Wednesday, July 1, 2026 07:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡ଼ିର ବଦଳିଲାନି ଦିଲ୍ଲୀ ଆଭିମୁଖ୍ୟ

by Our Correspondent
18 Jun, 2019- 06:44 PM
in Latest News, News, Politics
1 min read
0
ବିଜେଡ଼ିର ବଦଳିଲାନି ଦିଲ୍ଲୀ ଆଭିମୁଖ୍ୟ
ଭୁବନେଶ୍ୱର: ବିଜେପି ଓ କଂଗ୍ରେସଠାରୁ ସମଦୂରତା କଥା କହି ଆସୁଛନ୍ତି ବିଜେଡ଼ି ମୁଖିଆ ନବୀନ ପଟ୍ଟନାୟକ । ଅବଶ୍ୟ ସେଥିରେ ଗୋଟିଏ କ୍ଲଚ୍ ଯୋଡିଛନ୍ତି । ଓଡ଼ିଶାର ସ୍ୱାର୍ଥ ପାଇଁ ଯିଏ କାମ କରିବ ତାକୁ ବିଜେଡ଼ି ସମର୍ଥନ କରିବ । ଗତ ସରକାର ଅମଳରେ ପ୍ରତିଦିନ କେନ୍ଦ୍ର ଅବହେଳା ନାରା ଦେଉଥିଲା ବିଜେଡ଼ି । ମାତ୍ର ଦିଲ୍ଲୀରେ ମୋଦି ସରକାରଙ୍କୁ ଅଡୁଆରେ ପକାଇବାର ନଜିର ଦେଖିବାକୁ ମିଳିଲାନି । ବରଂ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ବିଜେଡ଼ି ସମର୍ଥନ ଜଣାଇଲା । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ କଲା । ପାର୍ଲିଆମେଣ୍ଟରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରିବାରେ ମୋଦି ସରକାରଙ୍କୁ ସହଯୋଗ କଲା । ନୋଟବନ୍ଦୀ, ଜିଏସଟି ଏବଂ ଟ୍ରିପଲ୍ ତଲାକ ଆଦି ପ୍ରସଙ୍ଗରେ ସମର୍ଥନ କରିଥିଲା ।
ନବୀନ ସରକାରଙ୍କ ପଞ୍ଚମ ପାଳି ଓ ମୋଦି ସରକାରଙ୍କ ଦ୍ୱିତୀୟ ପାଳି ଆରମ୍ଭରୁ ବିଜେପି-ବିଜେଡ଼ି ମଧ୍ୟରେ ତଥାକଥିତ ସମ୍ପର୍କ ପଦାକୁ ଆସିବା ଆରମ୍ଭ କରିଛି । ନିର୍ବାଚନ ବିଜୟ ପରେ ମୋଦି-ନବୀନଙ୍କ ଫୋନରେ ଶୁଭେଚ୍ଛା ବାର୍ତ୍ତାଳାପ, ଦିଲ୍ଲୀରେ ଭେଟଘାଟ, ଉଭୟ ଉଭୟଙ୍କ ସହଯୋଗ ଭିକ୍ଷା, ମୁଖ୍ୟମନ୍ତ୍ରୀଙ୍କୁ ଅତ୍ୟନ୍ତ କଟୁ ଭାଷାରେ କଟାକ୍ଷ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଷା ପରିବର୍ତ୍ତନ, ବିକାଶର କୌଣସି ଦଳ ନାହିଁ ବୋଲି ବିଜେପି ନେତାଙ୍କ ସ୍ୱୀକାରୋକ୍ତି ଦେଖିବାକୁ ମିଳୁଛି ।
ଏହି କ୍ରମରେ ଯୋଡି ହୋଇଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଲୋକସଭାର ବାଚସ୍ପତି ଭାବେ ଏନଡିଏ ପ୍ରାର୍ଥୀ କରିଥିବା ରାଜସ୍ଥାନର କୋଟା ଲୋକସଭା ଆସନରୁ ଦୁଇଥରିଆ ବିଜେପି ସାଂସଦ ଓମ୍ ବିର୍ଲା ଙ୍କୁ ସମର୍ଥନ କରିବାକୁ ବିଜେଡ଼ି ନିଷ୍ପତ୍ତି ନେଇଛି । ଆଜି ଅନୁଷ୍ଠିତ ବିଜେଡ଼ି ସଂସଦୀୟ ଦଳ ବୈଠକର ଏହି ନିଷ୍ପତ୍ତି ଶୁଣାଇଛନ୍ତି ସଂସଦୀୟ ଦଳ ନେତା ପିନାକୀ ମିଶ୍ର । ମୋଦି-୨ ସରକାରଙ୍କ ପ୍ରତି କ’ଣ ଆଭିମୁଖ୍ୟ ରଖାଯିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା । କ’ଣ ଆଲୋଚନା ହେଲା ତାହାର ସୂଚନା ନ ଥିଲେ ମଧ୍ୟ ଓଡ଼ିଶାର ବିକାଶ ଏଜେଣ୍ଡାକୁ ସାମନାରେ ରଖି କେନ୍ଦ୍ର ସରକାରଙ୍କୁ ସହଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ଆଗରୁ କହିସାରିଛନ୍ତି ।
ଏନଡିଏର ବାଚସ୍ପତି ପ୍ରାର୍ଥୀଙ୍କୁ ବିଜେଡ଼ିର ସମର୍ଥନ ପରେ ବିଜେଡ଼ି ଭାଗରେ ଉପବାଚସ୍ପତି ପଦ ପଡ଼ିବାର ଅଧିକ ସମ୍ଭାବନା ସୃଷ୍ଟି ହୋଇଛି । ବିଜେଡ଼ିର ପୁରୁଖା ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଏହି ପଦ ମିଳିବ ବୋଲି ଜାତୀୟ ଗଣମାଧ୍ୟମରେ ବହୁତ ଚର୍ଚ୍ଚା ହୋଇଥିଲା । ତେବେ ଏହି ପଦ ଲାଗି ଶିବସେନାକୁ ବିଜେପିର ଆମନ୍ତ୍ରଣ ପରେ ଏହି ଚର୍ଚ୍ଚା ଥମିଥିଲା । ମାତ୍ର ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ସେହି ପୁରୁଣା ଚର୍ଚ୍ଚା ଲେଉଟିଛି । ଲୋକସଭାର ଉପବାଚସ୍ପତି ଭାବେ ଭର୍ତ୍ତୃହରିଙ୍କ ନାଁ ପୁଣି ଚର୍ଚ୍ଚାକୁ ଆସିଛି ।
ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମନ୍ତ୍ରଣକ୍ରମେ ଆସନ୍ତାକାଲି ନୂଆଦିଲ୍ଲୀ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ୱାନ୍ ନେସନ୍ ୱାନ୍ ଇଲେକ୍ସନ୍’ ପ୍ରସଙ୍ଗରେ ସେଠାରେ ଆଲୋଚନା ହେବ । ପ୍ରଧାନମନ୍ତ୍ରୀ ସେଥିପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି । ଗତ ସପ୍ତାହରେ ଦିଲ୍ଲୀଠାରେ ନିତି ଆୟୋଗର ପଞ୍ଚମ ଗଭର୍ଣ୍ଣିଂ କାଉନସିଲ୍ ବୈଠକରେ ମୁଖ୍ୟମନ୍ତ୍ରୀ ‘ୱାନ୍ ନେସନ୍ ୱାନ୍ ଇଲେକ୍ସନ୍’ ପ୍ରସଙ୍ଗ ଉଠାଇଥିଲେ । ଦେଶ ପାଇଁ ଏହାର ଆବଶ୍ୟକତା ରହିଥିବା ଯୁକ୍ତି ରଖିଥିଲେ । ବିଜେଡ଼ି ସଂସଦୀୟ ଦଳ ନେତା ପିନାକୀ ମିଶ୍ର କହିଛନ୍ତି, ‘ୱାନ୍ ନେସନ୍ ୱାନ୍ ଇଲେକ୍ସନ୍’ ଚିନ୍ତାଧାରା ନବୀନ ପଟ୍ଟନାୟକଙ୍କଠାରୁ ଠାରୁ ସୃଷ୍ଟ । ୨୦୦୪ ମସିହାରୁ ମୁଖ୍ୟମନ୍ତ୍ରୀ ଏହା ସପକ୍ଷରେ ଯୁକ୍ତି କରି ଆସୁଛନ୍ତି । ଆଜି ଦେଶତମାମ ଏହା ବିତର୍କର ବିଷୟ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ବି ଏହା ଉପରେ ଆଗ୍ରହ ରଖିଛନ୍ତି ।
Previous Post

୫୦୦ ଏଏସଓଙ୍କ ନିଯୁକ୍ତିକୁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

Next Post

ଖରାଛୁଟି ବଢ଼ିଲା, ମନ୍ତ୍ରୀ ଜାଣିଲେନି

Next Post
ଖରାଛୁଟି ବଢ଼ିଲା, ମନ୍ତ୍ରୀ ଜାଣିଲେନି

ଖରାଛୁଟି ବଢ଼ିଲା, ମନ୍ତ୍ରୀ ଜାଣିଲେନି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA