Wednesday, April 29, 2026 10:43 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ର ରାଜ୍ୟପାଳ

by Our Correspondent
16 Jul, 2019- 07:08 PM
in Latest News, News
1 min read
0
ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ର ରାଜ୍ୟପାଳ
ଭୁବନେଶ୍ୱର: ଓଡ଼ିଶା ବିଜେପିର ଭୀଷ୍ମ ପିତାମହ କୁହାଯାଉଥିବା ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ଆଜି ରାଷ୍ଟ୍ରପତି ଭବନରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟପାଳ ଭାବେ ବିଶ୍ୱଭୂଷଣଙ୍କ ନାଁ ଘୋଷଣା ହେଲା ପରେ ସମଗ୍ର ରାଜ୍ୟରେ ଖୁସିର ଲହରି ଖେଳିଯାଇଛି । ତାଙ୍କ ଭଳି ଜଣେ ଅତ୍ୟନ୍ତ କର୍ମଠ, ଭଦ୍ର, ଅମାୟିକ ରାଜନେତାଙ୍କୁ ଏଭଳି ପୁରସ୍କାର ଓ ସମ୍ମାନ ମିଳିବା ସବୁ ମହଲକୁ ଆନନ୍ଦିତ କରିଛି ।
ସେ ରାଜ୍ୟପାଳ ହେଉଥିବା ସୂଚନା ଗତକାଲି ରାତିରେ ପାଇଥିଲେ ବିଶ୍ୱଭୂଷଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ରାତି ପ୍ରାୟ ୯ଟା ବେଳେ ଫୋନ୍ ପାଇଥିଲେ ସେ । ପ୍ରଧାନମନ୍ତ୍ରୀ କହିଥିଲେ, ଆପଣ ପ୍ରସ୍ତୁତ ହୋଇଯାଆନ୍ତୁ । ଦୁଇ ତିନି ଭିତରେ ଆପଣଙ୍କୁ ଓଡ଼ିଶା ଛାଡ଼ିବାକୁ ପଡ଼ିବ । ପ୍ରଧାନମନ୍ତ୍ରୀ ଅଧିକ କିଛି କହି ନ ଥିଲେ ମଧ୍ୟ ସେ ରାଜ୍ୟପାଳ ହେଉଥିବା ବିଶ୍ୱଭୂଷଣ ଜାଣିଦେଇଥିଲେ । ତେବେ ଏ ସମ୍ପର୍କରେ କାହାରିକୁ ନ କହି ରାଷ୍ଟ୍ରପତି ଭବନର ଆଦେଶକୁ ଅପେକ୍ଷା କରିଥିଲେ । ପୂର୍ବରୁ ଗତ ୩୦ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଡାକରା ପାଇ ବିଶ୍ୱଭୂଷଣ ଦିଲ୍ଲୀରେ ତାଙ୍କୁ ଭେଟିଥିଲେ । ଓଡ଼ିଶା ସମ୍ପର୍କରେ ଉଭୟଙ୍କ ମଧ୍ୟରେ ବହୁ ସମୟ ଧରି ଆଲୋଚନା ହୋଇଥିଲା । ସେହି ଆଲୋଚନାରୁ ନିଜର ଭବିଷ୍ୟତ ସମ୍ପର୍କରେ ନୂଆ ସମ୍ଭାବନା ଦେଖିଥିଲେ ବିଶ୍ୱଭୂଷଣ ।
ରାଜ୍ୟପାଳ ନିଯୁକ୍ତ ହେଲା ପରେ ବିଶ୍ୱଭୂଷଣ ହରିଚନ୍ଦନ ତାଙ୍କ ପ୍ରତିକ୍ରିୟାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ବିଜେପି ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ କୃତଜ୍ଞତା ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ସେ ବିଶେଷ କୃତଜ୍ଞତା ଜଣାଇଛନ୍ତି । ତାଙ୍କୁ ରାଜ୍ୟପାଳ କରି ଓଡ଼ିଶାକୁ ସମ୍ମାନିତ କରିବାରେ ଧର୍ମେନ୍ଦ୍ର ପ୍ରମୁଖ ଭୂମିକା ନେଇଥିବା ସେ କହିଛନ୍ତି । ତାଙ୍କୁ ଯେଉଁ ଦାୟିତ୍ୱ ମିଳିଛି ତାହାକୁ ନିଷ୍ଠାର ସହ ପାଳନ କରିବେ ବୋଲି ବିଶ୍ୱଭୂଷଣ ପ୍ରତିଶ୍ରୁତି ଦେଇଛନ୍ତି ।
୮୪ ବର୍ଷୀୟ ବିଶ୍ୱଭୂଷଣ ହରିଚନ୍ଦନ ତାଙ୍କର ଲମ୍ବା ରାଜନୈତିକ କ୍ୟାରିୟରରେ ଅନେକ ସଫଳତା ଗୋଟାଇଛନ୍ତି । ୧୯୭୧ରେ ଭାରତୀୟ ଜନସଂଘ ପ୍ରତିଷ୍ଠା ଦିନରୁ ସେ ସେଥିରେ ସାମିଲ ହୋଇ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ପଦରେ ଥିଲେ । ଓଡ଼ିଶାରେ ଜନସଂଘର କାୟା ବିସ୍ତାର କରିବାରେ ପ୍ରମୁଖ ଥିଲେ ବିଶ୍ୱଭୂଷଣ । ବିଜେପି ଗଠନ ହେବା ପରେ ସେ ରାଜ୍ୟରେ ଏହାର ନେତୃତ୍ୱ ଭାର ନେଇଥିଲେ । ୧୯୮୦ରୁ ୧୯୮୮ ପର୍ଯ୍ୟନ୍ତ ସେ ଥିଲେ ରାଜ୍ୟ ବିଜେପିର ସଭାପତି । ପରବର୍ତ୍ତୀ ସମୟରେ ସେ ଜନତା ଦଳରେ ଯୋଗଦେଇଥିଲେ ଏବଂ ୧୯୯୬ରେ ପୁଣି ବିଜେପିକୁ ଫେରି ଆସିଥିଲେ । ବିଜେପି ଟିକେଟରେ ସେ ତିନି ଥର ଏବଂ ଜନତା ଦଳ ଟିକେଟରେ ଦୁଇଥର ବିଧାୟକ ହୋଇଥିଲେ । ନୀଳମଣି ରାଉତରାୟ, ବିଜୁ ପଟ୍ଟନାୟକ ଏବଂ ନବୀନ ପଟ୍ଟନାୟକଙ୍କ ସରକାରରେ ସେ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ । ୨୦୦୦ରୁ ୨୦୦୯ ମେଣ୍ଟ ସରକାରରେ ସେ ଶିଳ୍ପ, ଆଇନ, ଗ୍ରାମ୍ୟ ଉନ୍ନୟନ ଓ ରାଜସ୍ୱ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ ।
୨୦୦୯ରେ ସେ ଶେଷଥର ପାଇଁ ଭୁବନେଶ୍ୱର ବିଧାନସଭା ଆସନରୁ ଲଢ଼ି ପରାଜିତ ହେବା ପରେ ନିର୍ବାଚନ ରାଜନୀତିରୁ ଦୂରେଇ ଯାଇଥିଲେ । ତେବେ ବିଜେପିର ସାଂଗଠନିକ କାର୍ଯ୍ୟକ୍ରମରେ ସେ ନିଜକୁ ସକ୍ରିୟ ରଖିଥିଲେ । ମୋଦି ସରକାର-୧ରେ ଓଡ଼ିଶାରୁ ଦ୍ରୌପଦୀ ମୁର୍ମୁଙ୍କୁ ଝାଡ଼ଖଣ୍ଡ ରାଜ୍ୟପାଳ ପଦ ମିଳିଥିବା ବେଳେ ଏବେ ବିଶ୍ୱଭୂଷଣ ହରିଚନ୍ଦନ ପାଇଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ପଦ ।
Previous Post

ମିଡ଼ିଆର ପୋଲ୍ ଖୋଲିଲେ ପ୍ରଭୁ ଚାୱାଲା

Next Post

ରମ୍ ମନ୍ଦିର ଭରସା !

Next Post
ରମ୍ ମନ୍ଦିର ଭରସା !

ରମ୍ ମନ୍ଦିର ଭରସା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA