Wednesday, April 29, 2026 09:00 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଧାୟକ ଲଢ଼ିବା ଜିଦ୍ ରେ ବୁନୁ

by Our Correspondent
11 Mar, 2019- 10:44 PM
in Latest News, News, Politics
1 min read
0
ବିଧାୟକ ଲଢ଼ିବା ଜିଦ୍ ରେ ବୁନୁ
ଭୁବନେଶ୍ୱର: ଭୁବନେଶ୍ୱରର ପୂର୍ବତନ ମେୟର ଅନନ୍ତ ନାରାୟଣ (ବୁନୁ) ଜେନା ବିଧାୟକ ହେବାକୁ ଅଡ଼ି ବସିଛନ୍ତି । ବିଡ଼ିଏ ଅଧ୍ୟକ୍ଷ ପଦ ନୁହେଁ, ତାଙ୍କୁ ବିଧାୟକ ଟିକେଟ ଦରକାର । ଭୁବନେଶ୍ୱର ମଧ୍ୟ ଆସନରୁ ନହେଲେ ନାଇଁ, ଉତ୍ତର ଆସନରୁ ଅଲବତ୍ ଲଢ଼ିବେ । ପୂର୍ବତନ କର୍ପୋରେଟର ସମର୍ଥକଙ୍କ ମେଳି କରି ମୁଖିଆଙ୍କ ଉପରେ ଚାପ ପକାଇବାକୁ ବୁନୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଥିବା ଜଣାପଡ଼ିଛି । ସେପଟେ ବୁନୁଙ୍କ ଉଦ୍ୟମରେ ରୋକ୍ ଲଗାଇବାକୁ ବିଜେଡ଼ିର ଅନ୍ୟ ଏକ ଗୋଷ୍ଠୀ ନିଜର ଶକ୍ତି ଖଟାଇଛନ୍ତି । ବୁନୁଙ୍କ ଭଳି ଜଣେ ବଦନାମିଆ ନେତାଙ୍କୁ ଟିକେଟ ଦେଲେ ଦଳ ଏଠି ବୁଡ଼ିଯିବ ବୋଲି ମୁଖିଆଙ୍କୁ ଗୁହାରି ଜଣାଇଛନ୍ତି ।
ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇଚ୍ଛାରେ କ୍ରମାଗତ ଦୁଇଥର ମେୟର ହୋଇଥିଲେ ବୁନୁ । ସେହି ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କର ସେ ଖାସ୍ ଲୋକ ବୋଲି କୁହାଯାଏ । ଦୁଇବର୍ଷ ତଳେ ତାଙ୍କ ବିରୋଧରେ ଆସିଥିବା ଋଷି ହତ୍ୟା ମାମଲା ଓ ବ୍ଲୁ ସିଡ଼ି ଭଳି ସଙ୍ଗୀନ ଅଭିଯୋଗ ରାଜନୈତିକ ହଟଚମଟ ସୃଷ୍ଟି କରିଥିଲେ ମଧ୍ୟ ତାଙ୍କ ମେୟର ଆସନକୁ ହଲାଇ ପାରି ନ ଥିଲା । ଲୋକ ସେକଥା ପାଶୋରି ଯିବାକୁ ବସିବା ବେଳକୁ ଦୁର୍ଦ୍ଦାନ୍ତ ଠକ ଗୋଲଡ଼େନ୍ ବାବାଙ୍କ ସହ ତାଙ୍କର ଅନ୍ତରଙ୍ଗ ସମ୍ପର୍କର ଏକାଧିକ ଫଟୋ ଭାଇରାଲ୍ ହୋଇଥିଲା । ତେବେ ମେୟର କାର୍ଯ୍ୟକାଳ ସରିବା ପରେ ସେ ଭୁବନେଶ୍ୱରରୁ ବିଧାୟକ ଲଢ଼ିବା ପାଇଁ ନିଜକୁ ନିଜେ ପ୍ରସ୍ତୁତି ହୋଇଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ ହୋଇଥିବାରୁ ଅସୁବିଧା ନାହିଁ ବୋଲି ସେ ନିଶ୍ଚିତ ଥିଲେ ।
ଆଗକୁ କ’ଣ ହେବ ନହେବ ଏ ପର୍ଯ୍ୟନ୍ତ ଜଣାପଡୁ ନ ଥିଲେ ମଧ୍ୟ ଗତ ୭ ତାରିଖରେ ମୁଖ୍ୟମନ୍ତ୍ରୀ ଅଚାନକ ତାଙ୍କୁ ବିଡ଼ିଏ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ହେଲେ ୪ ଦିନ ବିତିଯାଇଥିଲେ ମଧ୍ୟ ବୁନୁ ବିଡ଼ିଏ ଦାୟିତ୍ୱ ନେଇନାହାନ୍ତି । ଆଜି ଦାୟିତ୍ୱ ନେବେ ବୋଲି ବିଡ଼ିଏରେ ସମସ୍ତେ ନିଶ୍ଚିତ ଥିଲେ । ବିଡ଼ିଏ ଅଧିକାରୀ ଓ କର୍ମଚାରୀମାନେ ଫୁଲତୋଡ଼ା କିଣି ଅପେକ୍ଷା କରି ରହିଥିଲେ । ମାତ୍ର ସଂଧ୍ୟା ଯାଏଁ ଅପେକ୍ଷା କଲା ପରେ ସମସ୍ତେ ନିରାଶ ହୋଇ ଘରକୁ ଫେରିଛନ୍ତି । ଏ ସମ୍ପର୍କରେ ବୁନୁଙ୍କ ପ୍ରତିକ୍ରିୟା ମିଳୁ ନ ଥିଲେ ମଧ୍ୟ ସେ ବିଡ଼ିଏରେ ଯୋଗଦେବେ ନାହିଁ ଏବଂ ଅଲବତ୍ ବିଜେଡ଼ି ଟିକେଟ ନେଇ ନିର୍ବାଚନ ଲଢ଼ିବେ ବୋଲି ତାଙ୍କର କିଛି ସମର୍ଥକ ଦମ୍ଭ ଦେଖାଇଛନ୍ତି ।
ସେ ଯାହା ହେଉ ନା କାହିଁକି ଭୁବନେଶ୍ୱରରୁ ବିଜେଡ଼ି ଟିକେଟ ପାଇଁ ଛକାପଂଝା ସାଂଘାତିକ ଅବସ୍ଥାକୁ ଆସିଛି । ଏହି ପରିପ୍ରେକ୍ଷୀରେ କିଛି ବିଶ୍ୱସ୍ତ ମହଲରୁ ଏକ ରୋଚକ ଖବର ହସ୍ତଗତ ହୋଇଛି । ଖରରର ସତ୍ୟାସତ୍ୟ ସମ୍ପର୍କରେ ନିଶ୍ଚିତ ହୋଇ ନ ଥିବାରୁ ଆମେ ଏଠାରେ ଚରିତ୍ରମାନଙ୍କ ନାଁ ପ୍ରକାଶ କରୁନାହୁଁ । ଖବରଟି ଏମିତି..
ଗଲା ଶୁକ୍ରବାର ରାତିରେ କଳ୍ପନା ଛକସ୍ଥିତ ହୋଟେଲ ‘ପୁଷ୍ପକ’ରେ ରାଜ୍ୟ ବିଜେପିର ଜଣେ ବରିଷ୍ଠ କର୍ମକର୍ତ୍ତା ଓ ଭୁବନେଶ୍ୱର ଜିଲ୍ଲା ବିଜେପି ସଂଗଠନର ଜଣେ ମୁଖିଆଙ୍କ ସହ ଜନୈକ ବିଜେଡ଼ି ନେତାଙ୍କର ଏକ ଗୁପ୍ତ ବୈଠକ ହୋଇଥିଲା । ପ୍ରାୟ ଦୁଇଘଣ୍ଟା ଧରି ସେମାନେ କଥା ହୋଇଥିଲେ । ବୈଠକରେ ବିଷୟବସ୍ତୁ ଜଣାପଡ଼ି ନ ଥିଲେ ମଧ୍ୟ ସଂପୃକ୍ତ ବିଜେଡ଼ି ନେତା ବିଜେପି ଯୋଗସୂତ୍ରରେ ଥିବା କୁହାଯାଉଛି । ବିଜେପିରେ ସେ ଯୋଗଦେବେନି କି ବିଜେପି ତାଙ୍କୁ ନେବନି । ମାତ୍ର ଆବଶ୍ୟକ ପଡ଼ିଲେ ବିଜେଡ଼ି ପ୍ରାର୍ଥୀଙ୍କୁ ହରାଇବା ପାଇଁ ସେମାନଙ୍କ ମଧ୍ୟରେ ମନ୍ତ୍ରଣା ହୋଇଛି ।
Previous Post

ବୈଜୟନ୍ତଙ୍କ ବୋଲ୍.. ଓଡ଼ିଶାରେ ବିଜେଡ଼ି-ବିଜେପି ସରକାର ହେଇଯାଉ

Next Post

୪ଟି ପର୍ଯ୍ୟାୟ ନିର୍ବାଚନ ପଛରେ ଗେମପ୍ଲାନ୍ !

Next Post
୪ଟି ପର୍ଯ୍ୟାୟ ନିର୍ବାଚନ ପଛରେ ଗେମପ୍ଲାନ୍ !

୪ଟି ପର୍ଯ୍ୟାୟ ନିର୍ବାଚନ ପଛରେ ଗେମପ୍ଲାନ୍ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA