Monday, May 25, 2026 07:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡ଼ି ଛାଡ଼ିଲେ ବୈଜୟନ୍ତ; ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ଦଳ ଚାଲେ ବୋଲି ମାନିଲେ

by Our Correspondent
28 May, 2018- 01:32 PM
in Latest News, Politics
1 min read
0
ବିଜେଡ଼ି ଛାଡ଼ିଲେ ବୈଜୟନ୍ତ; ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ଦଳ ଚାଲେ ବୋଲି ମାନିଲେ
ଭୁବନେଶ୍ୱର: ଶେଷରେ ବିଜେଡ଼ିରୁ ଇସ୍ତଫା ଦେଲେ ବୈଜୟନ୍ତ ପଣ୍ଡା । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ଏକ ତିନିପୃଷ୍ଠିଆ ଚିଠି ଲେଖି ନିଜର ଇସ୍ତଫା ଜଣାଇଛନ୍ତି । ଏଥିସହ ସାଂସଦ ପଦରୁ ମଧ୍ୟ ସେ ଇସ୍ତଫା ଦେବେ ବୋଲି କହିଛନ୍ତି । ବାପାଙ୍କ ଅନ୍ତେଷ୍ଟି କାର୍ଯ୍ୟ ସରିବା ପରେ ଲୋକସଭା ବାଚସ୍ପତିଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିବେ । ବାପା ବଂଶୀଧର ପଣ୍ଡାଙ୍କ ଦେହାନ୍ତ ପରେ ବିଜେଡ଼ିର କେହି ଶେଷଦର୍ଶନ ପାଇଁ ନ ଆସିବା ତାଙ୍କୁ ବାଧିଛି ବୋଲି ସେ କହିଛନ୍ତି । ବୈଜୟନ୍ତ ତାଙ୍କ ଚିଠିରେ ସତକଥା ମାନିଯାଇଛନ୍ତି । ପାଣ୍ଡିଆନ୍ ନୁହଁନ୍ତି, ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତାଙ୍କୁ ଦଳରେ ଅଲୋଡ଼ା କରାଯାଇଥିବା ସେ ଅନୁଭବ କରିଛନ୍ତି । ମୋଟାମୋଟି ଭାବେ ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ଦଳରେ ସବୁ ଚାଲେ ବୋଲି ସେ ମାନିଛନ୍ତି ।
ବହୁ ବିଳମ୍ବରେ ହେଉ ପଛେ, ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଚିଠିରେ ବୈଜୟନ୍ତ ଦଳରେ ତାଙ୍କର ଅଲୋଡ଼ାପଣ ଜଣାଇଛନ୍ତି । ତାଙ୍କ ପ୍ରତି ଦଳ ଓ ଦଳର ନେତାମାନଙ୍କ ଆଚରଣ ଜଣାଇଛନ୍ତି । ଲେଖିଛନ୍ତି, ଗତ ୪ ବର୍ଷ ଧରି ଦଳରେ ବହୁତ ଆଘାତ ପାଇଛି, ମାତ୍ର ଏବେ ତାହା ବେଶୀ ହୋଇଗଲା । ବାପା(ବଂଶୀଧର)ଙ୍କ ସହ ବିଜୁ ଅଙ୍କଲ୍ ଙ୍କ ସମ୍ପର୍କ ସମସ୍ତେ ଜାଣନ୍ତି । ହେଲେ ତାଙ୍କର ଦେହାନ୍ତ ପରେ ଶେଷଦର୍ଶନ ପାଇଁ କେହି ଗଲେନି । ଅନ୍ୟ ଦଳର ବହୁ ନେତା ଓ ବରିଷ୍ଠ ଲୋକ ଶେଷ ଦର୍ଶନ ପାଇଁ ଯାଇଥିଲେ ମଧ୍ୟ ବିଜେଡ଼ି ନେତାଙ୍କୁ ବାରଣ କରାଯାଇଥିବା ତାଙ୍କୁ ଅନେକ କହିଛନ୍ତି । ଦଳରେ ତାଙ୍କର ଅଲୋଡ଼ାପଣ ଜାଣି ସେ ଆଉ ଏଠାରେ ରହିବାକୁ ଚାହୁଁନାହାନ୍ତି ।
ସୂଚନାଯୋଗ୍ୟ, ବୈଜୟନ୍ତ ୪ ବର୍ଷ ହେଲା ଏକପ୍ରକାର ବିଜେଡ଼ି ହାତ ଛାଡ଼ିସାରିଥିଲେ । କଥାକଥାକେ ଦଳର ସବୁ କାର୍ଯ୍ୟକଳାପକୁ ସେ ସୋସିଆଲ୍ ମିଡ଼ିଆରେ ସମାଲୋଚନା କରି ଆସୁଥିଲେ । ଓଲଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସେ ବଡ଼ ସ୍ତାବକ ପାଲଟି ଯାଇଥିଲେ । ବିଜେପି ପ୍ରତି ତାଙ୍କର ଦୁର୍ବଳତା ବଢ଼ିଯାଇଥିଲା । ଏକଥା ତାଙ୍କ କାର୍ଯ୍ୟକଳାପରୁ ସ୍ପଷ୍ଟ ହୋଇ ଥିଲା । ସବୁଠାରୁ ବଡ଼କଥା ହେଲା, ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ୍ କରିବାର ସାହାସ ନ ଥିବାରୁ ସେ ତୃତୀୟ ମହଲାର ଅଫିସର ବିଶେଷକରି ତାଙ୍କର ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ୍ ଙ୍କୁ ଆକ୍ରମଣ ଚଳାଇଥିଲେ । ବୈଜୟନ୍ତଙ୍କ ଏଭଳି ଆଚରଣ ପଛରେ ଲୋକସଭା ଫାଇନାନସ୍ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦର ଲାଳସା ପୂରଣ ନ ହେବା ମୁଖ୍ୟ କାରଣ ବୋଲି ବିଜେଡ଼ି ସିଧା ଅଭିଯୋଗ ଆଣିଥିଲା । ୨୦୧୪ ରେ ସେ ଫାଇନାନସ୍ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ ହାତେଇବାକୁ ବ୍ୟାକୁଳ ଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ ତାଙ୍କ ନାଁ ସୁପାରିଶ କରି ନ ଥିଲେ । ଏଥିରେ ବୈଜୟନ୍ତ ଉତକ୍ଷିପ୍ତ ହୋଇ ଦଳବିରୋଧୀ ଆଭିମୁଖ୍ୟ ଗ୍ରହଣ କରିଥିବା କୁହାଯାଉଛି ।
ଇତିମଧ୍ୟରେ ବୈଜୟନ୍ତ ତାଙ୍କ ନିର୍ବାଚନୀ ସତ୍ୟପାଠରେ ମିଥ୍ୟା ସତ୍ୟପାଠ ଦେଇଥିବା ବିଜେଡ଼ି ଅଭିଯୋଗ ଆଣିଥିଲା । ଇମଫାର ଉପସଭାପତି ପଦରେ ଥାଇ ସେ ମୋଟା ଅଙ୍କର ଦରମା ନେଇଥିଲେ ମଧ୍ୟ ତାଙ୍କ ସତ୍ୟପାଠରେ ତାହା ଲୁଚାଇଥିଲେ । ପରବର୍ତ୍ତୀ ସମୟରେ ମାମଲା କୋର୍ଟକୁ ଯାଇଛି ଏବଂ କେନ୍ଦ୍ରାପଡ଼ା ଏସଡ଼ିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶରେ ପୁଲିସ ତାଙ୍କ ବିରୋଧରେ ଅନ୍ୟାନ୍ୟ ଦଫା ସମେତ ୪୨୦ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏବେ ହାଇକୋର୍ଟ ଏହା ଉପରେ ସ୍ଥଗିତାଦେଶ ଦେଇଛନ୍ତି ।
ତେବେ ସେ ଯାହା ହେଉ, ବୈଜୟନ୍ତଙ୍କ ଦଳବିରୋଧୀ କାର୍ଯ୍ୟ ପାଇଁ ଗତ ଜାନୁଆରୀ ୨୪ ତାରିଖରେ ବିଜେଡ଼ିରୁ ନିଲମ୍ବିତ ହୋଇଥିଲେ । ଏହାପରଠୁ ସେ ବିଜେଡ଼ି ବିରୋଧରେ ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ । ବିଜେଡ଼ିରୁ ତାଙ୍କୁ ବହିଷ୍କାର କରାଯିବ ବୋଲି ଚର୍ଚ୍ଚା ହୋଇ ଆସୁଥିବା ବେଳେ ସେ ଆଜି ନିଜ ଆଡ଼ୁ ଇସ୍ତଫା ଦେଇଛନ୍ତି । ଏପରିକି ଦଳର ସାଂସଦ ପଦ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି । ଏବେ ସେ ଯେ କୌଣସି ମୁହୁର୍ତ୍ତରେ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି ।
Previous Post

ମହାନଦୀ ଜବାବ ଦେଲେ ମୋଦି

Next Post

ବୈଜୟନ୍ତ.. କାଳ, ଆଳ ପାଇ ପଳେଇଲେ

Next Post
ବୈଜୟନ୍ତ.. କାଳ, ଆଳ ପାଇ ପଳେଇଲେ

ବୈଜୟନ୍ତ.. କାଳ, ଆଳ ପାଇ ପଳେଇଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA