ଭୁବନେଶ୍ୱର: ବିଜେଡ଼ିର ଏକ ୧୭ ଜଣିଆ ଉପସଭାପତି ତାଲିକା ପ୍ରକାଶ ପାଇଛି । ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ବରିଷ୍ଠ ଉପସଭାପତି ଏବଂ ୯ ଜଣଙ୍କୁ ଉପସଭାପତି ପଦରେ ନିଯୁକ୍ତି ଦିଆଯାଇଛି । ୯ ଉପସଭାପତିଙ୍କୁ ଦଳର ସ୍ୱତନ୍ତ୍ର ବ୍ୟାପାର ଦାୟିତ୍ୱ ଭିତରେ ସୀମିତ କରାଯାଇଛି । ତାଲିକାରେ ଜଣେ ସାଧାରଣ ସମ୍ପାଦକ ଅଛନ୍ତି । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ପୂର୍ବଭଳି ସାଧାରଣ ସମ୍ପାଦକ(ମୁଖ୍ୟାଳୟ)ଦାୟିତ୍ୱରେ ରହିବେ ।
ନବନିଯୁକ୍ତ ବରିଷ୍ଠ ଉପସଭାପତିମାନେ ହେଲେ ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ କୁମାର ପାଟ୍ଟଶାଣୀ, ପ୍ରଫୁଲ୍ଲ ସାମଲ, ବିଜୟଶ୍ରୀ ରାଉତରାୟ, ଲାଲବିହାରୀ ହିମିରିକା, ଅନନ୍ତ ଦାସ ଏବଂ ବିମ୍ବାଧର କୁଅଁର ।
ଅନ୍ୟପକ୍ଷରେ ନବନିଯୁକ୍ତ ଉପସଭାପତି ଏବଂ ସେମାନଙ୍କ ଦାୟିତ୍ୱ ଏହିଭଳି
ମଙ୍ଗଳା କିଷାନ- ଆଦିବାସୀ ସଶକ୍ତିକରଣ ଏବଂ ସଂଖ୍ୟାଲଘୁ ବ୍ୟାପାର
ସୌମ୍ୟ ରଂଜନ ପଟ୍ଟନାୟକ– କଳା, ସଂସ୍କୃତି ଏବଂ ମାନବ ସମ୍ବଳ ବିକାଶ
ଦେବୀ ପ୍ରସାଦ ମିଶ୍ର– ‘ଓଡ଼ିଶା ମୋ ପରିବାର’
ବିକ୍ରମ କେଶରୀ ଆରୁଖ– ପରିବେଶ
ଶ୍ରୀମତୀ ଉଷା ଦେବୀ– ସାମାଜିକ କଲ୍ୟାଣ
ଶ୍ରୀମତୀ ପ୍ରମିଳା ମଲ୍ଲିକ– ମହିଳା ସଶକ୍ତିକରଣ
ବଦ୍ରିନାରାୟଣ ପାତ୍ର– ଆଞ୍ଚଳିକ ବିକାଶ
ପ୍ରଦୀପ କୁମାର ଅମାତ୍– ସଶକ୍ତ ଓଡ଼ିଶା
ପଦ୍ମନାଭ ବେହେରା– ଏସସି ସଶକ୍ତିକରଣ
ଦଳର ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ରଂଜନ ମଙ୍ଗରାଜଙ୍କ ଦସ୍ତଖତରେ ଦଳ ପକ୍ଷରୁ ଆଜି ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି ।







