ଭୁବନେଶ୍ୱର: ଦିଲ୍ଲୀ ପୁଲିସ ସହାୟତାରେ ଗିରଫ ଅଭିଜିତ୍ ଆୟାର ମିତ୍ରଙ୍କୁ ଅନ୍ତରୀଣ ଜାମିନ୍ ମିଳିଛି । ଦିଲ୍ଲୀର ସାକେତ କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ୍ ଦେଇଛନ୍ତି । ୨୮ ତାରିଖ ଯାଏଁ ଏହି ଜାମିନ୍ ମଂଜୁର ହୋଇଛି । କୋର୍ଟରେ ହାଜର ହେଲା ପରେ ଓଡ଼ିଶା ପୁଲିସ ପକ୍ଷରୁ ଅଭିଜିତ୍ ଙ୍କୁ ଟ୍ରାନଜିଟ୍ ରିମାଣ୍ଡରେ ଆଣିବାକୁ ଆବେଦନ କରାଯାଇଥିଲା । ମାତ୍ର କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ । ୧ ଲକ୍ଷ ବେଲ୍ ବଣ୍ଡ ସହ କୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଥିଲେ । ଆସନ୍ତା ୨୮ ତାରିଖରେ ଅଭିଜିତ୍ ଥାନାରେ ହାଜର ହେବାକୁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ସେଦିନ କୋଣାର୍କ ସଦର ଥାନାରେ ତାଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।