Tuesday, May 26, 2026 10:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନଗର ଉନ୍ନୟନ ବିଭାଗରେ ୫୦୦ କୋଟିର ଘୋଟାଲା !

by Our Correspondent
04 Jun, 2018- 02:00 PM
in Latest News, News
1 min read
0
ନଗର ଉନ୍ନୟନ ବିଭାଗରେ ୫୦୦ କୋଟିର ଘୋଟାଲା !
ଭୁବନେଶ୍ୱର: ବ୍ରହ୍ମପୁର ସହରକୁ ପାନୀୟଜଳ ଯୋଗାଣର ଉନ୍ନତିକରଣ ପ୍ରକଳ୍ପରେ ୫୦୦ କୋଟିର ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି । ସବୁ ନୀତି ନିୟମର ଉଲ୍ଲଘଂନ କରି ରାଜ୍ୟ ସରକାର ଚେନ୍ନାଇର ଏଲ ଆଣ୍ଡ ଟି କମ୍ପାନୀକୁ ଏହି ବିଶାଳ ପ୍ରକଳ୍ପ ଟେକି ଦେଇଛନ୍ତି । ନଗର ଉନ୍ନୟନ ବିଭାଗ ପକ୍ଷରୁ କରାଯାଇଥିବା ଟେଣ୍ଡରରେ ଏଲ ଆଣ୍ଡ ଟି କମ୍ପାନୀକୁ ଲୋଏଷ୍ଟ ବିଡ଼ର ଭାବେ କାମ ଦିଆଯାଇ ଓପିଡବ୍ଲୁଡି କୋଡ୍ କୁ ଆଖି ବୁଜି ଦିଆଯାଇଛି । ଏଲ ଆଣ୍ଡ ଟି ଦ୍ୱାରା ପ୍ରଦାନ କରାଯାଇଥିବା ମୂଲ୍ୟ ସାଙ୍କେତିକ ଅଟକଳ ମୂଲ୍ୟର ୧୫ ପ୍ରତିଶତରୁ କମ ହୋଇଥିଲେ ମଧ୍ୟ ତାହାକୁ ଯୋଗ୍ୟ ବିବେଚିତ କରାଯାଇ କାମ ଦିଆଯାଇଛି । ଏହି ବେଆଇନ କାର୍ଯ୍ୟ ଉପରେ ଖୋଦ୍ ଅର୍ଥ ବିଭାଗ ଆପତ୍ତି ଉଠାଇଥିଲେ ମଧ୍ୟ ନଗର ଉନ୍ନୟନ ବିଭାଗ ଏଜିଙ୍କ ବାଟେ ତାହାକୁ ପାର୍ କରେଇ ଦେଇଛି । ସୂଚନା ଅଧିକାର ଆଇନ ବଳରେ ପ୍ରାପ୍ତ ତଥ୍ୟକୁ ଧରି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ ଆଣିଛନ୍ତି କଳିଙ୍ଗ ସେନା ସଭାପତି ହେମନ୍ତ ରଥ ।
ବିବରଣୀରୁ ପ୍ରକାଶ, ବ୍ରହ୍ମପୁରଠାରୁ ୫୫ କିମି ଦୂରରେ ଥିବା ଜାହ୍ନିଭିଲ୍ଲୀ ଆନିକଟକୁ ଜଳଉତ୍ସ ରୂପେ ଗ୍ରହଣ କରାଯାଇ ବ୍ରହ୍ମପୁର ସହର ପାଇଁ ଏକ ବୃହତ୍ତ ପାନୀୟ ଜଳ ଯୋଗାଣର ଉନ୍ନତିକରଣ ପ୍ରକଳ୍ପ ଅନୁମୋଦିତ ହୋଇଥିଲା । ଗତ ନଭେମ୍ବର ୨୦୧୫ ରେ ଉକ୍ତ ପ୍ରକଳ୍ପକୁ ଜନସ୍ୱାାସ୍ଥ୍ୟ ଯାନ୍ତ୍ରିକ ସଂସ୍ଥା ଦ୍ୱାରା ବୈଷୟିକ ଅନୁମୋଦନ ମିଳିଥିଲା । ଏହି ପ୍ରକଳ୍ପକୁ ଇପିସି ମୋଡ଼୍ ରେ ଟେଣ୍ଡର ଆହ୍ୱାନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ସେଥିରେ ୫ ବର୍ଷର ରକ୍ଷଣାବେକ୍ଷଣ ଖର୍ଚ୍ଚ ଏବଂ ବିଦ୍ୟୁତ ଦେୟ ଖର୍ଚ୍ଚକୁ ଅର୍ନ୍ତଭୁକ୍ତ କରାଯାଇ ସାଙ୍କେତିକ ନିର୍ମାଣ ଖର୍ଚ୍ଚ ୫୧୯.୮୧ କୋଟିକୁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଉକ୍ତ ପ୍ରକଳ୍ପକୁ ୨ ବର୍ଷ ଅବଧି ମଧ୍ୟରେ ଶେଷ କରିବା ପାଇଁ ସମୟ ନିର୍ଦ୍ଧାରିତ କରାଯାଇଥିଲା ।
ଏହି ଟେଣ୍ଡର ପ୍ରକ୍ରିୟାରେ ଚେନ୍ନାଇର ଏଲ ଆଣ୍ଡ ଟି କମ୍ପାନୀ ସହ ମୋଟ ୮ଟି ସଂସ୍ଥା ଅଂଶ ଗ୍ରହଣ କରିଥିଲେ । ଅଗଷ୍ଟ ୮,୨୦୧୬ ରେ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ସଂସ୍ଥାରେ ଥିବା ମୂଲ୍ୟାୟନ କମିଟି ଏହାର ତର୍ଜମା କରି ଲୋଏଷ୍ଟ ବିଡ଼ର୍ ଏଲ ଆଣ୍ଡ ଟି ନାମ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ । ଏଲ ଆଣ୍ଡ ଟି ୪୩୧.୩୦ କୋଟି ମୂଲ୍ୟ ଦେଇ ଲୋଏଷ୍ଟ ବିଡ଼ର୍ ରହିଥିଲେ ମଧ୍ୟ ତାହା ସାଙ୍କେତିକ ଅଟକଳଠାରୁ ୧୭.୦୩ ପ୍ରତିଶତ କମ୍ ଥିଲା । ରାଜ୍ୟ ସରକାରଙ୍କ ଓପିଡବ୍ଲୁଡି କୋଡ୍ ର ଭଲ୍ୟୁମ୍ ୨ ରେ ସ୍ପଷ୍ଟ ନିୟମ ରହିଛି ଯଦି ବିଡର୍ ଦେଇଥିବା ମୂଲ୍ୟ ସାଙ୍କେତିକ ଅଟକଳଠାରୁ ୧୫ ପ୍ରତିଶତରୁ କମ ହେବ ତେବେ ତାହା ରିଜେକ୍ଟ ହେବ । ସେଭଳି କ୍ଷେତ୍ରରେ ଅବଶିଷ୍ଟ ବିଡର୍ ଙ୍କ ମେରିଟ୍ ଦେଖି ଟେଣ୍ଡର ଚୂଡ଼ାନ୍ତ ହେବ । ସୁତରାଂ ଏଲ ଆଣ୍ଡ ଟି ଚେନ୍ନାଇ କ୍ଷେତ୍ରରେ ଓପିଡବ୍ଲୁଡି କୋଡ୍ ର ଉଲ୍ଲଂଘନ କରାଯାଇ କାମ ଟେକି ଦିଆଯାଇଛି ।
ଖାଲି ସେତିକି ନୁହେଁ ଏହି ବେଆଇନ କାର୍ଯ୍ୟ ଉପରେ ନଗର ଉନ୍ନୟନ ବିଭାଗ ସରକାରୀ ସ୍ୱୀକୃତି ଲଗାଇବାକୁ କୌଣସି ବାଟ ହାତଛଡ଼ା କରିନାହିଁ । ଅର୍ଥ ବିଭାଗ ଓ ପୂର୍ତ୍ତ ବିଭାଗ ଏ ସଂଂକ୍ରାନ୍ତୀୟ ଫାଇଲ୍ କୁ ଅନୁମତି ନ ଦେଇ ଫେରାଇ ଦେଇଥିଲେ ମଧ୍ୟ ନଗର ଉନ୍ନୟନ ବିଭାଗ ଆଡଭୋକେଟ ଜେନେରାଲ୍ ଙ୍କ ସହଯୋଗ ନେଇ ଗଳାବାଟରେ ତାହାକୁ ଖସାଇ ଦେଇଛି । ଏଲ ଆଣ୍ଡ ଟି ବର୍ତ୍ତମାନ ପ୍ରକଳ୍ପ ନିର୍ମାଣ କରୁଛି ।
ଶ୍ରୀ ରଥ ପ୍ରଶ୍ନ କରିଛନ୍ତି, ସରକାରୀ ନୀତି ନିୟମକୁ ଜଳାଞ୍ଜଳି ଦେଇ କାହା ସ୍ୱାର୍ଥରେ ଏଲ ଆଣ୍ଡ ଟି କୁ ଏହି ପ୍ରକଳ୍ପ ଟେକି ଦିଆଯାଇଛି ? ନଗର ଉନ୍ନୟନ ବିଭାଗ ସେହି ନିର୍ଦ୍ଦିଷ୍ଟ ସଂସ୍ଥାକୁ କାମ ଦେବା ପାଇଁ ଏତେ ତତ୍ପର ଥିଲା କାହିଁକି ? ଅର୍ଥ ଓ ପୂର୍ତ୍ତ ବିଭାଗ ଉକ୍ତ ପ୍ରସ୍ତାବକୁ ବେଆଇନ ଦର୍ଶାଇଥିବା ବେଳେ ଏଜିଙ୍କ ସହଯୋଗରେ ଏଭଳି ଏକ ବେଆଇନ କାର୍ଯ୍ୟ ପଛରେ ଏକ ବଡ଼ ରାକେଟ୍ କାମ କରିନାହିଁ କି ? ଏହି ଘୋଟାଲାରେ ବିଭାଗୀୟ ସଚିବଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଙ୍କ ସଂପୃକ୍ତି ଥିବା ଅଭିଯୋଗ କରି ଏହାର ଉପଯୁକ୍ତ ତଦନ୍ତ ହେବା ସହ ଉକ୍ତ ଟେଣ୍ଡରକୁ ବାତିଲ କରି ସାନି ଟେଣ୍ଡର ପାଇଁ ଶ୍ରୀ ରଥ ଦାବି କରିଛନ୍ତି ।
ଏହି ଅଭିଯୋଗ ସଂକ୍ରାନ୍ତରେ ବିଭାଗୀୟ ସଚିବଙ୍କ ସହ ଯୋଗାଯୋଗ ସମ୍ଭବ ନ ହେବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
Previous Post

ରତ୍ନ ଭଣ୍ଡାର ଚାବିକାଠି ଚେତା ପଶିଲା; ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

Next Post

ବିଜେଡ଼ିର ମହାନଦୀ ଷ୍ଟିୟରିଂ କମିଟି, ଦୁଇ ନେତାଙ୍କୁ ସାଂଗଠନିକ ଦାୟିତ୍ୱ

Next Post
ବିଜେଡ଼ିର ମହାନଦୀ ଷ୍ଟିୟରିଂ କମିଟି, ଦୁଇ ନେତାଙ୍କୁ ସାଂଗଠନିକ ଦାୟିତ୍ୱ

ବିଜେଡ଼ିର ମହାନଦୀ ଷ୍ଟିୟରିଂ କମିଟି, ଦୁଇ ନେତାଙ୍କୁ ସାଂଗଠନିକ ଦାୟିତ୍ୱ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA