ଭୁବନେଶ୍ୱର: ଏହି ଭିଡ଼ିଓଟି ଶୁଣନ୍ତୁ ।
ନଗଦ ବିଜେପିରେ ଯୋଗଦେଇ ରାଷ୍ଟ୍ରୀୟ ଉପସଭାପତି ଓ ମୁଖପାତ୍ର ଆସନ ଅଳଙ୍କୃତ କରିଥିବା ବୈଜୟନ୍ତ ପଣ୍ଡା ଆଜି କେନ୍ଦ୍ରାପଡ଼ା ଯାଇଥିଲେ ସମ୍ବର୍ଦ୍ଧିତ ହେବାକୁ । ଇଚ୍ଛାପୁରଠାରେ ଆୟୋଜିତ ହୋଇଥିଲା ସଭା । ଜନସମାଗମ ଦେଖି ଖୁବ୍ ଉତ୍ସାହିତ ହୋଇଯାଇଥିଲେ ବୈଜୟନ୍ତ । ନବୀନ ପଟ୍ଟନାୟକ ଓ ତାଙ୍କ ସରକାରଙ୍କୁ ଧୂମ୍ ବର୍ଷି ସରକାରର ପରିବର୍ତ୍ତନ ଆହ୍ୱାନ ଦେଇଥିଲେ । ନିଜ ବୋଲରେ ଲୋକଙ୍କ ବୋଲ(ପାଳି) ମିଳେଇଥିଲେ । ତେବେ ଠିକ୍ ଜମାଣିଆ ବେଳକୁ ତାଙ୍କ ପାଟିରେ ବିଜେପି ଜାଗାରେ ପଶିଗଲା ବିଜେଡ଼ି । ପାଟିରୁ ଖସିଯାଇଥିବା ‘ବିଜେଡ଼ି’ କୁ ସଂଶୋଧନ କରି ବିଜେପି କହିଲା ବେଳକୁ ତାହା ଅବାଗିଆ ହୋଇଗଲା । ବୈଜୟନ୍ତଙ୍କ ବୋଲ୍ ଏମିତି ହୋଇଥିଲା.. ପରିବର୍ତ୍ତନନନନ । ଓଡ଼ିଶାରେ ବିଜେଡ଼ି-ବିଜେପି ସରକାର ହେଇଯାଉ.. । ଲୋକ ବି ପାଳି ଧରିଥିଲେ ହଁ ହେଇଯାଉ.. ଓଡ଼ିଶାରେ ବିଜେଡ଼ି-ବିଜେପି ସରକାର ।
ବୈଜୟନ୍ତଙ୍କ ଭାଷଣର ଏହି ଅଂଶଟି ଲୁଚି ଯାଇଥାଆନ୍ତା । ମାତ୍ର ତାଙ୍କ ଟିଭି ଏହାର ଲାଇଭ୍ ପ୍ରସାରଣ କରୁଥିବାରୁ ଗଡ଼ବଡ଼ିଆ ହୋଇଯାଇଛି । ବୈଜୟନ୍ତଙ୍କ ଭାଷଣର ଭିଡ଼ିଓ କ୍ଲିପିଂ ଏବେ ଭାଇରାଲ୍ ହେବାକୁ ଲାଗିଲାଣି । ଯାହାକୁ ନେଇ ଲୋକେ ଖୁବ ଟାହିଟାପରା କରୁଛନ୍ତି ।