Monday, May 25, 2026 08:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୈଜୟନ୍ତ.. କାଳ, ଆଳ ପାଇ ପଳେଇଲେ

by Our Correspondent
28 May, 2018- 10:41 PM
in Latest News, Politics
1 min read
0
ବୈଜୟନ୍ତ.. କାଳ, ଆଳ ପାଇ ପଳେଇଲେ
ଭୁବନେଶ୍ୱର: ବୈଜୟନ୍ତଙ୍କ ପାଇଁ ଆଉ ବାଟ ନ ଥିଲା । ସାଂସଦ ଭାବେ ୪ ବର୍ଷ ସମ୍ପୂର୍ଣ୍ଣ କରିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ଆଉ ସମୟ ପୂରିବା ବେଳକୁ ଆଳ ରଖି ପଳେଇଲେ । ବିଜେଡ଼ି ବି ବୈଜୟନ୍ତଙ୍କୁ ବହିଷ୍କାର କରିବାକୁ ବୋଧେ ସାହାସ କରୁ ନ ଥିଲା । ଏମିତି ସମୟ ଆସିଲା ବୈଜୟନ୍ତଙ୍କୁ ଗୋଟେ ଆଳ ଛାଡ଼ିଦେଇ ଶେଷକୁ ବଦନାମ ବୋହିଲା । ବୈଜୟନ୍ତଙ୍କ ପାଇଁ ସହାନୁଭୂତି ଗୋଟାଇବାର ସୁଯୋଗ ଦେଇଦେଲା । ଦଳର ବରିଷ୍ଠ ନେତା ଦେବୀ ମିଶ୍ର ଅତି ଲଜ୍ଜାହୀନ ହୋଇ କହିଲେ, ଏକାଦଶାହ କାମ ସରୁ । ପ୍ରତିକ୍ରିୟା ଦେବୁ ।
ବାସ୍ତବ କଥାଟି ହେଲା, ୨୦୧୪ ନିର୍ବାଚନ ପରଠୁ ବୈଜୟନ୍ତ କଣ୍ଟା ବାଡ଼ରେ ଲୁଗା ପକେଇ କଳି କଲା ଭଳି ନିଜ ଦଳ ବିଜେଡି ସହ କଳି କରୁଥିଲେ । ବିଜେଡ଼ି କଥାଟି ସତ ହୋଇଥିଲେ, ତାଙ୍କୁ ଲୋକସଭା ଫାଇନାନସ୍ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ ପାଇଁ ମୁଖ୍ୟମନ୍ତ୍ରୀ ସୁପାରିଶ ନ କରିବାରୁ ତାଙ୍କର ରାଗ ହୋଇଥିଲା । ମୁଖ୍ୟମନ୍ତ୍ରୀ ଓ ଦଳ ଉପରେ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ ବୈଜୟନ୍ତ । ବିଜେଡ଼ି ସାଂସଦ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ତୁତିଗାନରେ ଲାଗିପଡ଼ିଲେ । କଥାକଥାକେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ଉପରକୁ ଅଙ୍ଗୁଳି ଉଠାଇ ଚାଲିଲେ । କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀର ଦଳୀୟ ବିଧାୟକଙ୍କୁ ସାଙ୍ଗରେ ନ ନେଇ ନିଜ ପାଇଁ ସ୍ୱତନ୍ତ୍ର ବଳୟ ସୃଷ୍ଟି ଉଦ୍ୟମରେ ରହିଲେ । ବିଜେଡ଼ିର ସାଂସଦ ହୋଇ ଦଳୀୟ ଶୃଙ୍ଖଳା ଭିତରେ ନିଜକୁ ରଖିଲେନି । ଏକଥା ସମସ୍ତେ ଜାଣନ୍ତି ।
ବୈଜୟନ୍ତଙ୍କ ଏଭଳି କାର୍ଯ୍ୟକଳାପରେ ଅଙ୍କୁଶ ଲଗାଇବାକୁ ବିଜେଡ଼ି ବି ପଛେଇ ନାହିଁ । ଗତବର୍ଷ ମେ ମାସରେ ମାହାଙ୍ଗାରେ ଦଳୀୟ କର୍ମୀଙ୍କ ପକ୍ଷରୁ ତାଙ୍କୁ ବିରୋଧ କରି ହୋଇଥିବା ଅଣ୍ଡାମାଡ଼ ତାହାର ଏକ ଜ୍ୱଳନ୍ତ ଉଦାହରଣ ବୋଲି କୁହାଯିବ । ଖାଲି ସେତିକି ନୁହେଁ, ଏହି ଘଟଣାର ୩ ମାସ ପରେ ତାଙ୍କ ଉପରେ ପ୍ରଥମ ଦଳୀୟ ଖୁୁର୍ ଲାଗିଥିଲା । ଅଗଷ୍ଟ ମାସରେ ସଂସଦୀୟ ଦଳର ମୁଖପାତ୍ର ପଦରୁ ତାଙ୍କୁ ହଟାଇ ଦିଆଗଲା । ବୈଜୟନ୍ତ ଦଳ ପାଇଁ ଅଲୋଡ଼ା ହୋଇଥିବା ସେବେଠୁଁ ସେ ଜାଣିଯିବା ଉଚିତ ଥିଲା । ହେଲେ ତାଙ୍କୁ ବାଧିଲା ନାହିଁ । ନିଜ ସ୍ୱାଭିମାନ ଓ ଅହଂକାରକୁ ତାହା ସଂକ୍ରମିତ କଲା ନାହିଁ । ଓଲଟି ଦଳରେ ରହି ଅଧିକ ପ୍ରତି ହିଂସାପରାୟଣ ହେଲେ । ତାଙ୍କ ଦଳୀୟ ବିରୋଧୀ ଆଚରଣରେ ଅତିଷ୍ଠ ହୋଇ ଗତ ଜାନୁଆରୀ ୨୪ ତାରିଖରେ ବିଜେଡ଼ି ସଭାପତି ତାଙ୍କୁ ନିଲମ୍ବନ କଲେ ।
ପରେ ପରେ ତାଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଅଭିଯୋଗ ଆଣିଲେ ତାଙ୍କ ସଂସଦୀୟ କ୍ଷେତ୍ରର ବିଧାୟକମାନେ । ମାତ୍ର ବୈଜୟନ୍ତଙ୍କୁ ତାହା ବାଧିଲା ନାହିଁ । ଓଲଟି ଜିଦ୍ କଲା ଭଳି ଯୁଦ୍ଧ କରିଚାଲିଲେ । ମୁଖ୍ୟମନ୍ତ୍ରୀଙ୍କୁ ହାତ ନ ମାରି ତାଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ୍ ଙ୍କ ଉପରେ ଆକ୍ରମଣକୁ ଆହୁରି ପ୍ରଚଣ୍ଡ କଲେ । ମୁଖ୍ୟମନ୍ତ୍ରୀଙ୍କୁ ଭୁଲ୍ ବାଟରେ ନିଆଯାଉଛି ଏବଂ ପାଣ୍ଡିଆନ୍ ଙ୍କ ଇଙ୍ଗିତରେ ତାଙ୍କ ବିରୋଧରେ ଚକ୍ରାନ୍ତ ଚାଲିଛି ବୋଲି ଟୁଇଟ୍ ବର୍ଷା କରିଚାଲିଲେ । ଖାଲି ସେତିକି ନୁହେଁ ତାଙ୍କ ଟିଭିକୁ ବି ବିଜେଡ଼ି ଓ ପାଣ୍ଡିଆନ୍ ଙ୍କ ବିରୋଧରେ ସମ୍ପୂର୍ଣ୍ଣ ଲଗାଇଦେଲେ । ସେଥିପାଇଁ ବିଜେଡ଼ି ତାଙ୍କ ଟିଭିକୁ ବୟକଟ୍ ଘୋଷଣା କଲା । ମାତ୍ର ତାହା ବୈଜୟନ୍ତଙ୍କୁ ଅପମାନିତ କଲାନି କି ତାଙ୍କୁ ବାଧିଲାନି । ପରେ ପରେ ତାଙ୍କ ବିରୋଧରେ କୋର୍ଟରେ ମିଥ୍ୟା ସତ୍ୟପାଠ ମାମଲା, ଥେରୁବାଲି ଇମ୍ଫା କାରଖାନାରେ ଶ୍ରମିକ ଆନ୍ଦୋଳନ, ବ୍ରହ୍ମପୁର ଓରଟେଲ୍ ଅଫିସରେ ତାଲା, ଭୁବନେଶ୍ୱର ଓରଟେଲ୍ ଅଫିସ ସାମ୍ନାରେ ଧାରଣା ଆଦି ହେଲା । ଏହା ପଛରେ ତୃତୀୟ ମହଲାର ଇଙ୍ଗିତ ଥିବା ବୈଜୟନ୍ତ କହି ବୁଲିଲେ । ଏସବୁକୁ ସରକାରୀ ପ୍ରାୟୋଜିତ ଆନ୍ଦୋଳନ ବୋଲି କହିଲେ । ମାତ୍ର ସେଥିରେ ଅପମାନିତ ହୋଇ ଦଳ ଛାଡ଼ିବାକୁ ତାଙ୍କ ମନ ବାଧିଲାନି ।
ବୈଜୟନ୍ତଙ୍କ ବାପା ବିଶିଷ୍ଟ ଶିଳ୍ପପତି ତଥା ବିଜୁବାବୁଙ୍କ ବନ୍ଧୁ ବଂଶୀଧର ପଣ୍ଡାଙ୍କ ମୃତ୍ୟୁ ହେଲା ଏଇ ୨୨ ତାରିଖରେ । ତାଙ୍କ ଶେଷଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ କି କୌଣସି ବିଜେଡ଼ି ନେତା ଗଲେନି । ମୁଖ୍ୟମନ୍ତ୍ରୀ ସୌଜନ୍ୟତା ଭୁଲିଗଲେ ବୋଲି ବୈଜୟନ୍ତଙ୍କ ଶିବିରରୁ ଘମାଘୋଟ ପ୍ରଚାର କରାଗଲା । ବଂଶୀଧରଙ୍କ ଅନ୍ତିମ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଓ ବିଜେଡ଼ି ନେତା ନ ଯିବାକୁ ନେଇ ବିରୋଧୀ ରାଜନୈତିକ ଦଳର ବ୍ୟକ୍ତିବିଶେଷ ସମାଲୋଚନା କଲେ । ବୈଜୟନ୍ତଙ୍କ ଟିଭିରେ ଏହାକୁ ହାଇଲାଇଟ୍ କରାଗଲା । ମୁଖ୍ୟମନ୍ତ୍ରୀଙ୍କ ଅସୌଜନ୍ୟ ଆଚରଣ ପ୍ରତି ସବୁଆଡୁ ଛିଛାକର ଯୋଗାଡ଼ ହେଲା । ହେଲେ ସେଦିନ କି ସେବେଠୁ ୫ ଦିନ ଯାଏଁ ତାହା ତାଙ୍କୁ ବାଧିଲାନି । ବିଜେଡ଼ିରେ ସେ ଯେ ଅଲୋଡ଼ା ତାହା ଜାଣି ବି ଅଜଣା ରହିଲେ ।
ତାଙ୍କ ବାପାଙ୍କ ମୃତ୍ୟୁର ୬ ଦିନ ପରେ ଆଜି(୨୮ ତାରିଖ)ରେ ତାଙ୍କ ମନରେ କ୍ଷୋଭ ଆସିଛି । ତାଙ୍କ ବାପାଙ୍କ ଅନ୍ତିମ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଓ ବିଜେଡ଼ି ନେତା ନ ଆସିଥିବାରୁ ତାଙ୍କୁ ବାଧିଛି ଏବଂ ସେଥିପାଇଁ ଇସ୍ତଫା ଦେଇଛନ୍ତି । ନିର୍ମଳ ଓ ସ୍ୱଚ୍ଛ ନୀତିରୁ ଦଳ ଦୂରେଇ ଯାଇଛି ବୋଲି ବୁଝିଛନ୍ତି । ପାଣ୍ଡିଆନ୍ ନୁହଁନ୍ତି ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ବିଜେଡ଼ିରେ ସବୁ ଚାଲିଛି ବୋଲି ବୁଝିପାରିଛନ୍ତି । ବାପାଙ୍କ ଏକାଦଶାହ ସରିବା ପର୍ଯ୍ୟନ୍ତ ସେ ଅପେକ୍ଷା କରିନାହାନ୍ତି । ଲୋକସଭାରୁ ମଧ୍ୟ ଇସ୍ତଫା ଦେବେ ବୋଲି କହିଛନ୍ତି । ବାପାଙ୍କ ଏକାଦଶାହ କାର୍ଯ୍ୟ ସରିବା ପରେ ଲୋକସଭା ବାଚସ୍ପତିଙ୍କ ପାଖକୁ ଇସ୍ତଫା ପଠାଇବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।
ରାଜନୈତିକ ମହଲର ଚର୍ଚ୍ଚା ଅନୁଯାୟୀ, ବିଜେଡ଼ି ତାଙ୍କୁ ବହିଷ୍କାର କରିବ ବୋଲି ବୈଜୟନ୍ତ ନିଶ୍ଚିତ ହୋଇସାରିଥିଲେ ମଧ୍ୟ ନିଜ ଆଡୁ ପଦକ୍ଷେପ ନେବା ପାଇଁ ସ୍ଥାନ,କାଳ ଓ ପାତ୍ରକୁ ଅପେକ୍ଷା କରିଥିଲେ । କେନ୍ଦ୍ରାପଡ଼ା ଲୋକସଭା ଆସନର ମୋହ ତୁଟାଇ ପାରୁ ନ ଥିଲେ । ଲୋକସଭା ସାଂସଦ ଭାବେ କାର୍ଯ୍ୟକାଳ ୪ ବର୍ଷ ସମ୍ପୂର୍ଣ୍ଣ ହେବାକୁ ଅପେକ୍ଷା କରିଥିଲେ । ଜନ ପ୍ରତିନିଧି ଆଇନର ୧୫୧(କ) ଅନୁଯାୟୀ, ଖାଲି ପଡୁଥିବା ଆସନର ଅବଧି ବର୍ଷକରୁ କମ୍ ହୋଇଥିଲେ ସେଠାରେ ଉପନିର୍ବାଚନର ଆବଶ୍ୟକତା ନାହିଁ । ଅର୍ଥାତ୍ ବୈଜୟନ୍ତ ଏହି ଆଇନ ଜାଣି ସମୟକୁ ଅପେକ୍ଷା କରିଥିଲେ । ଆଉ ସମୟର କଣ୍ଟ ଛିଣ୍ଡିଲା ପରେ ସେ ବିଜେଡ଼ି ଓ ସାଂସଦ ପଦରୁ ଇସ୍ତଫା ଦେଲେ । ନିଶ୍ଚିତ ହୋଇଛନ୍ତି, କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ଉପନିର୍ବାଚନ ହେବାର ନାହିଁ । ଖାସ୍ ଏହି କାରଣରୁ ବୈଜୟନ୍ତଙ୍କୁ ବିଜେଡ଼ି ଛାଡ଼ିବା ପାଇଁ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା । ସମୟ ଓ ସୁଯୋଗ ପାଇ ମୁଖ୍ୟମନ୍ତ୍ରୀ ଓ ବିଜେଡ଼ିକୁ ମନଖୋଲା ବଦନାମ କରି ଦଳ ଛାଡ଼ିଲେ ।
ଏବେ ବୈଜୟନ୍ତ କେଉଁ ଦଳକୁ ଯିବେ ତାହା ଜଣାଇ ନ ଥିଲେ ମଧ୍ୟ ସେ ବିଜେପି ଯାଉଥିବା ସ୍ପଷ୍ଟ ଜଣାପଡୁଛି । ଏମିତିରେ ସେ ବିଜେପି ଯିବେ ବୋଲି ସମସ୍ତେ ଜାଣିଛନ୍ତି । କୁହାଯାଉଛି, ବିଜେପିକୁ ଯାଇ ବୈଜୟନ୍ତ କେବଳ ଔପଚାରିକତା ପୂରଣ କରିବେ ।
Previous Post

ବିଜେଡ଼ି ଛାଡ଼ିଲେ ବୈଜୟନ୍ତ; ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ଦଳ ଚାଲେ ବୋଲି ମାନିଲେ

Next Post

ମଉସା ପୁଅ ଭାଇ ହେବାର ବଦମାସି !

Next Post
ମଉସା ପୁଅ ଭାଇ ହେବାର ବଦମାସି !

ମଉସା ପୁଅ ଭାଇ ହେବାର ବଦମାସି !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA