Monday, May 25, 2026 08:20 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଧାନସଭାରେ ଆୟାର ତାତି: ଦଳ ମତ ଭୁଲି ସମସ୍ତେ ଏକାଠି ହେଲେ

by Our Correspondent
20 Sep, 2018- 04:23 PM
in Latest News, News
1 min read
0
ବିଧାନସଭାରେ ଆୟାର ତାତି: ଦଳ ମତ ଭୁଲି ସମସ୍ତେ ଏକାଠି ହେଲେ

–  ଅଭିଜିତ୍ ଆୟାର ବିରୋଧରେ ବିରୋଧୀ ଦଳ ନେତାଙ୍କ ସ୍ୱାଧିକାର ଭଙ୍ଗ ନୋଟିସ୍
–  ପ୍ରଶ୍ନକାଳ ବାତିଲ ହୋଇ ସ୍ୱାଧିକାର ଭଙ୍ଗ ନୋଟିସ୍ ଉପରେ ଆଲୋଚନା
–  ଆୟାର ମନ୍ତବ୍ୟ ବିରୋଧରେ ବିଧାୟକଙ୍କ ଗର୍ଜନ
–  ଅନୁଧ୍ୟାନ ପାଇଁ ବିରୋଧୀ ଦଳ ନେତାଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଗଠନ

ଭୁବନେଶ୍ୱର: ଅଭିଜିତ୍ ଆୟାରର ମନ୍ତବ୍ୟକୁ ନେଇ ଆଜି ବିଧାନସଭା ଅଧିବେଶନର ଶେଷ ଦିନରେ ପ୍ରବଳ ତାତି ଦେଖିବାକୁ ମିଳିଥିଲା । ଦଳ, ମତ, ନିର୍ବିଶେଷରେ ସବୁ ବିଧାୟକ ଏକାଠି ହୋଇ ଆୟାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଗୃହର ଭାବାବେଗକୁ ଦେଖି ବାଚସ୍ପତି ବିଧାନସଭାର ପ୍ରଶ୍ନୋତ୍ତର କାଳକୁ ବାତିଲ କରି ଆୟାର ପ୍ରସଙ୍ଗ ଆଲୋଚନା ପାଇଁ ଅନୁମତି ଦେଇଥିଲେ । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଦ୍ୱାରା ଆଗତ ସ୍ୱାଧିକାର ଭଙ୍ଗ ନୋଟିସ୍ ଉପରେ ଆଲୋଚନାରେ ସବୁ ଦଳର ବିଧାୟକମାନେ ଆୟାରଙ୍କ ମନ୍ତବ୍ୟକୁ କଠୋର ନିନ୍ଦା କରିଥିଲେ । ଓଡ଼ିଶା, ଓଡ଼ିଶାର ସଂସ୍କୃତି,ଐତିହ୍ୟ ଓ ସର୍ବୋପରି ଓଡ଼ିଶା ବିଧାନସଭାର ସଭ୍ୟମାନଙ୍କୁ ବିଦ୍ରୁପ କରିଚାଲିଥିବା ଏଭଳି ଜଣେ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ସମସ୍ତେ ଏକାଠି ହୋଇଥିଲେ ।
ଆଜି ବିଧାନସଭା ଆରମ୍ଭ କ୍ଷଣି ବିରୋଧୀ ଦଳ ନେତା ନରସିଂହ ମିଶ୍ର ନିଜ ଆସନରୁ ଉଠି ରାଜ୍ୟର ପ୍ରମୁଖ ଖବରକାଗଜଗୁଡ଼ିରେ ପ୍ରକାଶ ପାଇଥିବା ଅଭିଜିତ୍ ଆୟାରର ମନ୍ତବ୍ୟ ପ୍ରତି ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ । ଖାଲି ଓଡ଼ିଶାର ସଂସ୍କୃତି ଓ ଐତିହ୍ୟକୁ ସଂପୃକ୍ତ ବ୍ୟକ୍ତି ଅସମ୍ମାନ କରିନାହାନ୍ତି, ଗୃହର ସଦସ୍ୟମାନଙ୍କୁ ବୁଦ୍ଦୁ ବୋଲି ଟିପ୍ପଣୀ ଦେଇଛନ୍ତି । ଓଡ଼ିଶାରେ ଅସ୍ତିତ୍ୱ ନ ଥିବା ସଂପୃକ୍ତ ଅଣଓଡ଼ିଆ ବ୍ୟକ୍ତିଙ୍କୁ ବିଧାନସଭାକୁ ସମନ୍ କରାଯାଉ ଏବଂ କୌଣସି ବାଛବିଚାର କରା ନ ଯାଇ ତାଙ୍କ ପ୍ରତି ଦଣ୍ଡବିଧାନ କରାଯାଉ ବୋଲି ବିରୋଧୀ ଦଳ ନେତା କହିଥିଲେ । ଏ ପ୍ରସଙ୍ଗରେ ସେ ବାଚସ୍ପତିଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ୍ ଦେବା ସହ ଗୃହର ପ୍ରଶ୍ନୋତ୍ତର କାଳକୁ ବାତିଲ କରି ଏହା ଉପରେ ଆଲୋଚନା ପାଇଁ ଦାବି କରିଥିଲେ । ବାଚସ୍ପତି ଏହାକୁ ଅବିଳମ୍ବେ ଗ୍ରହଣ କରି ଆଲୋଚନା ପାଇଁ ଅନୁମତି ଦେଇଥିଲେ ।
ଆଲୋଚନା ଆରମ୍ଭ କରି ଶାସକ ଦଳ ସଭ୍ୟ ଡ. ଅରୁଣ କୁମାର ସାହୁ କହିଥିଲେ, ପ୍ରସଙ୍ଗଟି ସମଗ୍ର ଓଡ଼ିଆ ଜାତିର ଭାବାବେଗ ସହ ଜଡ଼ିତ । ଦଳମତ ନିର୍ବିଶେଷରେ ଆମେ ଏକାଠି ହୋଇ ଏଭଳି ଆଚରଣର ଦୃଢ଼ ପ୍ରତିବାଦ କରିବା ଦରକାର । ଅଭିଜିତ୍ ଆୟାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଥିଲେ । ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଏହାକୁ ସମର୍ଥନ କରିବା ସହ ଆୟାର ମନ୍ତବ୍ୟକୁ ନିନ୍ଦା କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ମନ୍ତ୍ରୀ ପ୍ରତାପ ଜେନା କହିଥିଲେ, ଆୟାର ଭଳି ଏକ କଳଙ୍କିତ ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଓଡ଼ିଆ ଜାତି କଳଙ୍କିତ ହେବ । ସେ କହିଥିଲେ, ଆୟାର ଭଳି ଜଣେ ବ୍ୟକ୍ତି ଜରିଆରେ ଏହା କାହାର ଆକ୍ରାଶ ନୁହେଁ ତ? ସେହି ବ୍ୟକ୍ତି ଜରିଆରେ ସାମ୍ପ୍ରଦାୟିକତା ସୃଷ୍ଟି ପାଇଁ ଉଦ୍ୟମ ନୁହେଁ ତ?
କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଆୟାରଙ୍କ ନାଁ ନେବାକୁ ନ ଚାହିଁ ତାଙ୍କୁ ଜଣେ ବେଇମାନ ବ୍ୟକ୍ତି ବୋଲି କହିଥିଲେ । ତାଙ୍କୁ ଓଡ଼ିଶା ବୁଲାଇ ଆଣିଥିବା ବନ୍ଧୁ ବୈଜୟନ୍ତ ପଣ୍ଡା ମଧ୍ୟ ତାଙ୍କ ପାଇଁ କ୍ଷମା ପ୍ରାର୍ଥନା ନ କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ । ସେହି ବ୍ୟକ୍ତିଟିକୁ ଫାଶୀ ଦେଇଦେବା ପାଇଁ ତାରା ଦାବି କରିଥିଲେ । ବିଜେଡ଼ି ବିଧାୟିକା ପ୍ରମିଳା ମଲ୍ଲିକ ଆୟାରଙ୍କ ଟିପ୍ପଣୀକୁ କଡ଼ା ସମାଲୋଚନା କରି ବୈଜୟନ୍ତ ପଣ୍ଡାଙ୍କୁ ଆକ୍ଷେପ କରିଥିଲେ । ବୈଜୟନ୍ତ ନିଜର ରାଗ ସୁଝାଇବାକୁ ଅନ୍ୟ କାହା ପାଟିରେ କୁହାଇବାକୁ ଉଦ୍ୟମ କରୁଛନ୍ତି କି ବୋଲି ପ୍ରଶ୍ନ କରିଥିଲେ । ବିଜେଡ଼ି ବିଧାୟକ ଅତନୁ ସବ୍ୟସାଚୀ ନାୟକ ଆୟାରଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରି ତାଙ୍କର ଏଭଳି କହିବା ପଛରେ କେଉଁ ଶକ୍ତିଶାଳୀ ଲୋକ ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଓଡ଼ିଶାକୁ ବିକୃତ କରିବାକୁ ଉଦ୍ୟମ କରୁଥିବା ଏହି ଲୋକଟି ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ । ତାଙ୍କର ଏଭଳି ସାହାସ ପଛରେ ବୈଜୟନ୍ତଙ୍କ ସାହାଯ୍ୟ ଓ ସହଯୋଗ ନାହିଁ ତ? କେବଳ ଅଭିଜିତ୍ ଆୟାର ନୁହଁନ୍ତି ତାଙ୍କ ପଛରେ ଯିଏ ଅଛନ୍ତି ତାଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରିବାକୁ ଶ୍ରୀ ନାୟକ ଦାବି କରିଥିଲେ ।
ବିଜେଡ଼ି ବିଧାୟକ ସମୀର ଦାଶ ଆୟାରଙ୍କୁ ଦୃଢ଼କଣ୍ଠରେ ସମାଲୋଚନା କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିରବତାକୁ ପ୍ରଶ୍ନ କରିଥିଲେ ସମୀର । ଅନ୍ୟମାନଙ୍କ ମଧ୍ୟରେ ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଆୟାରଙ୍କ ମନ୍ତବ୍ୟକୁ ନିନ୍ଦା କରି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।
ପରେ ଗୃହ ମୁଲତବୀ କରାଯାଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ହୋଇଥିଲା । ବୈଠକର ନିଷ୍ପତ୍ତିକୁ ଗୃହରେ ଘୋଷଣା କରିଥିଲେ ବାଚସ୍ପତି । ବାଚସ୍ପତିଙ୍କ ଘୋଷଣା ଅନୁଯାୟୀ ଅଭିଜିତ୍ ଆୟାର ଟିପ୍ପଣୀ ଉପରେ ଏକ ଗୃହ କମିଟି ତଦନ୍ତ କରିବ । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କମିଟିରେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ବିଜେଡ଼ି ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ଅରୁଣ ସାହୁ ଓ ସଞ୍ଜୟ ଦାସବର୍ମା ସଦସ୍ୟ ରହିବେ । ଅଭିଜି୍ତ ଆୟାରର ସବୁ ଟିପ୍ପଣୀ ଓ ତାଙ୍କ ପଛରେ ଆଉ କାହାର ହାତ ରହିଛି ଆଦି ପ୍ରସଙ୍ଗର ଅନୁଧ୍ୟାନ କରିବ ଗୃହ କମିଟି । ଆସନ୍ତା ବିଧାନସଭା ଅଧିବେଶନର ପ୍ରଥମ ଦିବସରେ କମିଟି ତାଙ୍କ ରିପୋର୍ଟ ପ୍ରଦାନ କରିବେ । ସେହି ରିପୋର୍ଟ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଚସ୍ପତି ଘୋଷଣା କରିଥିଲେ ।

ଆୟାର ମନ୍ତବ୍ୟର ପ୍ରତିବାଦ କଲେ ସାମ୍ବାଦିକ

ଓଡ଼ିଆ ସାମ୍ବାଦିକଙ୍କ ପ୍ରତି ଅଭିଜିତ୍ ଆୟାରର କୁତ୍ସିତ ମନ୍ତବ୍ୟକୁ ବିଧାନସଭାରେ ରିପୋର୍ଟିଂ କରୁଥିବା ସାମ୍ବାଦିକମାନେ ଦୃଢ଼ ହସ୍ତରେ ନିନ୍ଦା କରିଛନ୍ତି । ଓଡ଼ିଆ ସାମ୍ବାଦିକଙ୍କୁ ବେଶ୍ୟା ବୋଲି ଆକ୍ଷେପ କରିଥିବା ଆୟାରକୁ ସେମାନେ ମାନସିକ ବିକାରଗ୍ରସ୍ତ ବୋଲି ଦର୍ଶାଇଛନ୍ତି । ସଂପୃକ୍ତ ବ୍ୟକ୍ତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ବାଚସ୍ପତି, ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କୁ ଭେଟି ଲିଖିତ ଦାବି ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ଏହାକୁ ଗମ୍ଭରୀତାର ସହ ଗ୍ରହଣ କରିଥିଲେ । ଏହା ଏକ ଗୁରୁତର ବିଷୟ ଏବଂ ସରକାର ଏହାକୁ ଗୁରୁତ୍ୱ ସହ ବିଚାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ ଜଣାଇଥିଲେ । ବିଧାନସଭାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ସାମ୍ବାଦିକଙ୍କ ଦାବି ସମ୍ପର୍କରେ ଗୃହକୁ ଜଣାଇଥିଲେ ।
Previous Post

ଦିଲ୍ଲୀରେ ଗିରଫ ହେଲେ ବୈଜୟନ୍ତଙ୍କ ବନ୍ଧୁ

Next Post

ଅଭିଜିତ୍ ଆୟାରଙ୍କୁ ଅନ୍ତରୀଣ ଜାମିନ୍

Next Post
ଅଭିଜିତ୍ ଆୟାରଙ୍କୁ ଅନ୍ତରୀଣ ଜାମିନ୍

ଅଭିଜିତ୍ ଆୟାରଙ୍କୁ ଅନ୍ତରୀଣ ଜାମିନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA