Saturday, May 30, 2026 04:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୧୨,୭୯୦ କୋଟିର ଅତିରିକ୍ତ ବଜେଟ୍, ଗାଁ କୁ ଫୋକସ୍

by Our Correspondent
05 Sep, 2018- 02:01 PM
in Latest News, News
1 min read
0
୧୨,୭୯୦ କୋଟିର ଅତିରିକ୍ତ ବଜେଟ୍, ଗାଁ କୁ ଫୋକସ୍
ଭୁବନେଶ୍ୱର: ବିଧାନସଭାରେ ଆଜି ପ୍ରବଳ ହୋ ହଲ୍ଲା ଭିତରେ ଚଳିତ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଉପସ୍ଥାପିତ ହୋଇଛି । ମୋଟ ୧୨,୭୯୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା । ଶିକ୍ଷକଙ୍କ ସମସ୍ୟା ନେଇ ବିଜେପି ସଦସ୍ୟମାନେ ପ୍ରବଳ ହୋ ହଲ୍ଲା କରୁଥିବାରୁ ବାଚସ୍ପତି ଗୃହକୁ ଚଲାଇବା ସମ୍ଭବ ହୋଇନାହିଁ । ହୋ ହଲ୍ଲା ଭିତରେ ଅର୍ଥମନ୍ତ୍ରୀ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିସାରିବା ପରେ ପରେ ବାଚସ୍ପତି ଆସନ୍ତାକାଲି ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ।
ଚଳିତ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ରେ ମୋଟାମୋଟି ପ୍ରଶାସନିକ ବ୍ୟୟ ବାବଦକୁ ୧,୮୦୦ କୋଟି ବରାଦ କରାଯାଇଥିବା ବେଳେ କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୯,୬୧୧ କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ୧,୩୬୪ କୋଟି ଏବଂ ରାଜ୍ୟ ବଜେଟ୍ ରୁ ସ୍ଥାନାନ୍ତର ବାବଦରେ୧୫ କୋଟି ବ୍ୟୟ ବରାଦ କରାଯାଇଛି ।
ପ୍ରଶାସନିକ ବ୍ୟୟ ଅଧିନରେ ଶିକ୍ଷା ସହାୟକମାନଙ୍କୁ ନିୟମିତ ଦରମା ପ୍ରଦାନ ପାଇଁ ୭୫୦ କୋଟି ବ୍ୟୟ ବରାଦ କରାଯାଇଥିବା ବେଳେ ସୁଧ ରାଶି ପୈଠ ପାଇଁ ୩୫୦ କୋଟି, ଲୋକସଭା ଓ ରାଜ୍ୟସଭା ନିମିତ୍ତ ଏକକ ନିର୍ବାଚନ ପରିଚାଳନା ପାଇଁ ୪୧ କୋଟି, ସଡ଼କ ରକ୍ଷଣାବେକ୍ଷଣ ପାଇଁ ୧୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
କାର୍ଯ୍ୟକ୍ରମ ବ୍ୟୟ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ କ୍ଷେତ୍ର ପାଇଁ ରହିଛି ୫୨୭୬ କୋଟି ଟଙ୍କା । ସେଥି ମଧ୍ୟରେ ବସୁଧା ଯୋଜନା ମାଧ୍ୟମରେ ପାଇପ ଦ୍ୱାରା ଜଳଯୋଗାଣ ପାଇଁ ୪୦୦ କୋଟି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)-ବିଜୁ ପକ୍କା ଘର ପାଇଁ ୧୫୦୦ କୋଟି, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ପାଇଁ ୨୦୬୫ କୋଟି, ସ୍ୱଚ୍ଛ ଭାରତ ମିଶନ ପାଇଁ ୧୦୦୦ କୋଟି, ଜାତୀୟ ଗ୍ରାମୀଣ ଜୀବିକା ମିଶନ ପାଇଁ ୨୧୧ କୋଟି, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୫୦ କୋଟି ଏବଂ ଗ୍ରାମାଞ୍ଚଳରେ ସଡ଼କ ଓ ପୋଲର ଉନ୍ନତିକରଣ ପାଇଁ ୫୦ କୋଟି ବ୍ୟୟ ବରାଦ କରାଯାଇଛି ।
ସାମାଜିକ କ୍ଷେତ୍ର ପାଇଁ ୧୩୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଜଳସେଚନ ଭିତ୍ତିଭୂମି ଉନ୍ନୟନ ପାଇଁ ୨୩୯ କୋଟି ବ୍ୟୟବରାଦ କରାଯାଇଥିଲା ବେଳେ ରାଜ୍ୟର ସହରାଞ୍ଚଳ ଗୁଡ଼ିକର ଉନ୍ନୟନ ପାଇଁ ୫୮୯ କୋଟି ବ୍ୟୟ ବରାଦ କରାଯାଇଛି । ସର୍ବଶିକ୍ଷା ଅଭିଯାନ ପାଇଁ ରାଜ୍ୟ ସହାୟତା ବାବଦରେ ୨୪୨ କୋଟି, ମଧ୍ୟାହ୍ନ ଭୋଜନ ପାଇଁ ରାଜ୍ୟ ସହାୟତା ବାବଦରେ ୨୩ କୋଟି ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୧୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟବୀମା ଯୋଜନାର ପ୍ରଣୟନ ପାଇଁ ୬୨ କୋଟି, ସ୍ୱାସ୍ଥ୍ୟ ସହାୟ ପାଇଁ ୮୨ କୋଟି, ସମ୍ପୂର୍ଣ୍ଣା ଯୋଜନା ପାଇଁ ୨୫ କୋଟି, ନିଦାନ ପାଇଁ ୧୨ କୋଟି, ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତିକରଣ ପାଇଁ ୫୦ କୋଟି, ସମନ୍ୱିତ ଶିଶୁ ଉନ୍ନୟନ ଯୋଜନା ନିମିତ୍ତ ରାଜ୍ୟ ସହାୟତା ବାବଦକୁ ୮୦ କୋଟି ଏବଂ ମଧୁବାବୁ ପେନସନ୍ ଯୋଜନା ପାଇଁ ୨୫ କୋଟି ବ୍ୟୟ ବରାଦ କରାଯାଇଛି ।
ଓପିଜିସିର ୟୁନିଟ୍ ୩ ଓ ୪ ରେ ଅଂଶଧନ ପାଇଁ ୩୦ କୋଟି, ବିଜୁ ଗ୍ରାମ ଯୋଜନା ପାଇଁ ୭୫ କୋଟି, ‘ଆମ ଘରେ ଏଲଇଡ଼ି’ ଯୋଜନା ପାଇଁ ୧୦୦ କୋଟି, ରାଜଧାନୀରେ ଶକ୍ତି ବ୍ୟବସ୍ଥାର ଉନ୍ନତିକରଣ ପାଇଁ ୨୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ସୂଚନାଯୋଗ୍ୟ, ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ମୂଳ ବଜେଟ୍ ଆାକାର ଥିଲା ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କା ।
Previous Post

ତଦନ୍ତରୁ ସ୍ପଷ୍ଟ: ମୁଖ୍ୟମନ୍ତ୍ରୀଙ୍କୁ ଧମକ ଚିଠି ଦେଇଥିବା କଏଦୀର ମୁଣ୍ଡ ଠିକ୍ ନାହିଁ

Next Post

ବିଧାନସଭାରେ ବିଧାନ ପରିଷଦ ସଂକଳ୍ପ

Next Post
ବିଧାନସଭାରେ ବିଧାନ ପରିଷଦ ସଂକଳ୍ପ

ବିଧାନସଭାରେ ବିଧାନ ପରିଷଦ ସଂକଳ୍ପ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA