Wednesday, May 6, 2026 10:15 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡ଼ି ତୟାର୍, ପୁରୀରୁ ନିର୍ବାଚନୀ ବିଗୁଲ୍ !

by Our Correspondent
04 Dec, 2017- 11:51 PM
in Latest News, Politics
1 min read
0
ବିଜେଡ଼ି ତୟାର୍, ପୁରୀରୁ ନିର୍ବାଚନୀ  ବିଗୁଲ୍ !
ଭୁୁବନେଶ୍ୱର: ଆସନ୍ତା ଡିସେମ୍ବର ୨୬ ତାରିଖରେ ବିଜେଡ଼ି ଫୁଙ୍କିବ ୨୦୧୯ ନିର୍ବାଚନ ବିଗୁଲ୍ । ସମ୍ଭବତଃ ଶ୍ରୀକ୍ଷେତ୍ର ପୁରୀରୁ ବାଜିବ ଏହି ବିଗୁଲ୍ । ସେହିଦିନ ବିଜୁ ଜନତା ଦଳକୁ ପୂରିବ ୨୦ ବର୍ଷ । ପ୍ରତିବର୍ଷ ଭୁବନେଶ୍ୱରରେ ପାର୍ଟିର ମୁଖ୍ୟ ଅଫିସରେ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ଉତ୍ସବ ପାଳିତ ହେଉଥିଲା । ମାତ୍ର ଏଥର ଜଗନ୍ନାଥଙ୍କ ଧାମ ଶ୍ରୀକ୍ଷେତ୍ରରେ ଏହାକୁ ମେଗା ରୂପରେ ପାଳନ କରାଯିବ । ପୁରୀରୁ ବିଜେପିର ନବକଳେବର ଆରମ୍ଭ କରି ଶାସନଗାଦି ଅକ୍ତିଆର କରିବାକୁ ଧର୍ମେନ୍ଦ୍ର ପ୍ରଧାନ ମନ ବଳାଇଥିବାରୁ ବିଜେଡ଼ି ସେହି ପୁରୀରେ ନିଜର ଶକ୍ତି ଦେଖାଇବ ଏବଂ ନିର୍ବାଚନୀ ସମରସଜ୍ଜା ଆରମ୍ଭ କରିବ । ବିଂଶତମ ପ୍ରତିଷ୍ଠା ଦିବସ ପୁରୀରେ ପାଳି ରାଜ୍ୟବାସୀଙ୍କୁ ଏକ ‘ନୂଆ ଓଡ଼ିଶା’ର ସଂକଳ୍ପ ଦେବାକୁ ଦଳର ନେତାମାନେ ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିସହ ବିଜେଡ଼ି ସରକାରଙ୍କ ଶାସନର ସଫଳତାକୁ ଲୋକଙ୍କ ପାଖରେ ବ୍ୟାପକ ଭାବେ ପହଞ୍ଚାଇବାକୁ ନେତା ଓ କର୍ମୀଙ୍କୁ ଶକ୍ତି ଦେବାକୁ ଯୋଜନା ହୋଇଛି ।
ପୁରୀ କାର୍ଯ୍ୟକ୍ରମର ରୂପରେଖ କ’ଣ ହେବ ସେ ନେଇ ଦଳର ମଙ୍ଗୁଆଳମାନେ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ମନ୍ତ୍ରୀ ମହେଶ୍ୱର ମହାନ୍ତି, ବିକ୍ରମ ଆରୁଖଙ୍କ ସମେତ ଦେବୀପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ପ୍ରଣବପ୍ରକାଶ(ବବି) ଦାସ, ଦେବାଶିଷ ସାମନ୍ତରାୟ, ପ୍ରଶାନ୍ତ ନନ୍ଦ ପ୍ରଭୃତି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ କାର୍ଯ୍ୟକ୍ରମର ଖସଡ଼ା ପ୍ରସ୍ତୁତ କରିଛନ୍ତି । ଗତ ୧୭ ବର୍ଷରେ ସରକାର କ’ଣ କରିଛନ୍ତି ଏବଂ ଓଡ଼ିଶାକୁ ଏକ ନମ୍ବର ରାଜ୍ୟ ଭାବେ ଗଢ଼ି ତୋଳିବାକୁ ନବୀନ ପଟ୍ଟନାୟକଙ୍କର କ’ଣ ସ୍ୱପ୍ନ ରହିଛି ସେଠି ତାହା ହିଁ ହେବ ପ୍ରଚାରର ମୁଖ୍ୟ ଆୟୁଧ । ସମାବେଶ ପାଇଁ ସବୁ ପଞ୍ଚାୟତରୁ ଲୋକ ଆଣିବା ପାଇଁ ମଧ୍ୟ ଯୋଜନା ହୋଇଛି । ଆସନ୍ତାକାଲି(ମଙ୍ଗଳବାର) ସଂଧ୍ୟାରେ ପାର୍ଟି ଅଫିସରେ ବୈଠକ ବସି ରୂପରେଖ ଚୂଡ଼ାନ୍ତ ହେବ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଆସି ସେଠାରେ ସାଧାରଣ ନିର୍ବାଚନ ଛୁଙ୍କ ଛାଡ଼ିଥିଲେ । ଜଗନ୍ନାଥଙ୍କ ଧାମରୁ ବିଜେପିର ନବକଳେବର ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ । ଦଳର ଅନ୍ୟନେତାମାନେ ମଧ୍ୟ ଧର୍ମେନ୍ଦ୍ରଙ୍କ ସ୍ୱର ସହ ତାଳ ମିଳାଇ ବିଜେଡ଼ିକୁ ନିପାତ କରିବାକୁ ଚାଲେଂଜ ଦେଇଥିଲେ । ତେବେ ବିଜେପିର ଏହି ଚାଲେଂଜକୁ ବିଜେଡ଼ି ସହିପାରିନାହିଁ । ଦଳର ନେତାମାନେ ଏକାଠି ହୋଇ ସେହି ଶ୍ରୀକ୍ଷେତ୍ରରେ ହିଁ ନିଜର ଶକ୍ତି ପ୍ରଦର୍ଶନ କରି ସମଗ୍ର ଓଡ଼ିଶାକୁ ଖେଦିବାକୁ ଯୋଜନା କରିଛନ୍ତି ।
Previous Post

‘ଇମଫା’ ଟପର୍: ୪୪୫ କୋଟି ବିଜୁଳି ବିଲ୍ ବାକି

Next Post

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଆଟାକିଂ ମୁଡ୍

Next Post
ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଆଟାକିଂ ମୁଡ୍

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଆଟାକିଂ ମୁଡ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA