Wednesday, July 29, 2026 08:02 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଧାନସଭାରେ ବିଧାନ ପରିଷଦ ସଂକଳ୍ପ

by Our Correspondent
06 Sep, 2018- 07:52 PM
in Latest News, News
1 min read
0
ବିଧାନସଭାରେ ବିଧାନ ପରିଷଦ ସଂକଳ୍ପ
ଭୁବନେଶ୍ୱର: ରାଜ୍ୟରେ ବିଧାନ ପରିଷଦ ଗଠନ ପାଇଁ ଆଜି ବିଧାନସଭାରେ ଆସିଛି ସଂକଳ୍ପ । ୧୦୪ ସଭ୍ୟଙ୍କ ସମର୍ଥନ ପାଇ ଏହା ଗୃହରେ ପାରିତ ହୋଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସଂକଳ୍ପକୁ ଗୃହରେ ଆଗତ କରିଥିଲେ । ବିଧାନ ପରିଷଦ ଗଠନର ଉଦ୍ଦେଶ୍ୟ ଓ ତାହାର ସଂପୂର୍ଣ୍ଣ ରୂପରେଖ ଏହି ସଂକଳ୍ପରେ ଉପସ୍ଥାପନ କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ।
ଉଦ୍ଦେଶ୍ୟ/ଆବଶ୍ୟକତା: ରାଜ୍ୟର କେତେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡ଼ିକର ଅଧିକ ଶାଣିତ ଆଲୋଚନା ଏବଂ ସୁଶାସନ ଓ ଜନକଲ୍ୟାଣ ପାଇଁ ବିଧାନ ପରିଷଦ ଗଠନର ଆବଶ୍ୟକତା ରହିଛି । ଏହାଦ୍ୱାରା ରାଜ୍ୟ ସମ୍ବଳିତ ଅନେକ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା ହୋଇପାରିବ ଏବଂ ଏହା ରାଜ୍ୟ ପାଇଁ ଅଧିକରୁ ଅଧିକ ଫଳପ୍ରଦ ହୋଇପାରିବ । ଏହା ଛଡ଼ା ବିଧାନ ପରିଷଦ ସ୍ତରରେ ବିଧାନସଭାରେ ପାରିତ ବିଲ୍ ଗୁଡ଼ିକୁ ଅଧିକ ତର୍ଜମା କରାଯାଇ ପାରିବ ଓ ଆବଶ୍ୟକ ଯାଞ୍ଚ ମଧ୍ୟ ହୋଇପାରିବ । ବିଧାନ ପରିଷଦ ଗଠନ ହେବା ଦ୍ୱାରା ଆଇନ ପ୍ରଣୟନ ବ୍ୟବସ୍ଥା ସମୃଦ୍ଧ ହେବା ସହିତ ଶାସନ ବ୍ୟବସ୍ଥା ଅଧିକ କ୍ରିୟାଶୀଳ ହୋଇପାରିବ । ବିଧେୟକରେ ତ୍ରୁଟି ବିଚ୍ୟୁତିର ମଧ୍ୟ ସଂଶୋଧନ ହୋଇପାରିବ । ଅନେକ ଗୁଡ଼ିଏ ବିଷୟରେ ଉଭୟ ସରକାର ଓ ସାଧାରଣ ଜନତାଙ୍କ ଦୃଷ୍ଟି ଆକର୍ଷଣ କରାଯାଇପାରିବ ।
ଆକାର: ଭାରତ ସମ୍ବିଧାନର ଅନୁଚ୍ଛେଦ ୧୭୧ ଅନୁଯାୟୀ, ବିଧାନ ପରିଷଦର ମୋଟ ସଭ୍ୟ ସଂଖ୍ୟା ସର୍ବନିମ୍ନ ୪୦ ଏବଂ ସର୍ବାଧିକ ସଂପୃକ୍ତ ରାଜ୍ୟର ବିଧାନସଭାର ସମୁଦାୟ ସଭ୍ୟ ସଂଖ୍ୟାର ଏକ ତୃତୀୟାଂଶରେ ସୀମିତ ହେବା ଆବଶ୍ୟକ । ଏହି ହିସାବରେ ଓଡ଼ିଶାରେ ବିଧାନ ପରିଷଦ ଗଠନ ହେଲେ, ଏହାର ସମୁଦାୟ ସଭ୍ୟ ସଂଖ୍ୟା ୪୯ ହେବ । ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ତଥା ୧୬ ଜଣ ସଭ୍ୟ ବିଧାନସଭାର ସଦସ୍ୟ(ବିଧାୟକ)ଙ୍କ ଦ୍ୱାରା ନିର୍ବାଚିତ ହେବେ । ଆଉ ଏକ ତୃତୀୟାଂଶ ତଥା ୧୬ ଜଣ ସଦସ୍ୟ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଓ ସମସ୍ତ ସହରାଞ୍ଚଳର ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କ ଦ୍ୱାରା ନିର୍ବାଚିତ ହେବେ । ଏକ ଦ୍ୱାଦଂଶ ତଥା ୪ ଜଣ ସଦସ୍ୟ ରାଜ୍ୟରେ ୩ ବର୍ଷରୁ ଉଦ୍ଧ୍ୱର୍ ଅଭିଜ୍ଞତା ଥିବା ସ୍ନାତକମାନଙ୍କୁ ନେଇ ଏକ ଇଲେକ୍ଟ୍ରୋରାଲ୍ କଲେଜ ମାଧ୍ୟମରେ ନିର୍ବାଚିତ ହେବେ । ଆଉ ଏକ ଦ୍ୱାଦଂଶ ତଥା ୪ ଜଣ ସଦସ୍ୟ ମାଧ୍ୟମିକ ତଦୁର୍ଦ୍ଧ ବିଦ୍ୟାଳୟରେ ୩ ବର୍ଷରୁ ଉଦ୍ଧ୍ୱର୍ ଅଭିଜ୍ଞତା ଥିବା ଶିକ୍ଷକମାନଙ୍କୁ ନେଇ ଗଠିତ ଏକ ଇଲେକ୍ଟ୍ରୋରାଲ୍ କଲେଜ ମାଧ୍ୟମରେ ନିର୍ବାଚିତ ହେବେ । ଅବଶିଷ୍ଟ ୯ ଜଣ ସଭ୍ୟ ସାହିତ୍ୟ, ବିଜ୍ଞାନ, କଳା, ସମବାୟ ଓ ସାମାଜିକ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଏବଂ କାର୍ଯ୍ୟରତ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ହେବେ ।
ଅନ୍ୟାନ୍ୟ: ବିଧାନ ପରିଷଦ ଏକ ସ୍ଥାୟୀ ଗୃହ ହିସାବରେ କାର୍ଯ୍ୟ କରିବ ଯାହାର ଏକ ତୃତୀୟାଂଶ ସଭ୍ୟ ପ୍ରତି ୨ ବର୍ଷରେ ଅବସର ନେବେ । ବର୍ତ୍ତମାନ ପାଇଁ ଭୁବନେଶ୍ୱରସ୍ଥିତ ସର୍ଦ୍ଦାର ପଟେଲ ହଲ(ପୁରୁଣା ବିଧାନ ସୌଧ) ରେ ବିଧାନ ପରିଷଦ କାର୍ଯ୍ୟକ୍ଷମ ହୋଇପାରିବ । ଓଡ଼ିଶା ବିଧାନସଭାର ୪୦୦ ରୁ ଅଧିକ ଆସନ ବିଶିଷ୍ଟ ସମ୍ମିଳନୀ କକ୍ଷର ତଳ ମହଲାକୁ ଉଭୟ ଗୃହର ମିଳିତ ବୈଠକରେ ରାଜ୍ୟପାଳଙ୍କ ଅଭିଭାଷଣ ନିମନ୍ତେ ମୁଖ୍ୟ କକ୍ଷ ଭାବେ ବ୍ୟବହୃତ କରାଯାଇପାରିବ । ପ୍ରସ୍ତାବିତ ବିଧାନ ପରିଷଦ ପାଇଁ ବାର୍ଷିକ ପ୍ରାୟ ୩୫ କୋଟିର ଖର୍ଚ୍ଚ ଆକଳନ କରାଯାଇଛି ।
ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଦ୍ୱାରା ଆଗତ ଏହି ସଂକଳ୍ପ ଉପରେ ଗୃହରେ ଆଜି ସରଗରମ ଆଲୋଚନା ହୋଇଥିଲା । ବିରୋଧୀ ଦଳର ସଭ୍ୟମାନେ ରାଜ୍ୟରେ ବିଧାନ ପରିଷଦ ଗଠନକୁ ତୀବ୍ର ସମାଲୋଚନା କରିଥିଲେ । ବିଜେଡ଼ିର ଏହା ଥଇଥାନ ଯୋଜନା ବୋଲି ସେମାନେ କଟାକ୍ଷ କରିଥିଲେ । ପ୍ରତିବାଦରେ ଉଭୟ କଂଗ୍ରେସ ଓ ବିଜେପି ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ ।
Previous Post

୧୨,୭୯୦ କୋଟିର ଅତିରିକ୍ତ ବଜେଟ୍, ଗାଁ କୁ ଫୋକସ୍

Next Post

କାଲି ସବୁ ଅଙ୍ଗନବାଡ଼ି ଛୁଟି, ଭୁବନେଶ୍ୱରରେ ସବୁ ସ୍କୁଲ ଛୁଟି

Next Post
କାଲି ସବୁ ଅଙ୍ଗନବାଡ଼ି ଛୁଟି, ଭୁବନେଶ୍ୱରରେ ସବୁ ସ୍କୁଲ ଛୁଟି

କାଲି ସବୁ ଅଙ୍ଗନବାଡ଼ି ଛୁଟି, ଭୁବନେଶ୍ୱରରେ ସବୁ ସ୍କୁଲ ଛୁଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA