Tuesday, June 23, 2026 05:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବାହୁଡ଼ିଲେ ତିନି ଠାକୁର; ରଥଯାତ୍ରା ଭଳି ଶୃଙ୍ଖଳିତ ହେଲା ବାହୁଡ଼ା ଯାତ୍ରା

by Our Correspondent
01 Jul, 2020- 07:04 PM
in Latest News, News
1 min read
0
ବାହୁଡ଼ିଲେ ତିନି ଠାକୁର; ରଥଯାତ୍ରା ଭଳି ଶୃଙ୍ଖଳିତ ହେଲା ବାହୁଡ଼ା ଯାତ୍ରା

୩୫ ମିନିଟ୍ ପୂର୍ବରୁ ରଥଟଣା, ସିଂହଦ୍ୱାର ସମ୍ମୁଖରେ ତିନି ରଥ

ପୁରୀ: ପୁରୀରେ ବିନା ଭକ୍ତରେ ମହାପ୍ରଭୁଙ୍କ ଶୃଙ୍ଖଳିତ ରଥଯାତ୍ରା ଦେଖିଥିବା କୋଟି କୋଟି ଜଗନ୍ନାଥପ୍ରେମୀ ଆଜି ବାହୁଡ଼ା ଯାତ୍ରାରେ ବି ଅନୁରୂପ ଅନୁଭବ ପାଇଛନ୍ତି । କୋଭିଡ୍ କଟକଣା ପାଳନ ସହ ସେବାୟତମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ତିନି ରଥକୁ ଗୁଣ୍ଡିଚା ମନ୍ଦିରରୁ ଟାଣି ଆଣିଛନ୍ତି ସିଂହଦ୍ୱାର ସମ୍ମୁଖକୁ । ମହାପ୍ରଭୁଙ୍କ ନୀତିକାନ୍ତିଠାରୁ ଆରମ୍ଭ କରି ରଣଟଣା କେଉଁଥିରେ ବି ସାମାନ୍ୟ ବିଶୃଙ୍ଖଳା ସୃଷ୍ଟି ହୋଇନାହିଁ । କୋଭିଡ୍ କଟକଣା ମାନି ଅତ୍ୟନ୍ତ ଶୃଙ୍ଖଳାର ସହ ସେବାୟତ ଓ ପୁଲିସ ସେମାନଙ୍କ ଦାୟିତ୍ୱ ତୁଲାଇଛନ୍ତି ।
ଅସମ୍ଭବରୁ ସମ୍ଭବ ପାଲଟିଥିବା ଏବର୍ଷର ରଥଯାତ୍ରା ଓ ବାହୁଡ଼ା ଯାତ୍ରା ଖାଲି ସଫଳ ହୋଇନାହିଁ ବରଂ ଟିଭିରେ ମହାପ୍ରଭୁଙ୍କ ଯାତ୍ରାର ସିଧା ପ୍ରସାରଣ ଦେଖୁଥିବା କୋଟି କୋଟି ଭକ୍ତଙ୍କ ଭାବକୁ ଅଧିକ ଜୀବନ୍ତ କରିଛି । ଇତିହାସ ଫର୍ଦ୍ଦରେ ଯୋଡି ହୋଇଛି ଆଉ ଏକ ଫର୍ଦ୍ଦ ।

ପୂର୍ବ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ଅନୁଯାୟୀ ଭୋର୍ ରୁ ମଙ୍ଗଳ ଆଳତି କରାଯାଇଥିଲା । ପରେ ପରେ ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଏବଂ ବେଶ ଅନୁଷ୍ଠିତ ହୋଇଥିଲା । ଏହାପରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ଅର୍ଥାତ ଖେଚୁଡ଼ି ଭୋ ହୋଇଥିଲା ।
ସକାଳ ୭ଟା ୪୫ରେ ମଙ୍ଗଳାର୍ପଣ କରାଯାଇ ବାହୁଡ଼ା ପହଣ୍ଡି ଆରମ୍ଭ ହେବାକୁ ସମୟ ନିର୍ଘଣ୍ଟ ହୋଇଥିଲେ ହେଁ ୭.୨୦ରେ ପହଣ୍ଡି ଆରମ୍ଭ ହୋଇଥିଲା । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ କାଳିଆ ଠାକରୁଙ୍କର ପହଣ୍ଡି ହୋଇଥିଲା ।
୧୦.୩୫ ରେ ଛେରାପହଁରା କରିଥିଲେ ଗଜପତି ମହାରାଜା । ୧୧.୧୫ ମିନିଟ୍ ରେ ଛେରାପହଁରା ସରିଥିଲା ।
ନିର୍ଦ୍ଧାରିତ ସମୟର ୩୫ ମିନିଟ୍ ପୂର୍ବରୁ ୧୧.୨୫ ରେ ଆରମ୍ଭ ହୋଇଥିଲା ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା । ୧୨.୨୫ରେ ଦେବୀ ସୁଭଦ୍ରଙ୍କ ଦର୍ପଦଳନ ରଥ ଏବଂ ୧.୨୫ ମିନିଟ୍ ରେ ମହାପ୍ରଭୁଙ୍କ ନନ୍ଦଘୋଷ ରଥଟଣା ଆରମ୍ଭ ହୋଇଥିଲା । ୪.୩୮ ମିନିଟ୍ ରେ ସିଂହଦ୍ୱାର ସମ୍ମୁଖରେ ପହଞ୍ଚି ଯାଇଥିଲା ନନ୍ଦିଘୋଷ ରଥ ।
ବାହୁଡ଼ା ଯାତ୍ରା ସୁରୁଖୁରୁରେ ସମ୍ପନ୍ନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅକ୍ଲାନ୍ତ ଉଦ୍ୟମ ସଫଳ ହୋଇଛି । କୋଭିଡ୍ ର କଡ଼ା କଟକଣା ମଧ୍ୟରେ ଅନୁଷ୍ଠିତ ଏହି ଭକ୍ତଶୂନ୍ୟ ବାହୁଡ଼ା ଯାତ୍ରାରେ ସେବାୟତ, ପୁଲିସ ଏବଂ ସର୍ବୋପରି ପୁରୀବାସୀଙ୍କ ସହଯୋଗ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।
ଅନ୍ୟପକ୍ଷରେ ମହାପ୍ରଭୁଙ୍କ ଏହି ଯାତ୍ରାକୁ ସେବାୟତମାନେ ଅଦ୍ଭୂତପୂର୍ବ ଏବଂ ଅଲୌକିକ ବୋଲି ବର୍ଣ୍ଣନା କରିଛନ୍ତି । ମହାପ୍ରଭୁଙ୍କର ଶକ୍ତି ଓ କୃପା ସେମାନଙ୍କୁ ଅପାର ଆନନ୍ଦ ଦେଇଥିବା ସେବାୟତମାନେ କହିଛନ୍ତି ।
ଆସନ୍ତାକାଲି ଶ୍ରୀଜୀଉଙ୍କ ସୁନାବେଶ ପାଇଁ ଇତିମଧ୍ୟରେ ଜୋରଦାର ପ୍ରସ୍ତୁତି ଚାଲିଛି ।
Previous Post

ବିଜେଡ଼ିରେ ନିଯୁକ୍ତି ପାଇଲେ ୮ ବରିଷ୍ଠ ଉପସଭାପତି, ୯ ଉପସଭାପତି

Next Post

ଦଳୀୟ ବିଧାୟକଙ୍କୁ ନବୀନଙ୍କ କୋଭିଡ୍ ମନ୍ତ୍ର

Next Post
ଦଳୀୟ ବିଧାୟକଙ୍କୁ ନବୀନଙ୍କ କୋଭିଡ୍ ମନ୍ତ୍ର

ଦଳୀୟ ବିଧାୟକଙ୍କୁ ନବୀନଙ୍କ କୋଭିଡ୍ ମନ୍ତ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA