Monday, May 25, 2026 07:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୁଦ୍ଧିଜୀବୀ ମହଲରେ ହଇଚଇ

by Our Correspondent
28 Sep, 2017- 07:41 AM
in Latest News, Politics
1 min read
0
ବୁଦ୍ଧିଜୀବୀ ମହଲରେ ହଇଚଇ
ଭୁବନେଶ୍ୱର: ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ମର୍ଡରର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ନାଁ ପଦାକୁ ଆସିଲା ପରେ ବୁଦ୍ଧିଜୀବୀ ମହଲରେ ହଇଚଇ ଖେଳିଯାଇଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ପୃଷ୍ଠପୋଷକତାରେ ବଢ଼ିଥିବା ଡଉଲଡାଉଲିଆ କୃଷ୍ଣଚନ୍ଦ୍ରଙ୍କ କୁତ୍ସିତ ରୂପ ସେମାନଙ୍କୁ ବିଚଳିତ କରିଛି । ଖୋଦ୍ ଏସପି ସାମ୍ବାଦିକ ସମ୍ମିଳନୀ କରି ତାଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ (ଅଭିଯୁକ୍ତ) ଦର୍ଶାଇବା ସଭ୍ୟ ସମାଜକୁ ଆନ୍ଦୋଳିତ କରିଛି ।
ଏଠାରେ ଆଉଥରେ କହିରଖୁଛୁ ଯେ ଲକ୍ଷ୍ମୀପୁର ସମିତି ସଭ୍ୟ ଏନ୍.ଦୁର୍ଯୋଧନ ରେଡ୍ଡିଙ୍କୁ ମଧ୍ୟ ଗଂଜାମ ଏସପି ଅନ୍ୟତମ ଷଡ଼ଯନ୍ତ୍ରକାରୀ ଦର୍ଶାଇଛନ୍ତି । ଏହି ଦୁର୍ଯୋଧନଙ୍କୁ ବି ଧର୍ମେନ୍ଦ୍ର ମେ ୨୦ ତାରିଖରେ ବିଜେପିକୁ କୋଳେଇ ନେଇଥିଲେ । ଦଳରେ ମିଶାଇବା ପୂର୍ବରୁ ରୋଡ ସୋ’ କରିଥିଲେ । ଷ୍ଟେଜରେ ଡାହାଣପଟେ କୃଷ୍ଣଚନ୍ଦ୍ର ଓ ବାମପଟେ ଦୁର୍ଯୋଧନଙ୍କୁ କୁଣ୍ଢେଇ, ଛିଡ଼ା କରାଇ ସେମାନଙ୍କ ହାତରେ ହାତ ଯୋଡିଥିଲେ । ଯୋଡିହସ୍ତ ଉପରକୁ ଟେକି ଲୋକଙ୍କୁ ଅଭିନନ୍ଦନ ଜଣାଇଥିଲେ । ଦୁହିଁଙ୍କୁ ଦଳରେ ପାଇ ଧର୍ମେନ୍ଦ୍ରଙ୍କ ଖୁସି ସେଦିନ ଆକାଶ ଛୁଉଁଥିଲା । ନବୀନଙ୍କ ଗଡ ଜିଣି ଆଣିବା ପାଇଁ ଦୁହିଁଙ୍କଠାରେ ଉଜ୍ଜଳ ସାମର୍ଥକୁ ଧର୍ମେନ୍ଦ୍ର ସତେ ଯେମିତି ଦେଖିପାରୁଥିଲେ । ଆଉ ୪ ମାସ ନ ପୂରୁଣୁ ସେହି ସାମର୍ଥ ପରିପ୍ରକାଶ ହୋଇଛି ଛତ୍ରପୁରରେ । ବିଜେଡ଼ି ଯୁବନେତାଙ୍କୁ ଘରେ ପଶି ଖଣ୍ଡା, କାତିରେ ଖଣ୍ଡ ଖଣ୍ଡ କରିଦିଆଇଛି ।
‘ମିଡ-ଡେ ଓଡ଼ିଶା’ ଖବରକୁ ନେଇ ଘଟଣା ଜୋର୍ ଚର୍ଚ୍ଚା ହେଲା ପରେ କିଛି ଗଣମାଧ୍ୟମକୁ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି, ବିଜେପିକୁ ବଦନାମ କରିବା ପାଇଁ ଗଂଜାମ ଏସପି ଷଡ଼ଯନ୍ତ୍ର କରିଛନ୍ତି । ଜିଲ୍ଲା ଏସପି ଭାବେ ନୁହେଁ, ବିଜେଡ଼ିର ଜିଲ୍ଲା ସମ୍ପାଦକ ଭାବେ ସେ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି । ପୂର୍ବରୁ ସଜ୍ଜନ କହିଥିଲେ, ବିଜେପି ହିଂସାରେ ବିଶ୍ୱାସ କରେନାହିଁ । ଏଠି ପ୍ରଶ୍ନ ଉଠୁଛି, ବିଜେପି ମୁଖପାତ୍ର କେଉଁ ଆଧାରରେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ? ସେ ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡର ତଦନ୍ତ କରିଛନ୍ତି କି ? ବିନା ତଦନ୍ତରେ ଭୁବନେଶ୍ୱର ପାର୍ଟି ଅଫିସରେ ବସି କୃଷ୍ଣଚନ୍ଦ୍ରଙ୍କୁ ନିର୍ଦୋଷ ସାର୍ଟିଫିକେଟ୍ କିଭଳି ଦେଉଛନ୍ତି ? ଏସପିଙ୍କ ଦେହରେ ବିଜେଡ଼ି ମୋହର ଲଗାଇ ସେ ଏହା ପ୍ରମାଣ କରିବାକୁ ଚାହୁଁନାହାନ୍ତି କି ? ଯଦି ସଜ୍ଜନଙ୍କ ମନରେ ହତ୍ୟାକାଣ୍ଡର ତଦନ୍ତକୁ ନେଇ ସନ୍ଦେହ ରହୁଛି ତେବେ ସିବିଆଇ ତଦନ୍ତ ଦାବି କରୁନାହାନ୍ତି କାହିଁକି ?
ଆମ ପାଇଁ ଲଜ୍ଜା ଓ ଉଦବେଗର ବିଷୟଟି ହେଉଛି, ରାଜନୈତିକ ବ୍ୟକ୍ତିମାନଙ୍କର ଏଭଳି ଚରିତ୍ର । ନିଜପକ୍ଷ ନ ସୁହାଇଲେ ଘଟଣାରେ ରାଜନୈତିକ ରଙ୍ଗ ଦେଇ ନିଜକୁ ମହାତ୍ମା ଗାନ୍ଧୀ ବୋଲାଇବା । ନିଜ କ୍ଷେତ୍ରରେ ଯାହା କୁହନ୍ତି, ପ୍ରତିପକ୍ଷଙ୍କ କ୍ଷେତ୍ରରେ ଠିକ୍ ଓଲଟା କଥା କୁହନ୍ତି । ଲୋକଙ୍କୁ ଭକୁଆ ବନେଇ ଭୋଟ ହାତେଇବାର ହୀନ ଉଦ୍ୟମ କରନ୍ତି । ସଜ୍ଜନଙ୍କ କ୍ଷେତ୍ରରେ ସେୟା ହିଁ ଦେଖିବାକୁ ମିଳିଛି । ପ୍ରଭାତ ବିଶ୍ୱାଳଙ୍କ କ୍ଷେତ୍ରରେ ସିବିଆଇ ତଦନ୍ତକୁ ବିଜେଡ଼ି ବାଟବଣା କରିବାକୁ ଉଦ୍ୟମ କରୁଛି ବୋଲି ଯେଉଁ ସଜ୍ଜନ ଆରୋପ ଲଗାଇଥିଲେ ଏବେ ଛତ୍ରପୁର ମର୍ଡର କେସ୍ ରେ ତାଙ୍କୁ ଯଦି ସମାନ ପ୍ରଶ୍ନ ପଚରାଯାଏ ? ଗଂଜାମ ଏସପିଙ୍କୁ ପକ୍ଷଭୁକ୍ତ କରି ସେ ତଦନ୍ତ ବାଟବଣା କରିବାକୁ ଚାହୁଁନାହାନ୍ତି ତ ? ଆଇନ ତା ବାଟରେ ଯାଉଛି ବୋଲି ଯଦି ପ୍ରଭାତ ବିଶ୍ୱାଳଙ୍କ ଗିରଫ ଘଟଣାରେ ସେମାନେ କହୁଛନ୍ତି ଲକ୍ଷ୍ମୀଦତ୍ତ ମର୍ଡର କେସ୍ ରେ ଆଇନକୁ ତା ବାଟରେ ଯିବାକୁ ଦେଉନାହାନ୍ତି କାହିଁକି ? କ’ଣ ରାଜନୈତିକ ଦଳର ସ୍ୱାର୍ଥକୁ ଦେଖି ପୁଲିସ କି ତଦନ୍ତକାରୀ ସଂସ୍ଥା ତା କାମ କରିବା ସପକ୍ଷରେ ବିଜେପି ?
ଆମେ ବ୍ୟକ୍ତିଗତ ଭାବେ ସଜ୍ଜନ କି ତାଙ୍କ କଥାକୁ ଗୁରୁତ୍ୱ ଦେଉନୁ । କାରଣ ସଜ୍ଜନ ଗୁରୁତ୍ୱ ପାଇଲା ଭଳି ନେତା ହିଁ ନୁହଁନ୍ତି । ତେବେ ଧର୍ମେନ୍ଦ୍ରଙ୍କ ଦେହରେ ଟିଙ୍କ ହୋଇଥିବା ସଜ୍ଜନଙ୍କ କଥାକୁ ମୁଖପାତ୍ରଙ୍କ ମନ୍ତବ୍ୟ ହିସାବରେ ଗମ୍ଭୀରତା ଦେଉଛୁ ଏବଂ ଜନତାଙ୍କ ପ୍ରଶ୍ନ ରଖୁଛୁ । ଉଲ୍ଲେଖଯୋଗ୍ୟ, ଆଜିକାଲି ବିଜେପି ଦାଦାଗିରିର ସଜ୍ଜନ ବି ଜଣେ ସେନାପତି ବୋଲି କୁହାଯାଉଛି । ମିଡ଼ିଆକୁ ଲୋଭ ଦେଖାଇ, ଧମକାଇ, ଡରାଇ ନିଜ ସପକ୍ଷରେ ନେବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଜେପି ଯେଉଁ ଡ୍ରାଇଭ୍ କରିଛି ସଜ୍ଜନ ହିଁ ତାହାକୁ କାର୍ଯ୍ୟକାରୀ କରିବାର ମୁଖ୍ୟ ଦାୟିତ୍ୱ ନେଇଛନ୍ତି । ଏମିତିକି କେଉଁ ଟିଭି ବିତର୍କରେ ଦଳର କେଉଁ ନେତା ବସିବେ ତାହାର ବିଚାର ସେ ଏବଂ ତାଙ୍କ ଟିମ୍ ନେଉଛନ୍ତି । ତାହା ନହେଲେ ନାଲିଆଖି ଦେଖାଉଛନ୍ତି । ଛତ୍ରପୁର ମର୍ଡର କେସ୍ ର ଫଲୋ ଅପ୍ ଟିଭି କି ପେପରରେ ଯେଭଳି ଘଣ୍ଟାଚକଟା ନ ହେବ ତାହାର ପରିଚାଳନା କରୁଛନ୍ତି ସଜ୍ଜନ ଓ ଟିମ୍ ।
Previous Post

ଧରାପଡ଼ିଲା ଧର୍ମେନ୍ଦ୍ରଙ୍କ ଭୟଙ୍କର ଖେଳ !

Next Post

ଜୋର୍ ଧରିଲା ମର୍ଡର ପଲିଟିକ୍ସ

Next Post
ଜୋର୍ ଧରିଲା ମର୍ଡର ପଲିଟିକ୍ସ

ଜୋର୍ ଧରିଲା ମର୍ଡର ପଲିଟିକ୍ସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA