ନୂଆଦିଲ୍ଲୀ: ରାଜସ୍ଥାନରେ କ୍ଷମତାସୀନ ବିଜେପିଠାରୁ କଂଗ୍ରେସ ଆଗରେ ଚାଲିଛି । ଛତିଶଗଡ଼ରେ କ୍ଷମତାସୀନ ବିଜେପିଠାରୁ କଂଗ୍ରେସ ବହୁ ଆଗରେ ଚାଲିଛି । ମଧ୍ୟପ୍ରଦେଶରେ କ୍ଷମତାସୀନ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଥିବା କଡ଼ା ଟକ୍କର ଚାଲିଛି । ତେଲେଙ୍ଗାନାରେ ଟିଆରଏସ୍ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ଆଡକୁ ଅଗ୍ରସର ହେଉଥିବା ବେଳେ ମିଜୋରାମରେ କ୍ଷମତାସୀନ କଂଗ୍ରେସକୁ ପଛରେ ପକାଇ ଏମଏନଏଫ ଆଗରେ ଚାଲିଛି । ସକାଳ ୯.୫୦ ସୁଦ୍ଧା ୫ ଟି ରାଜ୍ୟର ନିର୍ବାଚନ ଫଳର ଏହା ହେଉଛି ଟ୍ରେଣ୍ଡ ।
ଟ୍ରେଣ୍ଡ
ରାଜସ୍ଥାନ: ବିଜେପି-୭୪, କଂଗ୍ରେସ-୯୨
ଛତିଶଗଡ଼: ବିଜେପି-୨୪, କଂଗ୍ରେସ-୫୪
ମଧ୍ୟପ୍ରଦେଶ: ବିଜେପି-୧୦୫, କଂଗ୍ରେସ-୧୦୩
ତେଲେଙ୍ଗାନା: ଟିଆରଏସ-୭୭, କଂଗ୍ରେସ-୨୮
ମିଜେରାମ: କଂଗ୍ରେସ-୧୧, ଏମଏନଏଫ-୧୬