Monday, May 25, 2026 11:33 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜୟ ମହାପାତ୍ରଙ୍କୁ ମନାଇବା ଉଦ୍ୟମ

by Our Correspondent
18 Mar, 2018- 01:44 PM
in Latest News, Politics
1 min read
0
ବିଜୟ ମହାପାତ୍ରଙ୍କୁ ମନାଇବା ଉଦ୍ୟମ
– ଧର୍ମେନ୍ଦ୍ରଙ୍କ ଏକାକୀ ନେତୃତ୍ୱ ଉପରୁ ହାଇକମାଣ୍ଡଙ୍କ ଭରସା ତୁଟିଲା
– ଦିଲ୍ଲୀରେ ବିଜୟ ଓ ପ୍ରତାପ ଷଡ଼ଙ୍ଗୀଙ୍କ ସହ ପୃଥକ୍ ଆଲୋଚନା
– ଆଲୋଚନା ନିର୍ଯାସ ଶୂନ, ଅହଂକାର ରାଜନୀତିକୁ ନାଁ
ଭୁବନେଶ୍ୱର: ବିଜେପୁର ବିପର୍ଯ୍ୟସ୍ତ ପରେ ବିଜେପି ହାଇକମାଣ୍ଡଙ୍କ ମୁଣ୍ଡକୁ ବୁଦ୍ଧି ପଶିଛି । ଦଳରେ କୋଣଠେସା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ମାନଭଂଜନ ଭାଙ୍ଗି ତାଙ୍କୁ ମନେଇବାକୁ ଉଦ୍ୟମ କରିଛନ୍ତି । ତେବେ ଓଡ଼ିଶାରେ ଦଳର ସ୍ଥିତି ଯେଉଁ ଅବସ୍ଥାକୁ ଯାଇଛି ସେଥିରେ ଭବିଷ୍ୟତ ଦେଖିନାହାନ୍ତି ବିଜୟ । ଧର୍ମେନ୍ଦ୍ର ପ୍ରଧାନଙ୍କ ସାଙ୍ଗରେ କାମ କରିବାକୁ ସେ ରୋକଠୋକ ମନା କରିଦେଇଛନ୍ତି । ଦଳର ଅନ୍ୟତମ ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ ମଧ୍ୟ କୌଣସି ଦାୟିତ୍ୱ ନେବାକୁ ରାଜି ହୋଇନାହାନ୍ତି । ହାଇକମାଣ୍ଡ ତାଙ୍କୁ ଦିଲ୍ଲୀ ଡ଼ାକି ସଭାପତି ପଦ ଯାଚିଥିଲେ ମଧ୍ୟ ସେ ପ୍ରତ୍ୟାଖ୍ୟାନ କରିଛନ୍ତି । ବୋଲକରାଙ୍କୁ ସାଙ୍ଗରେ ନେଇ ଅହଂକାରରେ ରାଜନୀତି ହୁଏନି ବୋଲି ଉଭୟ ବିଜୟ ଓ ପ୍ରତାପ ହାଇକମାଣ୍ଡଙ୍କୁ ପୃଥକ୍ ଭାବେ ଜଣାଇ ଦେଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି ।
ଦିଲ୍ଲୀ ସୂତ୍ରର ଖବର ଅନୁଯାୟୀ, ବିଜେପୁର ଫଳକୁ ନେଇ ବିଜେପି ହାଇକମାଣ୍ଡ ଭୀଷଣ ବିବ୍ରତ ହୋଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରୁ ସେମାନଙ୍କର ଭରସା ତୁଟିଯାଇଛି । ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢ଼ିବା ପାଇଁ ଧର୍ମେନ୍ଦ୍ର ଏକାକୀ ସମର୍ଥ ନୁହଁନ୍ତି ବୋଲି ହାଇକମାଣ୍ଡଙ୍କର ହୃଦବୋଧ ହୋଇଛି । ଆଗାମୀ ନିର୍ବାଚନରେ ଏହାର ପୁନରାବୃତ୍ତି ହେଲେ ଦଳ ପାଇଁ ଘୋର ବିପଦ ହେବ । ସୁତରାଂ ଓଡ଼ିଶାରେ ସମ୍ମିଳିତ ନେତୃତ୍ୱ ବା ଗ୍ରୁପ୍ ଲିଡ଼ରସିପ୍ ଫର୍ମୂଲା ପାଇଁ ବିଜେପି ହାଇକମାଣ୍ଡ ଚିନ୍ତା କରିଛନ୍ତି । ଏହି ଫର୍ମୂଲାରେ ଅଲୋଡ଼ା ହୋଇ ରହିଥିବା ପୁରୁଖା ଓ ଅଭିଜ୍ଞ ନେତାଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଅଣାଯିବ । ସେମାନଙ୍କ ମଧ୍ୟରୁ ବଛା ବଛା ନେତାଙ୍କୁ ଗୋଟିଏ ଫୋଲଡରେ ରଖି ଗ୍ରୁପ୍ ଲିଡର ଦାୟିତ୍ୱ ଦିଆଯିବ । ଧର୍ମେନ୍ଦ୍ର ପ୍ରଧାନ ଯେମିତି ଅଛନ୍ତି ସେମିତି ରହିବେ । ତାଙ୍କ ସହ ଆଉ କେଇଜଣଙ୍କୁ ଏକାଠି କରି ଦଳର ସମୂହ ନେତୃତ୍ୱ ଦାୟିତ୍ୱ ଦିଆଯିବ ।
ଏହି ଫର୍ମୂଲାକୁ ଧରି ହାଇକମାଣ୍ଡ ଗତ ସପ୍ତାହରେ ବିଜୟ ମହାପାତ୍ର ଓ ପ୍ରତାପ ଷଡ଼ଙ୍ଗୀଙ୍କୁ ପୃଥକ୍ ଭାବେ ଦିଲ୍ଲୀ ଡାକିଥିଲେ । କଥାବାର୍ତ୍ତାର ଦାୟିତ୍ୱ ନେଇଥିଲେ ବିଜେପି ସଂଗଠନ ଦାୟିତ୍ୱରେ ଥିବା ରାମ ମାଧବ । ପ୍ରଥମେ ପ୍ରତାପ ଷଡ଼ଙ୍ଗୀଙ୍କ ସହ ଆଲୋଚନା କରିଥିଲେ । ଦଳର ସଭାପତି ଦାୟିତ୍ୱ ନେବାକୁ ତାଙ୍କୁ ଅଫର୍ ଦିଆଯାଇଥିଲା । ମାତ୍ର ପ୍ରତାପ ତାହାକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଥିଲେ । ରୋକଠୋକ୍ କହିଥିଲେ, ସଂଗଠନକୁ ଯେଭଳି ବରବାଦ କରାଯାଇଛି କମ୍ ସମୟ ଭିତରେ ତାହାକୁ ସଜାଡ଼ିବା ସମ୍ଭବ ନୁହେଁ । ତୃଣମୂଳସ୍ତରରେ ସଂଗଠନ ବରବାଦ ହୋଇଯାଇଛି । ଖାଲି ଟିଭି ଓ ଖବରକାଗଜରେ ମୁହଁ ଦେଖାଇବା ଛଡ଼ା ଦଳୀୟ କାର୍ଯ୍ୟ ନାହିଁ କହିଲେ ଚଳେ । ଏଭଳିସ୍ଥିତିରେ ସେ ଦଳକୁ ସଜାଡ଼ିପାରିବେ ନାହିଁ ବୋଲି ଜଣାଇ ଦେଇଥିଲେ ।
ପରେ ବିଜୟ ମହାପାତ୍ରଙ୍କ ସହ ଆଲୋଚନା କରିଥିଲେ ରାମ ମାଧବ । ନିଜ ମନର କ୍ଷୋଭକୁ ରୋକଠୋକ ପ୍ରକାଶ କରିଥିଲେ ବିଜୟ । ତାଙ୍କୁ କିଭଳି ଅଣଦେଖା କରାଯାଇଛି ତାହା ବିସ୍ତୃତ ଭାବେ ଜଣାଇଥିଲେ । ‘ମୋ ପାଖରେ ସେଭଳି କିଛି ଯାଦୁ ନାହିଁ ଯିଏ ବିନା ସଂଗଠନରେ ଦଳକୁ ଉଠାଇ ଦେବ’ ବୋଲି ବିଜୟ ଜଣାଇ ଦେଇଥିଲେ । ଧର୍ମେନ୍ଦ୍ର ପ୍ରଧାନଙ୍କ ଅହଂକାର ଓ ମନମାନି କଥା ଉଠାଇ କୌଣସି ହାଲତ୍ ରେ ତାଙ୍କ ନେତୃତ୍ୱ କିମ୍ବା ତାଙ୍କ ସାଙ୍ଗରେ ମିଳିତ ନେତୃତ୍ୱ ନେବା ପ୍ରସ୍ତାବକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ରାମ ମାଧବ ଯେଉଁ ସମୟରେ ବିଜୟ ମହାପାତ୍ର ଓ ପ୍ରତାପ ଷଡ଼ଙ୍ଗୀଙ୍କ ସହ କଥା ହେଉଥିଲେ ସେ ସମୟରେ ଦିଲ୍ଲୀରେ ଉପସ୍ଥିତ ଥିଲେ ଧର୍ମେନ୍ଦ୍ର ପ୍ରଧାନ । ଉଭୟ ବିଜୟ ଓ ପ୍ରତାପ ଧର୍ମେନ୍ଦ୍ରଙ୍କୁ ପ୍ରତ୍ୟକ୍ଷ ଓ ପ୍ରରୋକ୍ଷ ଭାବେ ଗାଳି କରିବା ସହ ପ୍ରଭାରୀ ଅରୁଣ ସିଂଙ୍କ ବିରୋଧରେ ବର୍ଷିଥିଲେ । ପ୍ରଭାରୀ ତାଙ୍କ ଦାୟିତ୍ୱ ଠିକ୍ ରେ ନିର୍ବାହ କରୁନାହାନ୍ତି ଏବଂ ରାଜ୍ୟର ବାସ୍ତବ ସ୍ଥିତି ସଠିକ୍ ଭାବେ ହାଇକମାଣ୍ଡଙ୍କୁ ଜଣାଉନାହାନ୍ତି ବୋଲି ବିଷୋଦଗାର କରିଥିଲେ । ତେବେ ସେ ଯାହା ହେଉ, ବିଜୟ ଓ ପ୍ରତାପଙ୍କ ସହ ପୃଥକ୍ ଆଲୋଚନା ବେଳେ ଧର୍ମେନ୍ଦ୍ର ପ୍ରଧାନ ସେମାନଙ୍କ କାର୍ଯ୍ୟରେ ଆଦୌ ପ୍ରତିବନ୍ଧକ ହେବେ ନାହିଁ ବୋଲି ବାରମ୍ବାର ପ୍ରତିଶ୍ରୁତି ଦିଆଯାଇଥିଲା । ମାତ୍ର ଉଭୟ ତାହା ବିଶ୍ୱାସକୁ ନେଇ ନ ଥିଲେ କି ସେକଥା ଶୁଣିବାକୁ ମଧ୍ୟ ପ୍ରସ୍ତୁତ ନ ଥିଲେ ।
ଅନ୍ୟପକ୍ଷରେ, ଓଡ଼ିଶାରେ ବିଜେଡ଼ି ସହ ଲଢ଼ିବା ପାଇଁ ଧର୍ମେନ୍ଦ୍ରଙ୍କ ଏକାକୀ ନେତୃତ୍ୱ ଉପରେ ହାଇକମାଣ୍ଡଙ୍କ ଭରସା ତୁଟିଯାଇଥିବାରୁ ଧର୍ମେନ୍ଦ୍ର ନିଜକୁ ଅସୁରକ୍ଷିତ ମଣିବା ଆରମ୍ଭ କରିଛନ୍ତି । ଦଳ ମଧ୍ୟପ୍ରଦେଶରୁ ତାଙ୍କୁ ରାଜ୍ୟସଭା ପଠାଇବା ପଛରେ ଓଡ଼ିଶା ରାଜନୀତିର କିଛି ସମ୍ପର୍କ ନ ଥିଲେ ମଧ୍ୟ ଧର୍ମେନ୍ଦ୍ର ଓଡ଼ିଶାରେ ନିଜର ଦବଦବା ଅତୁଟ ଦେଖାଇବାକୁ ଚେଷ୍ଟା କରିଛନ୍ତି । ବିଜେପୁର ବିପର୍ଯ୍ୟୟ ପରେ ଓଡ଼ିଶାକୁ ପ୍ରଥମ ଥର ପାଦ ଦେଇଥିବା ଧର୍ମେନ୍ଦ୍ର ମଧ୍ୟପ୍ରଦେଶରୁ ନିର୍ବାଚିତ ହେବା ଆଳ ଧରି ଭୁବନେଶ୍ୱରରେ ନିଜ ପାଇଁ ଯେଉଁ ଭବ୍ୟ ସମ୍ବର୍ଦ୍ଧନାର ଆୟୋଜନ କରିଥିଲେ ତାହା ଦିଲ୍ଲୀ ମହଲରେ ବି ଚର୍ଚ୍ଚା ହୋଇଛି । ନିଜର ଦୋହଲିଯାଇଥିବା ନେତୃତ୍ୱକୁ ସଳଖ କରିବାକୁ ଏଭଳି ଆୟୋଜନ ସହାୟକ ହେବ ବୋଲି ସେ ମନେ କରିଥିବା କୁହାଯାଉଛି । ତେବେ ଧର୍ମେନ୍ଦ୍ର ଯେତେ ଯାହା ଉଦ୍ୟମ କଲେ ବି ବିଜେପୁର ତାଙ୍କଠାରେ ‘ଫେଲ୍’ ମୋହର ଲଗାଇ ଦେଇଛି । ଖୋଦ୍ ହାଇକମାଣ୍ଡ ଏହା ଅନୁଭବ କରିସାରିଛନ୍ତି । ଓଡ଼ିଶାରେ ‘ମିସନ୍ ୧୨୦ ପ୍ଲସ୍’ ଦିବାସ୍ୱପ୍ନ ଅବସ୍ଥାକୁ ଚାଲିଯାଇଥିବା ଅମିତ୍ ଶାହା ଅନୁଭବ କଲେଣି ବୋଲି ଦିଲ୍ଲୀ ଦଳୀୟ ସୂତ୍ରରୁ ଜଣାପଡ଼ିଛି ।
ସୂଚନାଯୋଗ୍ୟ, ବିଜୟ ଓ ପ୍ରତାପଙ୍କ ସହ ବିଜେପି ହାଇକମାଣ୍ଡଙ୍କ ଆଲୋଚନା ସମ୍ପର୍କରେ ‘ମିଡ଼ ଡ଼େ ଓଡ଼ିଶା’କୁ ଦିଲ୍ଲୀର ବିଶ୍ୱସ୍ତ ମହଲରୁ ସବିଶେଷ ଖବର ମିଳିଥିଲେ ମଧ୍ୟ ସେ ସମ୍ପର୍କରେ ସେମାନେ ମୁହଁ ଖୋଲିନାହାନ୍ତି ।
Previous Post

ରାଷ୍ଟ୍ରପତି ବୁଝିଗଲେ!! ବିଜେଡ଼ି, ବିଜେପି ଉଭୟଙ୍କୁ ଖୁସି କଲେ

Next Post

ଚର୍ଚ୍ଚାରେ ରାଷ୍ଟ୍ରପତିଙ୍କ ବିଜେପି ପ୍ରୀତି

Next Post
ଚର୍ଚ୍ଚାରେ ରାଷ୍ଟ୍ରପତିଙ୍କ ବିଜେପି ପ୍ରୀତି

ଚର୍ଚ୍ଚାରେ ରାଷ୍ଟ୍ରପତିଙ୍କ ବିଜେପି ପ୍ରୀତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA