Thursday, April 30, 2026 10:01 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବୁୁନୁଙ୍କ ବିଧାୟକ ଆଶା ମଉଳିଲା

by Our Correspondent
07 Mar, 2019- 06:10 PM
in Latest News
1 min read
0
ବୁୁନୁଙ୍କ ବିଧାୟକ ଆଶା ମଉଳିଲା

ବିଡ଼ିଏ ଅଧ୍ୟକ୍ଷ ପଦରେ ଥଇଥାନ

ଭୁବନେଶ୍ୱର: ଭୁବନେଶ୍ୱରର ମଧ୍ୟ ନହେଲେ ଉତ୍ତରରୁ ଟିକେଟ ପାଇବେ ବୋଲି ଆଶା ରଖିଥିଲେ ଅନନ୍ତ(ବୁନୁ) ନାରାୟଣ ଜେନା । କ୍ରମାଗତ ଦୁଇ ଥର ମେୟର ହେବା ପରେ ଏଥର ବିଧାୟକ ହେବାକୁ ଆଶା ବାନ୍ଧିଥିଲେ । ତେବେ ତାଙ୍କର ଏହି ଆଶା ମଉଳି ଯାଇଛି । ଏଥର ତାଙ୍କ ଭାଗ୍ୟରେ ବିଧାୟକ ଲଢ଼ିବାର ସୁଯୋଗ ଜୁଟି ନ ପାରେ । ନିର୍ବାଚନ ଦିନ ପାଖେଇ ଆସୁଥିବା ବେଳେ ତାଙ୍କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ମୁଖିଆ ଦାୟିତ୍ୱ ଦିଆଯାଇଛି । ବିଡ଼ିଏର ଅଧ୍ୟକ୍ଷ ପଦରେ ଆଜି ତାଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁନୁଙ୍କୁ ଏହି ଆଗୁଆ ଥଇଥାନ ସହ ତାଙ୍କ ବିଧାନସଭା ବାଟ ବନ୍ଦ କରାଯାଇଥିବା ଚର୍ଚ୍ଚା ହେଉଛି ।
ବୁନୁଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ନ ଲଢ଼ାଇବାକୁ ମୁଖ୍ୟମନ୍ତ୍ରୀ ଏଭଳି ଚାଲ୍ ଖେଳିଥିବା କୁହାଯାଉଛି । ତାଙ୍କ କ୍ଷେତ୍ରରେ ସାପ ମରିବନି କି ବାଡ଼ି ଭାଙ୍ଗିବନି ନ୍ୟାୟ ଲାଗୁ ହୋଇଛି । ମେୟର ଥିବା ବେଳେ ତାଙ୍କ ବିରୋଧରେ ଆସିଥିବା ସଙ୍ଗୀନ ଅଭିଯୋଗ ବୁନୁଙ୍କ ପାଇଁ ଏବେ କାଳ ହୋଇଛି । ଇଂଜିନିୟରିଂ ଛାତ୍ର ଋଷି ହତ୍ୟାକାଣ୍ଡ ଏବଂ ବ୍ଲୁ ସିଡ଼ି ମାମଲା ତାଙ୍କୁ ବିବାଦରେ ଛନ୍ଦି ଦେଇଥିଲା । କୁଖ୍ୟାତ ଠକ ଗୋଲଡେନ୍ ବାବା ସହ ତାଙ୍କର ସମ୍ପର୍କକୁ ନେଇ ନିକଟରେ ଆଉ ଏକ ଝଡ଼ ସୃଷ୍ଟି ହୋଇଥିଲା । ଖାଲି ବୁନୁଙ୍କ ଉପରେ ଏହା ବୋଝ ହୋଇ ନ ଥିଲା, ବରଂ ସମଗ୍ର ବିଜେଡ଼ିକୁ  ବଦନାମ କରିଥିଲା । ବଦନାମ ଓ ସମାଲୋଚନା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ବୁନୁଙ୍କୁ ସୁରକ୍ଷା ଦେଇ ତାଙ୍କର ମେୟର ଅବଧି ପାର୍ କରାଇଥିଲେ । ତେବେ ବିରୋଧୀ ଦଳ ସେହି ପ୍ରସଙ୍ଗକୁ ମନରୁ ହଟାଇନାହାନ୍ତି ଏବଂ ନିର୍ବାଚନ ବେଳେ ଅସ୍ତ୍ର କରିବେ ବୋଲି ଜଣାଥିବାରୁ ମୁଖ୍ୟମନ୍ତ୍ରୀ ହୁଏତ ରିସ୍କ ନେବାକୁ ଚାହିଁ ନାହାନ୍ତି ।
ମେୟର ଥିବା ବେଳୁ ବୁନୁ ଭୁବନେଶ୍ୱର(ମଧ୍ୟ) ଆସନ ଉପରେ ଆଖି ପକାଇଥିଲେ । ଦ୍ୱିତୀୟ ବିକଳ୍ପ ରଖିଥିଲେ ଭୁବନେଶ୍ୱର(ଉତ୍ତର) ଆସନ । ଟିକେଟ ପାଇ ନିର୍ବାଚନ ଲଢ଼ିବାକୁ ସେ ପ୍ରସ୍ତୁତ ହୋଇ ରହିଥିଲେ । ମାତ୍ର ପରିସ୍ଥିତି ହଠାତ୍ ବଦଳିଯାଇଛି । ବିଡ଼ିଏ ଗଠନ ହେଲା ଦିନୁଁ ସେଠାରେ ଅଧ୍ୟକ୍ଷ ପଦରେ କାହାରିକୁ ରଖାଯାଉ ନ ଥିଲା । ବିଭାଗୀୟ ମନ୍ତ୍ରୀଙ୍କ ହାତରେ ରହୁଥିଲା ଅଧ୍ୟକ୍ଷ ପଦ । ମାତ୍ର ଅଣମନ୍ତ୍ରୀ ଭାବେ ବୁନୁଙ୍କୁ ପ୍ରଥମ ଥର ପାଇଁ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଛି । ହାଉସିଂ ବୋର୍ଡ ଭଳି ବିଡ଼ିଏର ଏହି ସର୍ବୋଚ୍ଚ ପଦକୁ ରାଜନୈତିକ ଥଇଥାନ ଭିତ୍ତିରେ ପୂରଣ କରାଯାଇଛି ।
ନୂତନ ନିଯୁକ୍ତିକୁ ନେଇ ବୁନୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋତେ ଯେଉଁ ଦାୟିତ୍ୱ ଦେଇଛନ୍ତି ମୁଁ ତାକୁ ସୁଚାରୂରୂପେ ପାଳନ କରିବାକୁ ଚେଷ୍ଟା କରିବି । ତେବେ ବିଧାୟକ ଲଢ଼ିବାକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନକୁ ଏଡାଇ ଦେଇଛନ୍ତି ।
Previous Post

ଗଣମାଧ୍ୟମରେ ବୁଲୁଥିବା କଂଗ୍ରେସ ପ୍ରାର୍ଥୀ ତାଲିକା ଅସଲି ନୁହେଁ, ନକଲି

Next Post

ଦିଲ୍ଲୀରୁ ଭୁବନେଶ୍ୱର: ବୈଜୟନ୍ତଙ୍କୁ ଗୋଡ଼େଇଲା ବାହାମାସ୍ ଭୂତ

Next Post
ଦିଲ୍ଲୀରୁ ଭୁବନେଶ୍ୱର: ବୈଜୟନ୍ତଙ୍କୁ ଗୋଡ଼େଇଲା ବାହାମାସ୍ ଭୂତ

ଦିଲ୍ଲୀରୁ ଭୁବନେଶ୍ୱର: ବୈଜୟନ୍ତଙ୍କୁ ଗୋଡ଼େଇଲା ବାହାମାସ୍ ଭୂତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA