଜ୍ ଲେଖିଦେଲେ ଧର୍ମେନ୍ଦ୍ର ନାଲିଆଖି ଦେଖାଇବାକୁ ପଛାଉନାହାନ୍ତି । ତାଙ୍କ ଲୋକ ଜନ୍ମ କଲା ବାପ ଭଳି ସାମ୍ବାଦିକଙ୍କୁ ଧମକୋଉଛନ୍ତି । ଏକଥା ଆମେ କହୁନୁ, ଓଡ଼ିଶାର ଜଣେ ନାମୀ ଗଣମାଧ୍ୟମ ମାଲିକଙ୍କ ମନର କଥା ଇଏ । ଜାତୀୟ ଗଣମାଧ୍ୟମକୁ ବିଜେପି କିଣିବାରେ ସଫଳ ହେବା ପରେ ଓଡ଼ିଶାରେ ଧର୍ମେନ୍ଦ୍ର ଏହି ଥିଓରି ଆପଣେଇଛନ୍ତି । ଏମିତିକି କିଏ କେଉଁ ଟିଭି ଚାନେଲ୍ ର ଦାୟିତ୍ୱ ନେବ ତାହା ଧର୍ମେନ୍ଦ୍ର ଓ ତାଙ୍କ ଟିମ୍ ସ୍ଥିର କରୁଛନ୍ତି । ଏହା ଆଉ ଅଭିଯୋଗ ହୋଇ ରହିନାହିଁ ବରଂ ବାସ୍ତବତା ଦାଣ୍ଡରେ ପଡ଼ି ହାଟରେ ଗଡୁଛି ।

ଗତକାଲି(ଶୁକ୍ରବାର) ଅନୁଗୁଳରେ ଯେଉଁ ଘଟଣା ଘଟିଲା ତାହା ଯେତିକି ମାରାତ୍ମକ ସେତିକି ଲଜ୍ଜାଜନକ । ତିନି ତିନି ଜଣ ପାୱାରଫୁଲ୍ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ସାମ୍ବାଦିକଙ୍କୁ ୫୦୦ ଟଙ୍କାରେ କିଣିବାକୁ ଉଦ୍ୟମ ହେଲା । ଧର୍ମେନ୍ଦ୍ର, ଜୁଏଲ୍ ଙ୍କ ଉପସ୍ଥିତିରେ ନୀତିନ୍ ଗଡ଼କରୀଙ୍କ ଦ୍ୱାରା ଜାତୀୟ ରାଜପଥର ଚାରିଲେନ୍ ପ୍ରକଳ୍ପର ଭୂମିପୂଜାକୁ ଭଲ ଭାବେ ହାଇଲାଇଟ୍ କରିବାକୁ ସାମ୍ବାଦିକଙ୍କ ମୁଣ୍ଡ ପିଛା ୫୦୦ ଟଙ୍କା ଲାଞ୍ଚ ଧାର୍ଯ୍ୟ କରାଯାଇଥିଲା । ଆୟୋଜକଙ୍କ ଏତେ ସାହସ ଯେ ଖୋଦ୍ ଜାତୀୟ ରାଜପଥ ପ୍ରାଧିକରଣ ଯନ୍ତ୍ରୀ ଶୁଭେନ୍ଦ୍ର ସିଂହ ପ୍ରେସ୍ ଗ୍ୟାଲେରିକୁ ଆସି ଗୋଟେ ଗୋଟେ ଧଳା ଲଫାପାରେ ୫୦୦ ଟଙ୍କା ପୂରାଇ ସାମ୍ବାଦିକଙ୍କୁ ଫୋଲଡର ଧରାଇଦେଲେ । ସାମ୍ବାଦିକଙ୍କୁ ଏହି ଲାଞ୍ଚ ଗଡ଼କରୀ ନ ଜାଣିଲେ ନାହିଁ ଧର୍ମେନ୍ଦ୍ର ଟିମ୍ ଙ୍କ ଅଜାଣତରେ ଯେ ଦିଆଯାଇଥିବ ତାହା ଅନେକ ବିଶ୍ୱାସ କରୁନାହାନ୍ତି । ଗର୍ବର କଥା, ସେଠାରେ ଉପସ୍ଥିତ ସାମ୍ବାଦିକମାନେ ନିଜର ଆତ୍ମସମ୍ମାନ ଜଗି ଏହାକୁ ତୀବ୍ର ବିରୋଧ କରିଥିଲେ । ଥାନାରେ ଯାଇ ଲାଞ୍ଚ ଦେଉଥିବା ଅଧିକାରୀଙ୍କ ବିରୋଧରେ ଏତଲା ଦେଇଛନ୍ତି । ପୁଲିସ ଏହାର ତଦନ୍ତ କରି କାହାରିକୁ କ’ଣ ଦଣ୍ଡ ଦେବ ତାହା ଭିନ୍ନ କଥା । ହେଲେ ସାମ୍ବାଦିକଙ୍କୁ ପଇସା ଦେଇ କିଣିବାର ପ୍ରଥା ଗଣତନ୍ତ୍ର ପାଇଁ ସାଂଘାତିକ ବିପଦଜ୍ଜନକ ବୋଲି ବୁଦ୍ଧିଜୀବୀମହଲରେ ମତ ପ୍ରକାଶ ପାଇଛି ।

ଆଗରୁ କାଁ ଭାଁ ଏମିତି ଘଟଣା ଘଟୁଥିଲେ ମଧ୍ୟ ଓଡ଼ିଶାରେ ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ସାମ୍ବାଦିକଙ୍କୁ ଲୋଭ ଓ ଭୟ ଦେଖାଇବାର ପରମ୍ପରା ଉତ୍କଟ ରୂପ ନେଇଥିବା ଓଡ଼ିଶା ଗଣମାଧ୍ୟମ ଜଗତରେ ଚର୍ଚ୍ଚା ହେଉଛି । ଏହାଦ୍ୱାରା ସାମ୍ବାଦିକଙ୍କ ସ୍ୱାଧୀନତା ଓ ସ୍ୱାଧୀନ ଭାବେ ନିର୍ଭିକ ସମ୍ବାଦ ପରିବେଷଣ ଉପରେ ଅଙ୍କୁଶ ଲଗାଇବାକୁ ଉଦ୍ୟମ ହେଉଛି । ୧୯୭୫ ଦେଶର ଜରୁରୀକାଳୀନ ଅବସ୍ଥା ଭଳି ଗଣମାଧ୍ୟମରେ ଏକପ୍ରକାର ଜରୁରୀକାଳୀନ ସ୍ଥିତି ଜାରି ହୋଇଛି । ସ୍ୱାଧୀନ ଓ ସତ୍ୟ ଖବର ପରିବେଷଣର ଅଧିକାର ଖନନ କରିବାକୁ ଉଦ୍ୟମ ହେଉଛି । ଅନେକ ସାମ୍ବାଦିକ ଚାପ, ଲୋଭ କିମ୍ବା ଭୟର ବଶବର୍ତ୍ତୀ ନ ହୋଇ କାମ କରୁଥିବା ବେଳେ ଆଉ କିଛି ସାମ୍ବାଦିକ ପଇସା ଲୋଭରେ ନୀତି ଆଦର୍ଶକୁ ଜଳାଞ୍ଜଳି ଦେଇ ଏହି ପବିତ୍ର ପ୍ରଫେସନକୁ କଳୁଷିତ କରୁଛନ୍ତି । ଅବଶ୍ୟ ଖୋଦ୍ କିଛି କୋଟିପତି ମାଲିକ ପ୍ରଚୁର ଅର୍ଥଲୋଭରେ ନିଜର ଇଜ୍ଜତକୁ ବାଜି ଲଗାଉଥିବାରୁ ତଳତଳିଆ ସାମ୍ବାଦିକଙ୍କୁ ଭୁଲ୍ ଦେଇ ଲାଭ ନାହିଁ । ଦିନରାତି ଖଟି ମାଲିକଙ୍କ ଶୋଷଣର ଶିକାର ସାମ୍ବାଦିକ ଭାଇ ନିଜ ପରିବାରପୋଷଣ ପାଇଁ ଯଦି କୁଆଡୁ ଦି ପଇସା ରୋଜଗାର କଲେ ସେଥିରେ ପାପ ନାହିଁ ବୋଲି କିଛି ମହଲ ଯୁକ୍ତି କରିଛନ୍ତି ।

Previous Post

ତାରା ସତ ନା ସୂର୍ଯ୍ୟ ?

Next Post

ପାୱାର୍ ନ ଥାଇ ପାୱାରଫୁଲ୍

Next Post
ପାୱାର୍ ନ ଥାଇ ପାୱାରଫୁଲ୍

ପାୱାର୍ ନ ଥାଇ ପାୱାରଫୁଲ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA