Thursday, April 30, 2026 03:19 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଦାୟ ଇରଫାନ୍ ଖାନ୍

by Our Correspondent
29 Apr, 2020- 04:53 PM
in Latest News, National, News
1 min read
0
ବିଦାୟ ଇରଫାନ୍ ଖାନ୍
ମୁମ୍ବାଇ: ବଲିଉଡ୍ ଓ ହଲିଉଡ୍ ର ପ୍ରତିଭାବାନ୍ କଳାକାର ଇରଫାନ୍ ଖାନ୍ ଆଉ ନାହାନ୍ତି । କ୍ୟାନସର୍ ସହ ଲଢୁଥିବା ଇରଫାନ୍ ଙ୍କର ଗତକାଲି କୋଲୋନ୍ ଇନଫେକସନ୍ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତରମାନଙ୍କ ସକଳ ଚେଷ୍ଟା ସତ୍ତ୍ୱେ ତାଙ୍କ ଜୀବନ ବଞ୍ଚାଇ ପାରିନାହାନ୍ତି । ତାଙ୍କୁ ମାତ୍ର ୫୩ ବର୍ଷ ବୟସ ହୋଇଥିଲା । ୪ ଦିନ ତଳେ ମାଆଙ୍କୁ ହରାଇଥିବା ଇରଫାନ୍ ନିଜେ ବି ହାରିଯାଇଛନ୍ତି । ତାଙ୍କ ବିୟୋଗ ବଲିଉଡ୍ ସମେତ ଅଗଣିତ ଫ୍ୟାନ୍ ଙ୍କୁ ସ୍ତବ୍ଧ କରିଦେଇଛି ।
୨୦୧୮ ମାର୍ଚ୍ଚରେ ନ୍ୟୁରୋଏଣ୍ଡୋକ୍ରିନ୍ ଟୁ୍ୟମର୍(କ୍ୟାନସର୍) ରୋଗରେ ଆକ୍ରାନ୍ତ ହୋଇଥିଲେ । ଲଣ୍ଡନରେ ଦୀର୍ଘ ମାସ ଧରି ଚିକିତ୍ସତ ହେବା ପରେ ଗତବର୍ଷ ଫେବୃଆରୀରେ ମୁମ୍ବାଇ ଫେରି ‘ଅଂଗ୍ରେଜି ମିଡ଼ିୟମ୍’ ଫିଲ୍ମ ସୁଟିଂ କରିଥିଲେ । ତେବେ କିଛି ଦିନ ପରେ ପୁଣି ଦେହ ଖରାପ ହୋଇଥିଲା । ଲଣ୍ଡନ ଯାଇ ଅପରେସନ୍ ହେବାକୁ ପଡ଼ିଲା । ଟିକେ ସୁସ୍ଥ ହେଲା ପରେ ସେପ୍ଟେମ୍ବରରେ ମୁମ୍ବାଇ ଫେରି ଆସିଥିଲେ । ଗତ ମାର୍ଚ୍ଚ ମାସ ୧୩ରେ ତାଙ୍କ ଶେଷ ଫିଲ୍ମ ‘ଅଂଗ୍ରେଜୀ ମିଡ଼ିୟମ୍’ ରିଲିଜ୍ ହୋଇଥିଲେ ମଧ୍ୟ ନିଜର ଅସୁସ୍ଥତା ଯୋଗୁଁ ଫିଲ୍ମର ପ୍ରମୋସନ୍ ରେ ଭାଗ ନେଇ ପାରି ନ ଥିଲେ ।
ଜୟପୁରରେ ରହୁଥିବା ୯୫ ବର୍ଷୀୟା ମାଆଙ୍କର ୪ ଦିନ ତଳେ ମୃତ୍ୟୁ ହୋଇଥିଲା । ତେବେ ଲକ୍ ଡାଉନ୍ ଯୋଗୁଁ ମାଆଙ୍କୁ ଶେଷ ଦର୍ଶନ କରିବାକୁ ଯାଇ ପାରି ନ ଥିଲେ ଇରଫାନ୍ । ଇରଫାନ୍ ଙ୍କର ପତ୍ନୀ ସୁତାପା ସିକଦର୍ ଏବଂ ଦୁଇପୁଅ ବବିଲ୍ ଏବଂ ଆୟାନ୍ ଅଛନ୍ତି ।
ପ୍ରଚଣ୍ଡ ପ୍ରତିଭାସମ୍ପନ୍ନ ଏହି ଦୃଢ଼ମନା କଳାକାରଙ୍କ ଜୀବନ ଯେତିକି ସଂଘର୍ଷପୂର୍ଣ୍ଣ, ସେତିକି ପ୍ରେରଣାଦାୟକ ଥିଲା । ରାଜସ୍ଥାନ ଜୟପୁର ବାସିନ୍ଦା ଇରଫାନ୍ ଙ୍କ ବାପା ଟାୟାର ବିକ୍ରି କରି ପରିବାର ଚଳାଉଥିଲେ । ପରିବାର ପୋଷିବା ପାଇଁ ପିଲାଦିନୁ ବାପାଙ୍କ ସଂଘର୍ଷ ଦେଖୁଥିବା ଇରଫାନ୍ ଙ୍କର କିନ୍ତୁ ଆକ୍ଟିଂ ଓ କ୍ରିକେଟ୍ ପ୍ରତି ଝୁଙ୍କ୍ ଥିଲା । ପିଲାଦିନୁ ଭଲ କ୍ରିକେଟ ଖେଳୁଥିବା ଇରଫାନ୍ ୨୩ ବର୍ଷରୁ କମ ବର୍ଷର ଖେଳାଳୀଙ୍କ ପାଇଁ ଉଦ୍ଦିଷ୍ଟ ସି.କେ.ନାଇଡୁ ଟୁର୍ଣ୍ଣାମେଣ୍ଟ ଲାଗି ଚୟନ ହୋଇଥିଲେ ମଧ୍ୟ ଅର୍ଥ ଅଭାବରୁ ଯୋଗଦେଇ ପାରି ନ ଥିଲେ । ସେଠୁ କ୍ରିକେଟ୍ ପ୍ରତି ମନ ଭାଙ୍ଗିଗଲା । ଅର୍ଥର ବାଧକ ସତ୍ତ୍ୱେ ଏମଏ ପାସ୍ କଲା ପରେ ଘରେ ଜିଦ୍ କରି ୧୯୮୪ ମସିହାରେ ଦିଲ୍ଲୀ ନ୍ୟାସନାଲ୍ ସ୍କୁଲ ଅଫ ଡ୍ରାମାରେ ନାଁ ଲେଖାଇଥିଲେ । ସେଠାରୁ ପାସ୍ କଲା ପରେ ମୁମ୍ବାଇ ଚାଲି ଆସିଲେ ।
ମୁମ୍ବାଇରେ ତାଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା । ଛୋଟମୋଟ କାମ ପାଇଁ ବାରଦ୍ୱାର ବୁଲିଲେ । ୧୯୮୮ ମସିହାରେ ଏମିତି ବୁଲୁ ବୁଲୁ ସୌଭାଗ୍ୟକୁ ମୀରା ନାୟାର୍ ଙ୍କ ନଜରକୁ ଆସିଥିଲେ । ଶ୍ରୀମତୀ ନାୟାର୍ ଙ୍କର ‘ସଲାମ୍ ବମ୍ବେ’ ଫିଲ୍ରେ ଏକ ଛୋଟିଆ ରୋଲ୍ ମିଳିଗଲା । ହେଲେ ସେଥିରେ ପରିଚୟ ମିଳିଲା ନାହିଁ । ତେଣୁ ଫ୍ରଷ୍ଟ୍ରେସନ୍ ବଢ଼ିଗଲା । ପାଖରେ ପଇସା ନ ଥିବାରୁ ଅଳ୍ପ ବଜେଟ୍ ଟିଭି ସିରିୟଲ୍ ନିର୍ମାତାଙ୍କ ପଛରେ ଗୋଡାଇଲେ । ଅନେକ ସିରିୟଲ୍ ରେ କାମ ବି ପାଇଲେ । ତେବେ ତାଙ୍କ କ୍ୟାରିୟର୍ ର ଟର୍ଣ୍ଣିଂ ପଏଣ୍ଟ ଥିଲା ବ୍ରିଟିଶ୍ ଫିଲ୍ମ ‘ଦ ୱାରିଅର୍’ । ଏହି ସ୍ୱଳ୍ପ ବଜେଟ୍ ଫିଲ୍ମ ଶ୍ରେଷ୍ଠ ବ୍ରିଟିଶ୍ ଫିଲ୍ମ ପୁରସ୍କାର ପାଇବା ପରେ ଆର୍ନ୍ତଜାତୀୟ ସ୍ତରରେ ଇରଫାନ୍ ଙ୍କୁ ସ୍ୱୀକୃତି ମିଳିଗଲା । ଏ ମାଇଟି ହାର୍ଟ, ସ୍ଲମ୍ ଡଗ୍ ମିଲିଅନୟାର୍ ଭଳି ସଫଳ ଆଙ୍ଗଲୋ ଆମେରିକାନ୍ ଫିଲ୍ମରେ ତାଙ୍କର ଅଭିନୟର ଯାଦୁ ଦେଖାଇଲେ । ଲଞ୍ଚ ବକ୍ସ ଏବଂ ଜୁରାସିକ୍ ୱାର୍ଲ୍ଡ ଭଳି ହଲିଉଡ୍ ବ୍ଲକ୍ ବଷ୍ଟର୍ ଦେଇଥିଲେ ଇରଫାନ୍ ।
ତାପରଠାରୁ ସେ ପଛକୁ ଫେରିନାହାନ୍ତି । ହଲିଉଡ଼୍ ଏବଂ ବଲିଉଡ୍ ରେ ସେ ହୋଇଗଲେ ହଟ୍ ଷ୍ଟାର୍ । ହାସିଲ୍(୨୦୦୩), ମକବୁଲ୍(୨୦୦୪), ନାମେସାବେ, ଲାଇଫ୍ ଇନ୍ ଏ ମେଟ୍ରୋ, ଗୁଣ୍ଡେ, ଦି ଏକ୍ସପୋଜ୍, ହାଇଦର (୨୦୧୪)ଭଳି ସଫଳ ଫିଲ୍ମ ଦେଇଥିଲେ ଇରଫାନ୍ । ୨୦୧୫ ରେ ରିଲିଜ୍ ‘ପିକୁ’ରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରି ପ୍ରବଳ ପ୍ରଶଂସିତ ହୋଇଥିଲେ । ସେଥିରେ ଅମିତାଭ ବଚନ ଏବଂ ଦୀପିକା ପାଦୁକୋନ୍ ଅଭିନୟ କରିଥିଲେ । ସେହିବର୍ଷ ତଲଭର୍, ଜଜବା ଭଳି ଆଉ ଦୁଇ ସଫଳ ଫିଲ୍ମ ବି ଦେଇଥିଲେ । ୨୦୧୭ ରେ ତାଙ୍କ ଅଭିନୀତ ‘ହିନ୍ଦୀ ମିଡ଼ିୟମ୍’ ବକ୍ସ ଅଫିସ୍ ହିଟ୍ କରିଥିଲା । ଏଥିଲାଗି ଶ୍ରେଷ୍ଠ କଳାକାର ଭାବେ ଫିଲ୍ମଫେୟାର୍ ପୁରସ୍କାର ଲାଭ କରିଥିଲେ । ୨୦୧୮ରେ ସେ କ୍ୟାନସର୍ ରେ ପୀଡ଼ିତ ହେବା ପୂର୍ବରୁ କରୱାନ୍ ଏବଂ ବ୍ଲାକମେଲ୍ ଫିଲ୍ମ କରିଥିଲେ ।
୩୦ ବର୍ଷର ଫିଲ୍ମ କ୍ୟାରିୟର୍ ରେ ଇରଫାନ୍ ବହୁ ପୁରସ୍କାର ଲାଭ କରିଥିଲେ । ଥରେ ଜାତୀୟ ଫିଲ୍ମ ପୁରସ୍କାର ଏବଂ ଚାରିଥର ଫିଲ୍ମଫେୟାର୍ ଆୱାର୍ଡ ପାଇଥିଲେ । ବଳିଷ୍ଠ ଏବଂ ନିଖୁଣ ଅଭିନୟ ପାଇଁ ୨୦୧୧ ରେ ଭାରତବର୍ଷର ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ ।
ଇରଫାନ୍ ଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକପ୍ରକାଶ କରିଛନ୍ତି । ଶୋକସାଗରରେ ବୁଡ଼ିଯାଇଛି ବଲିଉଡ୍ ।
Previous Post

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଡରି ନଯାଇ ସତର୍କ ରୁହନ୍ତୁ, ସହଯୋଗ କରନ୍ତୁ

Next Post

ଆଉ ୩ ଜିଲ୍ଲାରେ କରୋନା, ଆକ୍ରାନ୍ତଙ୍କ ସଂଖ୍ୟା ୧୨୨

Next Post
ଆଉ ୩ ଜିଲ୍ଲାରେ କରୋନା, ଆକ୍ରାନ୍ତଙ୍କ ସଂଖ୍ୟା ୧୨୨

ଆଉ ୩ ଜିଲ୍ଲାରେ କରୋନା, ଆକ୍ରାନ୍ତଙ୍କ ସଂଖ୍ୟା ୧୨୨

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA