Wednesday, May 6, 2026 11:21 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଆଟାକିଂ ମୁଡ୍

by Our Correspondent
05 Dec, 2017- 04:29 PM
in Latest News, Politics
1 min read
0
ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଆଟାକିଂ ମୁଡ୍
– ବିଜେପିକୁ ନିଜେ ସାମନା କଲେ ନବୀନ
– କହିଲେ, ‘କୁମ୍ଭୀର କାନ୍ଦଣା ବନ୍ଦ କର, ବ୍ରାହ୍ମଣୀ ନଦୀରେ ବ୍ରିଜ୍ କର’
ଭୁବନେଶ୍ୱର: ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ନୂଆ ରୂପରେ ଦେଖିବାକୁ ମିଳିଥିଲା । ବିଜେପୁର ଜଳସେଚନ ପ୍ରକଳ୍ପ ପାଇଁ ଅତିରିକ୍ତ ବଜେଟ୍ ରେ ଅର୍ଥ ବ୍ୟବସ୍ଥା ହୋଇ ନ ଥିବା ଦର୍ଶାଇ ନାରାବାଜି କରୁଥିବା ବିଜେପି ବିଧାୟକଙ୍କୁ ଗୃହରେ ସାମନା କରିଥିଲେ ମୁଖ୍ୟମନ୍ତ୍ରୀ । ସଫା ସଫା ଜଣାଇ ଦେଇଥିଲେ ଯେ ବିଜେପି ଯେଉଁ ଅଭିଯୋଗ ଉଠାଇଛନ୍ତି ତାହା ସମ୍ପୂର୍ଣ୍ଣ ମିଛ । ବିଜେପି ବିଧାୟକମାନେ କୁମ୍ଭୀର କାନ୍ଦଣା ନ କରି ଗୃହ କାର୍ଯ୍ୟରେ ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଖାଣ୍ଟି ଓଡ଼ିଆରେ କଟାକ୍ଷ କରିଥିଲେ । ଖାଲି ସେତିକି ନୁହେଁ ଗୃହ ବାହାରେ ମୁଖ୍ୟମନ୍ତ୍ରୀ ବିଜେପି ବିଧାୟକଙ୍କ ଉଦ୍ଦେଶ୍ୟରେ ଆଉ ପଦିଏ ଓଡ଼ିଆ ଶୁଣାଇଥିଲେ । ‘ବ୍ରାହ୍ମଣୀ ନଦୀ ଉପରେ ବ୍ରିଜ୍ କର’ ବୋଲି ଆହ୍ୱାନ ଦେଇଥିଲେ ।
ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ବିଜେପି ବିଧାୟକମାନେ ହୋହଲ୍ଲା ଆରମ୍ଭ କରିଦେଇଥିଲେ । ଗଙ୍ଗାଧର ମେହେରଙ୍କ ନାଁରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବିଜେପୁର ଲିଫ୍ଟ ଇରିଗେସନ୍ ପ୍ରୋଜେକ୍ଟ ପାଇଁ ଅତିରିକ୍ତ ବଜେଟ୍ ରେ ଅର୍ଥ ବ୍ୟବସ୍ଥା ହୋଇନଥିବା ଦର୍ଶାଇ ସେମାନେ ପ୍ରତିବାଦ କରିଥିଲେ । ସରକାରଙ୍କ ଏହି ଘୋଷଣାକୁ ମିଛ ପ୍ରତିଶ୍ରୁତି ବୋଲି ଆକ୍ଷେପ କରି ଗୃହର ମଧ୍ୟଭାଗରେ ପ୍ରବଳ ହଟ୍ଟଗୋଳ କରିଥିଲେ । ପ୍ରଶ୍ନକାଳ ମାତ୍ର ୧ ମିନିଟ୍ ଚାଲିବା ପରେ ବାଚସ୍ପତି ଗୃହକୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଏହା ପରେ ବିଜେପି ବିଧାୟକମାନେ ଗାନ୍ଧୀ ପ୍ରତିମୂର୍ତ୍ତି ତଳକୁ ଯାଇ ଧାରଣାରେ ବସିଥିଲେ ।
ତେବେ ସାଢ଼େ ୧୧ଟା ବେଳେ ଗୃହକାର୍ଯ୍ୟ ପୁଣି ଆରମ୍ଭ ହେବା ବେଳକୁ ଗୃହରେ ପ୍ରବେଶ କରିଥିଲେ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକଙ୍କ ଅଭିଯୋଗ ଉପରେ ବିବୃତି ଦେଇଥିଲେ । କହିଥିଲେ, ବିଜେପି ବିଧାୟକଙ୍କ ଅଭିଯୋଗର ସତ୍ୟତା ନାହିଁ । ୨୦୧୭-୧୮ ବାର୍ଷିକ ବଜେଟ୍ ରେ ପାଇପ୍ ଲାଇନ୍ ରେ ଥିବା ପ୍ରୋଜେକ୍ଟଗୁଡ଼ିକର ପ୍ରି-ପ୍ରୋଜେକ୍ଟ କାର୍ଯ୍ୟ ପାଇଁ ଦେଢ଼କୋଟି ଟଙ୍କାର ଆର୍ଥିକ ବ୍ୟବସ୍ଥା କରାଯାଇଛି । ସମୁଦାୟ ୫୮ଟି ପ୍ରୋଜେକ୍ଟ ମଧ୍ୟରେ ବିଜେପୁର ଲିଫ୍ଟ ଇରିଗେସନ୍ ପ୍ରୋଜେକ୍ଟ ଅର୍ନ୍ତଭୁକ୍ତ ଅଛି । ନିକଟରେ ଏହି ବିଜେପୁର ପ୍ରୋଜେକ୍ଟଟି ଗଙ୍ଗାଧର ମେହେର ଲିଫ୍ଟ କେନାଲ୍ ସିଷ୍ଟମ୍ ନାଁରେ ନାମକରଣ କରାଯାଇଥିବାରୁ ଜଳସମ୍ପଦ ବିଭାଗର ଆଉଟକମ୍ ବଜେଟ୍ ରେ ଏହା ପ୍ରତିଫଳିତ ହେବ । ୧୨୪୬.୫୬ କୋଟିର ଏହି ଅଣ୍ଡରଗ୍ରାଉଣ୍ଡ ପାଇପ ଲାଇନ୍ ପ୍ରକଳ୍ପ ପାଇଁ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଦେଇଥିବା ମୁଖ୍ୟମନ୍ତ୍ରୀ ଜଣାଇଥିଲେ ।
ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତି ପଢ଼ୁଥିବା ବେଳେ ବିଜେପି ବିଧାୟକମାନେ ଶୁଣାଇ ଦେଇ ନ ଥିଲେ । ଗୃହରେ ପ୍ରବଳ ହୋ ହଲ୍ଲା, ହଟ୍ଟଗୋଳ ଜାରି ରଖିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ହାତଠାରି ଶାନ୍ତ କରାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ପାରି ନ ଥିଲେ । ‘କୁମ୍ଭୀର କାନ୍ଦଣା କାନ୍ଦନ୍ତୁନୁ’ ବୋଲି କଟାକ୍ଷ କରି ‘ଆମେ କମ୍ କଥା କହୁ, ହେଲେ ଆମ କାର୍ଯ୍ୟ ନିଜ କଥା କହେ । ଆମେ ଏକମାତ୍ର ସରକାର ଯିଏ ନିର୍ବାଚନୀ ଇସ୍ତାହାରକୁ ଆନ୍ତରିକତାର ସହ କାର୍ଯ୍ୟକାରୀ କରିଥାଏ’ ବୋଲି ମୁଖ୍ୟମନ୍ତ୍ରୀ କଡ଼ା ଭାଷା ଶୁଣାଇଥିଲେ । ବିଜେପି ବିଧାୟକଙ୍କ ନାରାବାଜି ଭିତରେ ମୁଖ୍ୟମନ୍ତ୍ରୀ ତାଙ୍କର ଇଂରାଜୀ ବିବୃତି ପଢ଼ିଥିଲେ ମଧ୍ୟ ବିଜେପିକୁ ଆଟାକିଂ ମୁଡ୍ ରେ ଥିଲେ । ଗୃହରେ ଦି ପଦ ଓଡ଼ିଆରେ ଶୁଣାଇଲା ପରେ ବି ଶାନ୍ତି ପଡ଼ି ନ ଥିଲେ । ଗୃହରୁ ବାହାରି ଗଣମାଧ୍ୟମରେ ବାଇଟ୍ ଦେଲାବେଳେ ବିଜେପିକୁ ବ୍ରାହ୍ମଣୀ ନଦୀ ଉପରେ ବ୍ରିଜ୍ ନିର୍ମାଣ କଥା ମନେ ପକାଇଦେଇଥିଲେ । ‘ବ୍ରାହ୍ମଣୀ ନଦୀ ଉପରେ ବ୍ରିଜ୍ କର’ ବୋଲି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ରାଜନୈତିକ ମାହୋଲକୁ ଆହୁରି ସରଗରମ କରିଛି ।
Previous Post

ବିଜେଡ଼ି ତୟାର୍, ପୁରୀରୁ ନିର୍ବାଚନୀ ବିଗୁଲ୍ !

Next Post

ଦିଲ୍ଲୀପଙ୍କ ବାଣ ଫୁଟିଲା.. କିଏ ସତ କିଏ ମିଛ ?

Next Post
ଦିଲ୍ଲୀପଙ୍କ ବାଣ ଫୁଟିଲା.. କିଏ ସତ କିଏ ମିଛ ?

ଦିଲ୍ଲୀପଙ୍କ ବାଣ ଫୁଟିଲା.. କିଏ ସତ କିଏ ମିଛ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA