୧୪ ପୁରୁଣା, ୧୯ ନୂଆ ମୁହଁ
ଭୁବନେଶ୍ୱର: ଦୁଇଟି ନୂଆ ସାଂଗଠନିକ ଜିଲ୍ଲାକୁ ମିଶାଇ ବିଜେଡ଼ିର ୩୩ଟି ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରାଯାଇଛି । ଦଳର ସାଂଗଠନିକ ନିର୍ବାଚନ ପ୍ରକ୍ରିୟାର ଦ୍ୱିତୀୟ ପର୍ଯ୍ୟାୟ ଶେଷରେ ଏହି ତାଲିକା ପ୍ରକାଶ ପାଇଛି । ପୂର୍ବ ତାଲିକାର ୧୪ ଜଣଙ୍କୁ ଏଥିରେ ସ୍ଥାନ ମିଳିଥିବା ବେଳେ ୧୯ ଜଣ ନୂଆ କରି ଯୋଡି ହୋଇଛନ୍ତି । ପୂର୍ବରୁ ବିଜେଡ଼ିର ୩୧ଟି ସାଂଗଠନିକ ଜିଲ୍ଲା ଥିଲା । ତେବେ ୨୦୧୯ ସାଧାରଣ ନିର୍ବାଚନରେ ସୁନ୍ଦରଗଡ଼ ଓ ମୟୁରଭଞ୍ଜ ଜିଲ୍ଲାରେ ଦଳ ଆଶାନୁରୂପକ ଫଳ ପାଇ ନ ଥିଲା । ଆଗକୁ ମ୍ୟୁନିସିପାଲିଟି ନିର୍ବାଚନ ଥିବାରୁ ଏହି ଦୁଇ ଜିଲ୍ଲାରେ ବିଜେଡ଼ି ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ଯୋଜନା କରାଯାଇଛି । ଭୁବନେଶ୍ୱର ଭଳି ରାଉରକେଲାକୁ ଏକ ପୃଥକ୍ ସାଂଗଠନିକ ଜିଲ୍ଲା କରାଯାଇଥିବା ବେଳେ ମୟୁରଭଞ୍ଜ ସଦରକୁ ପୃଥକ୍ ସାଂଗଠନିକ ଜିଲ୍ଲା କରାଯାଇଛି ।
କିଏ କେଉଁ ଜିଲ୍ଲାର ସଭାପତି
ଅନୁଗୁଳ- ମହେନ୍ଦ୍ର ବସ୍ତିଆ
ବାଲେଶ୍ୱର- ରବୀନ୍ଦ୍ର କୁମାର ଜେନା
ବରଗଡ଼- ବିଜୟ ରଞ୍ଜନ ସିଂ ବରିହା
ଭଦ୍ରକ- ଜଗନ୍ନାଥ ସ୍ୱାଇଁ
ଭୁବନେଶ୍ୱର- ଅନନ୍ତ ନାରାୟଣ ଜେନା
ବଲାଙ୍ଗୀର- ଶ୍ରୀମତୀ ଟୁକୁନି ସାହୁ
ବୌଦ୍ଧ- ମହୀଧର ରଣା
କଟକ- ଦେବାଶିଷ ସାମନ୍ତରାୟ
ଦେବଗଡ଼- ରୋମାଞ୍ଚ ରଞ୍ଜନ ବିଶ୍ୱାଳ
ଢ଼େଙ୍କାନାଳ- ପ୍ରଫୁଲ୍ଲ ମଲ୍ଲିକ
ଗଜପତି- ପ୍ରଦୀପ ନାୟକ
ଗଞ୍ଜାମ- ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ
ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି
ଯାଜପୁର- ସରୋଜ ମହାପାତ୍ର
ଝାରସୁଗୁଡ଼ା- କିଶୋର ମହାନ୍ତି
କଳାହାଣ୍ଡିି- ପୁଷ୍ପେନ୍ଦ୍ର ସିଂହଦେଓ
କନ୍ଧମାଳ- ସରୋଜ କୁମାର କର୍ଣ୍ଣ
କେନ୍ଦ୍ରାପଡ଼ା- ଉତ୍କଳ କେଶରୀ ପରିଡ଼ା
କେଉଁଝର- ମାଧବ ସର୍ଦ୍ଦାର
ଖୋର୍ଦ୍ଧା- ବିଭୂତି ଭୂଷଣ ବଳବନ୍ତରାୟ
କୋରାପୁଟ- ଈଶ୍ୱର ପାଣିଗ୍ରାହୀ
ମାଲକାନଗିରି- ପୂର୍ଣ୍ଣଚନ୍ଦ୍ର ବାକା
ମୟୁରଭଞ୍ଜ ସଦର- କାଶୀନାଥ ହେମ୍ବ୍ରମ୍
ମୟୁରଭଞ୍ଜ- ସୁଦାମ ମାରାଣ୍ଡି
ନବରଙ୍ଗପୁର- ରମେଶ ଚନ୍ଦ୍ର ମାଝୀ
ନୟାଗଡ଼- ରମେଶ ବେହେରା
ନୂଆପଡ଼ା- ମନୋଜ ମିଶ୍ର
ପୁରୀ- ମହେଶ୍ୱର ମହାନ୍ତି
ରାୟଗଡ଼ା- ସୁଧୀର ଦାସ
ରାଉରକେଲା- ସାରଦା ପ୍ରସାଦ ନାୟକ
ସମ୍ବଲପୁର- ସିଦ୍ଧାର୍ଥ ଦାସ
ସୁବର୍ଣ୍ଣପୁର- ସରୋଜ କାମ୍ପା
ସୁନ୍ଦରଗଡ଼- ବିନୟ ଟପ୍ପୋ