Thursday, April 30, 2026 12:19 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମିଡ଼ିଆର ପୋଲ୍ ଖୋଲିଲେ ପ୍ରଭୁ ଚାୱାଲା

by Our Correspondent
14 Jul, 2019- 10:19 PM
in Latest News, News
1 min read
0
ମିଡ଼ିଆର ପୋଲ୍ ଖୋଲିଲେ ପ୍ରଭୁ ଚାୱାଲା
ଭୁବନେଶ୍ୱର: ମିଡ଼ିଆ ଯେଉଁଠି ଚେକ୍ ଲଗାଇବା କଥା, ଏବେ ତାହା ଉପରେ ନିର୍ଭରଶୀଳ । ସରକାର, କର୍ପୋରେଟ୍ ହାଉସ୍ ମାନଙ୍କର ଅନୁଗ୍ରହ ଉପରେ ମିଡ଼ିଆ ନିର୍ଭର କରୁଛି । ତେଣୁ ବର୍ତ୍ତମାନ ସ୍ଥିତିରେ ମିଡ଼ିଆଠାରୁ ନିରପେକ୍ଷ ସମ୍ବାଦ ଆଶା କରାଯାଇପାରିବନି । ପ୍ରିଣ୍ଟ ମିଡ଼ିଆଠାରୁ ଟିଭି ମିଡ଼ିଆରେ ଏହି ଟ୍ରେଣ୍ଡ ବହୁତ ଅଧିକା । ଏଠି ନିଉଜ୍ କମ୍, ଭିଉଜ୍ ଅଧିକା । ଗଣତନ୍ତ୍ରରେ ତଥାକଥିତ ଚତୁର୍ଥ ସ୍ତମ୍ଭର ଏଭଳି ଭୂମିକା ଭାରତ ପାଇଁ ସାଂଘାତିକ ବିପଦ ସୃଷ୍ଟି କରିଛି । ମିଡ଼ିଆର ବ୍ୟବସାୟୀକରଣ ବନ୍ଦ ନହେଲେ ଗଣତନ୍ତ୍ର ବଞ୍ଚିବା ସମ୍ଭବ ନୁହେଁ । ଆଜି କଳିଙ୍ଗ ଟିଭିର ପଞ୍ଚମ ବାର୍ଷିକୀ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଏଭଳି ରୋକଠୋକ୍ ମତ ଦେଇଛନ୍ତି ଦେଶର ଖ୍ୟାତାନାମା ସାମ୍ବାଦିକ ପ୍ରଭୁ ଚାୱାଲା ।
‘ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା’ ଉପରେ ଆଲୋଚନା କରି ଶ୍ରୀ ଚାୱାଲା ଭାରତର ସାଂମ୍ପ୍ରତିକ ସ୍ଥିତିର ଅବତାରଣା କରିଥିଲେ । ଗଣତନ୍ତ୍ରର ତିନୋଟି ସ୍ତମ୍ଭ ବ୍ୟବସ୍ଥାପକ(ଲେଜିସଲେଚର), କାର୍ଯ୍ୟନିର୍ବାହୀ(ଏକଜ୍ୟୁଟିଭ୍) ଏବଂ ବିଚାର ବିଭାଗ(ଜୁଡ଼ିସିଆରି) ଏବେ ଦୁର୍ବଳ ହୋଇଯାଇଛି । ଆମର ସାମ୍ବିଧାନିକ ବ୍ୟବସ୍ଥା ଏଭଳି ସ୍ଥିତିକୁ ଡାକିଆଣିଛି । ବ୍ୟବସ୍ଥାପକ ସଭା ପାର୍ଲାମେଣ୍ଟ ଏବଂ ବିଧାନସଭାରେ ଗୃହର ନେତା ହେଉଛନ୍ତି ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହେଉଛନ୍ତି ପ୍ରଶାସନର ମୁଖ୍ୟ । ତେଣୁ କାର୍ଯ୍ୟନିର୍ବାହୀ ସଂସ୍ଥା ଉପରେ ବ୍ୟବସ୍ଥାପକ ସଭା ଚେକ୍ ଲଗାଇବା ସମ୍ଭବ ନୁହେଁ । କଥା ଛଳରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦାହରଣ ଦେଇଥିଲେ । ଜଣେ ବହୁତ କହି କହି ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି । କିନ୍ତୁ ଜଣେ କିଛି ନ କହି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଭାରତବର୍ଷରେ ନବୀନ ପଟ୍ଟନାୟକ ଏକମାତ୍ର ନେତା ଯିଏ ଖୁବ କମ କଥା କହି ବହୁତ ଭୋଟ ପାଉଛନ୍ତି ଏବଂ ଲମ୍ବା ସମୟ ଶାସନଗାଦିରେ ବସିଛନ୍ତି । ଯେଉଁ ନେତା କଥା କହନ୍ତି ନାହିଁ ତାଙ୍କୁ ଚେକ୍ ଦେବେ କେମିତି ବୋଲି ଶ୍ରୀ ଚାୱାଲା ପରିହାସ କରିଥିଲେ । ଭାରତବର୍ଷରେ ଗଣତନ୍ତ୍ରର ତିନିଟି ଯାକ ସ୍ତମ୍ଭ(ପିଲାର୍)ର ଅବକ୍ଷୟ ହୋଇଥିବାରୁ ସେ ଉଦବେଗ ପ୍ରକାଶ କରି କହିଥିଲେ, ଆମର ଗଣତନ୍ତ୍ର ଏବେ ବିନା ସ୍ତମ୍ଭରେ ଶୂନ୍ୟରେ ଝୁଲିଛି ।
ଗଣମାଧ୍ୟମର ସ୍ଥିତି ସମ୍ପର୍କରେ ସେ କହିଥିଲେ, ତଥାକଥିତ ଚତୁର୍ଥ ସ୍ତମ୍ଭ ଉପରୁ ଲୋକଙ୍କ ଭରସା ତୁଟିଯାଇଛି । ମିଡ଼ିଆର ଧର୍ମ ସତ୍ୟ ପଦାକୁ ଆଣିବା । ଯାହା ଖବର ତାହାକୁ ପ୍ରକାଶ କରିବା । ମାତ୍ର ମିଡ଼ିଆ ଯାହାକୁ ପ୍ରଶ୍ନ କରି ଚେକ୍ ଲଗାଇବା କଥା, ତାହା ଉପରେ ନିର୍ଭର କରିବାକୁ ପଡୁଛି । ଖବର ପ୍ରସାରଣ ବ୍ୟୟବହୁଳ ହୋଇଯାଇଛି । ପେପର୍ ଖଣ୍ଡିକର ଖର୍ଚ୍ଚ ୧୫/୧୬ ଟଙ୍କା ପଡୁଥିବା ବେଳେ ତାହାକୁ ଗ୍ରାହକ ୪ ଟଙ୍କାରେ କିଣୁଛନ୍ତି । ପାଠକମାନେ ଖବରକାଗଜର ମୂଲ୍ୟ ଦେବାକୁ ପ୍ରସ୍ତୁତ ନ ଥିବାରୁ ଏଭଳି ସମସ୍ୟା ଉପୁଜିଛି । ସତୁରି ଓ ଅଶୀ ଦଶକରେ ଏଭଳି ଅବସ୍ଥା ନ ଥିଲା । ସେହିଭଳି ଟିଭି ଖବର ପ୍ରସାରଣରେ ବି ଅନୁରୂପ ଅବସ୍ଥା ।
ଏଭଳି ପ୍ରତିକୂଳ ସ୍ଥିତିରେ ବି ୮୦/୯୦ ଭାଗ ଖବରକାଗଜ ସାମ୍ବାଦିକତାର ଧର୍ମ ରଖିଛନ୍ତି । ମାତ୍ର ଇଲେକ୍ଟ୍ରୋନିକ୍ସ ମିଡ଼ିଆ ସାମ୍ବାଦିକତାର ଧର୍ମ ରଖିନାହିଁ । ବ୍ୟକ୍ତିଗତ ଏଜେଣ୍ଡାରେ କାମ ହେଉଛି । ପ୍ରକୃତରେ ଯାହାଙ୍କୁ ପ୍ରଶ୍ନ ପଚରାଯିବା କଥା ପଚରାଯାଉନି । ନିଉଜ୍ ରୁମ୍ ରେ ନିଉଜ୍ ଉପରେ ଆଲୋଚନା ନ ହୋଇ ଭିଉଜ୍ ଉପରେ ଚର୍ଚ୍ଚା ହେଉଛି । ପ୍ୟାନେଲିଷ୍ଟଙ୍କୁ ଡାକି ସେମାନଙ୍କ ଭିଉଜ୍ ଉପରେ ତର୍କବିତର୍କ, ହୋ ହଲ୍ଲା କରାଯାଇ ଲୋକଙ୍କୁ ଭକୁଆ ବନାଯାଉଛି । ମିଡ଼ିଆ ତାର ଉତ୍ତର ଦାୟିତ୍ୱରୁ ଦୂରେଇ ଯାଉଛି । ଏହା ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିଛି ବୋଲି ଶ୍ରୀ ଚାୱାଲା କହିଥିଲେ ।
ତେବେ ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଗଣମାଧ୍ୟମର ଭୂମିକାକୁ ଅସ୍ୱୀକାର କରାଯାଇପାରିବନି । ସାମ୍ବାଦିକତାର ଧର୍ମରୁ ସାମ୍ବାଦିକ ହଟିବା ଉଚିତ୍ ନୁହେଁ । ଯାହା ସତ୍ୟ ସେହି ଖବର ଲୋକଙ୍କୁ ଜଣାଇବା ଦରକାର । ତେଣିକି ଯାହା ପରିଣାମ ହେଉ ନା କାହିଁକି । ପାଠକଙ୍କ ପ୍ରତି ସାମ୍ବାଦିକ ବଫାଦାର ହେଲେ ଯାଇ ଗଣତନ୍ତ୍ର ସୁଦୃଢ଼ ହୋଇପାରିବ ବୋଲି ଶ୍ରୀ ଚାୱାଲା ମତ ଦେଇଥିଲେ । ଏହି ଅବସରରେ କଳିଙ୍ଗ ଟିଭି ତଥା କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କର ସେ ଭୂରି ଭୂରି ପ୍ରଶଂସା କରିଥିଲେ । ତାଙ୍କର ନିଷ୍ଠାପର କାର୍ଯ୍ୟ ପାଇଁ ସମଗ୍ର ଭାରତବର୍ଷରେ ସେ ଆଦର୍ଶ ସୃଷ୍ଟି କରିପାରିଛନ୍ତି ବୋଲି କହିଥିଲେ ।

ଉତ୍ସବରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର, ସାଂସଦ ଭର୍ତ୍ତୃହରି ମହତାବ ଓ ସୁରେଶ ପୂଜାରୀ ଅତିଥି ଭାବେ ଯୋଗଦେଇଥିଲେ । ଗଣମାଧ୍ୟମର ଅବକ୍ଷୟ ଉପରେ ସେମାନେ ଉଦବେଗ ପ୍ରକାଶ କରି ପ୍ରଭୁ ଚାୱାଲ୍ ଙ୍କ ମତ ସହ ଏକମତ ହୋଇଥିଲେ । କଳିଙ୍ଗ ଟିଭିର ପ୍ରତିଷ୍ଠାତା ଡ. ସାମନ୍ତ ତାଙ୍କ ପ୍ରତିବଦ୍ଧତାକୁ ଦୋହରାଇବା ସହ ସକାରାତ୍ମକ ଖବର ପରିବେଷଣ ଉପରେ ଗୁରୁତ୍ୱ ଦେଇଥିଲେ । କାହାର ବ୍ୟକ୍ତିଗତ ହାନି କଲା ଭଳି ଖବର ପ୍ରସାରଣ ନ କରିବାକୁ କଳିଙ୍ଗ ଟିଭି ଅଙ୍ଗୀକାରବଦ୍ଧ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।
କଳିଙ୍ଗ ଟିଭିର ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ସ୍ୱାଗତ ଭାଷଣ ଦେଇଥିଲା ବେଳେ ଚିଫ୍ ଏଡ଼ିଟର ସୌମ୍ୟଜିତ୍ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ଡେପୁଟି ଚିଫ୍ ଏଡ଼ିଟର ଦୁର୍ଗାମାଧବ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
Previous Post

ଦିଲ୍ଲୀ ସରକାରୀ ବଙ୍ଗଳା ଛାଡୁନାହାନ୍ତି ବୈଜୟନ୍ତ

Next Post

ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ର ରାଜ୍ୟପାଳ

Next Post
ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ର ରାଜ୍ୟପାଳ

ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ର ରାଜ୍ୟପାଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA