ଭୁବନେଶ୍ୱର: ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ ମିଡ଼ିଆ ପାଇଁ ବିଜୁ ଜନତା ଦଳ ପକ୍ଷରୁ ସଂଯୋଜକ ନିଯୁକ୍ତି କରାଯାଇଛି । ମାନସ ମଙ୍ଗରାଜଙ୍କୁ ଦଳର ପ୍ରିଣ୍ଟ ମିଡ଼ିଆ ସଂଯୋଜକ ଦାୟିତ୍ୱ ଦିଆଯାଇଥିବା ବେଳେ ସସ୍ମିତ୍ ପାତ୍ରଙ୍କୁ ଇଲେକ୍ଟ୍ରୋନିକ୍ ମିଡ଼ିଆ ସଂଯୋଜକ ଦାୟିତ୍ୱ ଦିଆଯାଇଛି । ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଆଜି ସେମାନଙ୍କୁ ଏହି ନିଯୁକ୍ତି ଦେଇଛନ୍ତି ।
ମାନସ ମଙ୍ଗରାଜ ବର୍ତ୍ତମାନ ବିଜେଡ଼ିର କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ସହପ୍ରଭାରୀ ଭାବେ କାର୍ଯ୍ୟ କରିବା ସହ ଦଳର ମିଡ଼ିଆ ପ୍ୟାନେଲିଷ୍ଟ ଅଛନ୍ତି । ସେହିଭଳି ସସ୍ମିତ୍ ପାତ୍ର ବିଜେଡ଼ି ମୁଖପାତ୍ର ଭାବେ କାର୍ଯ୍ୟ କରୁଛନ୍ତି । ଉଭୟ ସେମାନଙ୍କ ପୁରୁଣା ଦାୟିତ୍ୱ ସହ ନୂଆ ଦାୟିତ୍ୱ ନିର୍ବାହ କରିବେ ।