Monday, May 25, 2026 11:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଖୋଲିଲା ଡିଆଇଙ୍କ ଗୁମର; ପାଣ୍ଡିଆନ୍ ଙ୍କୁ ଟାର୍ଗେଟ୍ ରେ ସତ ଚାପିବା ଉଦ୍ୟମ

by Our Correspondent
19 Mar, 2018- 01:17 PM
in Latest News, News
1 min read
2
ଖୋଲିଲା ଡିଆଇଙ୍କ ଗୁମର; ପାଣ୍ଡିଆନ୍ ଙ୍କୁ ଟାର୍ଗେଟ୍ ରେ ସତ ଚାପିବା ଉଦ୍ୟମ
ଭୁବନେଶ୍ୱର: ଦୁଇଦିନ ତଳେ ବୈଜୟନ୍ତ ପଣ୍ଡାଙ୍କ ଚାନେଲରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ୍ ଙ୍କ ବିରୋଧରେ ଏକ ଖବର ପ୍ରସାରଣ ହୋଇଥିଲା । ପାଣ୍ଡିଆନ୍ ଗଞ୍ଜାମ ଜିଲ୍ଲାପାଳ ଥିବା ବେଳେ ଆସିକାର ତତ୍କାଳୀନ ସ୍କୁଲ ଡିଆଇ ଲକ୍ଷ୍ମୀନାରାୟଣ ଦାଶଙ୍କୁ କୁଆଡ଼େ ୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ବିନା ଦୋଷରେ ଚାକିରିରୁ ବାହାର କରି ତଳିତଳାନ୍ତ କରିଥିଲେ । ଟିଭିରେ ସଂପୃକ୍ତ ଅବସରପ୍ରାପ୍ତ ଡିଆଇ ଲକ୍ଷ୍ମୀନାରାୟଣଙ୍କ ମୁହଁରୁ ପାଣ୍ଡିଆନ୍ ଙ୍କ ବିରୋଧରେ ବିଷୋଦଗାର ଦେଖାଇଥିଲେ । ବିନା ଦୋଷରେ ତାଙ୍କୁ ଚାକିରିରୁ ବାହାର କରି ପାଣ୍ଡିଆନ୍ ତଳିତଳାନ୍ତ କରିଛନ୍ତି ବୋଲି ଓକିଲାତି କରିଥିଲେ ।
ତେବେ ଅନୁସନ୍ଧାନରୁ, ଲକ୍ଷ୍ମୀନାରାୟଣ ଦାଶଙ୍କ ସାଧୁତା ଓ ଟିଭିରେ ତାଙ୍କ ବୟାନର ସତ୍ୟତାରେ ଖାଲି ପ୍ରଶ୍ନବାଚୀ ଆସିନାହିଁ ବରଂ ଚାକିରିକାଳରେ ତାଙ୍କର ସାଂଘାତିକ କାରସାଦିର ଗୁମର ଖୋଲିଯାଇଛି । ଦସ୍ତାବିଜ ସହ ଅନୁସନ୍ଧାନରୁ ମିଳିଥିବା ତଥ୍ୟ ଏହିଭଳି..
ଗତ ୨୩.୪.୨୦୦୮ରେ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ର ଅଣତାଲିମପ୍ରାପ୍ତ ହରିଜନ, ଆଦିବାସୀ ଓ ଭିନ୍ନକ୍ଷମ ଶିକ୍ଷା ସହାୟକମାନେ ଜିଲ୍ଲାପାଳଙ୍କୁ ଏକ ଲିଖିତ ଆବେଦନ କରିଥିଲେ । ସେଥିରେ ଦର୍ଶାଇଥିଲେ କି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଅଣତାଲିମପ୍ରାପ୍ତ ଶିକ୍ଷା ସହାୟକଙ୍କୁ ତାଲିମ ପ୍ରଦାନ ପାଇଁ ଆବେଦନ ଆହ୍ୱାନ କରାଯାଇଥିଲା । ଆବେଦନପତ୍ର ଓ ତାଲିକା ନିର୍ଦ୍ଧାରିତ ତାଲିମ କେନ୍ଦ୍ରକୁ ସଂପୃକ୍ତ ଜିଲ୍ଲା ଶିକ୍ଷାଧିକାରୀ(ଡିଆଇ) ୨୭.୧.୨୦୦୮ ଭିତରେ ପଠେଇବା କଥା । ଜିଲ୍ଲାର ୯୬ ଜଣ ଶିକ୍ଷା ସହାୟକ ନିର୍ଦ୍ଧାରିତ ସମୟ ମଧ୍ୟରେ ଆବେଦନପତ୍ର ଓ ୮୦୦ ଟଙ୍କାର ବ୍ୟାଙ୍କ ଡ୍ରାଫ୍ଟ ଡିଆଇଙ୍କ ଅଫିସରେ ଦାଖଲ କରିଥିଲେ । ମାତ୍ର ଡିଆଇ ସେହି ଆବେଦନପତ୍ରଗୁଡ଼ିକୁ ନିର୍ଦ୍ଦେଶକଙ୍କ ଅଫିସ ନ ପଠାଇ ନିଜ ଅଫିସରେ ପକାଇ ରଖିଥିଲେ । ବାରମ୍ବାର ଅନୁରୋଧ ସତ୍ତ୍ୱେ ସେ ଶୁଣି ନ ଥିଲେ ବରଂ ପ୍ରତିଶୋଧପରାୟଣ ହୋଇ ସେମାନଙ୍କୁ ଗାଳି ମନ୍ଦ, ହଇରାଣ ହରକତ କରିଥିଲେ । ଏପରିକି ‘ଜାତିଆଣ’ ହୀନମନ୍ୟତାର ଶଦ୍ଦ ବ୍ୟବହାର କରି ଧମକ ଦେଇଥିଲେ । ବେଶୀ ପାଟିକଲେ ତମକୁ ଗୁଣ୍ଡା ଲଗାଇ ମାରିବି ମୋର ଏଠି କେହି କିଛି କରିପାରିବେ ନାହିଁ ବୋଲି ଧମକେଇଥିଲେ । ଆବେଦନପତ୍ରଗୁଡ଼ିକ ପିଛା ଡିଆଇ ମାଗିଥିବା ୧୫୦୦ ଟଙ୍କା ଲାଞ୍ଚ ନ ଦେବାରୁ ସେ ଏଭଳି ଉତକ୍ଷିପ୍ତ ହୋଇଥିଲେ ବୋଲି ଶିକ୍ଷା ସହାୟକମାନେ ଜିଲ୍ଲାପାଳଙ୍କୁ ଦର୍ଶାଇଥିଲେ ।
ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇବା ପୂର୍ବରୁ ସଂପୃକ୍ତ ଶିକ୍ଷା ସହାୟକମାନେ ୭.୨.୨୦୦୮ ମସିହାରେ ଡିଆଇଙ୍କ ଅଫିସ୍ ଆଗରେ ବିକ୍ଷୋଭ କରିଥିଲେ । ସେଦିନ ପରିସ୍ଥିତି ବିଗିଡୁଥିବା ଦେଖି ତହସିଲଦାର ଓ ଆଇଆଇସିଙ୍କ ଉପସ୍ଥିତିରେ ଡିଆଇ ସେହି ଆବେଦନଗୁଡ଼ିକୁ ଆକନଲେଜ୍ କରି ସଂପୃକ୍ତ ତାଲିମ ବିଦ୍ୟାଳୟକୁ ପଠାଇବାର ପ୍ରତିଶ୍ରୁତି ଦେଇଥିଲେ । ଡିଆଇ ସେହି ଆବେଦନପତ୍ରଗୁଡ଼ିକୁ ୧୨.୦୨.୨୦୦୮ରେ ପଠାଇଥିଲେ ମଧ୍ୟ ପ୍ରତିଶୋଧପରାୟଣ ହୋଇ ତାଙ୍କର ଦସ୍ତଖତ କରି ନ ଥିଲେ କି ବ୍ୟାଙ୍କ ଡ୍ରାଫ୍ଟଗୁଡ଼ିକ ପଠାଇ ନ ଥିଲେ । ଫଳରେ ସେଗୁଡ଼ିକ ଗ୍ରହଣ ହୋଇ ନ ଥିଲା । ତାଲିକା ପ୍ରକାଶ ପାଇବା ପରେ ଗତ ୧୭.୪.୨୦୦୮ରେ ଶିକ୍ଷା ସହାୟକମାନେ ଡିଆଇଙ୍କୁ ଭେଟି ଘଟଣା ସମ୍ପର୍କରେ ପଚାରିଥିଲେ । ମାତ୍ର ଡିଆଇ ଗାଲୁ ପେଲିଥିଲେ । ‘ମୁଁ ଭୁବନେଶ୍ୱର ପଠାଇଦେଇଛି । ସେଠି ଆବେଦନପତ୍ରଗୁଡ଼ିକ ଖତଗଦାରେ ପଡ଼ିଛି । ତମେ ସେଠାରୁ ବୁଝିପାର’ ବୋଲି ସଫେଇ ଦେଇଥିଲେ । ମତେ ୧୫୦୦ ଟଙ୍କା ଦେବାକୁ କୁନ୍ଥାଇଲ । ଏବେ ତମ କଥା ତମେ ବୁଝ କହି ନିଜ ମୁଣ୍ଡରୁ ଦୋଷ ଟାଳିଥିଲେ ।
୨୧.୦୪.୨୦୦୮ରେ ସଂପୃକ୍ତ ଶିକ୍ଷା ସହାୟକମାନେ ମିଳିତ ଦସ୍ତଖତରେ ତତ୍କାଳୀନ ଗଂଜାମ ଜିଲ୍ଲାପାଳ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ୍ ଙ୍କୁ ଅଭିଯୋଗ ଦେବାର ୪ ଦିନ ପରେ ୨୬ ତାରିଖରେ ୧୨ ଜଣ ଶିକ୍ଷା ସହାୟକ ଡିଆଇଙ୍କ ଅଫିସ୍ ସାମ୍ନାରେ ଆମରଣ ଅନଶନ କରିଥିଲେ । ସେମାନଙ୍କ ଦାବି ଥିଲା(୧) ଅଣତାଲିମପ୍ରାପ୍ତ ସମସ୍ତ ଶିକ୍ଷା ସହାୟକମାନଙ୍କୁ ତାଲିମ ପ୍ରଦାନଏବଂ(୨) ଶିକ୍ଷାଜିଲ୍ଲା ଅଧିକାରୀ, ଆସିକାଙ୍କ ମନମୁଖୀ କାର୍ଯ୍ୟ ପାଇଁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ।
୩୦.୪.୨୦୦୮ରେ ଶିକ୍ଷା ସହାୟିକା ଅହଲ୍ୟା ପାତ୍ର ଡିଆଇ ଲକ୍ଷ୍ମୀ ନାରାୟଣ ଦାଶଙ୍କ ବିରୋଧରେ ଆସିକା ଥାନାରେ ଏତଲା ଦେଇଥିଲେ । ଡିଆଇ ସେମାନଙ୍କୁ କିଭଳି ହଇରାଣ କରୁଛନ୍ତି, ଲାଞ୍ଚ ମାଗୁଛନ୍ତି, ଜାତିଆଣ ଆକ୍ଷେପ କରି ଗାଳି କରୁଛନ୍ତି ତାହାର ସମସ୍ତ ବିବରଣୀ ଦେଇଥିଲେ । ଆସିକା ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଲା । ଅଭିଯୋଗର ସତ୍ୟାସତ୍ୟ ପ୍ରମାଣ ପାଇଲା ପରେ ୧୬.୧୨.୨୦୦୯ରେ ଆସିକା କୋର୍ଟରେ ଲକ୍ଷ୍ମୀନାରାୟଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା । ଇତିମଧ୍ୟରେ ଜେଏମଏଫସି କୋର୍ଟରେ ୩୦.୦୫.୨୦୦୮ ରେ ଲକ୍ଷ୍ମୀନାରାୟଣ ଆତ୍ମସମର୍ପଣ କରିଥିଲେ । ଏବଂ ହାଇକୋର୍ଟଙ୍କ ହସ୍ତକ୍ଷେପରେ ସେଦିନ ବେଲ୍ ପାଇଯାଇଥିଲେ ।
ଖାଲି ସେତିକି ନୁହେଁ, ଲକ୍ଷ୍ମୀନାରାୟଣଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଉପରେ ବିଭାଗୀୟ ତଦନ୍ତ ହୋଇଥିଲା । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶୁକଦେବ ଦାସ ଏହାର ତଦନ୍ତ କରି ଲକ୍ଷ୍ମନାରାୟଣଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ୍ୟ ବୋଲି ରିପୋର୍ଟ ଦେଇଥିଲେ । ଲକ୍ଷ୍ମୀନାରାୟଣ ସହକର୍ମୀମାନଙ୍କୁ ଲାଂଛନା, ହଇରାଣ ହରକତ ଏବଂ ନିଜ କ୍ଷମତାର ଅପବ୍ୟବହାର କରିଛନ୍ତି ଏବଂ ଅଫିସରେ ଉଦ୍ଧତ ଆଚରଣ କରି ଉପରିସ୍ଥ ଅଧିକାରୀଙ୍କୁ ଖାତିର କରିନାହାନ୍ତି ବୋଲି ନିର୍ଦ୍ଦେଶକ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ ।
ଶିକ୍ଷା ସହାୟକଙ୍କ ଅଭିଯୋଗ ଆଧାରରେ ମାମଲା ଥାନା, ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି କୋର୍ଟ ପର୍ଯ୍ୟନ୍ତ ଯାଇଥିବା ବେଳେ ଲକ୍ଷ୍ମୀନାରାୟଣ ଦାଶ କିଭଳି ନିର୍ଦୋଷ ହେଲେ ଏବଂ ବିନା ଯାଞ୍ଚରେ ବୈଜୟନ୍ତଙ୍କ ଟିଭି ତାଙ୍କ ପାଇଁ ଓକିଲାତି କଲେ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ପାଣ୍ଡିଆନ୍ ଙ୍କୁ ଟାର୍ଗେଟ୍ କରିବାକୁ ଯାଇ ସତକୁ ଆଖି ବୁଜିଦେବା ମାନସିକତା ଏଥିରେ ପଦାରେ ପଡ଼ିଯାଇଛି ।
ଏ ସମ୍ପର୍କରେ ଆମେ ଲକ୍ଷ୍ମୀନାରାୟଣ ଦାଶଙ୍କୁ ଯୋଗାଯୋଗ କରିବାକୁ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ ।
Previous Post

ଚର୍ଚ୍ଚାରେ ରାଷ୍ଟ୍ରପତିଙ୍କ ବିଜେପି ପ୍ରୀତି

Next Post

କଂଗ୍ରେସ ଛାଡ଼ିଲେ ମାନସ ମଙ୍ଗରାଜ

Next Post
କଂଗ୍ରେସ ଛାଡ଼ିଲେ ମାନସ ମଙ୍ଗରାଜ

କଂଗ୍ରେସ ଛାଡ଼ିଲେ ମାନସ ମଙ୍ଗରାଜ

Comments 2

  1. Bikram Swain says:
    8 years ago

    Now OTV has become a platform for the people those are chewing blooded rice against BJD and Naveen Patnaik. Or there may be a possibility of hiring these fellows by the OTV itself to partially satisfy the uncertain goal of Mr Panda, rejected member of the Biju Janata Dal. But it’s very tragic situation for OTV that, they are attacking on the bull whereas their actual point of arrow is at Lord Shiva. Means, Mr Naveen Patnaik is at target point of OTV & Mr Panda. But as bcz their words will go in air against Mr Patnaik, so they can’t opt that one which will ultimately be the path of their destruction! So, very cleverly they are throwing the balls towards Mr Pandiyan who is a public servant! And as per the rules & regulations of a public server, Mr Pandiyan can’t come to media you clarify the allegations against him. So the scenario is like an one-sided attack from the virtual saffron green room! But people of Odisha are closely observing these things and they will put their best answer at appropriate time to each and every one!!!

    Reply
  2. Sandeep says:
    8 years ago

    OTV has become a platform where garbage is re-cycled into news if it is against BJD or Pandian! The channel has become so frustrated that in order to make news out of nothing they have taken Investigative Journalism to a new height. Any of their Bureau is failing to take this forward is facing the axe ( Balasore Reporter is the best example). When he failed to implant the Balasore BJD Leadership in a Murder case he was shunted out.This channel has become the personal handle of Jay Panda, OTV is being used as his social media handles. And people of the state are just observing this shameless act of journalism by OTV.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA