ଭୁବନେଶ୍ୱର: ମହାନଦୀ ଓ ପୋଲାଭରମ୍ ପାଇଁ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଏକ ଷ୍ଟିୟରିଂ କମିଟି ଗଠନ କରିଛନ୍ତି । କମିଟିର ସଦସ୍ୟ ଭାବେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟରଞ୍ଜନ ପଟ୍ଟନାୟକ, ବିଧାୟକ ଦେବୀପ୍ରସାଦ ମିଶ୍ର ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ମନୋନୀତ କରିଛନ୍ତି ।
ସଭାପତି ତଥା ମୁଖ୍ୟମନ୍ତ୍ରୀ ଅନ୍ୟପକ୍ଷରେ ମନ୍ତ୍ରୀ ଡାକ୍ତର ନୃସିଂହ ଚରଣ ସାହୁ ଓ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ ସାଂଗଠନିକ ଦାୟିତ୍ୱ ଦେଇଛନ୍ତି । ଡା. ସାହୁଙ୍କୁ ଦଳର ପୁରୀ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଥିବା ବେଳେ ଡ. ସାମନ୍ତଙ୍କୁ କନ୍ଧମାଳ ଓ ମୟୁରଭଞ୍ଜ ଜିଲ୍ଲାର ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି । ଏ ସଂକ୍ରାନ୍ତୀୟ ଦଳୀୟ ବିଜ୍ଞପ୍ତି ପ୍ରକାଶ ପାଇଛି ।