ନୂଆଦିଲ୍ଲୀ: ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ଶାସନର ପତ୍ତନ ଘଟିବାକୁ ଯାଉଛି । ଏହି ଦୁଇ ରାଜ୍ୟରେ ବିଜେପିକୁ ବହୁ ପଛରେ ପକାଇ ଦେଇଛି କଂଗ୍ରେସ । ସକାଳ ୧୦ଟା ୨୦ ସୁଦ୍ଧା ଦୁଇଟି ଯାକ ରାଜ୍ୟରେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ଆଡକୁ ଅଗ୍ରସର ହୋଇସାରିଛି ।
ରାଜସ୍ଥାନରେ ମୋଟ ୧୯୯ ଟି ଆସନରୁ ୧୮୫ ଟି ଆସନର ଟ୍ରେଣ୍ଡ ଆସିଛି । ବିଜେପି ୭୬ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୧୦୮ ଟି ଆସନରେ ଆଗୁଆ ଅଛି ।
ସେହିଭଳି ଛତିଶଗଡ଼ରେ ମୋଟ ୯୦ ଆସନର ଟ୍ରେଣ୍ଡ ଆସିଛି । ବିଜେପି ୨୪ ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୫୯ଟି ଆସନରେ ଆଗୁଆ ଅଛି । ଅନ୍ୟାନ୍ୟ ଦଳ ୭ ଟି ଆସନରେ ଆଗୁଆ ଅଛନ୍ତି ।
ମଧ୍ୟପ୍ରଦେଶରେ ୨୩୦ ଟି ଆସନ ମଧ୍ୟରୁ ୨୨୩ ଆସନର ଟ୍ରେଣ୍ଡ ଆସିଛି । ବିଜେପି ୧୧୧ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୧୦୭ ଆସନରେ ଆଗୁଆ ଅଛି । ଅନ୍ୟାନ୍ୟ ଦଳ ୫ ଟି ଆସନରେ ଆଗରେ ଅଛନ୍ତି ।
ତେଲେଙ୍ଗାନାରେ କେ. ଚନ୍ଦ୍ରଶେଖର ରାଓ ଦ୍ୱିତୀୟ ଥର ପାଇଁ କ୍ଷମତା ହାସଲ କରିବାକୁ ଯାଉଛନ୍ତି । ମୋଟ ୧୧୯ ଟି ଆସନ ମଧ୍ୟରୁ ୧୧୬ ଆସନର ଟ୍ରେଣ୍ଡ ଅନୁଯାୟୀ, ଟିଆରଏସ ୯୧ ଆସନରେ ଆଗୁଆ ଅଛି । କଂଗ୍ରେସ ୧୬ ଏବଂ ବିଜେପି ୪ ଟି ଆସନରେ ଆଗୁଆ ଅଛି ।
ମିଜୋରାମରେ ୪୦ ଟି ଆସନରୁ ଏମଏନଏଫ ୧୬ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୧୧ ଆସନରେ ଆଗୁଆ ଅଛି ।