Monday, May 25, 2026 11:35 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଚର୍ଚ୍ଚାରେ ରାଷ୍ଟ୍ରପତିଙ୍କ ବିଜେପି ପ୍ରୀତି

by Our Correspondent
19 Mar, 2018- 06:58 AM
in Latest News, Politics
1 min read
0
ଚର୍ଚ୍ଚାରେ ରାଷ୍ଟ୍ରପତିଙ୍କ ବିଜେପି ପ୍ରୀତି
ଭୁବନେଶ୍ୱର: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ତାଙ୍କର ଦୁଇଦିନିଆ ଓଡ଼ିଶା ଗସ୍ତ ସାରି ଦିଲ୍ଲୀ ଫେରିଯାଇଛନ୍ତି । ତେବେ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମରେ କିଛି ଅଘଟଣ(!)କୁ ନେଇ ରାଜନୈତିକ ମହଲରେ ଜୋର୍ ଚର୍ଚ୍ଚା । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବିଜେପି ନେତାଙ୍କୁ ଗୁରୁତ୍ୱ ଏବଂ ତାଙ୍କ ଅଭିଭାଷଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବାହାବା ରାଜନୈତିକ ମହଲକୁ ଆଚମ୍ବିତ କରିଛି । ଓଡ଼ିଶାରେ ବିଜେଡ଼ି-ବିଜେପି ଛକାପଂଝାରେ ଥିବା ବେଳେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ରାଜନୈତିକ ଏଜେଣ୍ଡା ପଶିଯାଇଥିବା ସେମାନଙ୍କର ଅନୁଭବ ହୋଇଛି ।
ପ୍ରଥମତଃ ରାଷ୍ଟ୍ରପତିଙ୍କ ମୁଖ୍ୟ କାର୍ଯ୍ୟକ୍ରମ ଥିଲା ଆନନ୍ଦଭବନ ସଂଗ୍ରାଳୟର ଲୋକାର୍ପଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ କରିଥିଲେ ଏବଂ ରାଷ୍ଟ୍ରପତି ତାଙ୍କର ସଦୟ ସ୍ୱୀକୃତି ପ୍ରଦାନ କରିଥିଲେ । ସେହି ଅନୁଯାୟୀ କାର୍ଯ୍ୟକ୍ରମ ସ୍ଥିର ହେଲା । ମାତ୍ର ସେହି କାର୍ଯ୍ୟକ୍ରମ ଭିତରେ ପଶିଲା ପୁରୀରେ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଶତବାର୍ଷିକୀ ସମାରୋହ ଏବଂ ଇଣ୍ଡିଆନ୍ ଅଏଲ୍ ଓଡ଼ିଶା କ୍ୟାମ୍ପସ୍ ଏବଂ ସ୍କିଲ୍ ଡ଼େଭେଲପମେଣ୍ଟ ଇନଷ୍ଟିଚ୍ୟୁଟ୍ ର ଭୂମିପୂଜା । ଖାଲି ସେତିକି ନୁହେଁ, ରାଷ୍ଟ୍ରପତିଙ୍କ ନେତାଜୀ ସଂଗ୍ରାହଳୟ ପରିଦର୍ଶନ ବେଳେ ବିଜେପି ନେତା ସମୀର ଦେ, ନୟନ ମହାନ୍ତି ଓ ପୀତାମ୍ବର ଆଚାର୍ଯ୍ୟ ତାଙ୍କୁ ସ୍ୱାଗତ କରିବେ ବୋଲି ଶେଷ ମୁହୁର୍ତ୍ତରେ ରାଷ୍ଟ୍ରପତି ଭବନରୁ ରାଜ୍ୟ ସରକାରଙ୍କ ପାଖକୁ ଆସିଥିଲା ଚିଠି ।
ଆହୁରି ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, ଆନନ୍ଦ ଭବନ ସଂଗ୍ରାହଳୟ ଲୋକର୍ପଣ ଉତ୍ସବରେ ଯୋଗଦେବାକୁ ବିଜେପିର ୪୪ ଜଣ ନେତାଙ୍କ ତାଲିକା ଶେଷ ମୁହୁର୍ତ୍ତରେ ଆସିଥିଲା ରାଷ୍ଟ୍ରପତି ଭବନରୁ । ରାଜ୍ୟ ସରକାର ଇନଡୋର ଷ୍ଟାଡ଼ିୟମ୍ ରେ କାର୍ଯ୍ୟକ୍ରମର ପ୍ରସ୍ତୁତି ସାରିଥିବାରୁ ଶେଷ ମୁହୁର୍ତ୍ତରେ ରାଷ୍ଟ୍ରପତି ଭବନର ଏହି ତାଲିକାକୁ ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରିଥିଲେ । ୪୪ ଜଣ ଅତିଥିଙ୍କୁ କାର୍ଯ୍ୟକ୍ରମରେ ସାମିଲ କରାଇବା ଆଉ ସମ୍ଭବ ନୁହେଁ ବୋଲି ଜଣାଇ ଦେଇଥିଲେ । ରାଷ୍ଟ୍ରପତି ଭବନ ସଚିବାଳୟକୁ ଏହା କ୍ଷୁବ୍ଧ କରିଥିଲେ ମଧ୍ୟ ରାଜ୍ୟ ସରକାର ନିଜର ଅସହାୟତା ଦେଖାଇଥିଲେ ।
ସୂଚନାଯୋଗ୍ୟ, ସେହି ଆନନ୍ଦ ଭବନ ସଂଗ୍ରହାଳୟ ଲୋକାର୍ପଣ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ହୋଇଛି । ରାଷ୍ଟ୍ରପତି ମୁଖ୍ୟ ପ୍ରସଙ୍ଗରୁ ଯାଇ ପହଞ୍ଚିଥିଲେ କେନ୍ଦ୍ର ସରକାରଙ୍କ ‘ଉଜ୍ଜଳା’ ଓ ‘ବେଟି ବଚାଓ ବେଟି ପଢ଼ାଓ’ ଅପ୍ରସଙ୍ଗରେ । ଏହି ଦୁଇଟି କାର୍ଯ୍ୟକ୍ରମକୁ ସେ ଭୂୟସୀ ପ୍ରଶଂସା କରି ପରୋକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଯଥେଷ୍ଟ ବାହାବା ଦେଇଥିଲେ । ପୂର୍ବ ଭାରତର ବିକାଶ ପାଇଁ କେନ୍ଦ୍ର ପ୍ରାଥମିକତା ଦେଉଛି ବୋଲି ରାଷ୍ଟ୍ରପତି କହିଥିଲେ । ଆନନ୍ଦ ଭବନକୁ ଲୋକାର୍ପଣ କରି ରାଷ୍ଟ୍ରପତି ସ୍ୱାଭାବିକ ଭାବେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଭୂୟସୀ ପ୍ରଶଂସା କରିଥିଲେ ମଧ୍ୟ ତାହାକୁ ସଂରକ୍ଷଣ କରିବାରେ ରାଜ୍ୟ ସରକାରଙ୍କ ଭୂମିକା ଉପରେ ପଦୁଟିଏ କହି ନ ଥିଲେ । ମୋଟାମୋଟି ଭାବେ ରାଷ୍ଟ୍ରପତିଙ୍କ ବକ୍ତବ୍ୟ ସଂସଦରେ ବଜେଟ୍ ଅଭିଭାଷଣର ଭ୍ରମ ସୃଷ୍ଟି କରିଥିଲା ।
ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ବିଜେପି ନେତାଙ୍କୁ ଅହେତୁକ ଗୁରୁତ୍ୱ ଓ ଏକ ନିର୍ଦ୍ଦିଷ୍ଟ ଅବସରରେ ରାଷ୍ଟ୍ରପତି ଟାଣି ଓଟାରି କେନ୍ଦ୍ର ସରକାରଙ୍କ ଯୋଜନା ‘ଉଜ୍ଜଳା’କୁ ପ୍ରଶଂସା କରିବା ପଛର କାରଣ କାହାରିକୁ ଅଜଣା ନାହିଁ ବୋଲି ରାଜନୈତିକ ପଣ୍ଡିତମାନେ କହିଛନ୍ତି । ଏହା ରାଷ୍ଟ୍ରପତି ପଦର ଗାରିମାକୁ କ୍ଷୁର୍ଣ୍ଣ କରୁଛି ବୋଲି ଅନେକଙ୍କର ମତ ।
Previous Post

ବିଜୟ ମହାପାତ୍ରଙ୍କୁ ମନାଇବା ଉଦ୍ୟମ

Next Post

ଖୋଲିଲା ଡିଆଇଙ୍କ ଗୁମର; ପାଣ୍ଡିଆନ୍ ଙ୍କୁ ଟାର୍ଗେଟ୍ ରେ ସତ ଚାପିବା ଉଦ୍ୟମ

Next Post
ଖୋଲିଲା ଡିଆଇଙ୍କ ଗୁମର; ପାଣ୍ଡିଆନ୍ ଙ୍କୁ ଟାର୍ଗେଟ୍ ରେ ସତ ଚାପିବା ଉଦ୍ୟମ

ଖୋଲିଲା ଡିଆଇଙ୍କ ଗୁମର; ପାଣ୍ଡିଆନ୍ ଙ୍କୁ ଟାର୍ଗେଟ୍ ରେ ସତ ଚାପିବା ଉଦ୍ୟମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA